ସଂକ୍ଷେପରେ ଆଜିର ତାଜା ଖବର - Saturday, 15 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

holi celebration by political leaders: ହୋଲି ଖେଳିଲେ ୩ ରାଜନୈତିକ ଦଳର ସଦସ୍ୟ

ବିଜେପି ଶିବିର ଉତ୍ସାହିତ ଥିଲା, ନୂଆ ମଙ୍ଗୁଆଳ ଆସିବା ପରେ ଚଳଚଞ୍ଚଳ ଥିଲା କଂଗ୍ରେସ କ୍ୟାମ୍ପ। ହେଲେ ଖୁସି ମଉଜର ପର୍ବ ଭିତରେ ଖାଁ ଖାଁ ଥିଲା ଶଙ୍ଖ ଶିବିର। More

Holi Fever: ପୁରପଲ୍ଲୀରୁ ସହର, ରଙ୍ଗର ପର୍ବରେ ସମସ୍ତେ ସାମିଲ

ଫଗୁଣର ଫଗୁରେ ରଂଗୀନ ପୁରା ପରିବେଶ। ରଙ୍ଗମୟ ସାରା ରାଜ୍ୟ। ପିଲାଠୁ ବଡ଼ ସମସ୍ତେ ମସଗୁଲ ହୋଲି ଖେଳରେ। ଆନନ୍ଦ ଉଲ୍ଲାସର ସହ ରଙ୍ଗ ଖେଳି ପରସ୍ପରକୁ ଜଣାଇଛନ୍ତି ହୋଲିର ଶୁଭେଚ୍ଛା। More

Ashok Panda: ପୁଣି ପଦାରେ ବିଜେଡି କନ୍ଦଳ, ଧର୍ମପଦ ଉପାଖ୍ୟାନ ଶୁଣାଇ ଟାର୍ଗେଟ୍ କଲେ ଅଶୋକ ପଣ୍ଡା

ହୋଲିରେ ଧର୍ମପଦ ଉପାଖ୍ୟାନ ଶୁଣାଇଲେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା । ତଥାକଥିତ ଆଗଧାଡ଼ିର ବିଜେଡି ନେତାଙ୍କୁ କଲେ ଟାର୍ଗେଟ୍ । ବିପର୍ଯ୍ୟୟ ପାଇଁ ଦାୟୀ ନେତାଙ୍କୁ ପୁଣି ଦଳ ସମ୍ଭାଳିବା ଦାୟିତ୍ବ ମିଳିବାକୁ କଲେ କଡ଼ା ସମାଲୋଚନା । More

Murder In Bhubaneswar: ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ, ଗଡ଼ିଲା ୨ ମୁଣ୍ଡ

ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆରେ ମଧ୍ୟ ଜଣଙ୍କୁ ହତ୍ୟା କରିଛନ୍ତି । More

Heatwave: ହୋଲିରେ ଅଗ୍ନିବର୍ଷା; ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ ଜଗତସିଂହପୁରରେ ଗରମ ଓ ଗୁଳୁଗୁଳି ଏବଂ ମାଲକାନଗିରିରେ ରାତି ତାପମାତ୍ରା ଅଧିକ ରହିପାରେ। ଆସନ୍ତା ୧୮ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। More

Holi safety Tip: ହୋଲି ଖେଳ ବେଳେ କ’ଣ କରିବା କ’ଣ ନାହିଁ

ଆଜି ରଙ୍ଗର ପର୍ବ ହୋଲି। ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଅନ୍ୟ ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ୍ ଅଛନ୍ତି ଲୋକେ। More

Road Accident: ଏମିତି ଆସେ ମୃତ୍ୟୁ; ଝିଅ ଘର ସାମ୍ନାରେ ଚାଲିଗଲା ବାପାମା’, ଭାଇର ଜୀବନ

ଆଜି ସକାଳେ ବାପାମା’ ଓ ପୁଅ ଏକ ବାଇକ୍‌ରେ ଝିଅ ଘରକୁ ବାହାରି ଥିଲେ। ଝିଅ ଘରେ ପହଞ୍ଚିଲେ ସମସ୍ତେ ହୋଲି ଖେଳିବେ। ଏଥିପାଇଁ ସମସ୍ତେ ଖୁସିରେ ଥିଲେ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିନଥିଲା। ଯେପରି ସେହି ଖୁସିରେ କାହାର ନଜର ଲାଗି ଯାଇଥିଲା। More

Restrictions: ହୋଲିରେ କଟକଣା; ଦିନ ଗୋଟାଏ ସୁଦ୍ଧା ସାର ରଙ୍ଗ ଖେଳ

ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ୍ ମୁତୟନ ହେବେ । ଏଥିସହ ସହରରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ଏବଂ ବେଆଇନ ଭାବେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି ।... More

DeadBody : ରାଜଧାନୀରେ ଚାଞ୍ଚଲ୍ୟ; ବନ୍ଦ ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆଜି ସକାଳେ ଉଭୟଙ୍କ ମୃତଦେହ ଭଡ଼ା ଘରୁ ଉଦ୍ଧାର କରାଯାଇଥିଲା।  ତେବେ ଉଭୟଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ସେନେଇ ସ୍ପଷ୍ଟ ହୋଇନାହିଁ। ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ପରିବାର ଲୋକେ ପହଞ୍ଚିଲେ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ  ପଠାଯିବ ବୋଲି ଜଣାଯାଇଛି।  More

