ସଂକ୍ଷେପରେ ଆଜିର ତାଜା ଖବର - Saturday, 01 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Odisha CM Mohan Majhi: ମୟୁରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ; ପ୍ରଥମ ଦିନରେ ଘୋଷଣା ହେଲା ଏହି ସବୁ ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ମୟୁରଭଞ୍ଜ ଗସ୍ତର ପ୍ରଥମ ଦିନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । More

Sankhamedi Village: ଓଡ଼ିଶା ନା ପଶ୍ଚିମବଙ୍ଗ; ଶଙ୍ଖାମେଦୀ କାହାର?

ପଶ୍ଚିମବଙ୍ଗ ସୀମାନ୍ତ ଗାଁ ଶଙ୍ଖାମେଦୀରେ ରହୁଛନ୍ତି ୧୫୦ ଓଡ଼ିଆ ପରିବାର। ଓଡ଼ିଆ ସ୍କୁଲ ଅଛି, ଓଡ଼ିଆ ଭୋଟର୍ ମଧ୍ୟ ଅଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଗାଁ ଲୋକଙ୍କୁ ରାସନକାର୍ଡ ଓ ଆଧାରକାର୍ଡ ମିଳିଛି। More

Four Marks Missing: ପୁଣି ବିବାଦରେ ମାଟ୍ରିକ ପରୀକ୍ଷା; ପ୍ରଶ୍ନପତ୍ରରୁ ଗାଏବ ହୋଇଯାଇଛି ମାର୍କ

ପ୍ରଶ୍ନପତ୍ରରେ ଏତେ ବଡ଼ ତ୍ରୁଟିକୁ ମାନିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ସ୍ୱୀକାର କରିଛନ୍ତି, ଭୁଲ୍‌ ହୋଇଛି। ତେବେ ପରୀକ୍ଷାର୍ଥୀଙ୍କ ଯେମିତି କୌଣସି କ୍ଷତି ହେବନି, ସେନେଇ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି। More

Naba Das Murder Case: କଡ଼ ଲେଉଟିବ କି ନବ ଦାସ ହତ୍ୟା ମାମଲା?

ମାର୍ଚ୍ଚ ପ୍ରଥମ ସପ୍ତାହରେ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ନବ ଦାସଙ୍କ ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ନୋଟିସ ଜାରି କରିଥିଲା କ୍ରାଇମବ୍ରାଞ୍ଚ। More

Protest for Medical: ନିର୍ମାଣାଧୀନ ଡାକ୍ତରଖାନା ସ୍ଥାନାନ୍ତରକୁ ବିରୋଧ...ସରପଞ୍ଚଙ୍କ ସ୍ୱାମୀ ନିଜ ଗାଁକୁ ନେବାକୁ କରୁଛନ୍ତି ମସୁଧା !

ଲୋକଙ୍କ କହିବା କଥା, ଅଧିକ ଲୋକ ରହୁଥିବା ଅଞ୍ଚଳରେ ଡାକ୍ତରଖାନା ନିର୍ମାଣ ହେଲେ ଅଧିକ ଲୋକ ଉପକୃତ ହେବେ। ମାତ୍ର ଏହି ଡାକ୍ତରଖାନାକୁ କମ୍ ଜନସଂଖ୍ୟା ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ମସୁଧା ଚାଲିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।  More

Agitation Against Liquor: ମଦ ଦୋକାନ ବିରୋଧରେ ଅଭିନଵ ପ୍ରତିଵାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୀର୍ତ୍ତନ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଝାଞ୍ଜ, ମୃଦଙ୍ଗ ବଜାଇ ନାମ ସଂକୀର୍ତ୍ତନ କରିବା ସହିତ ନିଆରା ପ୍ରତିବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବାଇପାସଠାରେ ଏକ ମଦ ବାର ଖୋଲିବା ନିମନ୍ତେ ସର୍ବସାଧାରଣଙ୍କ ଆପତ୍ତି ଅଭିଯୋଗ ନିମନ୍ତେ ନୋଟିସ ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି। ବାରର ନାମକୁ ଅମ୍ବିକାଙ୍କ ନାମରେ ନାମିତ ପାଇଁ ଆବେଦନ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। More

Weather Update: ପାରଦ ଉପରମୁହାଁ; ଏଥର ରେକର୍ଡ ଭାଙ୍ଗିବ ତାତି

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉଭୟ ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ । ଏବେ ପଶ୍ଚିମ ଓଡ଼ିଶାର ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି । More

Ration Card: ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜିଠୁ ଖୋଲିବ ’ରାସନ’ ପୋର୍ଟାଲ

