ସଂକ୍ଷେପରେ ଆଜିର ତାଜା ଖବର - Monday, 01 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଜେଡି ରାସ୍ତାରେ କଣ୍ଟା କେନ୍ଦୁପତ୍ର କର୍ମଚାରୀ ସଂଘ, କହିଲେ ନିର୍ବାଚନରେ ଜବାବ ଦେବୁ !

କେନ୍ଦୁପତ୍ର କର୍ମଚାରୀ ସଂଘର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି । More

BJD ପାଉନି ପ୍ରାର୍ଥୀ; କଂଗ୍ରେସରୁ ନେତା ଆଣି ବଳ ଦେଖାଉଛି ଦଳ !

ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଜେଡିର ୧୫ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୩ ପୂର୍ବତନ କଂଗ୍ରେସ୍ ନେତା। More

ରାଜ୍ୟରେ ଆଉ ଏକ କୋଟିଆ; ଓଡ଼ିଶା-ପଶ୍ଚିମବଙ୍ଗ ଛକାପଞ୍ଝା ଭିତରେ ଫସିଛି ଶଙ୍ଖାମେଦୀ ଗାଁ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନଳିଆ ପଞ୍ଚାୟତ ଅନ୍ତର୍ଗତ ଶଙ୍ଖାମେଦୀ ଗାଁ। କୋରାପୁଟ କୋଟିଆ ଭଳି ଏଠି ବି ଓଡ଼ିଶା ମାଟି ଉପରେ ପଡ଼ୋଶୀର ଲୋଲୁପ ଦୃଷ୍ଟି। More

ବିଶିଷ୍ଠ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । More

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ପାୱାର ସୋ; ଜନସମୁଦ୍ର ପାଲଟିଲା ତୁଳସୀ କ୍ଷେତ୍ର

କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଆଜି ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଅପରାହଣରେ ହେଲିକପଟର ଯୋଗେ ଭୁବନେଶ୍ୱରରୁ ଚାନ୍ଦୋଳରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। More

ଫୁଟୁଛି ଅଧା ଓଡ଼ିଶା ! ପ୍ରବଳ ତାତିରେ ଫୁଟୁଛି ରାଜ୍ୟର ଅଧିକାଂଶ ଅଞ୍ଚଳ

ଆଜି ରାଜ୍ୟର ୮ଟି ସହର ୪୦ ଡିଗ୍ରୀ ଛୁଇଁଲା । ୪୦.୪ ଡିଗ୍ରୀ ସହ ବାରିପଦା ଓ ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ । More

OSSC ATO Recruitment: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ଦରମା ୩୫ ହଜାରରୁ ଅଧିକ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅଫିସର୍ ପଦବୀ ପୂରଣ ହେବ। More

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ଭବ୍ୟ ସ୍ୱାଗତ...

କେନ୍ଦ୍ରାପଡ଼ା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଏହା ହେଉଛି ବୈଜୟନ୍ତ ପଣ୍ଡାଙ୍କ ପ୍ରଥମ ଗସ୍ତ । More

ପଦ୍ମ ଧରିଲେ ଅନୁଭବ; ୨ ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା...

ପଦ୍ମ ଧରିଲେ ଅନୁଭବ ମହାନ୍ତି । ୨ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । କିଛି ମାସ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ । More

ଭୁବନେଶ୍ୱରର ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ IT ରେଡ୍

ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢ଼ାଉ । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ରେଡ୍ କରୁଛି ଆଇଟି । ଗତବର୍ଷ ମଧ୍ୟ ତାଙ୍କ ଶିକ୍ଷାନୁଷ୍ଠାନରେ ହୋଇଥିଲା ଚଢ଼ାଉ । More

ତତଲା କଢ଼େଇରେ ଭାଜି ହେଉଛି ପୂରା ଓଡ଼ିଶା, ମାଲକାନଗିରି ସବୁଠୁ ଉତ୍ତପ୍ତ

ମାର୍ଚ୍ଚ ଶେଷ ହେଉ ହେଉ ଖରାରେ ଜଳିଲାଣି ପୂରା ରାଜ୍ୟ । ପ୍ରାୟ ସବୁ ସ୍ଥାନର ତାପମାତ୍ରା ବଢ଼ି ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । More

Panchang Today 1st April 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୭ମୀ ରାତ୍ରି ୦୯.୧୦ ଗତେ ୮ମୀ । More

ଆଜି ଉତ୍କଳ ଦିବସ: ୮୮ ବର୍ଷ ତଳେ ଓଡ଼ିଶାକୁ ମିଳିଥିଲା ଭାଷାଭିତିକ ରାଜ୍ୟ ମାନ୍ୟତା...

