ସଂକ୍ଷେପରେ ଆଜିର ତାଜା ଖବର - Thursday, 25 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶାରେ ବିଜେପି ସରକାର କରିବା ନେଇ ଶାହଙ୍କ ବିଜୟମନ୍ତ୍ର

ଆଗକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଏବଂ ଅମିତ ଶାହ ମଧ୍ୟ ପୁଣି ଆସିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ ଓଡ଼ିଶାରେ ଜଣେ ଯୁବକ, ସୁସ୍ଥ ଏବଂ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। More

କମ୍ପିଲାଣି ମୈଦାନ, ବାଲେଶ୍ୱରବାସୀଙ୍କ ମନ ଜିତିବା ପାଇଁ BJP-BJD ର ଜୋରଦାର ପ୍ରଚାର

ପାଖଉଛି ନିର୍ବାଚନ, ଦୁଲୁକୁଛି ପ୍ରଚାର ମଇଦାନ। ଚତୁର୍ଥ ପର୍ଯ୍ୟାୟରେ ହେବ ବାଲେଶ୍ୱର ସଦର ପାଇଁ ମତଦାନ। ରାଜନୈତିକ ଦଳ ମାନେ ଆରମ୍ଭ କଲେଣି କସରତ। More

ରିଲ୍ସରେ ଜମୁଛି ପ୍ରଚାର; ଟ୍ରେଣ୍ତିଂ ଗୀତରେ ନିର୍ବାଚନ ଗୀତ ପ୍ରସ୍ତୁତ କରୁଛନ୍ତି ନେତା

ମତଦାନ ପୂର୍ବରୁ ଗରମ ହେଲାଣି ନିର୍ବାଚନୀ ମାହୋଲ। ପ୍ରଚାର ମଇଦାନରେ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ପ୍ରାର୍ଥୀ। ପ୍ରତିଦ୍ୱନ୍ଦୀଙ୍କ ଦୁର୍ବଳତା ସହ ନିଜର ଅବଦାନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ କରୁଛନ୍ତି ପ୍ରୟାସ। ଏସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ଅତି ସହଜରେ ପହଞ୍ଚାଇବାକୁ ଗୀତର ସାହାରା ନେଉଛନ୍ତି ରାଜନୈତିକ ଦଳ। More

କୋରାପୁଟ କଂଗ୍ରେସରେ କନ୍ଦଳ ! ଫାଳ ଫାଳ ହେଇଯାଇଛି କି ଦଳୀୟ ସଂଗଠନ ?

କୋରାପୁଟ କଂଗ୍ରେସ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । କେହି କାହାରିକୁ ବରଦାସ୍ତ କରିବା ଅବସ୍ଥାରେ ନାହାନ୍ତି । ସିଟିଂ ସାଂସଦ ଓ ବିଧାୟକଙ୍କୁ ବିରୋଧ କରି ଦଳର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେଣି । More

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ନାମାଙ୍କନ, ପ୍ରାର୍ଥୀପତ୍ର ଦାଖଲ କଲେ ବହୁ ହେଭିୱେଟ୍

ଶେଷ ଦିନରେ ତିନି ପ୍ରମୁଖ ଦଳର ବହୁ ହେଭିୱେଟ୍ ପ୍ରାର୍ଥୀ ନୋମିନେସନ ଦାଖଲ କରିଛନ୍ତି । More

ନବୀନଙ୍କୁ ଚେକ୍‌ ଦେବା ପାଇଁ ଶାହଙ୍କ ହୁଙ୍କାର; ସୋନପୁରରୁ ପଡ଼ିଲା ମୂଳଦୁଆ

ପ୍ରଚାର ଶ୍ରୀଗଣେଶ ପାଇଁ କାହିଁକି ସୋନପୁରକୁ ବାଛିଲା ବିଜେପି? ସାରା ପଶ୍ଚିମ ଓଡ଼ିଶାକୁ ଶୁଭିବ କି ଶାହଙ୍କ ହୁଙ୍କାର? କୁହାଯାଉଛି ସାରା ପଶ୍ଚିମ ଓଡ଼ିଶାରେ ଏବେ ବି ବିଜେପିର ଭଲ ଲହର ରହିଛି, ତାସହ ସୋନପୁର ହେଉଛି ସେଠିକାର ଏକ ବଡ଼ ପଲିଟିକାଲ ଷ୍ଟ୍ରାଟେଜିକ୍ ପଏଣ୍ଟ। More

ଆଟାକିଂ ମୋଡ୍‌ରେ ଅମିତ ଶାହ; ନବୀନଙ୍କ ନାଁ ଧରି କଲେ ସିଧା ନିଶାନା

ମଞ୍ଚକୁ ଆସୁଆସୁ ଗର୍ଜିଲେ ଶାହ। ନବୀନଙ୍କ ନାଁ ନେଇ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ୍ କଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଲେ। More

କିଏ ବୁଝିବ ଭକ୍ତଙ୍କ କଷ୍ଟ, ଜଗାକୁ ଦେଖିବାକୁ ଯାଇ ସିଝୁଛି ପାଦ; ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ସିଂହଦ୍ୱାର ପଟେ ତ ଏସି ଟନେଲ୍, ହେଲେ ପ୍ରଶାସନ କାହିଁକି ପାଶୋରି ଗଲା ଉତ୍ତର ଦ୍ୱାର ସମସ୍ୟାର କଥା ? ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଭକ୍ତ କଲବଲ । ପେଭର ରୋଡର ତାତିରେ ପୋଡ଼ି ଯାଉଛି ଖାଲି ପାଦ । More

ସାଂସଦ ସୁରେଶ ପୂଜାରୀଙ୍କ ଘର ପରିସରରେ ସନ୍ଦେହଜନକ ଡ୍ରୋନ୍ !

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌। ପରେ ଡ୍ରୋନ୍‌ଟି ବିଦ୍ୟୁତ ଟାୱାରରେ ପିଟି ହୋଇ ତଳେ ଖସି ପଡ଼ିଥିଲା। More

ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ, ସୋନପୁରରୁ ଫେରି ସିଧା କାର୍ଯ୍ୟକର୍ତ୍ତା ବୈଠକକୁ ଗଲେ ଶାହ

ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତା ବୈଠକକୁ ଯାଇଛନ୍ତି ଶାହ। More

ଜଳୁଛି ସାରା ରାଜ୍ୟ: ଆଜି ୪୩ ଉପରେ ୮ ସହର

କାଲିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ସୂର୍ଯ୍ୟକୋପରେ ଜଳିବ ଉପକୂଳରୁ ଉପାନ୍ତ। କାଲିଠୁ ଦୁଇ ଦିନ ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। More

‘ମୋଦି ସରକାର ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି’

ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି। ନବୀନ ବାବୁଙ୍କୁ ୨୫ ବର୍ଷ ଦେଲେ, ବିଜେପିକୁ ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ ବୋଲି ଶାହ କହିଛନ୍ତି। More

ଆସୁ ଆସୁ ବର୍ଷିଲେ ଶାହ; କହିଲେ, ଅଫିସରଙ୍କ ମାଧ୍ୟମରେ ଭ୍ରଷ୍ଟାଚାର କରିଛି ନବୀନ ସରକାର

ସୋନପୁରରେ ଜନସଭାରେ ଯୋଗ ଦେଇଛନ୍ତି ଶାହ। ସାରା ପଶ୍ଚିମ ଓଡ଼ିଶାରୁ ବିଜେପି କର୍ମୀ ଆଜି ଶାହଙ୍କୁ ଶୁଣିବାକୁ ସୋନପୁର ଆସିଛନ୍ତି। ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ଶାହ। ଏହି ଅବସରରେ ଶାହ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଛନ୍ତି। More

ବୌଦ୍ଧରେ କମ୍ବିଂ ଅପରେସନ,ଟଳିଲେ ୨ ମାଓବାଦୀ

ବୌଦ୍ଧରେ ଟଳିଲେ ୨ ମାଓବାଦୀ! ବୌଦ୍ଧରେ କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ବୌଦ୍ଧ କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର । More

ଚାକିରୀ କରେଇ ଦେବାକୁ କହି ଠକିଦେଲେ,୨ କୋଟିରୁ ଅଧିକ ଟଙ୍କାର ଠକେଇ

ବ୍ୟାଙ୍କରେ ଚାକିରି କରାଇ ଦେବାକୁ କହି ଠକିଦେଲେ । ୨ କୋଟିରୁ ଅଧିକ ଟଙ୍କା ଠକାମିର ଶୀକାର ହୋଇଛନ୍ତି । ୫୦ରୁ ଅଧିକ ବ୍ୟକ୍ତିଙ୍କୁ ଠକିଛନ୍ତି ବ୍ୟବସାୟୀ । More

ସଫଳ ହେଲା ଭୁବନେଶ୍ୱରରେ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, ୪୫ ଦିନ ପରେ ରୋଗୀ ସୁସ୍ଥ

ପୂର୍ବରୁ କଟକ ଏସସିବି ମେଡିକାଲରେ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ହେଲେ ସେତେବେଳେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏଥର ରୋଗୀ ସୁସ୍ଥ ଥିବା ଡାକ୍ତର କହିଛନ୍ତି । More

ବାରବାଟୀ-କଟକରୁ ଲଢ଼ିବେ କି ମୋକିମଙ୍କ ଝିଅ ସୋଫିଆ ?

ଦଳୀୟ କର୍ମକର୍ତ୍ତା ବୈଠକରେ ଯୋଗଦେଲେ ସୋଫିଆ ଫିର୍ଦ୍ଦୋସ । ସୋଫିଆଙ୍କ ପ୍ରାର୍ଥୀତ୍ବ ପ୍ରସ୍ତାବକୁ ସର୍ବସମ୍ମତି: ମହମ୍ମଦ ମୋକିମ । More

ଅପରାହ୍ନ ୩.୪୫ରେ ଝାରସୁଗୁଡ଼ାରେ ପହଞ୍ଚିବେ ଶାହ, ରାତିରେ ଭୁବନେଶ୍ୱରରେ ଆସିବେ

ଓଡ଼ିଶାରେ ଶାସନ ପରିବର୍ତ୍ତନର ମୂଳଦୁଆ ପକାଇବେ। ଲଢେଇ ପାଇଁ ବିଗୁଲ ବଜାଇବେ ଶାହ। More

ଅଜବ ରାଜନୀତି ! ନାମାଙ୍କନ ଭରିସାରିଥିଲେ କଂଗ୍ରେସ ପ୍ରାର୍ଥୀ, ସନ୍ଧ୍ୟାରେ କଟିଲା ଟିକେଟ...

କାହିଁକି ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ, ସେନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। More

ମାହାଙ୍ଗାରେ ବୈଜୟନ୍ତଙ୍କ ପାୱାର ସୋ’, ଧର୍ମଶାଳାରେ ସ୍ମୃତିରେଖାଙ୍କ ବିଶାଳ ରାଲି

ଧର୍ମଶାଳା ବିଜେପି ନେତ୍ରୀ ତଥା ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ସହ ଯାଜପୁର ଲୋକସଭା ପ୍ରାର୍ଥୀ ଡ଼.ରବୀନ୍ଦ୍ର ନାରାୟଣ ବେହେରା, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ। More

‘ଆମେ ଭୋଟ ଦେବା, ଅନ୍ୟମାନଙ୍କୁ ଦେବା ପାଇଁ ବି ପ୍ରବର୍ତ୍ତାଇବା’

ବୁଥ ଗହଳି ତଥା ବୁଥ ସମ୍ବନ୍ଧୀୟ ଅନ୍ୟ ତଥ୍ୟ ଜାଣିବା ପାଇଁ ଆପ୍ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱରର ସମସ୍ତ ବୁଥରେ ସକ୍ଷୀ ବୁଥ ବାହ ମହିଳା ବୁଥ କରାଯାଇଛି। More

୨୪ ମହାସଂଗ୍ରାମ ପାଇଁ ପ୍ରଚାର ମୈଦାନରେ ନବୀନ, ସମରଝୋଳ-ଶେରଗଡ଼ରୁ ବିରୋଧୀଙ୍କୁ ଟାର୍ଗେଟ୍

ବିରୋଧୀ ବିକାଶ ବିରୋଧୀ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ବିଧାନସଭା ସହ ଲୋକସଭାରେ ବି ଭଲ ରେଜଲଟ ନେଇ ନବୀନଙ୍କ ଦୃଢ଼ୋକ୍ତି । More

ଆଗକୁ ଅଗ୍ନିପିଣ୍ଡୁଳା ପାଲଟିବ ଓଡ଼ିଶା ! ୫ ଦିନ ପାଇଁ ୧୦ ଜିଲ୍ଲାକୁ ସତର୍କବାଣୀ

ଗଜପତି, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଛି। More