ସଂକ୍ଷେପରେ ଆଜିର ତାଜା ଖବର - Monday, 08 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମା’କୁ ପର କରିଦେଲେ ତିନିତିନିଟା ପୁଅ; ମଲାପରେ କାନ୍ଧରେନେଲା ଝିଅ, ନିଜେ ଦେଲା ମୁଖାଗ୍ନି

ଗତକାଲି ମାଆର ମୃତ୍ୟୁ ହେଲା ବୋଲି ଭାଇମାନଙ୍କୁ ଖବର ଦେବାରୁ ଭାଇମାନେ ଆଡ଼ ଆଖିରେ ବି ଚାହିଁଲେନି । ଗାଁର ସରପଞ୍ଚଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଆର ଶେଷକୃତ୍ୟ ସମ୍ପନ୍ନ କଲା ଝିଅ । ଏ ସଂପର୍କରେ ମୃତ ଅପୂର୍ବ ନାଏକଙ୍କ ସାନପୁଅ କହିଛନ୍ତି ମାଆଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଗାଁକୁ ଯିବାକୁ ଚେଷ୍ଟା କରିଥିଲେ । More

ଚିନ୍ତା ବଢ଼ାଇଲା NCRB ତଥ୍ୟ; ମହିଳା ନିଖୋଜ କ୍ଷେତ୍ରରେ ଦେଶର ୪ର୍ଥ ସ୍ଥାନରେ ଓଡ଼ିଶା

କେତେ ଯେ ବାପା-ମାଆ ଆଜି ବି ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି, ତାର ହିସାବ ନାହିଁ । ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା NCRB ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ । More

ପୁଷ୍ପା ଷ୍ଟାଇଲରେ ମାଫିଆଙ୍କ ଆତଙ୍କରାଜ; ଗଛ କାଟି ରାସ୍ତା ଅବରୋଧ, ବନ କର୍ମଚାରୀଙ୍କୁ ଆକ୍ରମଣ କଲେ

ଆଉ ଉପାୟ ନପାଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ରେଞ୍ଜର । ଅଗ୍ନିଶମ ବାହିନୀର ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପରେ କାଠ ଗାଡ଼ିକୁ ବାଟ ମିଳିଥିଲା । More

ଦିନକ ପରେ ଝାରସୁଗୁଡ଼ା ଭୋଟ୍, ପ୍ରଥମ ଥର ପାଇଁ ସବୁ ବୁଥ୍‌ରୁ ୱେବକାଷ୍ଟିଂ

EVM ଓ ଅନ୍ୟ ସରଞ୍ଜାମ ସହ ମତଦାନ କେନ୍ଦ୍ର ମୁହାଁ ପୋଲିଂ ପାର୍ଟି । ଶାନ୍ତି ଶୃଙ୍ଖଳା ରକ୍ଷାରେ ୭ କଂପାନୀ କେନ୍ଦ୍ରୀୟ ବଳ । ରାଜ୍ୟ ପୋଲିସର ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ । More

ବିଜେପି ପରେ ଖୋଦ୍ ଶାସକ ଦଳ MLA ଖୋଲିଲେ ଗୁମର...

ବିଧାୟକ ସୌମ୍ୟରଂଜନ ଖୋଲିଲେ ଶାସନ ବ୍ୟବସ୍ଥାର ଗୁମର । କିଛି ଜାଣୁନାହାନ୍ତି ମନ୍ତ୍ରୀ କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଶଶିକଳା ସିଣ୍ଡ୍ରୋମ ମନ୍ତବ୍ୟକୁ ଭିତ୍ତିହୀନ କହିଲା ବିଜେଡି । More

କଂଗ୍ରେସକୁ ପୁଣି ଗ୍ରାସିଲା ପୁରୁଣା ରୋଗ, ପିସିସି ସଭାପତିଙ୍କ ୯ରୁ ୯୦ ମିଶନକୁ ଚିରଞ୍ଜିବଙ୍କ ତାତ୍ସଲ୍ୟ

ଖୋଲା ମଞ୍ଚରୁ ନିଶାନା ସାଧିଲେ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ । ଜାନକୀ-ବସନ୍ତ ଲିଗାସିକୁ ନେଇ ନୂଆ ଆଞ୍ଚଳିକ ଦଳ ସମୀକରଣ ଚର୍ଚ୍ଚା । More

ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେବ ଲଘୁଚାପ ବାତ୍ୟା

ବାଂଲାଦେଶ କିମ୍ବା ମିଆଁମାର ମୁହାଁଇବା ସମ୍ଭାବନା । ଆସନ୍ତା ୧୦ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଅବପାତ । ଓଡ଼ିଶା ଉପରେ ବାତ୍ୟା ପ୍ରଭାବର ସମ୍ଭାବନା ନାହିଁ କହିଲେ ଆଇଏମଡି । More

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। More

ପୂର୍ବତନ ସମିତି ସଭ୍ୟଙ୍କୁ ବୀଭତ୍ସ ହତ୍ୟା, ୫ ଅଟକ

ରାତିରେ କାଜୁ ବଗିଚାରୁ ଘରକୁ ଫେରିଲା ବେଳେ ବୀଭତ୍ସ ହତ୍ୟା More

ମହଙ୍ଗା ପଡ଼ିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହିତ ସେଲଫି ଉଠାଇବା

ରାଷ୍ଟ୍ରପତିଙ୍କ ହେଲିକପଟର ସହିତ ସେଲଫି ଉଠାଇବା ଓ ତାକୁ ପୁଣି ଫେସବୁକରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା। More

ଝାରସୁଗୁଡ଼ାରେ ସମସ୍ୟା ମାଳମାଳ, ହେଲେ ତିନୋଟି ପ୍ରସଙ୍ଗକୁ ନେଇ ଚାଲିଛି ପ୍ରଚାର

ବଡ଼ ପ୍ରଶ୍ନ କାହିଁକି ପ୍ରସଙ୍ଗକୁ ନେଇ ପ୍ରଚାର ହେଲାନି? ପ୍ରସଙ୍ଗ ଗୌଣ ହୋଇ ଭାବପ୍ରବଣତାକୁ କାହିଁକି ଗୁରୁତ୍ୱ ଦିଆଗଲା? ସାଧାରଣ ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ଥିବାରୁ ଏହି ଉପନିର୍ବାଚନକୁ ନେଇ ରାଜନୈତିକ ଦଳ ସେତେଟା ସିରିୟସ୍ ହେଲେନି କି ? More

ରାଷ୍ଟ୍ରପତିଙ୍କ ମଞ୍ଚରେ ବିଜୁଳି ବିଭ୍ରାଟ ପ୍ରସଙ୍ଗ; ତେଜିଲା ରାଜ୍ୟ ରାଜନୀତି

ଏଥିପାଇଁ ଖୋଦ୍ ଜିଲ୍ଲା ପ୍ରଶାସନ ହିଁ ଦାୟୀ ବୋଲି କହିଛି ବିଜେପି । ବାରିପଦାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପଛରେ ଅଦୃଶ୍ୟ ଶକ୍ତିର ଚକ୍ରାନ୍ତ ରହିଛି । ତୃତୀୟ ମହଲା ଆଡ଼କୁ ମଧ୍ୟ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । More

ରାଜ୍ୟରେ ଭତ୍ତା ପାଇଁ ହିନସ୍ତା; ବୃଦ୍ଧ-ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା

ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା । More

ଚାଲିଛି 5G ଚର୍ଚ୍ଚା, ହେଲେ ମିଳୁନି 2G ସେବା ! ଟେଲି ସାନ୍ଦ୍ରତାରେ କାହିଁକେତେ ପଛରେ ଓଡ଼ିଶା

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଏ ଘରୋଇ କମ୍ପାନିରେ କାମ କରନ୍ତି ପି. ନୀତିନ ସୁବୁଦ୍ଧି । ଏବେ ୱାର୍କ ଫ୍ରମ୍ ହୋମ୍‌ରେ । ଘରେ ଇଣ୍ଟରନେଟ୍ ଆସୁ ନଥିବାରୁ ନିଜ ସିଫ୍ଟ ଆରମ୍ଭ ହେବା ମାତ୍ରେ ଦୌଡ଼ି ଆସୁଛନ୍ତି ଗଛ ମୂଳକୁ । ଏମିତିକି ରାତି ସିଫ୍ଟ ହେଲେ ବି ଏଠାକୁ ଆସି କାମ କରୁଛନ୍ତି ବୋଲି କହିଛନ୍ତି ନୀତିନ । More