ସଂକ୍ଷେପରେ ଆଜିର ତାଜା ଖବର - Sunday, 07 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମହଙ୍ଗା ପଡ଼ିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହିତ ସେଲଫି ଉଠାଇବା

ରାଷ୍ଟ୍ରପତିଙ୍କ ହେଲିକପଟର ସହିତ ସେଲଫି ଉଠାଇବା ଓ ତାକୁ ପୁଣି ଫେସବୁକରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା। More

ଝାରସୁଗୁଡ଼ାରେ ସମସ୍ୟା ମାଳମାଳ, ହେଲେ ତିନୋଟି ପ୍ରସଙ୍ଗକୁ ନେଇ ଚାଲିଛି ପ୍ରଚାର

ବଡ଼ ପ୍ରଶ୍ନ କାହିଁକି ପ୍ରସଙ୍ଗକୁ ନେଇ ପ୍ରଚାର ହେଲାନି? ପ୍ରସଙ୍ଗ ଗୌଣ ହୋଇ ଭାବପ୍ରବଣତାକୁ କାହିଁକି ଗୁରୁତ୍ୱ ଦିଆଗଲା? ସାଧାରଣ ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ଥିବାରୁ ଏହି ଉପନିର୍ବାଚନକୁ ନେଇ ରାଜନୈତିକ ଦଳ ସେତେଟା ସିରିୟସ୍ ହେଲେନି କି ? More

ରାଷ୍ଟ୍ରପତିଙ୍କ ମଞ୍ଚରେ ବିଜୁଳି ବିଭ୍ରାଟ ପ୍ରସଙ୍ଗ; ତେଜିଲା ରାଜ୍ୟ ରାଜନୀତି

ଏଥିପାଇଁ ଖୋଦ୍ ଜିଲ୍ଲା ପ୍ରଶାସନ ହିଁ ଦାୟୀ ବୋଲି କହିଛି ବିଜେପି । ବାରିପଦାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପଛରେ ଅଦୃଶ୍ୟ ଶକ୍ତିର ଚକ୍ରାନ୍ତ ରହିଛି । ତୃତୀୟ ମହଲା ଆଡ଼କୁ ମଧ୍ୟ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । More

ଚାଲିଛି 5G ଚର୍ଚ୍ଚା, ହେଲେ ମିଳୁନି 2G ସେବା ! ଟେଲି ସାନ୍ଦ୍ରତାରେ କାହିଁକେତେ ପଛରେ ଓଡ଼ିଶା

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଏ ଘରୋଇ କମ୍ପାନିରେ କାମ କରନ୍ତି ପି. ନୀତିନ ସୁବୁଦ୍ଧି । ଏବେ ୱାର୍କ ଫ୍ରମ୍ ହୋମ୍‌ରେ । ଘରେ ଇଣ୍ଟରନେଟ୍ ଆସୁ ନଥିବାରୁ ନିଜ ସିଫ୍ଟ ଆରମ୍ଭ ହେବା ମାତ୍ରେ ଦୌଡ଼ି ଆସୁଛନ୍ତି ଏ ଗଛ ମୂଳକୁ । ଏମିତିକି ରାତି ସିଫ୍ଟ ହେଲେ ବି ଏଠାକୁ ଆସି କାମ କରୁଛନ୍ତି ବୋଲି କହିଛନ୍ତି ନୀତିନ । More

ବିଶ୍ୱ ହସ ଦିବସ; ବିଭିନ୍ନ ପାର୍କରେ ମନ ଖୋଲି ହସିଲେ ଲୋକେ

ହସିବା ଦ୍ୱାରା ରକ୍ତ ସଂଚାଳନ ଠିକ ରହେ, ମନ ପ୍ରଫୁଲ୍ଲ ରହେ । ଶରୀରକୁ ଶକ୍ତି ମିଳିବା ସହ ଉର୍ଜା ଜାଗ୍ରତ ହୋଇଥାଏ । ଆୟୁର୍ବେଦ କହୁଛି, ସବୁବେଳେ ହସିବା ଦ୍ୱାରା ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ । ହସିଲେ ମଣିଷ ମଧ୍ୟରେ ସକରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ ଜାଗ୍ରତ ହୁଏ । ବିଶେଷଜ୍ଞଙ୍କ ମତରେ, ହସିଲେ ଶରୀରରୁ ଏଣ୍ଡୋର୍ଫିନ୍ ନାମକ ହରମୋନ୍ ନିର୍ଗତ ହୋଇଥାଏ, ଯାହା ମାନସିକ ଅବସାଦକୁ ଦୂରେଇ ଦେଇଥାଏ । More

'ରାଜ୍ୟରେ କଳାପାହାଡ଼ଙ୍କ ଶାସନ ଚାଲିଛି, ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ଶାସନ ନାହିଁ'

ପ୍ରଚାର ସରିବାର ଦିନକ ପୂର୍ବରୁ ନିର୍ବାଚନୀ ସଭା ଓ ରୋଡ୍ ସୋ କରି ଆଜି ଏଭଳି ଅଭିଯୋଗ ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ମୈଦାନକୁ ଓହ୍ଲାଇଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। More

୮ ସୁଦ୍ଧା ଲଘୁଚାପ କ୍ଷେତ୍ର, ଅଧିକ ଘନିଭୂତ ହୋଇ ୯ ସୁଦ୍ଧା ଅବପାତ

ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଯିବା ମନା More

ନିରୀହ ଆଦିବାସୀଙ୍କୁ ସ୍ୱାବଲମ୍ବୀ ହେବାକୁ କହି ଠକିଦେଲେ, ଦାୟୀ କିଏ ?

