ସଂକ୍ଷେପରେ ଆଜିର ତାଜା ଖବର - Thursday, 26 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Ipsita Sahoo: ପ୍ରତିଷ୍ଠା ଦିବସରେ ବିଜେଡି ନେତ୍ରୀ ହାତାହାତି, ଶଙ୍ଖ ଭବନରେ ଇପ୍‌ସିତା ସାହୁଙ୍କୁ ଚାପୁଡ଼ା ମାରିଲେ ମହିଳା କର୍ମୀ

ବିଜେଡି ଯୁବନେତ୍ରୀ ଇପ୍‌ସିତା ସାହୁଙ୍କୁ ସର୍ବ ସମ୍ମୁଖରେ ଚାପୁଡ଼ା ମାଡ଼ । ନିଜ ଦଳର ଅଫିସ୍ ଭିତରେ ନିଜ ଦଳର ଜଣେ ମହିଳା କର୍ମୀ ତାଙ୍କୁ ଚାପୁଡ଼ା ମାରିଛନ୍ତି । More

 Lack Of Shelter In Bhubaneswar: ରାଜଧାନୀରେ ବେଶାହାରାଙ୍କୁ ମିଳୁନି ଆଶ୍ରୟ; ଫୁଟପାଥରେ ଖୋଲା ଆକାଶ ତଳେ ବିତୁଛି ଜୀବନ

ରାତିର ଅନ୍ଧାର ଠାରୁ ବଳିଯାଉଛି ଶୀତ। କିଏ ଚାଦର ତ କିଏ କମ୍ବଳ ଖଣ୍ଡେ ଘୋଡି ହୋଇ ଯାକିଜୁକି ହୋଇ ଶୋଇଛନ୍ତି। ଫୁଟପାଥ୍ ପାଲଟିଛି ରାତିର ଠିକଣା।  More

Weather Updates: ଆଜିଠୁ ବଦଳିବ ପାଗ, କମିବ ବର୍ଷା ବଢ଼ିବ କୁହୁଡି; ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ତେବେ କାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। କାଲିଠୁ ବର୍ଷା ସଂପୂର୍ଣ୍ଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ। More

Panchang Today 26th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More

CM Mohan Majhi Criticizes BJD: BJDକୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍; କହିଲେ-'୨୪ ବର୍ଷରେ ବେକାର ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି' 

ସେ କହିଛନ୍ତି, ଗତ ୨୪ ବର୍ଷର ଶାସନ ଭିତରେ ଆମେ ବିକାଶର ଚିହ୍ନ ଦେଖିପାରିଲୁ ନାହିଁ । ୨୪ ବର୍ଷରେ ବେକାରୀ ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି। ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି, ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି।  More

Genuine Farmers To Be Identified: ନୂଆ ବର୍ଷରୁ ନୂଆ ସର୍ଭେ; ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ

ସରକାରୀ ଯୋଜନାରୁ ବାଦ ପଡିବେ ଅଣଚାଷୀ। ଜାନୁଆରୀରୁ ପଞ୍ଜିକରଣ ଆରମ୍ଭ। ଚାଷୀଙ୍କୁ ମିଳିବ ୧୪ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର। ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର।  More

Government Land Controlled by Mafia: ଜମି ଦଲାଲଙ୍କ ଦାଦାଗିରି; ଘର ଦେବାକୁ କହି ଆଦାୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ମାଫିଆଙ୍କ କବଜାରେ ସରକାରୀ ଜମ। ମନଇଛା ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକୁଛନ୍ତି ଦଲାଲ। ଗଛ ମୂଳେ ଚାଲୁଛି କାରବାର, ଟଙ୍କା ନେଣଦେଣ । ୫ କି ୧୦ ହଜାର ନୁହେଁ ପ୍ଲଟ ପିଛା ୫୦ରୁ ୫ଲକ୍ଷ ଯାଏଁ ବି ହେଉଛି ମୂଲଚାଲ। More

Rains Devastate Crops: ମାଟିରେ ଲୋଟୁଛି ଦାନାପାଣି, ଲଗାଣ ବର୍ଷାରେ ବର୍ବାଦ ହେଲାଣି ବର୍ଷକର ଆହାର

ଅଦିନିଆ ଲଘୁଚାପ ବର୍ଷାରେ ଗତ ସପ୍ତାହରେ ଯେତିକି ଫସଲ ଉଜୁଡ଼ିଥିଲା, ଏବେ ଦୋହରା ବର୍ଷା ଚଷା ପୁଅକୁ ଦେଇଛି ଡବଲ୍ ଝଟକା । ଦୋହଲାଇ ଦେଇଛି ଆର୍ଥିକ ଉତ୍ସକୁ । More

Raghubar Das: ପୁଣି ରାଜନୀତିକୁ ଫେରିବେ କି ରଘୁବର ଦାସ ? ଇସ୍ତଫା ପରେ ବଢିଲା ଚର୍ଚ୍ଚା

‘ମୋ ଭୂମିକା ସଂପର୍କରେ ଦଳ ନେବ ନିଷ୍ପତ୍ତି’ । ଇସ୍ତଫାର ଦିନକ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବିଦାୟୀ ରାଜ୍ୟପାଳଙ୍କ ଏ ପ୍ରଥମ ବୟାନକୁ କଳ୍ପନାଜଳ୍ପନା । More

Sand Art: ଚକୋଲେଟ୍‌ରେ ସାଣ୍ଟା କ୍ଲଜ୍‌ କରି ବିଶ୍ୱ ରେକର୍ଡ କଲେ ସୁଦର୍ଶନ

୫୫୦ କିଲୋଗ୍ରାମ ଚକୋଲେଟ୍ ବ୍ୟବହାର କରି ହୋଇଥିବା ଏହି ବାଲୁକା କଳାଟି ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ପର୍ଯ୍ୟଟକମାନେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି । More