ସଂକ୍ଷେପରେ ଆଜିର ତାଜା ଖବର - Wednesday, 13 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୋଟ୍ ପୂର୍ବରୁ ଫ୍ରି ସ୍କିମ୍ ପରେ ଦରମା ବଢ଼ା ପର୍ବ

୫୦ ହଜାରକୁ ବଢ଼ିଲା ମେୟରଙ୍କ ଦରମା । କନିଷ୍ଠ ଶିକ୍ଷକଙ୍କ ଦରମା ୨୦ ହଜାରକୁ ବୃଦ୍ଧି । More

ଖୁବଶୀଘ୍ର ଫିଟିବ ବିଜେପି-ବିଜେଡି ମେଣ୍ଟ ଗଣ୍ଠି ! ଶାହଙ୍କ ଘରେ ଜରୁରୀ ବୈଠକ

ଶାହଙ୍କୁ ଭେଟିଲେ ରାଜ୍ୟ ବିଜେପି ନେତୃତ୍ୱ । କାଲି ନବୀନ ନିବାସରେ ବିଜେଡିର ବଡ଼ ବୈଠକ । More

ଅଫିମ ଚାଷର ହବ୍‌ ପାଲଟିଛି ଶିମିଳିପାଳ, ୨ ମାସରେ ନଷ୍ଟ କରାଗଲାଣି ୨୦ କୋଟିର ଅଫିମ ଗଛ

ଏକର ଏକର ଜମିରେ ଫଳିଛି ଅଫିମ। କେଉଁଠି ଫୁଲ ଧରିଛି ତ କେଉଁଠି ଫଳ ପାଚିଲାଣି। ଫସଲ ଏମିତି ମାଡ଼ିଛି ଯେ, କ୍ଷେତକୁ ଆଖି ପାଉନି। ନିଶାଦ୍ରବ୍ୟ ଅଫିମର ଏହି ହବ୍ ହେଉଛି ଶିମିଳିପାଳ। More

ଭୋଟରଙ୍କୁ ଥୋପ ପରେ ଥୋପ, ଆଉ ୨୨ ନୂଆ NAC ଘୋଷଣା କଲେ ସରକାର

ଗତମାସରେ ୩୫, ଆଜି ଆଉ ୨୨ ଏନଏସି ଘୋଷଣା। ଗଲା ମାସରେ ୫ ଏନଏସିକୁ ମୁନିସିପାଲିଟି ଘୋଷଣା କରିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନଏସି ପାଇଛି ମୁନିସିପାଲିଟିର ମାନ୍ୟତା। More

ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ ? ୬୪ଟି କୋଠାର ନାହିଁ ଫାୟାର ସେଫଟି

ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ ? କିଛି ଅଘଟଣ ହେଲେ କିଏ ହେବ ଉତ୍ତରଦାୟୀ ? More

ମେଣ୍ଟ ଚର୍ଚ୍ଚା: ଅମିତ ଶାହଙ୍କ ଘରେ ଜରୁରୀ ବୈଠକ, ସ୍ପଷ୍ଟ ହୋଇପାରେ ମେଣ୍ଟ ଚିତ୍ର

ଏହି ବୈଠକରେ ଓଡ଼ିଶାର ନିର୍ବାଚନୀ ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ସାମିଲ ଅଛନ୍ତି। More

ମୋବାଇଲ୍ ଲୁଟିଲେ, ପଥର ଛେଚି ହତ୍ୟା କଲେ

ଜଣେ କବାଡ଼ିବାଲାଙ୍କ ମୋବାଇଲ୍ ଲୁଟ୍ ପାଇଁ ବିଭତ୍ସ ହତ୍ୟା। ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ। More

ପୁଣି ଗଠନ ହେଲା ୨୨ଟି ନୂଆ NAC...ଭଞ୍ଜନଗର ଏନ୍‌ଏସି ହେଲା ମ୍ୟୁନିସିପାଲିଟି...

ଆଉ ୨୨ଟି ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୧୩ ଜିଲ୍ଲାରେ ୨୨ଟି ନୂଆ NAC ଘୋଷଣା । More

Panchang Today 13th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଶୁଭ କାର୍ଯ୍ୟ କରନ୍ତୁ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ବିବାହ ଶୋଭାଯାତ୍ରା ବେଳେ ଅଘଟଣ, ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲା ମହୁମାଛି

ଡେରା ଅଞ୍ଚଳରୁ ଏକ ବାହାଘର ଭୁବନ ଥାନା ଭୂଶଳ ଗାଁକୁ ଯାଉଥିଲା ଶୋଭାଯାତ୍ରା। ଗାଁରେ ଡିଜେ ବଜାଇ ପ୍ରସେସନ ବେଳେ ମହୁମାଛି ଦଂଶନ କରିଥିଲା। ସେହିପରି ବରଯାତ୍ରୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରି ଭୁସି ହତ୍ୟା କଲା ଦୁର୍ବୃତ୍ତ। More

ଟାଇମ୍‍ପାସ୍‍ ଲେଖକାୟନ; ‘ସଂଗତ’ରେ ଦେବବ୍ରତ ଦାସଙ୍କ ‘ଲାଞ୍ଜ’କୁ ନେଇ ଚର୍ଚ୍ଚା

ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ ବଂଶୀବାଦନରୁ ଆରମ୍ଭ ହୋଇଥିବା ଏହି ସଂଗତରେ ଦେବବ୍ରତଙ୍କ ଗଳ୍ପର ବିଭିନ୍ନ ବିଭବକୁ ନେଇ ଆଲୋଚନା କରିଥିଲେ ଅଜୟ ସ୍ୱାଇଁ, ସଦାନନ୍ଦ ତ୍ରିପାଠୀ, ଭୀମ ପୃଷ୍ଟି, ବିୟତ୍‍ପ୍ରଜ୍ଞା ତ୍ରିପାଠୀ, ଦେବପ୍ରସାଦ ଦାଶ, ଅମରେଶ ବିଶ୍ୱାଳ, ଶକ୍ତି ମହାନ୍ତି, ଶୁଭ୍ରାଂଶୁ ପଣ୍ଡା ଏବଂ ପ୍ରକାଶ ମହାପାତ୍ର। More

ଗନ୍ଧରେ ଫାଟୁଛି ରାଜଧାନୀ; ଝାଡୁ ଧରି BMC ଘେରିଲେ ସଫେଇ କର୍ମଚାରୀ

ବାପୁଜୀ ନଗର, ୟୁନିଟ୍-୨ ମାର୍କେଟ ବିଲଡିଂରେ ଅଳିଆ, ଅଳିଆ, ଆଉ ଖାଲି ଅଳିଆ। ରାସ୍ତା ଉପରେ ହେଉ ବା କଲୋନୀ କିମ୍ବା ମାର୍କେଟ କମ୍ପ୍ଲେକ୍ସ ସାମ୍ନା। More

ବଦଳୁଛି ଓଡ଼ିଶାର ଭାଗ୍ୟ; ୨୭୪ଟି ପ୍ରକଳ୍ପ ସହ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କଲେ ମୋଦି

ରେଳ ସଂଯୋଗୀକରଣ କ୍ଷେତ୍ରରେ ବଦଳୁଛି ଓଡ଼ିଶାର ଭାଗ୍ୟ। ରେଲୱେ ଭିତ୍ତିଭୂମି ଅଭିବୃଦ୍ଧିରେ ହୋଇଛି ନୂତନ ସୂର୍ଯ୍ୟୋଦୟ। ଗୋଟିଏ କି ଦୁଇଟି ନୁହଁ। ଆଜି ଗୋଟିଏ ଦିନରେ ଓଡ଼ିଶାର ୨୭୪ଟି ରେଳପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ। More

ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା..CAA ଲାଗୁ ପରେ ଓଡ଼ିଶାରେ ଥିବା ଶରଣାର୍ଥୀ ଖୁସି

ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା। ଦେଶରେ ନାଗରିକତା ସଂଶୋଧନ ଆଇନ୍ ବା ସିଏଏ ଲାଗୁ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ ରହୁଥିବା ଶରଣାର୍ଥୀଙ୍କ ଖୁସି କହିଲେ ନସରେ। More

ବିଦ୍ରୋହୀଙ୍କ ବାରୁଦ ଗଦାରେ ବସିଛି କି ବିଜେଡି ? ସବୁଠି ଚ୍ୟାଲେଞ୍ଜ ଦେଲେଣି ଟିକେଟ୍ ଆଶାୟୀ

ମେଣ୍ଟ ଚର୍ଚ୍ଚା ଭିତରେ ବି ଥମୁନି ବିଜେଡି ବିଦ୍ରୋହ। ନିର୍ବାଚନ ମଣ୍ଡଳୀ ବିଦ୍ରୋହ ଏବେ ପହଞ୍ଚିଲାଣି ନବୀନ ନିବାସରେ। More