ସଂକ୍ଷେପରେ ଆଜିର ତାଜା ଖବର - Friday, 05 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୨୨ ତାରିଖରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ; ୨୩ରେ ହେବ ଉପବାଚସ୍ପତି ନିର୍ବାଚନ

ଆସନ୍ତା ୨୨ ତାରିଖରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୫ ମସିହା ପାଇଁ ରାଜ୍ୟ ବଜେଟ୍। More

ରାଜ୍ୟରେ ୟୁନିଭର୍ସିଟି ଶିକ୍ଷାରେ ଅଚଳାବସ୍ଥା; ୧୭ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଛି ୬୦ ପ୍ରତିଶତ ପଦ...

ତଥ୍ୟ ଅନୁଯାୟୀ, ରାଜ୍ୟର ୧୭ଟି ସରକାରୀ ବିଶ୍ବବିଦ୍ୟାଳୟରେ ଏବେ ୬୦% ପ୍ରାଧ୍ୟାପକ ବା ପ୍ରଫେସର ପଦ ଖାଲି ପଡ଼ିଥିବାବେଳେ ୬୬% ଅଣ-ଶିକ୍ଷକ ପଦ ଖାଲି ପଡ଼ିଛି। ବିଧାନସଭାରେ ଚଳିତ ବର୍ଷ ଫେବ୍ରୁଆରୀ ୭ ତାରିଖରେ ଏକଥା ସ୍ବୀକାର ବି କରିଛନ୍ତି ରାଜ୍ୟ ସରକାର। More

ଓଡ଼ିଶା ଆସିବେ ୪ ବାଘୁଣୀ ସମେତ ୫ ମହାବଳ ବାଘ

ଅଗଷ୍ଟ ସୁଦ୍ଧା ଡେବ୍ରିଗଡ଼ ଓ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳକୁ ଏଇ ୫ ନୂଆ ମହାବଳଙ୍କୁ ଅଣାଯିବ। More

ଦାରିଙ୍ଗବାଡିର ଶୋଭା ବଢ଼ାଇବ ଚେରୀ ବ୍ଲସମ୍, ପ୍ରଥମ ଥର ଲଗାଯିବ ଜାପାନୀ ଫୁଲ ଚାରା

ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟରେ ଚେରୀ ବ୍ଲସମ୍ ଗଛ ଲଗାଯିବ । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଏହି ଚାଷ ହେବାକୁ ଯାଉଛି। More

ମାଗଣାରେ ଦେଲେନି କ୍ୟାରି ବ୍ୟାଗ୍‌; ଏବେ ୧୬ ଟଙ୍କା ପାଇଁ ଗଣିବେ ୩୩ ହଜାର ଫାଇନ

ଉପଭୋକ୍ତାଙ୍କୁ ୧୬ ଟଙ୍କାର କ୍ୟାରି ବ୍ୟାଗ ନଦେବାରୁ, ବଲାଙ୍ଗିର ସହର ଭିତରେ ଥିବା ବିଶାଲ ମେଗା ମାର୍ଟକୁ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତ ୩୩ ହଜାର ଟଙ୍କା ଫାଇନ କରିଛନ୍ତି। More

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ

୯୩ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଦେହାନ୍ତ ହୋଇଛି। More

ଖୋଲିବ ରତ୍ନଭଣ୍ତାର ! ଆସନ୍ତାକାଲି ଚୂଡ଼ାନ୍ତ ନିଷ୍ପତ୍ତି

ରତ୍ନ ଭଣ୍ଡାର ଖୋଲିବା ନେଇ ଗତକାଲି ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। More

‘ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର, ୬ରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି'

ଏନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। More

ନିଦ ହଜାଇଛି ନିଅଣ୍ଟିଆ ବର୍ଷା, କେମିତି ହେବ ଫସଲ ଚିନ୍ତାରେ ଚାଷୀ

ନିଅଣ୍ଟିଆ ବର୍ଷା, ଚାଷୀ ଚିନ୍ତାରେ । କିଭଳି ଚାଷ ବାସ କରିବେ ଆଶା ଆଶଙ୍କାରେ ରହିଛନ୍ତି ଚାଷୀ । More

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସ୍କଲାରସିପ୍, ୬ ଜଣଙ୍କୁ ମିଳିଲା ଘନଶ୍ୟାମ ଦାସ ମେଧାବୃତ୍ତି

ସ୍କଲାରସିପ୍‌ ପ୍ରଦାନ କରାଯାଇଥିବା ୬ ଜଣ ଛାତ୍ରଛାତ୍ରୀ ହେଲେ ପ୍ରିୟାଂଶୁ ପଣ୍ଡା, ହିମାଂଶୁ ଶେଖର ପାତ୍ର, ପ୍ରସନ୍ନ କୁମାର, ଅଭିପ୍ସା ଚୌଧୁରୀ ଏବଂ ପ୍ରିୟଙ୍କା ଦଳାଇ । More

ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସଜେଇ ହେଲାଣି ରଥ-ପଥ; ସେବାୟତଙ୍କଠୁ ପ୍ରଶାସନ, ସମସ୍ତେ ତୟାର..

ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସଜେଇ ହେଲାଣି ରଥ, ସଜେଇ ହେଲାଣି ପଥ। ଦଇତାପତିଙ୍କଠୁ ଆରମ୍ଭ କରି ପ୍ରଶାସନ, ବିଶ୍ୱକର୍ମା ମହାରଣାଙ୍କ ଠାରୁ ଆରମ୍ଭ କରି ଚିତ୍ରକର କାହାରିକୁ ତର ନାହିଁ। More

ରାଜ୍ୟରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ; ଟ୍ୱିନ୍‌ସିଟିର କୃତ୍ରିମ ବନ୍ୟା ପରିଚାଳନା ପାଇଁ ନିଆଯିବ IITର ସହାୟତା

ଆଜି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ପରେ ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। More