ସଂକ୍ଷେପରେ ଆଜିର ତାଜା ଖବର - Friday, 10 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆସୁଛି ନୂଆ ଆପାର୍ଟମେଣ୍ଟ ମାଲିକାନା ନିୟମ, ମାଲିକ ସଂଘଙ୍କ ହାତରେ ରହିବ ଜମିର ମାଲିକାନା

ଆପାର୍ଟମେଣ୍ଟ ମାଲିକଙ୍କ ଅଧିକାରରେ ରହିବ କମନ୍ ଏରିଆ, ଦୂର ହେବ ବିଲଡର ଓ ଆପାର୍ଟମେଣ୍ଟ ମାଲିକଙ୍କ ଝିନ୍‌ଝଟ୍‌ । More

ସବୁ କିଛି ପୋଡ଼ି ଛାରଖାର୍‌, କେମିତି ଆଗକୁ ବଢ଼ିବ ଜୀବନ..?

ପ୍ରାଥମିକ ପର୍ଯ୍ୟାୟ କ୍ଷୟକ୍ଷତି ଆକଳନ କଲା ପ୍ରଶାସନିକ ଟିମ୍ । କେମିତି ଲାଗିଲା ନିଆଁ ତଦନ୍ତ ହେବ କହିଲେ ଅଗ୍ନିଶମ ଡିଜି । More

ନବ ହତ୍ୟା ପ୍ରସଙ୍ଗରେ ପୁଣି କଂପିଲା ବିଧାନସଭା ! ୪୧ ଦିନ ପରେ ବି ମୋଟିଭ୍ ସାମ୍ନାକୁ ଆସିନଥିବାରୁ ବିରୋଧୀଙ୍କ ହଙ୍ଗାମା

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ଓ ବିଜେପି । ଗୃହ ବାରମ୍ବାର ମୁଲତବି, ତଦନ୍ତ ପ୍ରକ୍ରିୟାକୁ ନେଇ ତେଜୁଛି ଅସନ୍ତୋଷ । More

ସରିଲା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ, ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଦେଉଛନ୍ତି ଦୃଷ୍ଟିବାଧିତ ପିଲା

ମାତୃଭାଷାରେ ପରୀକ୍ଷା ଦେଲେ ପିଲା । ମାଟ୍ରିକ ପରୀକ୍ଷା ପାଇଁ ଦୃଷ୍ଟିବାଧିତ ପିଲାଙ୍କ ମଧ୍ୟରେ ଉତ୍ସାହ । More

ପୁରୀରେ ପୁଣି ଲାଗିଲା ନିଆଁ

ପୁରୀରେ ପୁଣି ଲାଗିଲା ନିଆଁ। ନୀଳାଦ୍ରି କମ୍ଫ୍ଲେକ୍ସର ହାଣ୍ଡଲୁମ୍‌ ଶୋ’ ରୁମରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।  More

ନବ ଦାସଙ୍କ ଝିଅଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା ଗାଏବ !

ସାଇବର ଠକଙ୍କ ଜାଲରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ। ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟିଥିବା ଅଭିଯୋଗ ହୋଇଛି। More

ପରୀକ୍ଷା ହଲ୍‌ ଭିତରୁ ତଡ଼ିଦେଲେ ଶିକ୍ଷୟିତ୍ରୀ, ଏବେ ଛାତ୍ରଙ୍କ ପତ୍ତା ମିଳୁନି

ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ପରୀକ୍ଷାର୍ଥୀ ନିଖୋଜ More

ସ୍ତ୍ରୀଠୁ ଅଲଗା ହେବା ପାଇଁ ବାହାନା ! ହ୍ୱାଟ୍ସଆପ୍‌ରେ ପଠାଉଛନ୍ତି ମରିବା ଫଟୋ !

ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠୁ ଆସିଲା ହତ୍ୟା ଖବର। ପରିବାର ଲୋକଙ୍କ ପାଖରେ ପହଞ୍ଚିଲା ମୃତ୍ୟୁର ଫଟୋ, ଥାନାରେ ଅଭିଯୋଗ ବି ହେଲା । More

୨୪ ଘଣ୍ଟାରେ ୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଜି ମେଘୁଆ ପାଗ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। More

ଲିଭିନି ଲକ୍ଷ୍ମୀ ମାର୍କେଟ ନିଆଁ : ୩୫ ଘଣ୍ଟା ପରେ ବି ସମ୍ପୂର୍ଣ୍ଣ ଆୟତ୍ତକୁ ଆସିନି

ଓଡ୍ରାଫ୍ ସାଙ୍ଗକୁ ଫାୟାର ଟିମ୍ ନାକେଦମ୍ More

ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ : ଆଡମିଟ କାର୍ଡ, ପେନ୍, ପେନସିଲ ନେବାକୁ ଅନୁମତି

ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । More

ନିଆରା ଜନ୍ମ ଦିନ ! କେକ୍‌ ବଦଳରେ କାଟିଲେ ତରଭୁଜ, ରହିଛି ମହତ ଉଦ୍ଦେଶ୍ୟ.. ଜାଣନ୍ତୁ

ଆମେ ସମସ୍ତେ ଜାଣିଛନ୍ତି ଅସହ୍ୟ ଗରମରୁ ରକ୍ଷା ପାଇବାକୁ ହେଲେ ତରଭୁଜ ଭଳି ଫଳ ଖାଇବା ଜରୁରୀ । ଏଥିଇଁ ବିଭିନ୍ନ ସମୟରେ ଲୋକଙ୍କୁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥାନ୍ତି । More

ସମ୍ପୂର୍ଣ୍ଣ ଆୟତ୍ତକୁ ଆସୁନି ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁ; ଅଗ୍ନିକାଣ୍ଡରେ ଛାରଖାର ୪୩ ଦୋକାନ

ରାତି ୨ଟା ବେଳକୁ ପୁଣି ଧରିଥିଲା କୁହୁଳୁଥିବା ନିଆଁ । ନିଆଁ କାବୁ ପାଇଁ ଫାୟାର ଟିମ୍ ସହ ସାମିଲ ହୋଇଥିଲା ଓଡ୍ରାଫ୍ ଟିମ୍ । ନିଆଁ ଯେପରି ଅଧିକ ନବ୍ୟାପିବ ସେଥିପାଇଁ ଉପର ମହଲାରୁ ସାମାନପତ୍ର ଏମିତି ତଳକୁ ଫିଙ୍ଗା ଚାଲିଥିଲା । More

ଅଗ୍ନିକାଣ୍ଡରେ ଛାରଖାର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି; କୁହୁଳା ନିଆଁରୁ ଫେରିଲା ସୁନା

ପର୍ଯ୍ୟଟନ ସହ ପୁରୀକୁ ବୁଲି ଆସି ଶ୍ରୀକ୍ଷେତ୍ର ମାଟିର ମଜା ନେବା ବେଳେ ଉଭା ହେଲା ବଡ଼ ଅଘଟଣ । ରାତ୍ରୀ ଭୋଜନ ପାଇଁ ଏକାଠି ବସିଥିବା ବେଳେ ଖୁଆଇ ଦେଲାନି ଭୟାବହ ଅଗ୍ନିକାଣ୍ଡ । ପୁରୀ ମରିଚିକୋଟ ଛକସ୍ଥିତ ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁରେ ଛାରଖାର ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । More

କୋଣାର୍କ ଅଞ୍ଚଳ ସମୁଦ୍ରରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରା, କୌଣସି ଗୁପ୍ତଚର ପାରା ନୁହେଁ ତ ?

କୌଣସି ଶତ୍ରୁ ପକ୍ଷପଠାଇ ନ ଥିଲେ ତ ? ଗୋଡ଼ରେ ଲାଗିଥିବା କ୍ୟାମେରା ଓ ଚିପ୍ ରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି କି ? ଏହି କ୍ୟାମେରା ଓ ଚିପ୍ ଜରିଆରେ ବାହାରକୁ କିଛି ତଥ୍ୟ ପଠା ଯାଇଥିଲା କି ? ଏହା କୌଣସି ଗୁପ୍ତ ସୂଚନା ନୁହେଁ ତ ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଚାଲିଛି କସରତ । More

ମାଟ୍ରିକ ସମେଟିଭ୍-ଟୁ ପରୀକ୍ଷା; କପି ରୋକିବାକୁ ୭୪ଟି ସ୍କ୍ୱାଡ୍‌ ଗଠନ

ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜ୍ୟାମିତି ବକ୍ସ ନେବାର ଅନୁମତି ରହିଛି । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ମୋବାଇଲ ସ୍ୱିଚ ଅଫ୍ କରି ଗୋଟିଏ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ହୋଇଛି। More