ସଂକ୍ଷେପରେ ଆଜିର ତାଜା ଖବର - Wednesday, 17 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଅରିନ୍ଦମ ଡାକୁଆ

ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିଯୁକ୍ତି । More

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ

ଆଜି ଅଙ୍ଗୁଲେଇରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର କର୍ମୀ ଉପସ୍ଥିତ ରହି ବୈଜୟନ୍ତଙ୍କ ସହ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। More

ମହଣ ମହଣ ଅଳଙ୍କାର ସତ୍ତ୍ୱେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗୁଛି ପୁରୁଣା ଅଳଙ୍କାର

କେବଳ ସୁନାବେଶ ନୁହେଁ, ଦୈନିକ ନୀତିକାନ୍ତିରେ ବି ଶ୍ରୀଜିଉ ମାନଙ୍କୁ ସେଇ ପୁରୁଣା ଅଳଙ୍କାର ପିନ୍ଧାଯାଉଛି। ଖାଲି ପୁରୁଣା ନୁହେଁ ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୨୧ ସୁନାବେଶ ବେଳେ ଜଗନ୍ନାଥଙ୍କ ମସ୍ତକରେ ଲାଗିଥିବା ଭଙ୍ଗା କିରୀଟର କିଆଫଳିକୁ ଲୁଚାଇବାକୁ ଯାଇ ସେଇ ସ୍ଥାନରେ ମଲ୍ଲିଫୁଲ ଲଗାଯାଇଥିଲା। ଯାହା ବ୍ୟଥିତ କରିଥିଲା ଭକ୍ତ-ସେବାୟତ ଓ ପ୍ରତିଟି ଜଗନ୍ନାଥପ୍ରେମୀଙ୍କୁ। More

ଆକାଶ ଛୁଆଁ ପରିବା ଦର ! ଚାଷୀ ବିକୁଛି କମରେ, ଖାଉଟି କିଣୁଛି ଅଧିକରେ...

ସଚେତନ ଗ୍ରାହକଙ୍କ ଅଭିଯୋଗ, ମଝିରେ ମିଡିଲମ୍ୟାନ୍ କମାଉଛନ୍ତି ମୁନାଫା । କେବେ ହେବ ପରିବା ମଣ୍ଡି, କେବେ ଲାଗିବ ରେଟ୍ ଚାର୍ଟ ? More

୫ ଦଶନ୍ଧି ପରେ ଭିତର ଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ

୪୬ ବର୍ଷ ପରେ ଖୋଲିବ ରାଜରାଜୁଡ଼ା ଅମଳର ସିନ୍ଦୁକ ଓ ଆଲମିରା। ଖଟଶେଯ ଘରକୁ ଅଣାଯିବ ମହାପ୍ରଭୁଙ୍କ ଦିବ୍ୟ ଆଭୂଷଣ। More

ସ୍କାନରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’, ଯୋଜନାର ଦାତା ଦଇବ କେହି ନାହିଁ...!

ସାଂଘାତିକ ଅଭିଯୋଗ ଆଣିଲେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ । ‘ଭଗବାନ ଭରସାରେ ଚାଲିଥିଲା ସ୍କିମ୍, ମନିଟରିଂ କରୁଥିଲା ଥାର୍ଡଫ୍ଲୋର୍’ । More

ହାଉସ୍ ସର୍ଜନଙ୍କୁ ନର୍ସ ସାର୍ ନଡାକିବାରୁ SCBରେ ଘନଉଛି କଳି

ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ । କାଲିଠୁ ରାଜ୍ୟବ୍ୟାପି କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର । More

ବିଜେପି ସରକାରକୁ ଜଗିବେ ନବୀନଙ୍କ ୫୦ ବିଧାୟକ

ନିଜ ଦଳର ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ବିରୋଧୀ ଦଳ ନେତା ନବୀନ। ସରକାରଙ୍କ କାର୍ଯ୍ୟ ଉପରେ ନିଘା ରଖିବାକୁ ନିଜ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି। More

ଘରେ ବନାନ୍ତୁ ସୁଆଦିଆ ‘କଦଳୀ କୋପ୍ତା’

ଘରେ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ କଞ୍ଚା କଦଳୀରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘କଦଳୀ କୋପ୍ତା’। More

ପୁଅ ସାଜିଲା ପିଶାଚ, ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ

ମାତୃହନ୍ତା ପାଲଟିଲା ପୁଅ । ମାଆର ତଣ୍ଟି ଚିପି ପୁଅ ମାରି ଦେଇଥିବା ଅଭିଯୋଗ । ବାଲେଶ୍ବର ଜିଲ୍ଲା ତାଳପଦା ଗାଁରେ ଅଭାବନୀୟ ଘଟଣା More

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ମୁମ୍ବାଇରୁ ଆସିଲା ମରଶରୀର

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମରଶରୀର । ମୃତ ଶ୍ରମିକଙ୍କ ପତ୍ନୀ ଓ ଝିଅଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ । ସମବେଦନା ଜଣାଇବା ସହ ଝିଅର ପାଠପଢ଼ାରେ ସହଯୋଗ ପାଇଁ ଦେଲେ ଭରସା । More

SCBରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ହାଉସ ସର୍ଜନ ସଂଘ; ରୋଗୀସେବା ବାଧାପ୍ରାପ୍ତ...

ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ବି ସମାଧାନ ହେଲାନି ବିବାଦ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ହାଉସ ସର୍ଜନ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ। ରୋଗୀସେବା ବାଧାପ୍ରାପ୍ତ। More

ଛତୁ ଫୁଟିଲା ଭଳି ହସ୍ପିଟାଲ; ଆବଶ୍ୟକ ଭିତ୍ତିଭୂମି ନଥାଇ କିଭଳି ଚାଲିଛି ରୋଗୀ ସେବା ?

କାହା ପାଖରେ ଫାୟାର ଲାଇସେନ୍ସ ଓ କ୍ଲିନିକାଲ ଏଷ୍ଟାବ୍ଲେସମେଣ୍ଟ ସାର୍ଟିଫିକେଟ ଅଛି ତ ଆଉ କାହାର ନାହିଁ । ସବୁ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି କିଛି ହସ୍ପିଟାଲ ।  More

ସପ୍ତାହେ ଭିଜାଇବ ! ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା । ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । More

Panchang Today 17th July 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୧୧ଶୀ ରାତ୍ରୀ ୦୯.୦୩ ଗତେ ୧୨ଶୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ରାତ୍ରି ୦୯.୦୩ ଗତେ ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ। More

ଆଜି ଶ୍ରୀଜିଉଙ୍କ ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି...

ପୁରି ଉଠିବ ସିଂହଦ୍ବାର, ଉଚ୍ଛୁଳିବ ବଡ଼ଦାଣ୍ଡ। ସକାଳୁ ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୁଢ଼ ୩ ଠାକୁର।  More

ଗୁରୁବାର ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର, ସକାଳ ୯ଟା ୫୧ରୁ ୧୨ଟା ୧୫ ଶୁଭ ମୁହୂର୍ତ୍ତ 

ଖଟଶେଯ ଘରକୁ ସ୍ଥାନାନ୍ତର ହେବ ସିନ୍ଦୁକ ଓ ଆଲମାରୀରୁ ଅଳଙ୍କାର । ମୁଖ୍ୟ ପ୍ରଶାସକ କହିଲେ ସେଠି ପଡ଼ିଛି ୨ଟି ନୂଆ ତାଲା । More

ନୂଆ ସରକାରକୁ ମାସେ ପରେ ବି AG ପଦବୀ ଖାଲି, ଲମ୍ବୁଛି ଆଶାୟୀଙ୍କ ତାଲିକା..!

AG ଭଳି ପଦବି ଖାଲି ପଡ଼ିବା ନେଇ ବିଜେଡିର ସମାଲୋଚନା। ଠିକ୍ ସମୟରେ ଠିକ୍ ବ୍ୟକ୍ତିଙ୍କୁ ଦିଆଯିବ ନିଯୁକ୍ତି କହିଲା ବିଜେପି । More

ରାଗିଲେ ଅଞ୍ଚଳବାସୀ; ମେୟରଙ୍କ ଉପରେ ଖପ୍ପା, ମନ୍ତ୍ରୀଙ୍କ ପାଖେ ଦେଲେ ଫେରାଦ

ଲୋକଙ୍କ ରୋଷର ଶିକାର ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ବର୍ଷା ଦିନରେ ରାସ୍ତା ଓ ପରିମଳର ଦୁରବସ୍ଥା କଥା ଉଠାଇ, ମେୟରଙ୍କୁ ମନଭରି ଶୁଣାଇଲେ ଲୋକେ । More

ଗୃହ ବିଭାଗରେ ମାଳ ମାଳ OSD, ବିଜେଡି ମାର୍କା ବାବୁଙ୍କ ସଂଖ୍ୟା ୫ !

ପୂର୍ବତନ ପ୍ରଶାସକ କହିଲେ ନିଯୁକ୍ତି ନୁହେଁ ଆକ୍ସନ । କିଭଳି ତ୍ୱରାନ୍ୱିତ ହେବ ବିଭାଗୀୟ ପ୍ରୋସିଡିଂ ଉଠିଲା ପ୍ରଶ୍ନ । More

ତେଜିଲା ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନ ମଧ୍ୟରେ ବିବାଦ

ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ଦୋଷ ଲଦାଲଦି । More