ସଂକ୍ଷେପରେ ଆଜିର ତାଜା ଖବର - Sunday, 27 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦାନା ଖୋଲିଦେଲା ଆବାସ୍ ପୋଲ୍, ପ୍ରକୃତ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ

ପ୍ରତି ବର୍ଷ ବାତ୍ୟା ଆସୁଛି । ଝାଟି ମାଟି ଘର ଭାଙ୍ଗୁଛି । More

ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’, ଉଜାଡ଼ି ଦେଇଗଲା ସବୁକିଛି

ମଝି ରାତିରେ ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’ । ରାତି ପାହିଲା ବେଳକୁ ଅସମ୍ଭାଳ ବର୍ଷା ଅଜାଡ଼ି, ଉଜାଡ଼ି ଦେଇଗଲା ସବୁକିଛିକୁ । More

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କ୍ଷୟକ୍ଷତି ଆକଳନ କରି ଜଣାଇବାକୁ ଦେଲେ ନିର୍ଦ୍ଦେଶ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଅନୁଧ୍ୟାନ କରିଛନ୍ତି । More

ସାବାଡ଼ ହେବେ ଥାନାରେ ଉତ୍ପାତ କରୁଥିବା ଅମାନିଆ, କମିଶନରେଟ୍ ପୋଲିସର ନୂଆ ଯୋଜନା

ଥାନାକୁ ଆସି ଉତ୍ପାତ କରୁଥିବା ଅମାନିଆଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ପୋଲିସର ନୂଆ ଯୋଜନା । More

ତହସିଲଦାରଙ୍କୁ ଡିଜିଟାଲ୍ ଆରେଷ୍ଟ ଠକେଇ ! ଆକାଉଣ୍ଟରୁ ୯୦ ହଜାର ଉଡ଼ିଗଲା

ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ତାଳଚେର ତହସିଲଦାର । More

ରାଜଧାନୀରେ ବାଘ ଆତଙ୍କର ପର୍ଦ୍ଦାଫାସ; ବଣଭୂଆ ନେଇ ସ୍ପଷ୍ଟ କଲା ବନ ବିଭାଗ

ରାଜଧାନୀରେ ବାଘ ବୁଲୁନି, ବୁଲୁଛି ବଣଭୂଆ। ଭୁବନେଶ୍ବର ଏୟାରପୋର୍ଟ ଡମ୍ପିଂୟାର୍ଡ ନିକଟରେ ବାଘ ବୁଲୁଥିବା ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛି ବନବିଭାଗ । ଏହା କଲରାପତରିଆ ବାଘ ନୁହେଁ, ବରଂ ଏକ ବଣଭୂଆ ବୋଲି ସ୍ପଷ୍ଟ କରିଛି ବନ ବିଭାଗ । More

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ସ୍ଥାନ ପାଇଲେ ବୈଜୟନ୍ତ

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ କନସଲଟେଟିଭ୍ କମିଟିରେ ସ୍ଥାନ ପାଇଲେ ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । More

ବିଝାଂରପୁରରେ ମହାଘୋଟାଲା; ୯୦ ଲକ୍ଷ ଟଙ୍କାର ଭତ୍ତା ଦୁର୍ନୀତି ଅଭିଯୋଗ

ଯାଜପୁର ଜିଲ୍ଲା ବିଝାଂରପୁର ବ୍ଲକରେ ବଡ଼ ଧରଣର ଭତ୍ତା କେଳେଙ୍କାରୀ । ହଜାରେ କି ଲକ୍ଷେ ନୁହେଁ। ୯୦ ଲକ୍ଷ ଟଙ୍କାର ଭତ୍ତା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। More

