ସଂକ୍ଷେପରେ ଆଜିର ତାଜା ଖବର - Monday, 17 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚଳିତ ବର୍ଷ କନହେଇ କଥା ପୁରସ୍କାର ପାଇବେ ଯୁବ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ

ଆଜି ସଂଧ୍ୟାରେ ବିବେକାନନ୍ଦ ମାର୍ଗ ସ୍ଥିତ 'ସଂକେତ' ପରିସରରେ କନହେଇଲାଲ୍ ସ୍ମୃତି ସଂସଦର ଏକ ବୈଠକରେ ଏହା ଘୋଷଣା କରାଯାଇଛି। More

ରଜ ଗଲା, ତଥାପି ନିଖୋଜ ମୌସୁମୀ; ଚାଷୀଙ୍କୁ ଘାରିଲା ଗଜା ମରୁଡ଼ି ଆଶଙ୍କା

ଅକ୍ଷି ତୃତୀୟାରୁ ବୁଣା ଯାଇଥିବା ଧାନ, ଖରାରେ ଜଳି ଗଜା ମରୁଡ଼ି ସ୍ଥିତି ହେଲାଣି। ପାଣିପାଗ ବିଭାଗ ବି ମାନିଛି, ଜୁନରେ ରାଜ୍ୟରେ ଏବେ ସୁଦ୍ଧା ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି, ତେବେ ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ। More

ପଲିଟିକ୍ସରେ ପଶିବନି SHG ! ରାଜ୍ୟରେ ବନ୍ଦ ହେବନି ବରଂ ଦୌଡ଼ିବ ମିଶନ ଶକ୍ତି

ଭୋଟ୍ ବ୍ୟାଙ୍କରେ ଗଣା ହେବନି କି ପଲିଟିକ୍ସରେ ପଶିବନି SHG । ବିଜେପି ସରକାରରେ ମିଶନ ଶକ୍ତିକୁ ଗୁରୁତ୍ୱ । More

ଲାଞ୍ଚ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ! ୨୪ ଘଣ୍ଟା, ୩୬୫ ଦିନ କାମ ହେବ...

ଦିନର ୨୪ ଘଂଟା ଏବଂ ବର୍ଷର ୩୬୫ ଦିନ କାମ ହେବ। ଆଜି ହିଁ ବୈଠକ କରି ବିଭାଗର ଆଗାମୀ ରୋଡ଼ମ୍ୟାପ ନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। More

ଜିଲ୍ଲାପାଳଙ୍କ ନିଷ୍ପତ୍ତି, ଗଞ୍ଜାମ, ଭଦ୍ରକ, ବରଗଡ଼ରେ ୨୦ ଯାଏଁ ସ୍କୁଲ ଛୁଟି

ଆସନ୍ତା ୨୦ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ରହିବ। ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ନେଇ ‘ଏକ୍ସ’ରେ ଗଂଜାମ DEO ସୂଚନା ଦେଇଛନ୍ତି। ସେହିପରି ଆସନ୍ତାକାଲି ବାଲେଶ୍ବର ଜିଲ୍ଲାରେ ସବୁ ସ୍କୁଲ ଛୁଟି ରହିବ। ୧୯ ତାରିଖରୁ ସବୁ ସ୍କୁଲ ସକାଳୁଆ ଖୋଲିବାକୁ ନିର୍ଦ୍ଦେଶ ଜାରି ହୋଇଛି। More

ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ, ମୁତୟନ ହେବେ ୮ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ

ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବ ଲାଗି ବିଧାନସଭାରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ପୋଲିସ କମିଶନର ସୁରକ୍ଷା ଦାୟିତ୍ବରେ ଥିବାବେଳେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ୍ ନିୟୋଜିତ ହୋଇଛନ୍ତି । More

ଟ୍ରାକ୍ଟରକୁ ପିଟିଲା କାର୍‌, ଚାଲିଗଲା ୪ ଜୀବନ

ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ କାର୍‌ରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । More

Panchang Today 17th June 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି-  ୧୧ଶୀ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି More

ମୋହନ ସରକାର ଆଗରେ ଅନେକ ଆହ୍ବାନ; କେଉଁ କ୍ଷେତ୍ରକୁ ମିଳିବ ପ୍ରାଥମିକତା ?

ଦାଦନମୁକ୍ତ ଓଡ଼ିଶା। ପେଟ ଓ ପାଟକୁ ପାଣି। ପ୍ରାକୃତିକ ସଂପଦର ସୁବିନିଯୋଗ। ନୂଆ ପିଢ଼ିର ଶିଳ୍ପ ସ୍ଥାପନ। ଏସବୁ ମୋହନ ସରକାର ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍।  More

ନୂଆ ମନ୍ତ୍ରୀଙ୍କୁ ନୂଆ ଚ୍ୟାଲେଞ୍ଜ; ଜାଣନ୍ତୁ କାହା ଆଗରେ ରହିଛି କେଉଁ ସମସ୍ୟା...

ବିଭାଗ ବଣ୍ଟନ ପରେ ନୂଆ ମନ୍ତ୍ରୀଙ୍କୁ ନୂଆ ଚ୍ୟାଲେଞ୍ଜ । ମୋହନଙ୍କ ମନ୍ତ୍ରିମଣ୍ଡଳ ଆଗରେ ୧୦୦ ଦିନର ଚ୍ୟାଲେଞ୍ଜ । ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଛନ୍ତି ଗୃହ, ଅର୍ଥ ଭଳି ୬ଟି ବିଭାଗ । More

ସରିଗଲା ୨୪ ବର୍ଷର ଶାସନ; ପହଞ୍ଚିଲାନି ବିକାଶ… ମିଳିଲାନି ମୁନ୍ଦାଏ ପାଣି, ହଟହଟ୍ଟା ଏବେ ବି ଲୋକେ

୨୪ ବର୍ଷର ପ୍ରତିନିଧିତ୍ୱ ଭିତରେ ନା କୌଣସି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଛି ନା ଦୂର ହୋଇଛି ଗ୍ରାମାଂଚଳ ବାସୀଙ୍କ ଦୁଃଖ । More

 ଶ୍ରୀମନ୍ଦିରରେ ଅସମ୍ଭବ ଭିଡ଼; ଗରମ ଓ ଗୁଳୁଗୁଳି ସତ୍ତ୍ବେ ଭକ୍ତଙ୍କ ଛୁଟୁଛି ସୁଅ...

ଚାରିଦ୍ବାର ଫିଟିବା ପରେ, ଭକ୍ତଙ୍କ ଭିଡ଼ରେ ଫାଟିପଡ଼ୁଛି ଶ୍ରୀମନ୍ଦିର। ଏପଟେ ରଜଛୁଟି ଓ ରବିବାର। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଛନ୍ତି ହଜାର ହଜାର ଲୋକ।  More

କାୟା ମେଲାଉଛି ‘ଡିପଥେରିଆ’, ମୁନୁଷପଦର ଗାଁରେ ବଢୁଛି ମୃତ ଓ ସଂକ୍ରମିତ ଶିଶୁଙ୍କ ସଂଖ୍ୟା

ରାୟଗଡ଼ା କାଶୀପୁର ଇଲାକାରେ ଏବେ ଘାତକ ସାଜିଛି ଡିପଥେରିଆ ରୋଗ । ନେଉଛି ଜଣଙ୍କ ପରେ ଜଣେ ଶିଶୁଙ୍କ ଜୀବନ । More