Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 08 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

No Injection: ଘରୋଇ ଔଷଧ ଦୋକାନରେ ଫୋଡ଼ାଯାଇ ପାରିବନି ଇଞ୍ଜେକ୍ସନ

ଔଷଧ ଦୋକାନରେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ିବା ମନା। ଧରାପଡ଼ିଲେ ଦୋକାନୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ମର୍ମରେ ସବୁ ସିଡିଏମ୍ଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ। ତେବେ କାହିଁକି ଏଭଳି ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟ ବିଭାଗ। More

Manas Mangaraj Blamed: ବଢୁଛି ପାଣ୍ଡିଆନ୍ ବିପକ୍ଷବାଦୀ ଓ ସପକ୍ଷବାଦୀ ଫାଇଟ୍, ମାନସ ମଙ୍ଗରାଜଙ୍କୁ ଦାୟୀ କଲେ ଯୁବ ନେତା

ନବୀନ ବିଜେଡି ବନାମ ପାଣ୍ଡିଆନ ବିଜେଡି। ଅସଲ ବିଜେଡି କାହା ପାଖରେ? ରାଜ୍ୟସଭାରେ ୱକ୍ଫ ବିଲ୍ ବିବାଦକୁ ନେଇ ଦୁଇଫାଳ ଦଳ। କିନ୍ତୁ କାହିଁକି ଅସହାୟ ନବୀନ? କାର୍ଯ୍ୟାନୁଷ୍ଠାନରେ ବିଳମ୍ଭ କାହିଁକି? ଗତକାଲିଠୁ ଖୋଲାଖୋଲି ଆରମ୍ଭ ହୋଇଛି ପ୍ରୋ ପାଣ୍ଡିଆନ ଆଉ ଏଗେନଷ୍ଟ ପାଣ୍ଡିଆନ ଫାଇଟ୍। ସୋସିଆଲ ମିଡିଆ ଆଉ ଗଣମାଧ୍ୟମକୁ ଆସି ମତ ରଖୁଛନ୍ତି ଜଣକ ପରେ ଜଣେ ନେତା।ଶଙ୍ଖ ଭବନ ଆଉ ନବୀନ ନିବାସରେ ଆରମ୍ଭ ହୋଇଛି ଲବି। More

Waqf Voting Controversy: ବିଜେଡି କଳି ତୁଟୁନ, ନବୀନ ନିବାସରେ ବରିଷ୍ଠ ଓ ଅଂଶୁମାନଙ୍କ ଘରେ ଯୁବ ନେତା ଏକାଠି

ୱକ୍ଫ ବିଲ୍ ଭୋଟିଂ ପରଠୁ ଦ୍ବନ୍ଦ୍ବ ଓ ଗୋଳମାଳରେ ଘାଣ୍ଟି ହେଉଛି ବିଜେଡି। ଦଳର ଷ୍ଟାଣ୍ଡରେ ହଠାତ୍ ୟୁ ଟର୍ଣ୍ଣକୁ ନେଇ ନିଇତି ଚାଲିଛି ନେତାଙ୍କ ବିଷୋଦଗାର ଓ ମେଳି। ଆଜି ବରିଷ୍ଠ ନେତାମାନେ ନବୀନ ନିବାସରେ ମୁଖିଆଙ୍କୁ ଭେଟିଥିବାବେଳେ, ଯୁବନେତା କବାଟ କିଳା ଆଲୋଚନା କରିଛନ୍ତି। ହେଲେ ସମସ୍ତେ କେବଳ ସାଂଗଠନିକ ନିର୍ବାଚନ ଚର୍ଚ୍ଚା କହି କଥା ବାଆଁରେଇଛନ୍ତି। ଏଣେ ଆଜି ଆଉ ଜଣେ ବରିଷ୍ଠ ନେତା ପଦ୍ମନାଭ ବେହେରା ମୁହଁ ଖୋଲି କହିଛନ୍ତି- ଏବେ ଯାହା ହେଉଛି ତାହା ଦଳ ପାଇଁ କ୍ଷତିକାରକ। More

ତାତିରୁ ମିଳିବ ଆଶ୍ୱସ୍ତି; ଆଜିଠୁ ସପ୍ତାହେ ଯାଏ ଛେଚିବ

ଆଜି ଉପକୂଳ ଓଡ଼ିଶା ସମେତ ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ  କେନ୍ଦ୍ର। More

Fire Breaks Out: ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ପୁରୁଣା ବ୍ୟାରିକେଡ

ଆଜି ସକାଳେ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟରେ ଥିବା ବ୍ୟାରିକେଡରେ ନିଆଁ ଲାଗିଯାଇଥିଲା। ହୁତୁହୁତୁ ହୋଇ ଜଳିଯାଇଥିଲା ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡ। ଧୂଆଁ ମୟ ହୋଇଯାଇଥିଲା ପୂରା ପରିବେଶ। More

Fire Breaks Out: ବଡ଼ ଅଘଟଣ; ପିଟିହେଲା, ଜଳିଗଲା

ଗତକାଲି ରାତି ପ୍ରାୟ ୩ଟା ୪୫ ମିନିଟ ସମୟରେ କାରଟି ଅନୁଗୋଳରୁ କଳମଛୁଇଁ ଅଭିମୁଖେ ଯାଉଥିଲା। ଏହି ସମୟରେ କାର୍‌ର ବେଗ ସ୍ପିଡ୍‌ ଥିଲା। କୁଇଓ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ପୋଲରେ ପିଟି ହୋଇଯାଇଥିଲା। More

Panchang Today 8th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ମଙ୍ଗଳବାର । ଚନ୍ଦ୍ର- କର୍କଟ ପ୍ରାତଃ ୦୭.୫୫ ଗତେ ସିଂହ । ତିଥି- ୧୧ଶୀ ରାତ୍ରି ୦୯.୧୩ ଗତେ ୧୨ଶୀ । ଘାତଚନ୍ଦ୍ର- ପ୍ରାତଃ ୦୭.୫୫ ଗତେ କର୍କଟ ଓ ମକର ରାଶିର । More

Homebuyers Can Claim Free Flat: କଥା ରଖୁନାହାନ୍ତି କି ବିଲ୍ଡର ? ମାଗଣାରେ ପାଇପାରିବେ ଘର; କେମିତି ପାଇବେ, ଜାଣନ୍ତୁ...

ଟଙ୍କା ନେଇ ଧାର୍ଯ୍ୟ ସମୟରେ ଦେଉନାହାନ୍ତି କି ଆପାର୍ଟମେଣ୍ଟ ? ସ୍ବପ୍ନର ଘର ପାଇଁ ଦଉଡ଼ି ଦଉଡ଼ି ଆଶା ମଉଳି ଗଲାଣି କି ? ଚିନ୍ତା କରନ୍ତୁନି।  More

SHGs Reconstitution: ସ୍ୱୟଂ ସହାୟିକା ଗୋଷ୍ଠୀରୁ କଟିଯିବ ବିଜେଡିର ଚେର !

ବିଜେଡିର ହାତବାରିସୀ ସାଜି ଭୋଟ୍ ବ୍ୟାଙ୍କ ଚଳାଇଥିବା SHGଙ୍କୁ ଝଟକା । ସ୍ୱୟଂ ସହାୟିକା ଗୋଷ୍ଠୀରୁ କଟିଯିବ ବିଜେଡିର ଚେର ! ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ସୂଚନା, ଏହି ମାସରୁ SHGର ହେବ ପୁନର୍ଗଠନ ହଟିବେ ପୁରୁଣା SHG ସଭାପତି ଓ ସମ୍ପାଦକ । More

BJD internal rift: 'ବିବେକ ଖେଳ'ରେ ବିଜେଡିରେ ହାହାକାର, ସବୁ ମୂଳରେ ନାହାଁନ୍ତି ତ ନବୀନ ?

କିଏ କରିଛି ରାଜ୍ୟସଭା ଖେଳ ? ୱାକଫ୍ ବିଲ୍‌କୁ ନେଇ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ପୋଷ୍ଟ ପରଠୁ ଦଳ ଭାଗଭାଗ ସ୍ଥିତିରେ ପହଞ୍ଚିବା ପରେ ମୁଖିଆ ନବୀନଙ୍କ ଅସମ୍ଭବ ନିରବତାକୁ ନେଇ ପ୍ରଶ୍ନ । ଏହା ଭିତରେ ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ନିଷ୍ପତ୍ତି କାହିଁକି ବଦଳିଲା ନବୀନ ସବୁ ଜାଣିଛନ୍ତି କହି ତାଙ୍କୁ ମୁହଁ ଖୋଲିବାକୁ ଆହ୍ୱାନ ଦେଇଛନ୍ତି ପ୍ରଫୁଲ୍ଲ । More

BJD Split in Halves: ଦି' ଫାଳ ବିଜେଡି; ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ

ପାଣ୍ଡିଆନଙ୍କ ପାଇଁ ବିଜେଡି ଦି' ଫାଳ । ଗୋଟିଏ ପଟେ ପାଣ୍ଡିଆନଙ୍କ ବିରୋଧରେ ନବୀନ ନିବାସ ଭିତରେ ଓ ନବୀନଙ୍କ ସମ୍ମୁଖରେ ପଡ଼ିଲା ନାରା । ଅନ୍ୟପଟେ ପାଣ୍ଡିଆନଙ୍କ ସପକ୍ଷରେ ଖୋଲୋଖୋଲି ବାହାରିଲେ ୪ ସାଂସଦ । ଦେବାଶିଷ ସାମନ୍ତରାୟଙ୍କୁ କାଉଣ୍ଟର କରି ଏହି ଚାରି ସାଂସଦ ମନ୍ତବ୍ୟ ସ୍ପଷ୍ଟ କରିଛି, ବିଜେଡିରେ ପାଣ୍ଡିଆନ୍ ସପକ୍ଷ ଓ ବିପକ୍ଷ ଦୁଇଗୋଷ୍ଠୀ । More

Basanti Durga Puja: କାହିଁକି ପାଳନ ହୁଏ ବାସନ୍ତୀ ଦୁର୍ଗାପୂଜା, ଦଶହରାଠାରୁ ଏହା କେମିତି ଅଲଗା

ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ। ଶରତ ଋତୁରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ। More