ଯାଜପୁର ବରୀରେ ଲଜ୍ଜା; ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର ବରୀରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ପୀଡ଼ିତା ନାବାଳିକାଙ୍କ ଘର ନିକଟର ଜଣେ ପଡ଼ୋଶୀ ତାଙ୍କ ପ୍ରତି ଏଭଳି ପାଶବିକ ଅତ୍ୟାଚାର କରିଥିବା ନେଇ ବରୀ ଥାନାରେ ଅଭିଯୋଗ ହୋଇଛି। More

Panchang Today 27th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

‘ଦାନା’ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା; କହିଲେ, ବାତ୍ୟାରେ ବେଶୀ ପ୍ରଭାବିତ ହୋଇଛି ୩ ଜିଲ୍ଲା

ସେହିପରି ପ୍ରାୟ ୨ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି । ପାଣି ଛାଡିଲା ପରେ ଏହାର ଆକଳନ କରାଯାଇ ଚାଷୀମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । More

ବାତ୍ୟା ପରେ ପରେ ବର୍ଷା ଦାଉ, ଲଗାଣ ବର୍ଷାରେ ଜଳାର୍ଣ୍ଣବ ବାଲେଶ୍ବର ଓ ଭଦ୍ରକ

ବାତ୍ୟାର ଭୟ ସିନା ଟଳିଗଲା, ହେଲେ ବର୍ଷାଜନିତ ସମସ୍ୟା କିନ୍ତୁ ଚିନ୍ତା ବଢ଼ାଇଛି। ବିଶେଷ କରି ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ଯୁଆଡ଼େ ଚାହିଁବେ ଜଳବନ୍ଦୀ ସମସ୍ୟା।ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ମୟୁରଭଞ୍ଜର କାଳ ଓ ସୁନେଇ ଡ୍ୟାମରୁ ବନ୍ୟା ଜଳ ଛାଡ଼ିବା ପରେ ବୁଢ଼ାବଳଙ୍ଗ ଓ ସୋନ୍ ନଦୀର ଜଳସ୍ତର ବଢ଼ିଛି। More

‘ଦାନା’ ରଚିଥିବା ପ୍ରଳୟ ପରର ପୁଳା ପୁଳା ଚିହ୍ନ; କେଉଁଠି ମାଟିରେ ଲୋଟିଛି ଘର, ତ କେଉଁଠି ଛାରଖାର ଜୀବିକା

ଦାନା ନେଇଗଲା ବାତ୍ୟା ଦାନା। ଚାଷଜମିରେ ଅଣ୍ଟାଏ ପାଣିରେ ବୁଡି ରହିଛି ଚାଷୀର ଫସଲ। କେଉଁଠି ବିଶାଳ ଗଛ ଉପୁଡି ପଡିଛି ତ କେଉଁଠି ବର୍ଷା ଓ ପବନରେ ଭାଙ୍ଗି ଯାଇଛି ଘର। More

ଚାଷ ଉଜାଡ଼ିଲା, ବାସ ବି ଭାଙ୍ଗିଲା...ବହୁ ବିପନ୍ନଙ୍କ ଜୀବିକା ବୁଡ଼ାଇ ଦେଲା ‘ଦାନା’ର କୋପ

ଆକଳନଠାରୁ ବାତ୍ୟା ଦାନା ସିନା ଟିକେ କମ୍ ପ୍ରଭାବ ଦେଖାଇଲା, କିନ୍ତୁ ପବନଠାରୁ ଅଧିକ କନ୍ଦାଇଛି ବର୍ଷା। ଜୀବନ ବଞ୍ଚି ଯାଇଥିଲେ ବି ଜୀବିକା ଉପରେ ପଡ଼ିଛି ଦାନାର ପ୍ରହାର। କାହିଁକି ନା ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଫସଲ। More

ଶ୍ରୀଜଗନ୍ନାଥ ସଂସ୍କୃତିକୁ ବେଖାତିର୍; ଅବେଳାରେ ରଥଯାତ୍ରା କରିବ ଇସ୍କନ୍ !

ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ଏଥର ଦେଶ ନୁହେଁ, ବିଦେଶରେ। ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା। More