ସଂକ୍ଷେପରେ ଆଜିର ତାଜା ଖବର - Sunday, 10 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗୁରୁଙ୍କୁ ସମ୍ମାନ ପାଇଁ ଅଭିନବ ଉପାୟ; ଗାଁରେ ବୁଲିଲା ପଟୁଆର

ଉପାନ୍ତ ଅଞ୍ଚଳର ଅନ୍ୟତମ ଆଦର୍ଶ ବିଦ୍ୟାଳୟ କୋଟଗଡ ବ୍ଲକର ପକାରୀ ହାଇସ୍କୁଲ। ଅଗନା ଅଗନି ବନସ୍ତରେ ରହିଛି ଏହି ସ୍କୁଲ୍। ସବୁ ନାହିଁ ନାହିଁ ଭିତରେ ଆଶାର ଦୀପଶିଖା ହେଉଛି ଏହି ସ୍କୁଲ। ଏଠି ଅଭିନବ ଉପାୟରେ ଗୁରୁଙ୍କୁ ସମ୍ମାନ ପୂଜା କରାଯାଇଛି। More

ଉଜୁଡ଼ିଗଲା ସଂସାର, ଘରର ମୁଖିଆଙ୍କ ମୃତ୍ୟୁ ପରେ ବିଷପିଇ ଦେଲେ ପରିବାର

ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଭାଇର ମୃତ୍ୟୁ ହୋଇଥିବାବେଳେ ଭଉଣୀଙ୍କୁ ବୁର୍ଲା ନେବାବେଳେ ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମା’ଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । More

ବିଷ ପିଇଦେଲେ ଗୋଟିଏ ପରିବାରର ୩ ଜଣ, ହେଲେ କାହିଁକି ?

ବାପାଙ୍କ ମୃତ୍ୟୁ ପରେ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ସୂଚନା More

ରିଲିଜ ହେଲା ପୁଷ୍କରା ଫିଲ୍ମର ମ୍ୟୁଜିକ

ଆସନ୍ତା ଗଣେଶ ପୂଜା ଅବସରରେ ରିଲିଜ ହେବ ଫିଲ୍ମ More

ଶେରଗଡ଼ରେ ଚାଞ୍ଚଲ୍ୟ, ବିଜେଡି କର୍ମୀଙ୍କୁ ହତ୍ୟା କରି ଫୋପାଡ଼ି ଦେଲେ

ଆକ୍ରମଣରେ ମଧୁସୂଦନ ବିଷୋୟୀ ମୃତ...ପୂର୍ବ ଶତୃତାରୁ ମଧୁଙ୍କୁ ହତ୍ୟା ଅଭିଯୋଗ More

ଆସୁଛି ଆଉ ଏକ ବଡ଼ ବର୍ଷା ! ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବା ବେଳେ ଆସନ୍ତାକାଲି ପାଇଁ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । More

Panchang Today 10th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର । ଚନ୍ଦ୍ର – ମିଥୁନ ଦିବା ୧୦.୨୫ ଗତେ କର୍କଟ, ତିଥି – ୧୧ଶୀ ରାତ୍ରି ୦୯.୨୮ ଗତେ ୧୨ଶୀ, ଘାତ ଚନ୍ଦ୍ର - କନ୍ୟା ରାଶିର ଦିବା ୧୦.୨୫ ପର୍ଯ୍ୟନ୍ତ, ଘାତ ବାର –  ମେଷ, ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୦୬ ଗତେ ୧ ପାଦ-କୃହିହାନି-ଭୂମିଦାନ ରାତ୍ରି ୦୯.୨୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ More

'ପାଣ୍ଡିଆନଙ୍କ ହେଲିକପ୍ଟର ଉଡାଣ ଯେତିକି ଉଠୁଛି, ନବୀନଙ୍କ ଲୋକପ୍ରିୟତା ସେତିକି ତଳକୁ ଖସୁଛି'

ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ସର୍ଭେ ଆଧାରରେ ଗତ ବର୍ଷକ ଭିତରେ ନବୀନଙ୍କ ଲୋକପ୍ରିୟତା ୧୭ ପ୍ରତିଶତ କମିଛି । ତେଣେ ନିଜକୁ ସୁପର୍ ଚିଫ୍ ମିନିଷ୍ଟର ଭାବେ ଉପସ୍ଥାପିତ କରି ଫାଇଭ୍ ଟି ସଚିବ ପୂରା ଶାସନ ଓ ପ୍ରଶାସନକୁ ଆଙ୍ଗୁଠି ଅଗରେ ନଚାଉଥିବା ସାରା ଓଡ଼ିଶାବାସୀ ଦେଖୁଛନ୍ତି । More

ପ୍ରତାପଙ୍କୁ ସୌମ୍ୟଙ୍କ ପାଲଟା ଉତ୍ତର; ‘ସଚିବ ହୋଇ ରାଜନୀତି କରିପାରିବେ ନାହିଁ’

ସୌମ୍ୟଙ୍କୁ ଟାର୍ଗେଟ କଲେ ପ୍ରତାପ ଦେବ..କହିଲେ, 'ଦଳ ଓ ସରକାର ବିରୋଧରେ ଲେଖିବା ବିଶୃଙ୍ଖଳା'..ପ୍ରତାପଙ୍କୁ କଡ଼ା ଜବାବ ଦେଲେ ସୌମ୍ୟରଂଜନ.. More

ଅକ୍ଟୋବରରୁ ନୂଆ ଗାଡ଼ିରେ 'VLTD ଓ ପାନିକ ବଟନ୍' ଲାଗିବା ବାଧ୍ୟତାମୂଳକ

ପରିବହନ ବିଭାଗ କହିବା ଅନୁସାରେ ଏହି ବ୍ୟବସ୍ଥାରେ ଏକ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିବ । ପୋଲିସ ବିଭାଗ ଦ୍ୱାରା ପରିଚାଳିତ ଏମର୍ଜେନସି, ରେସ୍କ୍ୟୁ, ସପୋର୍ଟ ସିଷ୍ଟମ ସହିତ ଏହାକୁ ସଂଯୋଗ କରାଯିବ । କୌଣସି ସମସ୍ୟା ହେଲେ ସେହି ପ୍ୟାନିକ ବଟନ୍ ଚିପିଲେ, ଲୋକେସନ ଟ୍ରାକ୍ କରାଯାଇ ଗାଡ଼ି ପାଖରେ ପହଞ୍ଚି ହେବ । ଭିତ୍ତିଭୂମି ପ୍ରସ୍ତୁତ ହେଲାଣି । More

ହଠାତ୍‌ ବଦଳିଗଲା ସମୁଦ୍ର ପାଣିର ରଙ୍ଗ, ଅଧିକ ଫେଣଯୁକ୍ତ ଦେଖାଗଲା ସମୁଦ୍ର ଢେଉ...

ପାରାଦୀପରେ ଆଜି ସମୁଦ୍ର ଜଳରେ କୌଣସି କେମିକାଲ୍ ମିଶିଯାଇଥିବା ସୂଚନା ମିଳିଛି। ଫଳରେ ସମୁଦ୍ର ପାଣିର ରଙ୍ଗ ମଧ୍ୟ ବଦଳି ଯାଇଛି। More

‘ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ ହୋଇଗଲେଣି, ଜଣେ ଦୁଇ ଜଣ ଆଇଏଏସ୍ ଅଫିସର ଦଳ ସମ୍ଭାଳିବେ’

‘ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରୁନାହାନ୍ତି କି କିଛି କହୁନାହାନ୍ତି’ More