ସଂକ୍ଷେପରେ ଆଜିର ତାଜା ଖବର - Friday, 04 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମହାବାତ୍ୟା ପରଠୁ ଆଉ ଅଣ୍ଟା ସଳଖିପାରୁନି, ୪ ଜିଲ୍ଲାର ଚାଷୀ ହନ୍ତସନ୍ତ !

୨୫ ବର୍ଷ ଧରି ଜରାଜିର୍ଣ୍ଣ ପଡ଼ିଛି ଶୀତଳ ଭଣ୍ଡାର । ରାଜକନିକା ମାର୍କେଟ କମ୍ଲେସ ନିର୍ମାଣ କରି ଭୁଲି ଗଲେ । More

କାହାକୁ ଖାତିର ନାହିଁ, ବିରାଟ ପାହାଡ଼ର ଆଉ ଚିହ୍ନବର୍ଣ୍ଣ ନାହିଁ !

ପୋଲିସ୍‌କୁ ଡର ନା ପ୍ରଶାସନର କଟକଣାକୁ ଭୟ। ଯେତେ ପାରିଲେ, ଯେମିତି ପାରିଲେ ପଥର ଫଟାଇ ଲୁଟି ନେଉଛନ୍ତି ମାଟି ମା ବୁକୁରୁ ସମ୍ପଦ। More

ପାଖେଇଲାଣି ଶାରଦୀୟ ଦୁର୍ଗାପୂଜା, ଜରି ମେଢ ତିଆରିରେ ବ୍ୟସ୍ତ ମୁସଲମାନ କାରିଗର

ଷ୍ଟିଲ ସିଟି ରାଉରକେଲାରେ ବି ପ୍ରସ୍ତୁତି ଜୋରସୋର । ଆକର୍ଷଣ ପାଲଟିବ ଅଯୋଧ୍ୟା ପ୍ରେମ ମନ୍ଦିର, ଦ୍ବାରକା କୃଷ୍ଣ ମନ୍ଦିର ତୋରଣ । More

ପୂର୍ବ ସରକାରର ଫେଲ୍ ଆଳୁ ମିଶନକୁ ଆଗକୁ ନେବେ ମୋହନ ସରକାର

ନୀତି ସମାନ ଥିବାରୁ ଯୋଜନା ବି ବିଫଳ ହେବା ଆଶଙ୍କା ବୋଲି କହିଛି ବିଜେଡି । ବିଜେପି କହିଲା, ପୂର୍ବ ସରକାରର ଇଚ୍ଛାଶକ୍ତି ନଥିଲା, ଆମର ଫେଲ୍ ହେବନି । More

ବଳଦେବଜିଉଙ୍କ ପାଖରେ ବି କ’ଣ ଲାଗୁଛି ନକଲି ଘିଅ ?

ଜିଲ୍ଲା ପ୍ରଶାସନ ଓମଫେଡ୍ ସହ ଆଲୋଚନା କରି ଷ୍ଟକ୍ ଥିବା ଘିଅକୁ ଫେରାଇ ଦେଇଛି। More

ଜେଲରେ ଅବାଧ ନିଶା ସେବା ପଛରେ କିଏ ? ଟେନିସ୍ ବଲ୍‌ରେ ଯାଉଛି ମାଦକ ଦ୍ରବ୍ୟ

ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? ମାଳ ମାଳ ମାଦକ ଦ୍ରବ୍ୟର ହେଉଛି ଅବାଧ ପ୍ରବେଶ । More

‘ରାଜଭବନକୁ ରାଜନୀତିକୁ ଟାଣନି, ସାରା ଓଡ଼ିଶା ପଡ଼ିଛି ରାଜନୀତି କରୁନ’

ରାଜନୈତି ଉଦ୍ଦେଶ୍ୟ ନେଇ ରାଜ୍ୟପାଳଙ୍କୁ ଭେଟୁଛନ୍ତି। ତେବେ ବିଜେଡିର ଅଭିଯୋଗକୁ ନେଇ ରାଜଭବନ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। More

ଜିଲ୍ଲାଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବି, ମନ୍ତ୍ରୀ କହିଲେ ‘ଆଦିବାସୀଙ୍କୁ ନେଇ ନହେଉ ରାଜନୀତି’

ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଦିନକ ପାଇଁ ଠପ୍ ଅବିଭକ୍ତ କୋରାପୁଟ । More

ବଡ଼ ଅପରେସନ୍ ! ଗଡ଼ିଲାଣି ୩୦ ନକ୍ସଲ ମୁଣ୍ଡ

୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟାର୍ଗେଟ୍ ଦେଇଛନ୍ତି। ଏଯାଏଁ ୭୦ ପ୍ରତିଶତ ହ୍ରାସ ପାଇଥିବାବେଳେ ନକ୍ସଲ ବିରୋଧରେ ଲଢେଇ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିବା କହିଥିଲେ ଶାହ। ସେହି ଅନୁଯାୟୀ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏବେ ଜୋରଦାର ଚାଲିଛି ନକ୍ସଲ ବିରୋଧୀ ଅପରେସନ୍।  More

ଶିମିଳିପାଳରେ ବୁଲୁଛି କଳାବାଘ, କ୍ୟାମେରାରେ କଏଦ ହେଲା ଝଲକ୍

ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ । ଯାହାର ଝଲକ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି । More