Holi celebration: ଆଜି ରଙ୍ଗର ପର୍ବ ହୋଲି; କ’ଣ ରହିଛି ପୌରାଣିକ ଗାଥା

ପିଲାଠୁ ବୁଢା ଆଜି ସମସ୍ତେ ହୋଲି ରଙ୍ଗରେ ରଙ୍ଗୀନ ହେବେ। ପୂରା ଦେଶ ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବ। ରଙ୍ଗ, ଅବିର ଓ ପିଚକାରୀ ସହ ଭଳି କି ଭଳି ଚଷମା ଓ ଟୋପି ଆଦି କିଣା ସରିଛି। ଶ୍ରୀମନ୍ଦିର ତଥା ବିଭିନ୍ନ ଦେବାଳୟ ମାନଙ୍କରେ ମଧ୍ୟ ହୋଲିକୁ ନେଇ ସ୍ୱତନ୍ତ୍ର ନୀତିକାନ୍ତି ରହିଛି। More

Panchang Today 15th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶନିବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ପ୍ରତିପଦ ଦିବା ୦୨.୩୩ ଗତେ ୨ୟା । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୮.୫୪ ଗତେ ।ପାଦ-କୃଷିହାନି-ଭୂମିଦାନ ଦିବା ୦୨.୩୩ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ । More

Big Plans For Bhubaneswar: ବଦଳିଯିବ ଭୁବନେଶ୍ୱର, ଖୁବ୍‌ଶୀଘ୍ର ଆରମ୍ଭହେବ ତିନି ଥାକିଆ ଏଲିଭେଟେଡ୍ ରୋଡ୍

କ୍ୟାପିଟାଲ ସିଟିର ସର୍ବାଧିକ ବ୍ୟସ୍ତବହୁଳ ରାସ୍ତା ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଗାଡ଼ି ଭିଡ଼ କମାଇବାକୁ ଏଲିଭେଟେଡ୍ ରୋଡ୍ ଯୋଜନା ଖୁବ୍‌ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଥିବା କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । More

Sarathi Baba: ପୁଣି ଅଡ଼ୁଆରେ ଆତ୍ମଘୋଷିତ ସାରଥି ବାବା; ଥାନାରେ ଏତଲାଦେଲେ ସମାଜସେବୀ

ସାରଥିଙ୍କ ଫଟୋରେ ତୁଳସୀ ଚଢ଼ାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରଖି ସମାନ୍ତରାଳ ପୂଜାର୍ଚ୍ଚନା କରିଛନ୍ତି ସାରଥିଙ୍କ ଅନୁଗାମୀ । ଅନୁଗାମୀ କହିଛନ୍ତି ସାରଥି ଓ ମହାପ୍ରଭୁ ଜଗନ୍ନାଥ ଏକ୍ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସଂସ୍କୃତି ଗବେଷକ ଅସନ୍ତୋଷ ଝାଡ଼ିଥିବାବେଳେ ମାମଲା ଥାନାରେ ପହଞ୍ଚିଛି । ତେବେ ଏହାପରେ ଏଭଳି ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ । More

Dola Purnima 2025: ଦୋଳ ପୂର୍ଣ୍ଣିମାରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନଦେଲେ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ

ପବିତ୍ର ଦୋଳ ପୂର୍ଣ୍ଣମୀ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଚାରିଆଡ଼େ ଚାଲିଛି ଦୋଳ ମେଳଣ, ଭଗବାନଙ୍କ ସହ ହେଉଛି ଭକ୍ତର ମିଳନ । ପୁରୀରେ ଆଧ୍ୟାତ୍ମିକତାର କ୍ଷେତ୍ର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦୋଳ ଉତ୍ସବ ନୀତି ସୃଷ୍ଟି କରିଛି ଭକ୍ତି ଓ ଭାବର ପରିବେଶ । ଶ୍ରୀମନ୍ଦିରରୁ ମଣି ବିମାନରେ ବିରାଜମାନ ହୋଇ ବଡ଼ ଦାଣ୍ଡକୁ ଆସିବା ପରେ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଫଗୁ ଅବିର ଖେଳରେ ମଜିଯାଇଥିଲେ ଭକ୍ତ । More

Naveen Patnaik: ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା; ବଳି ପଡ଼ିଲା କି ସମଦୂରତା ନୀତି ?

ଷ୍ଟାଲିନ୍‌ଙ୍କ ସଭା ପାଇଁ ସମର୍ଥନ ଦେଲେ । ଆଉ ତା ପରେ ପରେ ଦିଲ୍ଲୀ ଗଲେ । ନବୀନଙ୍କ ଏହି ମୁଭ୍ ପରେ ଏବେ ରାଜ୍ୟ ରାଜନୀତିରେ ଝଡ। ୨୦୨୪ ବିପର୍ଯ୍ୟୟ ପରେ ଜାତୀୟ ସ୍ତରରେ ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି କି ବିଜେଡି।  More

Raja Chakra Arrested: ରାଜା ଚକ୍ରଙ୍କ ପରେ ବଡ ମାଛ ଧରିବାକୁ ଯୋଜନା କରିଛି କି EOW ?

ରାଜା ଚକ୍ରଙ୍କ ପରେ କିଏ ? କାହାକୁ ଟାଣିବ କ୍ରାଇମବ୍ରାଞ୍ଚ ? ରାଜନେତା ନା ଆଇଏଏସ ନା ଆଇପିଏସ, କିଏ ଫସିବେ ? ରାଜା ଚକ୍ରଙ୍କ ବିଜନେସ୍ ପାର୍ଟନର ଆଇପିଏସ୍ ମିତ୍ରଭାନୁଙ୍କ ଶଳା କିଏ? ଗତକାଲି ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ବାବଦରେ ବଦ୍ରି ପାତ୍ରଙ୍କ ଖୁଲାସାପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା । More