Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Thursday, 03 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Riverbed Illegal Landfill: ନୂଆନଈ ପଠା ଉପରେ କାହାର ପଡ଼ିଛି ଲୋଲୁପ ଦୃଷ୍ଟି?

ଜବର ଦଖଲକାରୀଙ୍କ କବ୍‌ଜାରେ ନଦୀ ପଠା। ପୁରୀ କୋଣାର୍କ ରାସ୍ତା ନୂଆନଈ ପଠାକୁ ବେଆଇନ ଭାବେ ଜବର ଦଖଲକରି ଶହ ଶହ ଟ୍ରାକ୍ଟର ମାଟି ଉଠାଯାଉଥିବା ଅଭିଯୋଗ। ହେକ୍ଟର ହେକ୍ଟର ଜମିକୁ ପାଣି ଯୋଗାଉଥିବା କେନାଲକୁ ପୋତି ସେଠାରେ ରିସୋର୍ଟ ନିର୍ମାଣ ହେଉଥିବା ଅଭିଯୋଗକରି ତାତିଲେ ସ୍ଥାନୀୟ ବାସିନ୍ଦା। More

Maoist Conflict: ଅପରେସନ୍ ‘କଗାର୍’ ପରେ...,ମାଓବାଦୀଙ୍କ ନୂଆ ଚାଲ୍ ନା ମୂଳପୋଛ ଭୟ?

ଦିନେ ଯାହା ହାତରେ କଥା କହୁଥିଲା ଗୁଳି ବନ୍ଧୁକ, ତାଙ୍କରି ମୁହଁରେ ଏବେ ମାଓ ଯନ୍ତ୍ରଣାର ଗାଥା । ଦିନେ ଯିଏ ଅଗନାଅଗନି ବନସ୍ତରେ ସୁରକ୍ଷାକର୍ମୀଙ୍କ ବିରୋଧରେ ଲଢୁଥିଲେ । ସିଏ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନକ୍ସଲବାଦ ବଦଳରେ ବିକାଶର ବାର୍ତ୍ତା ଦେଉଛନ୍ତି। More

Ragging: ବର୍ବରତାର ସୀମା ଟପିଲେ, ବ୍ଲେଡରେ ହାତକୁ କାଟି...

କଲେଜ ଓ ୟୁନିଭର୍ସିଟିରୁ କୋମଳମତି ପିଲା ପଢୁଥିବା ସ୍କୁଲକୁ ବି ମାଡିଲାଣି ରାଗିଂ ରୋଗ । ବର୍ବରତାର ସବୁ ସୀମା ପାର କରି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରକୁ ଅକଥନୀୟ ନିର୍ଯାତନା ଦେଇଛନ୍ତି ନବମ ଶ୍ରେଣୀ ପିଲା । More

Thakurani Jatra: ମଝି ରାତିରେ ମୁଣ୍ଡବାଳ ମୁକୁଳା କରି, କଳାଶାଢ଼ୀ ପିନ୍ଧି କିଛି ଦୂରରେ ଠିଆ ହୋଇ ଝିଅଟି କାହିଁକି କାନ୍ଦୁଛି?

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପଛରେ ରହିଛି ଏ ସୁନ୍ଦର ପୌରାଣିକ କାହାଣୀ। କେମିତି ଠାକୁରାଣୀରୁ ଝିଅ ପାଲଟି ଗଲେ ମାଆ, କେମିତି ପୂଜକରୁ ବାପା ପାଲଟି ଗଲେ ଦେଶବେହେରା? ପ୍ରତି ଦୁଇବର୍ଷରେ କାହିଁକି ହୁଏ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା? ପଢ଼ନ୍ତୁ ଏହି ରୋଚକ କାହାଣୀ... More

SpecialStory : ପଦାରେ ପଡିଗଲା ଦଳର ଅର୍ନ୍ତକନ୍ଦଳ; ବିଜେଡି ବିରୁଦ୍ଧରେ ବିଜେଡି ଜିତିଗଲା

ବୁଧବାର ବିଜେଡିର ପୌରାଅଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ଅନାସ୍ଥା ଭୋଟରେ ଗାଦି ହରାଇ ବସିଲେ। ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟରେ ୧୬ ଜଣ ବିଜେଡି କାଉନସିଲର ସଙ୍ଗିତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ। ହେଲେ ୬ ଜଣ ବିଜେଡି କାଉନସିଲର ପିଙ୍ଗୁଆଙ୍କୁ ସପୋର୍ଟ କରି ଭୋଟ ଦେବାରୁ ବିରତ ରହିଲେ। More

Budhi Thakurani yatra: ଆଜିଠୁ ବୁଢ଼ୀ ଠାକୁରାଣୀ ଯାତ୍ରା; ଶାଶୁଘରୁ ବାପଘରକୁ ଆସିବେ ମା’

ମା'ଙ୍କ ଆଗମନ ନେଇ ଦେଶୀ ବେହେରାଙ୍କ ଘର ସମ୍ମୁଖରେ ତିଆରି ହୋଇଛି ଅସ୍ଥାୟୀ ପୀଠ। ୨୫ ଦିନ ଧରି ଆୟୋଜିତ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗି ରହିବ। କିଭଳି ଯାତ୍ରା ସୁରୁଖୁରୁରେ ହେବ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ସ୍ଥାନୀୟ ବ୍ୟବସାୟୀ । More

