ସଂକ୍ଷେପରେ ଆଜିର ତାଜା ଖବର - Wednesday, 05 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Nri Quota Scam: କିମ୍ସ, ହାଇଟେକ୍ ଓ ସମରେ EDର ମାରାଥନ୍ ରେଡ୍, ମେଡିକାଲ୍ ଆଡମିଶନରେ NRI କୋଟା ସ୍କାମ୍

କୋଲକାତା ଇଡିର 8ଟି ଟିମ୍ ରାଉରକେଲା ସହ ଭୁବନେଶ୍ବର ହାଇଟେକ୍ ହସ୍ପିଟାଲ୍ ଓ ଭୁବନେଶ୍ବରେ କିମ୍ସ ଓ ସମ୍ ହସ୍ପିଟାଲରେ ଏହି ଯାଞ୍ଚ କରୁଛି। ପୂର୍ବରୁ ଏଭଳି କେଳେଙ୍କାରୀରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ଗିରଫ ହୋଇଥିଲା ବେଳେ ଓଡ଼ିଶାରେ ଇଡିର ଏ ରେଡ୍ ଚର୍ଚ୍ଚା ସୃଷ୍ଟି କରିଛି। More

ସୁଭଦ୍ରାର ପଞ୍ଚମ ପର୍ଯ୍ୟାୟ ୮ରେ ମିଳିବ ଦ୍ବିତୀୟ କିସ୍ତି, ବଞ୍ଚିତ ମହିଳାଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ

ଆସନ୍ତାକାଲି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ, ଆଉ ଦିନକ ପରେ ୮ ତାରିଖରେ ମିଳିବ ଦ୍ବିତୀୟ କିସ୍ତି। ମାର୍ଚ୍ଚ ୩୧ରେ ଆବେଦନ ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ସରକାର। ଡୋର୍ ଟୁ ଡୋର୍ ବୁଲି ହିତାଧିକାରୀଙ୍କ ସର୍ଭେ କରାଯିବ। ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତି। More

Naveen Patnaik Target BJP: ବିଜେପି ସରକାର ଉପରେ ବର୍ଷିଲେ ନବୀନ; କହିଲେ. ‘ବିଜୁଙ୍କ ନାଁ କୁ କାଟିବାକୁ ବିଜେପି ଅପଚେଷ୍ଟା କରୁଛି’

ବିଜୁ ଜୟନ୍ତୀରେ ମୁହଁ ଖୋଲିଲେ ନବୀନ। ଶଙ୍ଖ ଭବନରେ ବିଜେପି ସରକାର ଉପରେ ବର୍ଷିଲେ। ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନକରିବା ନିଷ୍ପତ୍ତିକୁ କଲେ କଡା ସମାଲୋଚନା। More

Tragedy Strikes During OSSC Physical Test: ଦୌଡ ପରୀକ୍ଷା ବେଳେ ଟଳିପଡିଲେ ୩ ପରୀକ୍ଷାର୍ଥୀ; ପ୍ରଚଣ୍ଡ ଖରା ତାତିରେ କେମିତି ହେଉଥିଲା ଏତେ କଷ୍ଟସାଧ୍ୟ ପରୀକ୍ଷା ?

ଆଖି ସାମ୍ନାରେ ପଡିଛି ପୁଅର ଡେଡବଡି। ନା ଦେଖିହେଉଛି ନା କୋହ ସମ୍ଭାଳି ହେଉଛି। ଭେଣ୍ଡିଆ ପୁଅକୁ ହରାଇ ହସପିଟାଲରେ ଛଟପଟ ହେଉଛି ବାପା।  More

EOW Raid: ଅମାପ ସଂପତ୍ତି, ବିଶାଳ ସାମ୍ରାଜ୍ୟ: ଯେତେ ଖୋଳିଲେ, ସେତେ ବାହାରୁଛି ବେହିସାବ ସଂପତ୍ତିର ଅସରନ୍ତି ଚିଠା...

କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିଂ ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି ଘୋଟାଲାର ଚେର ଖୋଜୁଥିବା କ୍ରାଇମବ୍ରଞ୍ଚ୍ EOW ଆଜି ଦ୍ବିତୀୟ ଦିନରେ ବିଜେଡି ନେତା ରାଜା ଚକ୍ରଙ୍କ ସଂପତ୍ତି ତାଲିକା ଦେଖି ତାଜୁବ୍ ହୋଇଛି। More

Piyush Tripathi: ଟଙ୍କା ନେଇ ଅପେରା ମାଲିକକୁ ଠକିଦେଲେ ପୀୟୂଷ !