ମହାସମାରୋହରେ ଓଡ଼ିଶା ପାଳୁଛି ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜି ଦିନରେ ମିଳିଥିଲା ମାନ୍ୟତା। More

ରାଜଧାନୀରେ ମାତିଛନ୍ତି ଲୁଟେରା; ଥଣ୍ତାରେ ନିଶା ଦେଇ ବୁଲାଉଛନ୍ତି କଳାକନା

ସାବଧାନ ରାଜଧାନୀରେ ମାତିଛନ୍ତି ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗ। ରାସ୍ତାରେ ଅଟୋ ରଖି ଡାକିବେ, ମିଠା କଥା କହି ବନ୍ଧୁତା ସ୍ଥାପନ କରିବେ। ଆଉ ପରେ ଥଣ୍ଡା ପାନୀୟରେ ନିଶା ବାଟିକା ପକାଇ ପିିଇବାକୁ ଦେଇ ଅଚେତ ହେବା ପରେ ଲୁଟିବେ। More

ଛିଣ୍ତୁନି ଅଙ୍କ; ଟିକେଟ ପାଇଁ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ

ଜଗତସିଂହପୁର ପଲିଟିକ୍ସରେ ବିଜେଡି କନ୍ଦଳ। ସ୍ଥିତି ସାଂଘାତିକ। ଟିକେଟ ଅଙ୍କ ଛିଡୁନଥିବାବେଳେ ଦାବିଦାରଙ୍କ ସଂଖ୍ୟା ବଢୁଛି। ରାଲି, ସମାବେଶ, ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଆଶାୟୀ। More

ପ୍ରାର୍ଥୀ ଚୟନ ସହ ପ୍ରଚାର କସରତ, ୨୧ ଲୋକସଭାରେ ୨୧ଟି ବଡ଼ ସଭା କରିବ ବିଜେପି

ପ୍ରାର୍ଥୀ ଚୟନ ସହ ପ୍ରଚାର କସରତ। କେଉଁ ନେତା କେଉଁଠି କରିବେ ପ୍ରଚାର। ପ୍ରଧାନମନ୍ତ୍ରୀ ମୋଦି କେଉଁଠି କରିବେ ରୋଡ୍ ଶୋ, ଶାହ କେଉଁଠି କରିବେ ସଭା । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । More

କାହାକୁ ଦେବେ ଟିକେଟ.. ଦୋ'ଛକିରେ ତିନିଦଳ..ୱେଟ୍ ଆଣ୍ଡ ୱାଚ୍ ପଲିସି ଆପଣେଇଛି ବିଜେଡି

ମାର୍ଚ୍ଚ ୨୭ରେ ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଦୁଇ ଦଫାରେ ୧୫ ଜଣିଆ ଲୋକସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ। ହେଲେ ଏପଟେ ଯେମିତି ଦଳରୁ ଅସନ୍ତୁଷ୍ଟ ନେତାଙ୍କ ଘଳିଆ ପଡ଼ିଗଲାଣି। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ, ବିଧାୟକ, ନେତା। More

ଆମ୍ବକୁ ଘାରିଛି ବିପଦ; ବଗିଚାରେ ମାଡି ଗଲାଣି ରେଡବ୍ୟାଣ୍ଡ ପୋକ

ଗଛରେ ଆମ୍ବ କସି ଆସୁ ଆସୁ ଲାଗିଯାଉଛି ପୋକ। କଅଁଳ ଆମ୍ବରେ କଣା କରି ପଶି ଭିତରେ ଖୋଳ କରିଦେଉଛନ୍ତି। ଗୋଟେ ଆମ୍ବରୁ ଆଉ ଗୋଟିଏ, ଗୋଟେ ଗଛରୁ ଆର ଗଛକୁ ଚକଡା ଭଳି ଚରି ଯାଉଛନ୍ତି। More