Panchang Today 3rd April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଗୁରୁବାର । ଚନ୍ଦ୍ର- ବୃଷ ସନ୍ଧ୍ୟା ୦୬.୨୨ ଗତେ ମିଥୁନ । ତିଥି- ୬ଷ୍ଠୀ ରାତ୍ରି ୦୯.୪୧ ଗତେ ୭ମୀ । ଘାତଚନ୍ଦ୍ର- ବିଛା ରାଶିର, ସନ୍ଧ୍ୟା ୦୬.୨୨ ଗତେ କନ୍ୟା ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । More

Assembly: ରାତି ତମାମ ଚାଲିଲା ବିଧାନସଭା, ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌-୨୦୨୪

ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌ ୨୦୨୪ । ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଗୃହରେ ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । More

Fake Polic: କଟକରେ ନକଲି ପୋଲିସ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଠକୁଥିଲା ଅଭିଯୁକ୍ତ

ଚାକିରି କରାଇ ଦେବାକୁ କହି ଜିତାଂଶୁଙ୍କଠାରୁ ଗୁଣ୍ଡିଚା ହାତେଇ ନେଇଥିଲେ ଦେଢ଼ ଲକ୍ଷ ।ଏନେଇ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିବାପରେ ଗୁଣ୍ଡିଚା ଦଳେଇକୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ। ଏ More

Assembly: ବିଳମ୍ବିତ ରାତି ଯାଏଁ ଚାଲିଛି ବିଧାନସଭା, ରାତିରେ ବି ସରଗରମ ଆଲୋଚନା

ବିରୋଧୀ ଦଳ ବିଧାୟକମାନେ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରୁଥିବା ବେଳେ ଶାସକ ଦଳ ଏହାକୁ ପାରିତ କରିବା ନେଇ ଯୁକ୍ତି ବାଢୁଛନ୍ତି । ଦୀର୍ଘ ଦିନ ପରେ ବିଳମ୍ବିତ ରାତି ଯାଏଁ ବିଧାନସଭାରେ ଘମାଘୋଟ ଆଲୋଚନା ଚାଲିଛି । More

Exam Tension: ଗୋଟିଏ ଦିନରେ ଦୁଇଟି ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ

ଏକା ଦିନରେ ଦୁଇ ଦୁଇଟି ପରୀକ୍ଷାକୁ ନେଇ ଆଶାୟୀଙ୍କ ଭିତରେ ଦ୍ବନ୍ଦ୍ବ। ଆସନ୍ତା ୨୨ ତାରିଖରେ ଗୋଟିଏ ପଟେ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ବା RRB ଦ୍ବାରା ଜୁନିୟର ଇଂଜିନିୟର ପରୀକ୍ଷା ଥିବା ବେଳେ ସେହିଦିନ OPSCର ଓଏଏସ୍ ମୁଖ୍ୟ ପରୀକ୍ଷା ବି ରହିଛି। ଅନେକ ଛାତ୍ରଛାତ୍ରୀ ଉଭୟ ପରୀକ୍ଷା ଦେଉଥିବାରୁ ସେହିଦିନ କେଉଁ ପରୀକ୍ଷା ଦେବେ, କେଉଁ ପରୀକ୍ଷା ଛାଡିବେ ତାକୁ ନେଇ ଏବେ ଦ୍ବନ୍ଦ୍ବରେ। More

KIIT student Death: ପୁଅର ମୃତ୍ୟୁ ପାଇଁ କିଟ ମ୍ୟାନେଜମେଣ୍ଟକୁ ଦାୟୀ କଲେ ଅର୍ଣ୍ଣବଙ୍କ ପିତାମାତା

ଆହୁରି ବଢ଼ିଲା କିଟର ଅଡୁଆ। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ଦେଢ଼ମାସ ନପୁରୁଣୁ ପୁଣି ଜଣେ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ମୃତ୍ୟୁକୁ ନେଇ ହଇଚଇ ଭିତରେ, ଆଜି ଅର୍ଣ୍ଣବଙ୍କ ବାପା ଆଣିଛନ୍ତି ସାଂଘାତିକ ଅଭିଯୋଗ। କହିଛନ୍ତି ପୁଅ ମୃତ୍ୟୁ ପାଇଁ କିଟ୍ ମ୍ୟାନେଜମେଣ୍ଟର ଅବହେଳା ଦାୟୀ। ଏମିତିକି ପୁଅ ଆତ୍ମହତ୍ୟା କରିନି ବରଂ ତା ସହ ଆଉ କିଛି ଅଘଟଣ ଘଟିଥାଇ ପାରେ ବୋଲି ଆଶଙ୍କା କରିଛନ୍ତି ଅର୍ଣ୍ଣବଙ୍କ ବାପା। More

Rising Cancer Cases: ଫସଲରେ ଅଧିକ ରାସାୟନିକ ସାରର ପ୍ରୟୋଗ; ହୁ ହୁ ବଢୁଛି କ୍ୟାନସର

ଫସଲରେ ହେଉଛି ଅତ୍ୟଧିକ କୀଟନାଶକ ବ୍ୟବହାର । ଅଧିକ ଉତ୍ପାଦନ ଆଶାରେ ରସାୟନିକ ସାର ପ୍ରୟୋଗ କରୁଛି ଚାଷୀ । ଆଉ ଏଥିଯୋଗୁଁ ରାଜ୍ୟରେ ହୁ ହୁ ବଢୁଛି କ୍ୟାନସର ଭଳି ମାରାତ୍ମକ ରୋଗ।  More

Passenger Bus Overturns: ଟ୍ରକକୁ ସାଇଡ୍ ଦେବାକୁ ଯାଇ ଓଲଟିଲା ବସ୍; ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ !

ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍‌ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  More