ଯାତ୍ରା ଜଗତରେ ପାଦ ଥାପିବା ପରେ ପୀୟୁଷ ପ୍ରଥମେ କୋଣାର୍କ ପରେ ପାର୍ବତୀ, ରଙ୍ଗମହଲ, ତୁଳସୀ, ଗୌରୀ ଓ ସ୍ବପ୍ନମହଲରେ କାମ କରିସାରିଛନ୍ତି । More

Heat Wave: ରାଜ୍ୟରେ ବଢୁଛି ଖରାର ପ୍ରକୋପ, ପ୍ରଥମ ଥର ପାଇଁ ତାତି ଛୁଇଁଲା ୩୯ ଡିଗ୍ରୀ

ଗତକାଲି ବୌଦ୍ଧରେ ୩୮.୫, ମାଲକାନଗିରିରେ ୩୮.୪, ଅନୁଗୁଳରେ ୩୭.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଥିଲା ୩୬.୪ ଡିଗ୍ରୀ । More

Panchang Today 5th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର ।  More

Mohan Majhi Invites Naveen: ବିଜୁ ଜୟନ୍ତୀ ପାଇଁ ମୋହନ କଲେ ନିମନ୍ତ୍ରଣ, ଆସିବେ ତ ନବୀନ ?

ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଭଳି ଜନନେତାଙ୍କ ଜନ୍ମଦିନକୁ ୩ ଦଶନ୍ଧି ଧରି ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । କିନ୍ତୁ ବିଜେପି ସରକାର ଚଳିତ ବର୍ଷ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ନ ପାଳିବାକୁ ଘୋଷଣା କରିଛନ୍ତି । More

Jatra Artist Piyush Tripathy: ଯାତ୍ରା ସିଂହବାହିନୀ ମାଲିକଙ୍କୁ ପୀୟୂଷ ତ୍ରିପାଠୀଙ୍କ ରୋକଠୋକ୍ ଜବାବ

ପୀୟୂଷ ଆହୁରି ମଧ୍ୟ କହୁଛନ୍ତି, ଯାତ୍ରା ସିଂହବାହିନୀ ମାଲିକ ଯାହା କହୁଛନ୍ତି ସତ କହୁଛନ୍ତି। ହେଲେ ଯେତକ ତାଙ୍କୁ ସୁହାଇବ ସେତକ ହିଁ କହୁଛନ୍ତି। ବଳକା କଥା କହୁନାହାନ୍ତି। ତେବେ ୫୫ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଆକାଉଣ୍ଟରେ ଦେଲେ ବୋଲି ମାଲିକ ଯାହା କହୁଛନ୍ତି, ବାକି ୨୦ ଲକ୍ଷ କେଉଁଠି ଓ କେମିତି ଦେଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପୀୟୂଷ। More

KIIT Student Death: କମିଶନ କରିବ କିଟ୍‌ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ସରଜମିନ ତଦନ୍ତ

ଅଭିଯୋଗ ନମ୍ବର ୫: ନିର୍ଯାତନା ଅଭିଯୋଗର ସମାଧାନରେ ବିଫଳ ହେବା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶୋଷଣରେ ସଂପୃକ୍ତ ନେଇ ଅଭିଯୋଗ ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କୁ ଅନୁରୋଧ ଏତେସବୁ ଗୁରୁତର ଅଭିଯୋଗ ପାଇବା ପରେ କ୍ଷୁବ୍ଧ ହୋଇଛନ୍ତି ଜାତୀୟ ମାନବାଧିକାର କମିଶନ। More

Son Killed Parents: ଅନଲାଇନ୍ ଗେମର ଲୋମଟାଙ୍କୁରା ପରିଣତି, ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ

ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ। ଏଭଳି ଏକ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଗଣ ହତ୍ୟାକାଣ୍ଡ ଘଟିଯାଇଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୁକ୍ତ ପୁଅ କିଛି ଦିନ ହେଲା ଅନଲାଇନ ଗେମ୍ ଖେଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। More

Panchayati Raj Day: ଏପ୍ରିଲ୍‌ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ, ଚିହିଁକି ଉଠିଲା ବିଜେଡି

ରାଜ୍ୟରେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି। ତେବେ ପ୍ରଥମ ଦିନରୁ ହିଁ ବିଜୁଙ୍କୁ ନେଇ ବିବାଦ ଦେଖାଦେଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ନେଇ କ୍ରୀଡ଼ା ବିଭାଗ ବିଜ୍ଞପ୍ତି ପ୍ରକାଶ କଲା। ଏହାପରେ ବିରୋଧ ହେବାରୁ ନିଷ୍ପତ୍ତିରୁ ଓହରିଥିଲେ ସରକାର। More

Olive Ridley: ଗହୀରମଥାରୁ ମୁହଁ ମୋଡ଼ିଲେଣି ଅଲିଭରିଡଲେ

ଗହୀରମଥାରୁ ମୁହଁ ମୋଡ଼ିଲେଣି କି ଅଲିଭରିଡଲେ? ଅଣ୍ଡାଦାନ ସମୟ ଗଡ଼ି ଯାଉଥିବା ବେଳେ ଅଲିଭରିଡଲେ ଚଳିତ ସିଜିନରେ କାହିଁକି ଗହୀରମଥା ଆସୁନାହାନ୍ତି? ଖାଁ ଖାଁ ଏବେ ବିରଳ କଇଁଛଙ୍କ ଅନ୍ତୁଡ଼ିଶାଳ। କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଅଲିଭ ରିଡଲେଙ୍କ ଅନୁପସ୍ଥିତିକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିବା ସହ ଗଣାଇଛନ୍ତି ଅନେକ କାରଣ । More