ରକ୍ତ କର୍କଟ ଚିକିତ୍ସା କ୍ଷେତ୍ରରେ ଆଶ୍ବସ୍ତିଜନକ ଖବର; ସଫଳ ହେଲା ଓଡ଼ିଶାର ପ୍ରଥମ କାର୍ ଟି-ସେଲ୍ ଥେରାପି

ଚିମେରିକ୍ ଆଣ୍ଟିଜେନ୍ ରିସେପ୍ଟର ଟି-ସେଲ୍ ବା କାର୍ ଟି-ସେଲ୍ ଥେରାପି ମୟୂରଭଞ୍ଜର ଜଣେ ରକ୍ତ କର୍କଟ ଆକ୍ରାନ୍ତ ୧୫ ବର୍ଷୀୟା ନାବାଳିକା ଠାରେ ଫଳପ୍ରଦ ହୋଇଛି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି। More

ଜୋର୍ ଧରିଲା ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବି; ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ ପାଇଁ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି ।  More

ଓଡ଼ିଶା ପାଇଁ ଖୁସି ଖବର; ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କଲେ ଶିଳ୍ପପତି 

ଗତକାଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାୟ ୬୦୦ ଉଦ୍ୟୋଗପତି ଏଥିରେ ଯୋଗ ଦେଇଥିଲେ। ଶିଳ୍ପ ଅନୁକୂଳ ନୀତି ଯୋଗୁଁ ଶିଳ୍ପପତି ମାନେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।  More

ଜେଲ୍‌ରେ ବିଳମ୍ବିତ ରାତିରେ ସରପ୍ରାଇଜ୍‌ ରେଡ; ମିଳିଲା ବହୁ ତମାଖୁ ଓ ମାଦକ ଦ୍ରବ୍ୟ 

ସମ୍ବଲପୁର ମଣ୍ଡଳ କାରାଗାରରେ ଭୋର ପ୍ରାୟ ୪ଟା ବେଳେ ଅଚାନକ୍ ଚଢ଼ାଉ। ଜେଲ ଅନ୍ତେବାସୀଙ୍କ ଠାରୁ ମିଳିଲା ବହୁ ତମାଖୁ ଓ ମାଦକ ଦ୍ରବ୍ୟ  । More

Panchang Today 4th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୨ୟା ନିଶାନ୍ତ ୦୫.୩୧ ଗତେ ୩ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ନିଶାନ୍ତ ୦୫.୩୧ ପର୍ଯ୍ୟନ୍ତ। More

ଚାରିଆଡ଼େ ପାଣି ଆଉ ପାଣି, ଦୁର୍ଦ୍ଦଶା ଘେରରେ ଜୀବନ; ଦୁଃଖ ଦେଉଛି ପ୍ରକଳ୍ପ

ପାଣି...ପାଣି...ଆଉ ପାଣି । ଯୁଆଡ଼େ ଆଖି ବୁଲାଇଲେ ଜଳାର୍ଣ୍ଣବ ସ୍ଥିତି । ଘର ଭିତରେ ପାଣିର ସୁଅ । More

ହିତାଧିକାରୀଙ୍କ ଅର୍ଥ ସ୍ୱାହା, ଗୋଟିଏ ବ୍ୟାଙ୍କରେ ଆକାଉଣ୍ଟ, ଅନ୍ୟ ବ୍ୟାଙ୍କରୁ ଟଙ୍କା ହଡ଼ପ !

ପିଏମ୍ ଆବାସ ଯୋଜନା ଟଙ୍କା ଆତ୍ମସାତ ଅଭିଯୋଗ । ଶ୍ରମିକ କାର୍ଡ କରିବାକୁ କହି ଆକାଉଣ୍ଟ ଖୋଲି ଟଙ୍କା ହଡପ ଅଭିଯୋଗ । More

‘ଶିଳ୍ପ ହବ୍ ହେବ ଓଡ଼ିଶା’, ବିଶ୍ୱସ୍ତରୀୟ ନିବେଶକଙ୍କୁ ଡାକି ଆଣିବ ଓଡ଼ିଶା

୨୦୨୫ ଶିଳ୍ପ କନକ୍ଲେଭ-ଉତ୍କର୍ଷ ଓଡ଼ିଶା ପୂର୍ବରୁ ଆମ୍ବାସଡର୍ସ ମିଟ । ଦିଲ୍ଲୀରେ ଆମ୍ବାସଡର୍ସ ମିଟରେ ୩୪ ଦେଶର ପ୍ରତିନିଧିଙ୍କ ସହ କଥା ହେଲେ ସିଏମ୍ । More

ବବିଙ୍କ ଆକାଂକ୍ଷାରେ ପାଣି ଫଟେଇ ଦେଲେ କି ସୁଜାତା ?

ଇସ୍ତଫା ଦେବାର ପ୍ରଶ୍ନ ଉଠୁନି । ଆଉ ପ୍ରଣବ ପ୍ରକାଶ ଉପ-ନିର୍ବାଚନ ଲଢ଼ିବାର ନାହିଁ କହିଲେ ସୁଜାତା । More

ଓଡ଼ିଶା ଜଙ୍ଗଲରେ କଲରା ପତରିଆ ବାଘଙ୍କ ରାଜ୍

ରାଜ୍ୟରେ ଏବେ ୬୯୬ ଲିଓପାର୍ଡ, ୨ ବର୍ଷରେ ବଢ଼ିଛନ୍ତି ୧୨୮ । More