Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 09 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Water Crisis In Nabarangpur : ଗାଁ ନାଁ ଶୁଣିଲେ ଭାଙ୍ଗି ଯାଉଛି ବାହାଘର ;୮୦ରୁ ଅଧିକ ଯୁବକ ଅବିବାହିତ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ବଡବାର୍ଲି ଗାଁର ନାଁ ଶୁଣିଲେ ଭାଙ୍ଗି ଯାଉଛି ବାହାଘର । ଝିଅ ଦେବାକୁ ରୋକଠୋକ୍ ମନା କରିଦେଉଛନ୍ତି ପରିବାର । More

Trading App Scam: ଟ୍ରେଡିଂ ଆପ୍ ନାଁରେ ଫେକ୍ ବିଜ୍ଞାପନକୁ ସାବଧାନ,ରାଉରକେଲାରୁ ଧରାପଡିଲେ ୯ ଜଣ

ଡିଜିଟାଲ୍ ଜମାନାରେ ଚତୁର ନହେଲେ, ସାଇବର ଲୁଟେରା ଚୁନ ଲଗାଇବା ଥୟ। କାରଣ ଚାରିଆଡ଼େ ମାଡ଼ିଯାଇଥିବା ଏହି ଅଦୃଶ୍ୟ ଲୁଟେରାଙ୍କ ଅସ୍ତ୍ର ସାଜିଛି ସୋସିଆଲ୍ ମିଡ଼ିଆ। ନକଲି ଆପ୍ ତିଆରି କରୁଛନ୍ତି, ଅନଲାଇନ ଟ୍ରେଡିଂ ନାଁରେ ଦି’ଗୁଣା ଅର୍ଥର ଲୋଭ ଦେଖାଇ ଲୁଟୁଛନ୍ତି କଷ୍ଟ ଉପାର୍ଜିତ ଟଙ୍କା। ଆଜି ଏମିତି ଏକ ଅନ୍ତର୍ଜାତୀୟ ରାକେଟର ଖୁଲାସା କରିଛି ରାଉରକେଲା ପୋଲିସ। ଯାହାର ମାଷ୍ଟରମାଇଣ୍ଡ ହେଉଛି, UAE ନାଗରିକତ୍ବ ହାସଲ୍ କରିଥିବା ଜଣେ ଅନ୍ତର୍ଜାତୀୟ ସାଇବର ଲୁଟେରା। ତାକୁ ମିଶାଇ ପୋଲିସ୍ ୯ ଜଣଙ୍କୁ ଧରିବା ସହ ୨୩ଟି ଆକାଉଣ୍ଟର କୋଟିଏ ୪୧ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି। More

Series Accident: ରାଜଧାନୀରେ ଭୟଙ୍କର ଦୁର୍ଘଟଣା; ପଛକୁ ପଛ ୩ ଟ୍ରକ୍ ମଧ୍ୟରେ ଧକ୍କା...

ସୂଚନା ଅନୁଯାୟୀ, କଟକ ଆଡକୁ ଯାଉଥିବା ଏକ ଟ୍ରକ୍ ପ୍ରଥମେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ଏହା ପଛରେ ଆସୁଥିବା ଅନ୍ୟ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଧକ୍କା ଦେଇଥିଲା । More

Panchang Today 9th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୧୨ଶୀ ରାତ୍ରି ୧୦.୫୫ ଗତେ ୧୩ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । More

Dhadi Darshan To Be Made At Puri Srimandir : ଶୃଙ୍ଖଳିତ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା

ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା । ଆଇନ ମନ୍ତ୍ରୀ କହିଛନ୍ତି, ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏହି ସପ୍ତାହ ଭିତରେ ପରିଚାଳନା କମିଟି ଗଠନ ହୋଇଯିବ । ଏହାପରେ କମିଟିର ନିଷ୍ପତ୍ତି ଏବଂ ପରାମର୍ଶ କ୍ରମେ ନାଟ ମଣ୍ଡପ ଭିତରେ ଥିବା ହୁଣ୍ଡିଗୁଡ଼ିକର ସ୍ଥାନାନ୍ତର ସାରି ଶୃଙ୍ଖଳିତ ଦର୍ଶନ ପାଇଁ ହେବ ଧାଡ଼ି ବ୍ୟବସ୍ଥା । ଏହି ନିଷ୍ପତ୍ତିକୁ ଶ୍ରଦ୍ଧାଳୁମାନେ ସ୍ବାଗତ କରିଥିବାବେଳେ ଧାଡ଼ି ଦର୍ଶନ ପାଇଁ କେମିତି ରହିବ ବ୍ୟବସ୍ଥା ସେନେଇ ବଢ଼ିଛି ଚର୍ଚ୍ଚା । More

No Injection: ଘରୋଇ ଔଷଧ ଦୋକାନରେ ଫୋଡ଼ାଯାଇ ପାରିବନି ଇଞ୍ଜେକ୍ସନ

ଔଷଧ ଦୋକାନରେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ିବା ମନା। ଧରାପଡ଼ିଲେ ଦୋକାନୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ମର୍ମରେ ସବୁ ସିଡିଏମ୍ଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ। ତେବେ କାହିଁକି ଏଭଳି ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟ ବିଭାଗ। More

Manas Mangaraj Blamed: ବଢୁଛି ପାଣ୍ଡିଆନ୍ ବିପକ୍ଷବାଦୀ ଓ ସପକ୍ଷବାଦୀ ଫାଇଟ୍, ମାନସ ମଙ୍ଗରାଜଙ୍କୁ ଦାୟୀ କଲେ ଯୁବ ନେତା

ନବୀନ ବିଜେଡି ବନାମ ପାଣ୍ଡିଆନ ବିଜେଡି। ଅସଲ ବିଜେଡି କାହା ପାଖରେ? ରାଜ୍ୟସଭାରେ ୱକ୍ଫ ବିଲ୍ ବିବାଦକୁ ନେଇ ଦୁଇଫାଳ ଦଳ। କିନ୍ତୁ କାହିଁକି ଅସହାୟ ନବୀନ? କାର୍ଯ୍ୟାନୁଷ୍ଠାନରେ ବିଳମ୍ଭ କାହିଁକି? ଗତକାଲିଠୁ ଖୋଲାଖୋଲି ଆରମ୍ଭ ହୋଇଛି ପ୍ରୋ ପାଣ୍ଡିଆନ ଆଉ ଏଗେନଷ୍ଟ ପାଣ୍ଡିଆନ ଫାଇଟ୍। ସୋସିଆଲ ମିଡିଆ ଆଉ ଗଣମାଧ୍ୟମକୁ ଆସି ମତ ରଖୁଛନ୍ତି ଜଣକ ପରେ ଜଣେ ନେତା।ଶଙ୍ଖ ଭବନ ଆଉ ନବୀନ ନିବାସରେ ଆରମ୍ଭ ହୋଇଛି ଲବି। More

Waqf Voting Controversy: ବିଜେଡି କଳି ତୁଟୁନ, ନବୀନ ନିବାସରେ ବରିଷ୍ଠ ଓ ଅଂଶୁମାନଙ୍କ ଘରେ ଯୁବ ନେତା ଏକାଠି

ୱକ୍ଫ ବିଲ୍ ଭୋଟିଂ ପରଠୁ ଦ୍ବନ୍ଦ୍ବ ଓ ଗୋଳମାଳରେ ଘାଣ୍ଟି ହେଉଛି ବିଜେଡି। ଦଳର ଷ୍ଟାଣ୍ଡରେ ହଠାତ୍ ୟୁ ଟର୍ଣ୍ଣକୁ ନେଇ ନିଇତି ଚାଲିଛି ନେତାଙ୍କ ବିଷୋଦଗାର ଓ ମେଳି। ଆଜି ବରିଷ୍ଠ ନେତାମାନେ ନବୀନ ନିବାସରେ ମୁଖିଆଙ୍କୁ ଭେଟିଥିବାବେଳେ, ଯୁବନେତା କବାଟ କିଳା ଆଲୋଚନା କରିଛନ୍ତି। ହେଲେ ସମସ୍ତେ କେବଳ ସାଂଗଠନିକ ନିର୍ବାଚନ ଚର୍ଚ୍ଚା କହି କଥା ବାଆଁରେଇଛନ୍ତି। ଏଣେ ଆଜି ଆଉ ଜଣେ ବରିଷ୍ଠ ନେତା ପଦ୍ମନାଭ ବେହେରା ମୁହଁ ଖୋଲି କହିଛନ୍ତି- ଏବେ ଯାହା ହେଉଛି ତାହା ଦଳ ପାଇଁ କ୍ଷତିକାରକ। More

BJD Conflict: ୪ଟି ଓଡ଼ିଆ ଢ଼ଗ ଓ ବିଜେଡିର ଶେଷ ଘଣ୍ଟି !

ଜନ୍ମ ହେବା ପରଠାରୁ କ୍ଷମତାରେ ରହିଆସିଛି BJD। ଗତ ନିର୍ବାଚନରେ ପ୍ରଥମ ଥର ବିଫଳତାର ସ୍ବାଦ ଚାଖି ଥିବା ଏହି ଆଂଚଳିକ ଦଳ ଏବେ ବିଚିତ୍ର ସଂକଟରେ ପଡ଼ିଛି। ଦଳ ଭିତରେ ଯେଉଁ ସ୍ଥିତି ଉପୁଜିଛି ଆପଣଙ୍କର ୪ଟି ଓଡ଼ିଆ ଢ଼ଗ ନିଶ୍ଚୟ ମନେପଡ଼ିବ। More