ସଂକ୍ଷେପରେ ଆଜିର ତାଜା ଖବର - Thursday, 18 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟରେ ପ୍ରଥମ ଫେଜ୍ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୨୫ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲର ପ୍ରକ୍ରିୟା । More

ଟିକେଟ୍ କୁ ନେଇ ବିଜେଡିରେ ଅସନ୍ତୋଷ ଅସମ୍ଭାଳ, ତାତିଲେଣି ସମୀର-କିଶୋର-ପୂର୍ଣ୍ଣଚନ୍ଦ୍ରଙ୍କ ସମର୍ଥକ

ବିଦ୍ରୋହ ଏତେ ଯେ, ବିବାଦ ଥାଇ ବି ବିଧାୟକଙ୍କ ଟିକଟ୍ କାଟିପାରୁନି ବିଜେଡି । ଆଉ ଯେଉଁ କାଁ ଭାଁ କଟୁଛି ସେମାନଙ୍କୁ ବି ମ୍ୟାନେଜ୍ କରିବାରେ ଅସମର୍ଥ । ଯେମିତି ଗତକାଲି ଟିକେଟ କଟିବା ପରେ ତାତିଛନ୍ତି ସମୀର ଦାଶଙ୍କ ସମର୍ଥକ । More

ବିଜେଡିରେ ସ୍ତ୍ରୀ ଥିଓରୀ, ମହିଳା ସଶକ୍ତୀକରଣ ନାଁରେ ନେତାଙ୍କ ପତ୍ନୀଙ୍କୁ ଥଇଥାନ

ସ୍ୱାମୀ ପରେ ସ୍ତ୍ରୀ ହେବେ ନେତ୍ରୀ । ସ୍ୱାମୀଙ୍କୁ କାଟି ସ୍ତ୍ରୀକୁ ଟିକେଟ୍ । ବିଜେଡି ଘୋଷଣା କରିଥିବା ୨୮ ମହିଳା ପ୍ରାର୍ଥୀଙ୍କ ଭିତରେ ୧୦ ଜଣ ହେଭିୱେଟ ନେତାଙ୍କ ପତ୍ନୀ । More

ଟକମକ ହୋଇ ଫୁଟିଲା ରାଜଧାନୀ, ୪୩.୬ ଡିଗ୍ରୀ ସହ ପାଲଟିଲା ସବୁଠୁ ଉତ୍ତପ୍ତ

ପୁଣି ରାଜଧାନୀରେ ୪୩ ଟପିଲା ପାରଦ । ଆଜି ଦିନ ସାଢ଼େ ୨ଟାରେ ଭୁବନେଶ୍ୱରରେ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ା ୪୨.୬ ଏବଂ ବାଲେଶ୍ୱର ୪୨.୨ ଡିଗ୍ରୀ ତାପମାତ୍ରା ରହିଛି । More

ଅଧିକ ଲୋଭ ଦେଖାଇ କରୁଥିଲେ ଠକେଇ, ଠକ ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗକୁ ଧରିଲା ପୋଲିସ୍‌

ଟେଲିଗ୍ରାମ ଜରିଆରେ ସାଧାରଣ ଲୋକଙ୍କୁ ଚୁନା ମାରୁଥିଲେ ଏହି ଗ୍ୟାଙ୍ଗ । ଭୁବନେଶ୍ୱରରେ ବସି ସାରା ବିଶ୍ୱର ଲୋକଙ୍କୁ କରୁଥିଲେ ଠକେଇ । More

ରାଜଧାନୀରେ ସାବାଡ଼ ହେବେ ରୋଡ୍‌ ରୋମିଓ, ମହିଳାଙ୍କ ସୁରକ୍ଷା ପାଇଁ ଗଠନ ହେଲା ସ୍ପେଶାଲ ସ୍କ୍ୱାର୍ଡ

ରାଜଧାନୀରେ ମହିଳାଙ୍କୁ ହଇରାଣ, ହାରସମେଣ୍ଟ, କମେଣ୍ଟ କଲେ ଏହି ଟିମ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । More

ଲଢ଼େଇ ହେବ ଜୋରଦାର୍...ବିଜେପିରେ ଅନୁଭବ, ବିଜେଡିରେ ମିଶିଲେ ବର୍ଷା

ବିଜେପିରେ ଅନୁଭବ, ବିଜେଡିରେ ବର୍ଷା । ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି ଅଭିନେତ୍ରୀ ତଥା ଅନୁଭବ ମହାନ୍ତିଙ୍କ ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । More

ଟିକେଟ୍‌ କଟିବା ପରେ ଏକାଠି ହେଲେ ସମର୍ଥକ; ଭାବବିହ୍ବଳ ହୋଇ କାନ୍ଦିଲେ ସମୀର ଦାଶ !