ରାସନ କାର୍ଡରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ପାଇଁ ଖୁସି ଖବର। ଆବେଦନ କରିବାକୁ ମିଳିବ ପୁଣି ସୁଯୋଗ। ବାଦ୍ ପଡ଼ିଥିବା ଯୋଗ୍ୟ ପରିବାର ପାଇଁ ଆଜିଠୁ ଖୋଲିବ ପୋର୍ଟାଲ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। More

Naba Das Murder Mystery: ନୂଆମୋଡ଼ ନେଇପାରେ ନବ ଦାସ ହତ୍ୟା ମାମଲା; ଦୀପାଳି ଓ ବିଶାଳଙ୍କୁ ନୋଟିସ

ଚଳିତ ସପ୍ତାହରେ ହାଜର ଦେବାକୁ ଦୀପାଳି ଦାସ୍ ଓ ବିଶାଳ ଦାସଙ୍କୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ। ଚଳିତ ସପ୍ତାହରେ କୌଣସି ଦିନ ହାଜର ହେବାକୁ ନୋଟିସ୍ କରାଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କିଛି ଆପତ୍ତି ଥିଲେ ଉଭୟ ଜଣାଇପାରିବେ। ଉଭୟଙ୍କ ବୟାନ ମାମଲାକୁ ଦେଇପାରେ ନୂଆମୋଡ଼ । More

Today Panchang 1st Mar 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି- ୨ୟା ରାତ୍ରି ୧୨.୦୯ ଗତେ ୩ୟା । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । More

IPS Reshuffle: ଆଇପିଏସ ସ୍ତରରେ ଅଦଳ ବଦଳ, ବଦଳିଲେ ଟ୍ବିନ ସିଟି DCP

ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। More

Uttam Mohanty: 'ଅଭିମାନ'ରୁ ଆରମ୍ଭ କରି 'ବିଦ୍ୟାରାଣ'ରେ ଶେଷ ସ୍ବାକ୍ଷର, ମହାନାୟକଙ୍କୁ ଝୁରୁଛନ୍ତି ସିନେପ୍ରେମୀ

ସେ ଥିଲେ ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର୍। ସେ ଥିଲେ, ଫିଲ୍ମ ସୁପର୍ ଡୁପର୍ ହିଟ୍... ହଲ୍ ହାଉସଫୁଲ୍। ତାଙ୍କ ଚରିତ୍ର ନୁହେଁ... ତାଙ୍କ ନାଁ ହିଁ ଥିଲା ସିନେମାର ନାୟକ। ସେ ଉତ୍ତମ ମହାନ୍ତି...ଓଲିଉଡ୍ ଜଗତର ଅନ୍ୟତମ ମହାନାୟକ। More

Uttam Mohanty: ଅସ୍ତଗଲେ ଓଡିଆ ସିନେମା ଜଗତର ସୂର୍ଯ୍ୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ଅଭିମାନ କରି ଆସିଥିଲେ, ଆଉ ବିଦ୍ୟାରାଣ ପକାଇ ବିଦାୟ ନେଇଗଲେ । ଉତ୍ତମ ମହାନ୍ତି, ଆଉ ନାହାନ୍ତି । ତୁଣ୍ଡବାଇଦ ଭଳି ଖବର ସାରା ଓଡ଼ିଶାକୁ ସିନା ବ୍ୟାପି ଗଲା, ହେଲେ ବିଶ୍ବାସ ଲାଗୁନଥିଲା। More

Subhadra yojana: ମାର୍ଚ୍ଚ ୮ରେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଦିବସରେ ବ୍ରହ୍ମପୁରରେ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବେ ସରକାର। ବଡ଼ କଥା ହେଲା, ମାର୍ଚ୍ଚ 8 ରେ କୋଟିଏ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା। ପୂର୍ବରୁ 98 ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ଯାଇଥିବା ବେଳେ ଆଉ 2 ଲକ୍ଷ ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ବିଭାଗ। ଯେଉଁମାନଙ୍କ ଆକାଉଣ୍ଟରେ NPCI ଏବଂ KYC ସମସ୍ୟା ଥିଲା, ସେମାନଙ୍କ ପାଖକୁ ମଧ୍ୟ ଏଇ ଦିନ ଦୁଇଟି କିସ୍ତି ଯିବ। More

Uttam Mohanty Cremated: ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି

ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ସତ୍ୟନଗର ଶ୍ମଶାନରେ ପୁଅ ବାବୁଶାନ ମହାନ୍ତି ତାଙ୍କୁ ମୁଖାଗ୍ନି ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। More