ସଂକ୍ଷେପରେ ଆଜିର ତାଜା ଖବର - Sunday, 23 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Mahanadi Water Dispute: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନର ମହାନଦୀ ଜଳ ବିବାଦରେ ପଡ଼ିବ କି ଯବନିକା ?

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ବିବାଦ ଏବେ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିଲେ ବି ଟ୍ରିପଲ୍ ଇଞ୍ଜିନ ସରକାର କିଭଳି ଏହାର ଆପୋଷ ସମାଧାନ କରିବେ । ସେ ଦିଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆଗୁଆ ପ୍ରସ୍ତାବ ଦେଇଛନ୍ତି । ଖୁବ୍‌ଶୀଘ୍ର ସଚିବସ୍ତରରେ ଓ ପରେ ମନ୍ତ୍ରୀସ୍ତରୀୟ ଆଲୋଚନା ହେବ । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପରେ ଭାଇ ଭାଇର ଝଗଡ଼ା ଦୂରହେବ । More

Special Story: ଭାଣେଜୀ କହୁଥିବା ଯୁବତୀଙ୍କୁ ବୋହୂ କରି ନେଲେ OAS ବାବୁଙ୍କ ପରିବାର

ଆଦିବାସୀ ଯୁବତୀଙ୍କୁ OAS ବାବୁ ଧୋକା ଦେବାର କରୁଣ କାହାଣୀ ସାରା ଜିଲ୍ଲାରେ ବିଜୁଳି ଭାବେ ବ୍ୟାପି ଯାଇଥିଲା। ଆଉ ସମସ୍ତେ ମାର୍କଣ୍ଡପୁର ଗାଁର ଆଲବର୍ଟଙ୍କ ପରିବାରକୁ ଛି ଛି କହୁଥିଲେ। More

Attack: ବର୍ବରତା; ଭୋକିଲା ବୋଲି ଖଣ୍ଡାରେ ହାଣି ପକାଇଲେ

ଗତକାଲି ଭୋର ୪ଟା ୧୮ ମିନିଟରେରେ ଏକ ସ୍କୁଟରରେ ୩ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ବ୍ରହ୍ମପୁର ଗାନ୍ଧି ନଗର ସପ୍ତମ ଲାଇନ ଦେଇ ଯାଉଥିଲେ। ଏହି ସମୟରେ କଲୋନୀରେ ଥିବା ବୁଲା କୁକୁର ସେମାନଙ୍କୁ ଦେଖି ଭୋକିଥିଲେ। କୁକୁର ଭୋକୁଥିବା ଦେଖି ଦୁର୍ବୃତ୍ତମାନଙ୍କ ମୁଣ୍ଡକୁ ବିଷ ଚଢ଼ିଯାଇଥିଲା। More

Explosion: ବହି ଗୋଦାମରେ ବିସ୍ଫୋରଣ; ୩ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ହଠାତ୍ ବହି ଗୋଦାମରେ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ଗୋଦାମ ଭିତରେ ୩ ଜଣ ଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି  ପ୍ରଥମେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। More

Panchang Today 23th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର ।     ଚନ୍ଦ୍ର- ଧନୁ ଅହୋରାତ୍ର ତିଥି- ୯ମୀ ନିଶାନ୍ତ ୦୫.୩୮ ଗତେ ୧୦ମୀ More

Weather Updates: ଆଜି ବି ହେବ କାଳବୈଶାଖ; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଓ ଆସନ୍ତାକାଲି ପରେ ତାପମାତ୍ରା କ୍ରମଶଃ ବୃଦ୍ଧି ଘଟିବ । ଆଜି ପାଇଁ ୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରାଯାଇଛି। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। More

Lecturer Post Vaccancy: ଅଧାରୁ ଅଧିକ ୟୁନିଭର୍ସିଟିରେ ନାହାନ୍ତି କୁଳପତି, ୬୦ ପ୍ରତିଶତରୁ ଅଧିକ ଅଧ୍ୟାପକ ପଦବୀ ଖାଲି

ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମରୁଡି, ଅଧାରୁ ଅଧିକ ୟୁନିଭରସିଟିରେ ନାହାନ୍ତି କୁଳପତି, କର୍ମଚାରୀ ପଦ ଫାଙ୍କା। ରାଜ୍ୟରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟରେ ମଞ୍ଜୁରିପ୍ରାପ୍ତ ଅଧ୍ୟାପକଙ୍କ ସଂଖ୍ୟା ୨ ହଜାର ୨୭। ସେଥିରୁ କାର୍ଯ୍ୟରତ ଅଛନ୍ତି ମାତ୍ର ୬୭୪ ଜଣ ଅଧ୍ୟାପକ। ଫାଙ୍କା ପଡିଛି ୧୩ ଶହ ୫୩ ପଦବି। ଅର୍ଥାତ୍ ୬୦ ପ୍ରତିଶତରୁ ଅଧିକ ଅଧ୍ୟାପକ ପଦବି ଖାଲି। ସେହିପରି ୟୁନିଭରସିଟିର ବିଭିନ୍ନ ବିଭାଗରେ ମୋଟ ୨ ହଜାର ୮୭୯ ଅଣଶିକ୍ଷକ ପଦବି ରହିଥିବା ବେଳେ ଅଛନ୍ତି ମାତ୍ର ୭୯୮। More

Presumptuous JEE: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବେପାର ନିଶାକୁ ଦେଖି ତାଜୁବ୍ ଭିଜିଲାନ୍ସ: ତିନି ତିନିଟି ଫ୍ୟାକ୍ଟ୍ରି ଠାବ

ଭିଜିଲାନ୍ସ ରେଡରେ ସାଧାରଣତଃ ନଜରକୁ ଆସିଥାଏ ଟଙ୍କା-ସୁନା, କୋଠା-ବାଡ଼ି, ଗାଡ଼ି। ଦୁଇ ଲକ୍ଷ ନଗଦ କ୍ୟାସ୍ ସହ କାଲି ଧରାପଡ଼ିଥିବା ଯାଜପୁର ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କର ଏସବୁ ତ ଅଛି। ହେଲେ ବାବୁଙ୍କ ବେପାର ନିଶା ଭିଜିଲାନ୍ସକୁ ତାଜୁବ କରିଛି। ସାମ୍ନାକୁ ଆସିଛି ଭୀମସେନଙ୍କ ଭୁବନେଶ୍ବର ଉପକଣ୍ଠ ଆଲିସାନ୍ ବଙ୍ଗଳା ପରିସରରେ ଥିବା ତିନି ତିନିଟି ଫ୍ୟାକ୍ଟ୍ରି। More

Vanishing Melody: ବାୟୁମଣ୍ଡଳରେ ପରିବର୍ତ୍ତନ: ମଡ଼କ ପଡିଲେଣି ବାଇ ଚଢ଼େଇ 

ପ୍ରକୃତିର ଏକ ସୁନ୍ଦର ଉପହାର ବାଇ ଚଢେଇ। ତା’ଠାରୁ ତା’ ବସାକୁ ନେଇ ଅଧିକ ଚର୍ଚ୍ଚା। ଏହି ସୁନ୍ଦର ପକ୍ଷୀକୁ ନେଇ କେତେ ଯେ କାହାଣୀ କେତେ ଯେ କବିତା। କିନ୍ତୁ ମନୁଷ୍ୟର ଆଧୁନିକ ଜୀବନଶୈଳୀ ଯୋଗୁଁ ଏହି ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଲାଣି। ଗାଁ ମୁଣ୍ଡ ତାଳ ଗଛରେ ଆଉ ଶୁଭୁନି ବାଇ ଚଢେଇଙ୍କ କିଚିରି ମିଚିରି ଶବ୍ଦ। More

Gym Equipment Scam: CMCରେ ବଡ଼ ଘୋଟାଲା; ଜିମ୍ ଯନ୍ତ୍ରାଂଶ କିଣାରେ କୋଟି କୋଟି ଟଙ୍କା ଦୁର୍ନୀତି...

କଟକ ମ୍ୟୁନିସିପାଲଟି କର୍ପୋରେସନରେ ସାଂଘାତିକ ଘୋଟାଲାର ଅଭିଯୋଗ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୫ କୋଟି ଟଙ୍କାର ଦୁର୍ନୀତି ।  More

Illegal Ganja Racket Busted: ରାଜଧାନୀରେ ପୋଲିସର ବଡ ରେଡ; ଚା' ଦୋକାନରେ ବିପୁଳ ଗଞ୍ଜେଇ-ଗାରେଟ୍ ଜବତ...

ଗତକାଲି କୋଲ୍ଡ ଡ୍ରିଙ୍କସ ବୋତଲରୁ ମଦ, ଆଜି ପାନ ଦୋକାନରୁ ଗଞ୍ଜେଇ। ନିଶା କାରବାର ରୋକିବାକୁ କମିଶନରେଟ୍ ପୋଲିସର ବଡ଼ଧରଣର ରେଡ୍ ।  More