ସଂକ୍ଷେପରେ ଆଜିର ତାଜା ଖବର - Tuesday, 07 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବର୍ଷା ମାଡ଼ରେ ଆଣ୍ଠେଇଲା ତାତି; ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ପବନ। ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ। More

ସ୍ୱାମୀଙ୍କ ପାଇଁ ଝାଳ ବୁହାଉଛନ୍ତି ସ୍ତ୍ରୀ; ଦିନ ରାତି ଏକ୍ କରି ମାଗୁଛନ୍ତି ଭୋଟ୍

ନା ଖରାକୁ ଖାତିର ଅଛି ନା ଭିଡ଼କୁ ଭୟ, ଗାଁ ଗାଁରେ ଘରକୁ ଘର ବୁଲି ସ୍ୱାମୀଙ୍କ ପାଇଁ ଲାଗି ପଡିଛନ୍ତି ଭୋଟ୍ ଯୋଗାଡ଼ରେ ସ୍ତ୍ରୀ। More

ନବୀନ ଯେଉଁଠି ଦାଦନ ସେଇଠି ! ହିଞ୍ଜିିଳି ଅବସ୍ଥା ଯାହା, କଂଟାବାଞ୍ଜି ବି ତାହା

ବ୍ରହ୍ମପୁର ସମାବେଶରେ ନବୀନଙ୍କୁ ମୋଦିଙ୍କ ସିଧା ନିଶାନା। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ସବୁଠୁ ଅଧିକ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି। ସାଉଦି ଆରବରେ ହଇରାଣ ହୋଇଥିଲେ ଖଲ୍ଲିକୋଟ ଅଞ୍ଚଳର ଏହି ଦାଦନ ଶ୍ରମିକ। ନା ଠିକରେ ଖାଇବା ମିଳୁଥିଲା, ନା ଠିକରେ ମଜୁରୀ। ପରେ ବହୁ କଷ୍ଟରେ ସେମାନେ ଘରକୁ ଫେରିଥିଲେ। More

କେନ୍ଦ୍ରାପଡା ରାଜନଗରରେ ବୈଜୟନ୍ତଙ୍କ ବିଶାଳ ମୋଟର ସାଇକେଲ ରାଲି

ବୈଜୟନ୍ତଙ୍କ ଏହି ରାଲିରେ ରାଜନଗର ବିଧାନସଭା ପ୍ରାର୍ଥୀ ଲଳିତ ବେହେରା ମଧ୍ୟ ସାମିଲ ହୋଇଛନ୍ତି। ଶତାଧିକ କର୍ମୀ ଓ ହଜାର ହଜାର ସମର୍ଥକ ବି ରାଲିରେ ଯୋଗ ଦେଇଛନ୍ତି। More

BJPର ପ୍ରଚାର ଚକ୍ରବ୍ୟୂହ, ପ୍ରତିଦିନ ଓଡ଼ିଶା ଆସିବେ କେନ୍ଦ୍ରୀୟ ନେତା..!

ମୋଦି ଯିବା ପରେ କାଲି ଆସୁଛନ୍ତି ରାଜନାଥ, ବିଷ୍ଣୁ ଦେବ ସାଏ । ୯ ତାରିଖରେ ଆସିବେ ନୀତିନ ଗଡ଼କରି, ହିମନ୍ତ ବିଶ୍ବଶର୍ମା । More

ମେନିଫେଷ୍ଟୋକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଆମ ଇସ୍ତାହାର ଓଡ଼ିଶା ବିକାଶର ରୋଡମ୍ୟାପ୍ କହିଲା ବିଜେପି । ବିଜେପିର ମେନିଫୋଷ୍ଟୋକୁ ମିଛ କହିଲା ବିଜେଡି । More

ବଦଳିଛି ପାଗର ମିଜାଜ୍, ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା; ୪ରୁ ୬ ଡିଗ୍ରୀ କମିବ ତାତି

ରାଜ୍ୟରେ ବଦଳିଛି ପାଗର ମିଜାଜ୍ । ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା । ଆଗାମୀ ୩ ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । More

ଏଥର ରୋଚକ ହେବ ଜଟଣୀ ପଲିଟିକ୍ସ, ୩ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେବେ ସ୍ୱାଧୀନ ପ୍ରାର୍ଥୀ

ପ୍ରଚାରରେ କମ୍ପୁଛି ଜଟଣୀ ମଇଦାନ। ସମର୍ଥକଙ୍କୁ ଧରି ଚଳାଇଛନ୍ତି କ୍ୟାମ୍ପେନ୍ । ଶକ୍ତି ପ୍ରଦର୍ଶନ କରୁଛନ୍ତି ଜାତୀୟ ଓ ଆଞ୍ଚଳିକ ଦଳର ପ୍ରାର୍ଥୀ । କିନ୍ତୁ ଦୌଡ଼ର ପଛରେ ପଡ଼ି ନାହାଁନ୍ତି ସ୍ୱାଧୀନ ପ୍ରାର୍ଥୀ । More

ଅନୁଗୁଳ ଏଥର କାହାର ? ଭୋଟ୍ ହାତେଇବାକୁ ତିନି ଦଳର ପ୍ରାର୍ଥୀଙ୍କ ମାରାଥନ୍ ପ୍ରଚାର

କାହାର ହେବ ଅନୁଗୁଳ ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେପି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇଥିବା ବେଳେ ବିଜେଡ଼ି ବିଧାୟକ ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି। More

ବିଜେପି ଇସ୍ତାହାରରେ ‘ପୁରୀ’କୁ ପ୍ରାଧାନ୍ୟ, ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର

ବିଜେପି ଇସ୍ତାହାରରେ ପୁରୀକୁ ପ୍ରାଧାନ୍ୟ । ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର। ମହାପ୍ରଭୁଙ୍କ ଆଭୁଷଣର ପ୍ରସ୍ତୁତ ହେବ ତାଲିକା। ଗଣତି ମଣତି କରାଯାଇ ତାଲିକାକୁ ସାର୍ବଜନୀନ ହେବ। More

ମେ’ ୧୩ ନିର୍ବାଚନ ପ୍ରାର୍ଥୀଙ୍କ ADR ରିପୋର୍ଟ; ୬୫ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା

ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢ଼ି ନାହାନ୍ତି। ମୈଦାନରେ ଅଛନ୍ତି ମାତ୍ର ୩୨ଜଣ ମହିଳା। More

ଗଂଜାମରୁ ଆରମ୍ଭ ଶେଷ କେଉଁଠି ? ପ୍ରଶ୍ନ ବାଣରେ BJDକୁ ଘାଇଲା କଲେ ମୋଦି

ଫେବ୍ରୁଆରୀ ୨୨ରେ ରାଜନାଥଙ୍କ ଡବଲ ଇଂଜିନ ସରକାର ଗଠନର ଦମ୍ଭୋକ୍ତି। ଗତ ୨୮ରେ ବିଜେଡି ସରକାରକୁ ଜେ.ପି. ନଡ୍ଡାଙ୍କ ସିଧା ନିଶାନା। ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାରେ ସରକାର ବଦଳାଇବାର ହୁଙ୍କାର। ବ୍ରହ୍ମପୁର ମାଟିରୁ ତିନି ତିନି ଜଣ ବିଜେପି ହେଭିୱେଟ୍‌ଙ୍କ ଆକ୍ରମଣାତ୍ମକ ନିର୍ବାଚନୀ ସଭାକୁ ନେଇ ଚର୍ଚ୍ଚା। More