କାଜୁ ଓ ଲେମନଗ୍ରାସ୍ ଚାଷ ନାଁରେ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ଠକେଇ ! More

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷାରେ ସାଂଘାତିକ ତ୍ରୁଟି

ହେଲିପେଡରେ ଡିଉଟି ପଡ଼ିଥିବା ଫାର୍ମାସିଷ୍ଟଙ୍କ କାରନାମା, ସେଲଫି ଉଠାଇ ଫେସବୁକରେ ପୋଷ୍ଟ କଲେ More

ମେ’ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ!

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏସମ୍ପର୍କରେ ସୂଚନା ଦେଇଛନ୍ତି । More

ଆଜି NEET ପରୀକ୍ଷା, ଓଡ଼ିଶାର ୨୭ଟି ସହରରେ ପରୀକ୍ଷା ଆୟୋଜନ

ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(NEET)। ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୪୧ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି। More

ଓଟିଭି କେୟାର୍ସ: ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମାଗଣାରେ ବିୟୁଟିସିଆନ୍‌ ଟ୍ରେନିଂ

ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆଉ ପାଦେ ଆଗେଇଛି ଓଟିଭି କେୟାର୍ସ। ଡାଟା ଏଣ୍ଟ୍ରିଂ ଓ ଟେଲରିଂ ପାଇଁ କାଉନସିଲିଂ ପରେ ଏବେ ଆରମ୍ଭ ହୋଇଛି ବିୟୁଟିସିଆନ୍‌ ପାଇଁ କାଉନସେଲିଂ। More

ବିଚ୍‌ ବଜାରରେ ରାତିରେ ବୁଲିଲା ଖଣ୍ଡା, ଘରକୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ହାଣିଲେ...

ବିଚ୍‌ ବଜାରରେ ରାତିରେ ବୁଲିଲା ଖଣ୍ଡା। ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।  More

ଭୋଟ୍ ବେଳେ ପ୍ୟାକେଜ ଘୋଷଣା: ଝାରସୁଗୁଡ଼ାରେ ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନ ଅଭିଯୋଗ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ବିଭିନ୍ନ ସମାଜ ଓ ବର୍ଗର ଭୋଟରଙ୍କୁ ଆଖି ଆଗରେ ରଖି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। More

ରାଜ୍ୟ ସରକାରଙ୍କ ଚୂନବୋଳା 5T ସ୍କୁଲ: ବାହାରେ ଚକ୍ ଚକ୍ , ଭିତରେ ଫମ୍ପା

ଖାଲି ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ରାଜ୍ୟର ଏକାଧିକ ହାଇସ୍କୁଲରେ ଏବେ ସମାନ ଅବସ୍ଥା। ସରକାରଙ୍କ 5T ସ୍କୁଲର ବିକଳ ଚିତ୍ର ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। More

ରାତି ୧୦ଟାରେ ଲେଡିଜ୍‌ ହଷ୍ଟେଲ୍‌ରେ ପଶିଗଲେ ଦୁର୍ବୃତ୍ତ

ରାତି ୧୦ଟା ବେଳେ ଲେଡିଜ୍‌ ହଷ୍ଟେଲ୍‌ରେ ପଶିଗଲେ ଦୁର୍ବୃତ୍ତ । ଘୋଷାରି ଆଣି ପିଟିଲେ, ଅଶ୍ଳୀଳ ଇଙ୍ଗୀତ କଲେ । ବିରୋଧ କରିବାରୁ ମାଡ ବି ମାରିଲେ । ପୋଲିସ ପହଞ୍ଚିଲା ବେଳକୁ... More

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ଚାଲିଗଲା ବିଜୁଳି: ବିଭ୍ରାଟକୁ ନେଇ IDCO-ଟାଟାପାୱାର ଦୋଷ ଲଦାଲଦି

କାର୍ଯ୍ୟକ୍ରମରେ ଦେଶର ଭବିଷ୍ୟତମାନଙ୍କୁ ଯେତେବେଳେ ଦୀକ୍ଷାନ୍ତ ଭାଷଣ ଦେଉଥିଲେ ମହାମହିମ, ଠିକ୍ ସେତିକିବେଳକୁ ଚାଲିଗଲା ବିଦ୍ୟୁତ।ଅଭିଭାଷଣ ଆରମ୍ଭର ୪ ମିନିଟ୍ ୧୧ ସେକେଣ୍ଡ ଭିତରେ ପାୱାର୍ ଫେଲ୍।  More

ILSର ନୂଆ ଆବିଷ୍କାର: ତରଳ ଝାଡ଼ା ଓ ମେଦ ମହୁଳତା ରୋକିବାରେ ସାଜିବ ରାମ ବାଣ

ଆଦିବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ୩ ବର୍ଷ ତଳେ ILSର ପୂର୍ବତନ ନିର୍ଦ୍ଦେଶକ ସ୍ବର୍ଗତ ଡକ୍ଟର ଅଜୟ ପରିଡ଼ା ଆରମ୍ଭ କରିଥିଲେ ଟ୍ରାଇବାଲ୍ ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନ୍ କାର୍ଯ୍ୟକ୍ରମ । More