ସଂକ୍ଷେପରେ ଆଜିର ତାଜା ଖବର - Wednesday, 20 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଯୁଆଡେ ଅନେଇଲେ ଖାଲି ପାଣି ହିଁ ପାଣି; ଅସରାଏ ବର୍ଷାରେ ବେହାଲ ଟ୍ୱିନ୍‌ସିଟି

କଟକ ମହାନଗର ନିଗମ ୩୧ ଓ ୩୨ ନମ୍ବର ୱାର୍ଡ ଫ୍ରେଣ୍ଡସ କଲୋନୀରେ ଯୁଆଡେ ଅନେଇଲା ଖାଲି ପାଣି ହିଁ ପାଣି। ଅସରାଏ ବର୍ଷାରେ ରାସ୍ତା ହେଉ କି ଘର ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି। ଆଉ ସେହି ପାଣି ଭିତରେ ଚଳପ୍ରଚଳ କରୁଛନ୍ତି ପ୍ରାୟ ୫୦ ପରିବାର। More

ଝୁମ୍ପୁଡିରୁ ଷ୍ଟାର ହୋଟେଲ; ସବୁଠି ମହ ମହ ବାସିଲା ପଖାଳ କଂସା

ଭୁବନେଶ୍ୱରର ଷ୍ଟାର ହୋଟେଲରେ ବି ଜମିଛି ପଖାଳ ଖିଆ। ଏଠି ନନଭେଜ୍ ପଖାଳ କଂସା ପିଛା ହଜାରେ ଟଙ୍କା। ସାତ ଶହରେ ସାଦା ପଖାଳ ମିଲ। ମାଟି ହାଣ୍ଡି ଓ ପାତ୍ରରେ ଦହି ଓ ଛୁଙ୍କ ପଖାଳ ସାଙ୍ଗକୁ ରକମ ରକମର ବ୍ୟଞ୍ଜନ। More

ଜେଲ୍‌ରେ ମିଳୁଛି ଗଞ୍ଜେଇ ସାଙ୍ଗକୁ ଚିଲମ..ଦିନରାତି ଉଡୁଛି ଧୂଆଁ

ପ୍ରଥମେ ଖୋର୍ଦ୍ଧା, ପରେ ଟିଟିଲାଗଡ଼ ଆଉ ଏବେ ଚର୍ଚ୍ଚାରେ ରାଜ୍ୟ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଜେଲ୍। ଏଠି ବି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆଉ ପୁଳା ପୁଳା ମାଦକ ଦ୍ରବ୍ୟର କାରବାର। More

କଦଳୀ ପାଟୁକାରୁ ସାନିଟାରି ପ୍ୟାଡ୍; ବ୍ୟବହାର କଲେ..

କଦଳୀ ପାଟୁକା ବା କଦଳୀ ଗଛର ତନ୍ତୁରୁ ତିଆରି ହୋଇଛି ସାନିଟାରି ପ୍ୟାଡ୍। ତା’ପୁଣି ରି-ୟୁଜେବଲ, ଅର୍ଥାତ୍ ଏକାଧିକ ଥର ବ୍ୟବହାର କରିହେବ। ଅତିକମରେ ୩ରୁ ୪ ବର୍ଷ ଯାଏଁ ବ୍ୟବହାର କରିହେବ ଏସବୁ ପ୍ୟାଡ୍। More

ବିଜେପି-ବିଜେଡି ମେଣ୍ଟ ଦ୍ୱନ୍ଦ୍ୱରେ ଖୁବ୍‌ଶୀଘ୍ର ପଡ଼ିବ ଫୁଲଷ୍ଟପ୍ !

ଏକା ଲଢିବୁ ନା ସାଥୀ ହେବୁ, ସ୍ଥିର କରିବେ ନଡ୍ଡା- ଅମିତ୍ ଶାହା । ବିଜେଡିର ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା ଜାରି । More

କାଳ ସାଜିଲା କାଳବୈଶାଖୀ ! ଅଦିନିଆ ବର୍ଷାରେ ରାଜ୍ୟ ବେହାଲ, ଉଜାଡ଼ିଲା ଫସଲ

ଜଳବନ୍ଦୀରେ ଉବୁଟୁବୁ କଟକ ସହର । ପାଣିପାଗ ବିଭାଗର ଚେତାବନୀ, କାଲିଠୁ ତାତିରେ ଜଳିବ ଓଡ଼ିଶା । More

ମଝି ରାତିରେ ମାତିଲେ ମନ୍ଦିର ଚୋର ! ରାମ ମନ୍ଦିର ହୁଣ୍ଡି-ସିନ୍ଦୁକ ତାଡ଼ି ଲୁଟି ନେଲେ ଅଳଙ୍କାର

ଫତେଗଡ଼ ରାମ ମନ୍ଦିର ହୁଣ୍ଡି ଓ ସିନ୍ଦୁକ ତାଡ଼ି ଲୁଟିଲେ ଅଳଙ୍କାର ସହ ଦାନ ଅର୍ଥ । ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ହୁଣ୍ଡି ବାକ୍ସରେ ବି ବୁଲାଇଲେ କଳାକନା । More

ଶୃଙ୍ଖଳିତ ହେବ ଜଗା ଦର୍ଶନ; ଭକ୍ତଙ୍କ ପାଇଁ ହେବ ଭୂତଳ ରାସ୍ତା

ଭକ୍ତଙ୍କ ଯାତାୟାତ ସୁବିଧା ପାଇଁ ନିର୍ମାଣ ହେବ କି ଭୂତଳ ରାସ୍ତା? ବଡ଼ଦାଣ୍ଡରେ ନିର୍ମାଣ ହେବ କି ୨ଟି ଭୂତଳ ରାସ୍ତା? କିଛି ଏଭଳି ପ୍ରସ୍ତାବ ସାମ୍ନାକୁ ଆସିବା ପରେ ଦେଖାଦେଇଛି ମିଶ୍ରିତ ପ୍ରତିକ୍ରିୟା। More

ବର୍ଷା ବିତ୍ପାତ; ଲଗାଣ ବର୍ଷାରେ ବାହାରି ହେଉନି ଘରୁ, ନଷ୍ଟ ହେଉଛି ଫସଲ

କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇଛି । ଗତକାଲିଠାରୁ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ତେବେ ଢେଙ୍କାନାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । More

World Pakhal Divas 2024: ପ୍ରଭୁଙ୍କର ଅତିପ୍ରିୟ ପଖାଳ, ରତ୍ନ ସିଂହାସନ ପାଖରେ ଲାଗିହୁଏ ଭୋଗ

ପଖାଳ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ । ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଦିନର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଖାଳ ବ୍ୟଞ୍ଜନ ଭୋଗପୟ ପାଇଥାନ୍ତି । ସୁବାସ ପଖାଳ, ମଲ୍ଲୀ ପଖାଳ, ଟଭା ପଖାଳ, ପାଣି ପଖାଳ, ମିଠା ପଖାଳ ପରି ସୁବାସିତ ପଖାଳ ଭୋଗ ଲାଗିଥାଏ । More

ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଆମିତ ଶାହଙ୍କ ବଡ଼ ବୟାନ

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର ନିଷ୍ପତ୍ତି ନେବେ । କିନ୍ତୁ ଶାହ ଗୋଟିଏ କଥାକୁ ବାରମ୍ବାର ଦୋହରାଇଛନ୍ତି ଯେ, ବିଜେପି ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବ । More

ବିଜେଡିରେ ମିଶିଲେ ଖଡ଼ିଆଳ ବିଧାୟକ ଅଧିରାଜ; ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା 

ବିଜେଡିରେ ମିଶିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । କାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଅଧିରାଜ । More

ଲଗାଣ ବର୍ଷାରେ ବେହାଲ ଟ୍ୱିନ ସିଟି; ଲହଡ଼ି ଭାଙ୍ଗୁଛି ପାଣି, ଜନଜୀବନ ଅସ୍ତବ୍ୟସ୍ତ

ପାଣିପାଗ ବିଭାଗ ପକ୍ଷରୁ ଆଜି ୯ଟି ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ। More

'ବହୁତ କହିଲ, ଆଉ ନୁହେଁ..କାମ କରିନ.. ଭୋଟ ନାହିଁ'

ଭୋଟ ପୂର୍ବରୁ ଅସନ୍ତୋଷ। ଆଉ ଏ ଅସନ୍ତୋଷ ହେଉଛି ଭୋଟ୍ ବେଳେ ଭଣ୍ଡେଇଥିବା ନେତାଙ୍କ ଉପରେ। ଏ କ୍ଷୋଭ, ସବୁ ଜାଣି ଅଜଣା ରହିଥିବା ପ୍ରଶାସନ ଉପରେ। More

କଂଗ୍ରେସ ଛାଡ଼ିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଦଳ ଛାଡ଼ିବା ପରେ ଅଧିରାଜ କହିଛନ୍ତି, ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି। କେଉଁ ଦଳକୁ ଯିବି କାଲି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି। More

ଅଭୟାରଣ୍ୟରେ ମାତିଲେଣି ମାଫିଆ; ବନ୍ଧୁକ ମୁନରେ ଧମକାଉଛନ୍ତି, ଦରକାର ପଡିଲେ..

ଆତଙ୍କରାଜ ଚଳାଇଛନ୍ତି ବନ୍ୟପ୍ରାଣୀ ମାଫିଆ। ଟାର୍ଗେଟରେ ବନ କର୍ମଚାରୀ। କେବେ ଜଙ୍ଗଲ ଭିତରେ ଅନ୍ଧାଧୂନ୍ ଫାଏରିଂ ତ କେବେ ମଝି ସମୁଦ୍ରରେ ଜଳଦସ୍ୟୁ ସାଜି ଆକ୍ରମଣ। More

ଏଥର ବିଜେଡି-ବିଜେପି ନା କଂଗ୍ରେସ, କ’ଣ କହୁଛି ଜ୍ୟୋତିଷ ଶାସ୍ତ୍ର..?

କେଉଁ ଦଳ ପାଇଁ କେଉଁ ବାର ହେବ ବେଶୀ ଶୁଭଙ୍କର ? ୨୦ରୁ ୨୫ ଭିତରେ ବିଜେପି-ବିଜେଡି ମେଣ୍ଟ ନେଇ ଭବିଷ୍ୟବାଣୀ । More

ଦିଲ୍ଲୀରେ ଝୁଲୁଛି ଓଡ଼ିଶା ରାଜନୀତିର ଭାଗ୍ୟ ! BJPର ମାନସ ମନ୍ଥନ, ହଟୁନି ମେଣ୍ଟ ସସପେନ୍ସ

ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ନଡାଙ୍କ ବୈଠକ । ତୃତୀୟ ପର୍ଯ୍ୟାୟରେ ଆସିପାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ । More