ସଂକ୍ଷେପରେ ଆଜିର ତାଜା ଖବର - Monday, 30 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନିର୍ବାଚନ ପୂର୍ବରୁ ଗୁରୁ ଦାୟିତ୍ୱ; କଣ ରହିବ ନୂଆ ରାଜ୍ୟପାଳଙ୍କ ପାଇଁ ଚ୍ୟାଲେଞ୍ଜ ?

ଗୁରୁ ଦାୟିତ୍ୱ ଗ୍ରହଣ ପୂର୍ବରୁ ଜଗତର ନାଥଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ। More

ଓଲିଉଡ୍ କଳିରେ କେବେ ଲାଗିବ ବିରାମ୍ ? ମନୋଜ ପଚାରିଲେ ବ୍ୟାନ୍‌ର କାରଣ..

ତୁଟିବ କ’ଣ, ତେଜିବାରେ ଲାଗିଛି ଓଲିଉଡ୍ କଳି। ବ୍ୟାନ୍ ଘୋଷିତ ଅଭିନେତା ମନୋଜ ମିଶ୍ର ନା ନରମୁଛନ୍ତି ନା ବ୍ୟାନ୍ ପ୍ରତ୍ୟାହାର ପାଇଁ ପ୍ରଯୋଜକ ରାଜି ହେଉଛନ୍ତି। More

ମନରୁ ଯାଇନି ବାହାନଗା ! ପୁଣି ଘଟିଲା ଦୁର୍ଘଟଣା, ଉଜୁଡ଼ିଗଲା ଅନେକ ପରିବାର

ଦ୍ରୁତ ଉଦ୍ଧାର ଓ ପୁନରୁଦ୍ଧାର ପାଇଁ ବଞ୍ଚିଗଲା ବହୁ ଜୀବନ । ଅପରାହ୍ନରେ ସ୍ବାଭାବିକ ହେଲା ଟ୍ରାକ୍ । More

ପୁଣି କାହିଁକି ଏତେ ବଡ଼ ଟ୍ରେନ୍ ଆକ୍ସିଡେଣ୍ଟ ? CPRO କହିଲେ ଯାନ୍ତ୍ରିକ ନୁହେଁ ମନୁଷ୍ୟକୃତ ଭୁଲ୍ !

ସିଗନାଲ ଓଭରସୁଟିଂରୁ ଟ୍ରେନକୁ ଟ୍ରେନ୍ ପିଟିଥିବା ସୂଚନା । ଆଲମଣ୍ଡାରେ ରେଲୱେ ସେଫଟି କମିଶନରଙ୍କ ତନାଘନା । More

ଆନ୍ଧ୍ର ଟ୍ରେନ୍ ଟ୍ରାଜେଡି ! ଯାତ୍ରୀଙ୍କ ଅକଥନୀୟ ଦୁର୍ଦ୍ଦଶା, ୫୨ ଗାଡ଼ି ବାତିଲ୍

ପିଲାଛୁଆ ଧରି ଷ୍ଟେସନରେ ଅଖିଆ ଅପିଆ ରାତି କାଟିଲେ ପାସେଞ୍ଜର । More

'ମାଇଣ୍ଡ ଗେମ୍‌କୁ ସାରା ଓଡ଼ିଶାରେ ରିଲିଜ୍ କରାନ୍ତୁ, ତାପରେ ଆମେ ବସି ସମାଧାନ କରିବା': ମନୋଜ ମିଶ୍ର

ଟୁଟୁ ନାୟକ ଏକା ନୁହନ୍ତି ସଂଘର ସହମତିରେ ମନୋଜ ମିଶ୍ରଙ୍କୁ ବ୍ୟାନ କରା ହୋଇଛି। ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ ଉଠିବ ନାହିଁ ବୋଲି କହିଛନ୍ତି ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି। More

ପୁଣି ତେଜିଲା ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବି: ନଭେମ୍ବର ୧୫ରେ ବନ୍ଦ ଡାକରା

ଗୋଟିଏପଟେ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ୍‌ ଘଟଣାକୁ ନେଇ ବିବାଦ ତେଜିବାରେ ଲାଗି ଥିବାବେଳେ ଅନ୍ୟପଟେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ନଭେମ୍ବର ୧୫ରେ ମହା କୋଶଳ ବନ୍ଦ ଡାକରା ଦେଇଛି । More

ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କଠୁ ଆଶିଷ ନେଲେ ରଘୁବର ଦାସ

ଆସନ୍ତକାଲି ସକାଳ ୮ଟା ୪୫ ମିନିଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି । More

ଟ୍ରେନ୍‌ ଦୁର୍ଘଟଣା: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ...ମୃତକଙ୍କ ପରିବାରକୁ ମିଳିବ ୧୨ ଲକ୍ଷ ଟଙ୍କା

ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ରେ ହୋଇଥିବା ବଡ଼ ଧରଣର ରେଳ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ରାଜନେତା ଶୋକ ପ୍ରକାଶ କରିଛନ୍ତି ।  More

Today Panchang 30th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର ।  More

କେମିତି ହେଲା ଏତେ ବଡ଼ ଦୁର୍ଘଟଣା ? ସିଗ୍ନାଲ୍‌ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ?

ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? ସିଗ୍ନାଲ୍‌ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍‌ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ? More

ଟ୍ରେନ୍‌ ଦୁର୍ଘଟଣା: ଲୋକୋ ପାଇଲଟ୍‌ ଓ ଗାର୍ଡଙ୍କ ସମେତ ୧୩ ମୃତ, ୫୦ ଆହତ

ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । More

ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା: ୨୬ଟି ଟ୍ରେନ୍‌ ବାତିଲ୍‌, ୨୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ...

ଟ୍ରେନ୍‌ ଦୁର୍ଘଟଣା ଯୋଗୁ ୨୬ଟି ଟ୍ରେନ୍‌କୁ ରେଳ ବିଭାଗ ପକ୍ଷରୁ ବାତିଲ୍‌ କରାଯାଇଛି । ଏହାସହ ୨୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ଓ ୧୧ଟି ଟ୍ରେନ୍‌ ଆଂଶିକ ବାତିଲ୍ ହୋଇଛି । More

ମୃତକଙ୍କ ପରିବାରକୁ ମିଳିବ ୧୨ ଲକ୍ଷ ସହାୟତା ରାଶି

ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ ପିଏମ୍‌ଓ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା । ତେବେ ମୋଟ୍ ମୃତକଙ୍କ ପରିବାରୁ କେନ୍ଦ୍ର ସରକାର ୧୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । More

ଟ୍ରେନ୍‌ ଦୁର୍ଘଟଣା; ମୃତାହତଙ୍କ ପରିବାର ପାଇଁ ସହାୟତାରାଶି ଘୋଷଣା

ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ପିଏମ୍‌ଓ ଘୋଷଣା କରିଛି । ସେହିପରି ଆହତଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି । More

ଦୁର୍ଘଟଣାସ୍ଥଳରୁ ସରିଛି ସମସ୍ତଙ୍କୁ ଉଦ୍ଧାର; ରେଳମନ୍ତ୍ରୀ

ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଟ୍ରେନ୍‌ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । More

ଟ୍ରେନ୍‌ ଦୁର୍ଘଟଣା; ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ଥିବା କହିଛନ୍ତି ରେଳମନ୍ତ୍ରୀ । More

ଟ୍ରେନ୍‌ ଦୁର୍ଘଟଣା; ୮ଜଣଙ୍କ ମୃତ୍ୟୁ

ଦୁର୍ଘଟଣାସ୍ଥଳରେ ରେଳ ବିଭାଗର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାସ୍ଥଳକୁ ଭୁବନେଶ୍ୱରରୁ ଏକ ଉଦ୍ଧାରକାରୀ ଦଳ ମଧ୍ୟ ଯାଇଛି । More