ଟିକେଟ୍ କଟିବା ପରେ ସମୀର ଦାଶଙ୍କ ମେଳି । ସମୀର ଦାଶଙ୍କ ଟିକେଟ୍ କଟିବା ପରେ ଏକାଠି ହେଲେ ସମର୍ଥକ । ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଲେ ବାର୍ତ୍ତା । More

କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ନେଇ ଆଶାବାଦୀ, କଂଗ୍ରେସରେ ଯୋଗ ଦେଲେ ସିପ୍ରା ମଲ୍ଲିକ

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ ଭବନରେ ଦଳରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ସିପ୍ରା । More

ସଂଘର୍ଷ କାହାଣୀ; କମାଲ୍ କଲେ ଓଡ଼ିଆ ପୁଅ ଅନିମେଶ, ବିନା କୋଚିଂରେ ପ୍ରଥମ ପ୍ରୟାସରେ ବଡ଼ ସଫଳତା...

ସ୍ବପ୍ନ, ଆକାଶରେ ଉଡିବାକୁ ଡେଣା ସଞ୍ଚୁଥିଲା । ଦିନ ଗଡିଯାଉଥିଲା, ଏହାରି ଭିତରେ ବାପା ଚାଲିଗଲେ । ଘରର ମେରୁଦଣ୍ଡ ଦୋହଲିଗଲା । ମା’ ଏକା ଏକା ପୁରା ପରିବାରର ବୋଝ ସମ୍ଭାଳିଲା । ଜାଣନ୍ତୁ ଅନିମେଶଙ୍କ ସଂଘର୍ଷର କାହାଣୀ... More

ଫୁଲବାଣୀ ଜେଲରେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ...

ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତକ ହେଲେ ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ । More

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା; ୨୨ ଯାଏଁ ନିସ୍ତାର ନାହିଁ...

ଜଳୁଛି ସାରା ଓଡ଼ିଶା । ଆସନ୍ତା ୨୨ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି । ତାତି ସହ ଏଣିକି ବଢିବ ଗୁଳୁଗୁଳି। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  More

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା । ଏଥିସହ ଆଜିଠୁ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । More

Panchang Today 18th April 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଯାତ୍ରାରମ୍ଭ କରନ୍ତୁ

ସୌର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୮ ତାରିଖ ଗୁରୁବାର। ଚନ୍ଦ୍ର- କର୍କଟ ପ୍ରାତଃ ୦୭.୫୬ ଗତେ ସିଂହ। ତିଥି- ଦଶମୀ ସନ୍ଧ୍ୟା ୦୫.୩୧ ଗତେ ଏକାଦଶୀ। More

General Election 2024: ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା AAP

ଆମ୍ ଆଦମୀ ପାର୍ଟି ଆଜି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୨୨ଟି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଦେଇଛି । More

ଥାର୍ଡ ପାର୍ଟିରେ କାର ଡିଲ କରି ଠକେଇ, ଦମ୍ପତ୍ତି ଫେରାର

ପ୍ରଥମେ ଭଡ଼ା ଦେବା ଲାଗି ଡିଲ୍ କରି ମାଲିକଙ୍କ ଠାରୁ ଗାଡ଼ି ନେଉଥିଲେ, ଆଉ ପରେ ଧରା ଛୁଆଁ ନ ଦେଅଇ ତାକୁ ବିକ୍ରି କରି ଭକୁଆ ବନାଇଛନ୍ତି ରାଉରକେଲାର ଦମ୍ପତି ସତଭାମା ଦାସ ଓ ସରୋଜ କୁମାର। More

କୋହଲିଙ୍କ ଗୁଣଗାନ କଲେ UPSC ଟପ୍ପର; କହିଲେ, IAS ହେବା ପଛରେ ରହିଛି ତାଙ୍କ ହାତ

ତେଲେଙ୍ଗାନାର ଅନନ୍ୟା ରେଡ୍ଡିଙ୍କ UPSC ସଫଳତା କାହାଣୀ ଏବେ ବେଶ୍‌ ଚର୍ଚ୍ଚାରେ। ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲିଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି ଅନନ୍ୟା। More

ଏମ୍ସ ଭୁବନେଶ୍ୱରକୁ ବଡ଼ ସଫଳତା; ଆରମ୍ଭ ହେଲା AUS ପ୍ରତିରୋପଣ...

ଏମ୍ସ ଇତିହାସରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ରାଜ୍ୟରେ ପ୍ରଥମକରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିନ୍ଟର୍ସ (ଏୟୁଏସ୍‌) ପ୍ରତିରୋପଣ କରାଯାଇଛି । More

କେନ୍ଦ୍ରାପଡ଼ା ମୈଦାନକୁ ଓହ୍ଲାଇବେ ମୋଦି ଓ ଅମିତ ଶାହ: ବୈଜୟନ୍ତ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ରାଷ୍ଟ୍ରୀୟ ସ୍ତରର ମହିଳା ନେତ୍ରୀ ପ୍ରଚାର ପାଇଁ ଆଗାମୀ ଦିନରେ କେନ୍ଦ୍ରାପଡା ଆସିବା କାର୍ଯ୍ୟକ୍ରମ ରହିଛି। More