ସଂକ୍ଷେପରେ ଆଜିର ତାଜା ଖବର - Thursday, 09 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ: ଗତଥର ପଚାରିଥିଲେ ଚୁନି କୋଉଠି, ଏଥର ଭେଟିବେ

ଯେଉଁ କଲେଜରେ ଦିନେ ପାଠପଢୁଥିଲେ, ସେହି ଶିକ୍ଷାନୁଷ୍ଠାନରେ ଏବେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । More

ଏସସିବିରେ ଲିଭର ପ୍ରତିରୋପଣ ପାଇଁ ଆଉ କେତେ ବର୍ଷ ?

୧୦ ବର୍ଷ ତଳୁ ଯୋଜନା ହେଲାଣି, କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଖତ ଖାଇଲାଣି। More

ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଏମିତିକା ପୋଷ୍ଟର ମାରିଲା କିଏ ?

ପୋଷ୍ଟର ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି । More

ଆଖିକୁ ଦେଖାଯାଉନି କିନ୍ତୁ କଣ୍ଠରୁ ଗୀତ ଶୁଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ.. ଶୁଣନ୍ତୁ

ଏ ଗୀତ ଶୁଣିଲେ ଆପଣଙ୍କ ଆଖିରୁ ବି ଝରିପଡିବ ଲୁହ । More

ଷ୍ଟେଜ ଉପରେ କାନ୍ଦିଲେ ନବଙ୍କ ଝିଅ, କହିଲେ- ‘କେବେ ଭାବି ନଥିଲି ବାପାଙ୍କ ନାଁ ପୂର୍ବରୁ ସ୍ୱର୍ଗତ ଲଗାଇବାକୁ ପଡ଼ିବ’

ସବୁଦିନ ପାଇଁ ନବ ଦାସଙ୍କୁ ହରାଇ ଖାଲି ପରିବାର ଦୁଃଖରେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଝାରଗସୁଗୁଡ଼ାବାସୀଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଛି। ଶ୍ରଦ୍ଧାଞ୍ଜଳି ସଭାରେ ନବଙ୍କ ଝିଅ, ପୁଅ, ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। More

ତୁର୍କୀ ପରେ ଗଳିପଡ଼ିବ କି ତାଳଚେର?

ତାଳଚେର ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡ଼ା) ଓ ଏମ୍ସିଏଲ୍ ମଧ୍ୟରେ ଭୁଗର୍ଭ କୋଇଲା ଖଣିରେ ବାଲି ଭର୍ତ୍ତି କରିବାକୁ ନେଇ ଚିଠିରେ ଖେଳ ଚାଲିଛି । ଆଉ ସହରବାସୀଙ୍କ ଉପରେ ଘନେଇବାରେ ଲାଗିଛି ବିପଦ। More

ଅଭାବନୀୟ ଦୃଶ୍ୟ: ପାଖରେ ଟଙ୍କା ନଥିବାରୁ ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ, ସବୁ ଦେଖୁଥିଲେ ହେଲେ ଚୁପ୍‌....

ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି। ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ୱାମୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତରେ ଦେଖିବାକୁ ମିଳିଛି। More

ଏହିସବୁ ଜିଲ୍ଲାକୁ କୁହୁଡ଼ି ଆଲର୍ଟ ! ଗାଡ଼ି ଚଲାଇବା ବେଳେ ସତର୍କ ରହିବା ପାଇଁ ପରାମର୍ଶ

ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି। More

ଅବସରର ୨୪ ବର୍ଷ ପରେ...ସ୍କୁଲ ଯାଉଛନ୍ତି, ମାଗଣାରେ ପାଠ ପଢାଉଛନ୍ତି

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଖାରୁଣୀ ଗାଁର ବନବିହାରୀ ଦାସ। ବୟସ ୮୫ ଡେଇଁଲାଣି। ହେଲେ ଏ ବୟସରେ ବି ପିଲାଙ୍କୁ ପାଠ ପଢାଇବାକୁ ସେ ପାଗଳ ପ୍ରାୟ। ୧୯୬୦ ମସିହାରୁ ଶିକ୍ଷକତା ଆରମ୍ଭ କରିଥିବା ବନ ସାର୍‌ ଏହାରି ମଧ୍ୟରେ ୨୪ ବର୍ଷ ହେଲାଣି ଚାକିରିରୁ ଅବସର ନେଲେନି More

ଜଙ୍ଗଲ ନିଆଁର ଆଁରେ ପୂରା ଓଡ଼ିଶା; ରାଜ୍ୟରେ ଦିନକୁ ଶହେରୁ ୨ଶହ ସ୍ଥାନରେ ଲାଗୁଛି ନିଆଁ

ଖରା ବଢ଼ିଲେ ଆହୁରି ଗମ୍ଭୀର ହେବ ସ୍ଥିତି More

ମୁଖ୍ୟମନ୍ତ୍ରୀ ପଦ ଲାଳସା ପାଇଁ ନବଙ୍କୁ ହତ୍ୟା କରାଗଲା: ପ୍ରଦୀପ ପୁରୋହିତ

CM ପଦ ପାଇଁ ଶନି ମନ୍ଦିର ପୂଜା କଥା ଲିକ୍ ହେବାରୁ ନବଙ୍କୁ ହଟାଗଲା ବୋଲି ସେ କହିଛନ୍ତି। More

ଆଉଟସୋର୍ସିଂ କର୍ମଚାରୀଙ୍କୁ ସରକାରଙ୍କ ଲଲିପପ୍ ! ସ୍ଥାୟୀ ନିଯୁକ୍ତି ବଦଳରେ ‘ମୋ ସରକାର’ ଭେଳିକି

ସଂସ୍ଥାମାନଙ୍କ ପାଇଁ ତିଆରି ହେବ ଗାଇଡଲାଇନ୍ସ More

ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ନିଆଯିବ ଗୁଜରାଟ; ହତ୍ୟାକାଣ୍ଡର ୧୧ ଦିନରେ କ୍ରାଇମ ସ୍ପଟ୍ ଗଲେ ଡିଜିପି

ହତ୍ୟାକାଣ୍ଡ ସ୍ଥଳରେ ଜଷ୍ଟିସ୍ ଦାସଙ୍କ ସରଜମିନ ଅନୁଧ୍ୟାନ More