ସଂକ୍ଷେପରେ ଆଜିର ତାଜା ଖବର - Monday, 03 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରବି ଯାଇ ସୋମ ହେଲା, ଅମ୍ଲାନଙ୍କ ପତ୍ତା ମିଳୁନି: ଲାଲବାହିନୀ ନା ଆଉ କାହାର ହାତ?

କୁଆଡ଼େ ଗଲେ ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ ? ନିଖୋଜ ହେବାର ୨ ଦିନ ପରେ ବି କାହିଁକି ମିଳୁନି ତାଙ୍କ ପତ୍ତା ? କି ରହସ୍ୟ ରହିଛି ନିଖୋଜ ପଛରେ ? More

24 ସିଂହାସନ କାହା ଭାଗ୍ୟରେ? Exit ପୋଲ ସତ ହେଲେ, ନୂଆ ସରକାର ପାଇବ ଓଡିଶା

ରାତି ପାହିଲେ ଖୋଲିବ ଇଭିଏମ୍। ବାହାରିବ ଭାଗ୍ୟ ଫଳ। ଆଶା ଆଶଙ୍କାରେ ନେତା, ଉତ୍କଣ୍ଠାରେ ଜନତା। ବଡ଼କଥା ହେଲା, ଅନ୍ୟ ନିର୍ବାଚନଠୁ ୨୪ ନିର୍ବାଚନ ଥିଲା ଅନେକ ଦୃଷ୍ଟିରୁ ଭିନ୍ନ। ସମସ୍ତଙ୍କ ପାଇଁ ବହୁ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ, ଅନେକ ଆହ୍ୱାନ ଭରା। More

ରାତି ପାହିଲେ ଫଳ: ଅନିଦ୍ରା ନେତା, ସରକାରକୁ ନେଇ ବଢୁଛି ସସପେନ୍ସ

ରାତି ପାହିଲେ ଭୋଟ୍ ଗଣତି। ଏଥିପାଇଁ ଜିଲ୍ଲାଠାରୁ ଆରମ୍ଭ କରି ସିଇଓଙ୍କ କାର୍ଯ୍ୟାଳୟ ଯାଏଁ, ସବୁଠି ପ୍ରସ୍ତୁତି ଶେଷ। ନିରନ୍ତର ବ୍ୟବଧାନରେ କିପରି ଗଣତି ଅପଡେଟ୍ ମିଳିବ ସେନେଇ ବ୍ୟାପକ ବ୍ୟବସ୍ଥା ହୋଇଛି। More

୩୦ ଫୁଟ ଓଭର ବ୍ରିଜ୍‌ ଉପରୁ ଖସିଲା ବୋଲେରୋ,ଆଖି ବୁଜିଦେଲେ ୨ଜଣ

ଲାଗିଥିଲା ଜଗା ଡୋରୀ... ହେଲେ ଅଧାରାସ୍ତାରୁ ବାନ୍ଧି ନେଲା ଯମ । କେହି କିଛି ବୁଝିବା ଆଗରୁ ଯେମିତି ଅଦିନିଆ ମେଘ ପରି ଆକାଶଟାରେ କଳା ମେଘ ଢାଙ୍କିଗଲା । More

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ଆଉ ୫ ଜଣଙ୍କୁ ବାନ୍ଧିଲା ପୋଲିସ୍

ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି ବାଂଶଡ଼ା ପୋଲିସ୍ । ଏବେ ଯାଏଁ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । More

ପ୍ରାଣଘାତୀ ସାଜିଛି ଅଂଶୁଘାତ, ୭୨ ଘଣ୍ଟାରେ ଗଲାଣି ୯୯ ଜୀବନ !

ଗତ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୯୯ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ୨୦ଟି ସେଥିରୁ ଅଂଶୁଘାତ ନେଇ ସ୍ପଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । More

ନିର୍ମାଣଧୀନ ବ୍ରିଜ୍‌ରୁ ଖସିଲା ବୋଲେରୋ, ୨ ମୃତ

ନିର୍ମାଣାଧିନ ବ୍ରିଜରୁ ଖସିପଡ଼ିଲା ବୋଲେରୋ। ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । More

କିଏ ଜିତିବ, କାହାର ହେବ ହାର୍... କାଲି ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ

ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍‌ ଦାୟିତ୍ୱରେ ରହିଛନ୍ତି । More

ପ୍ରବଳ ବର୍ଷା ! ଭୁବନେଶ୍ୱର-କଟକରେ ବିଜୁଳି ଘଡ଼ଘଡ଼ି ସହ ଜୋରଦାର ପବନ..

କଟକର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିଥିବା ସୂଚନା ମିଳିଛି। More

ଓଡ଼ିଶା MP ସିଟକୁ ନେଇ ଏକଜିଟ୍ ପୋଲ୍ ପରେ ହଲଚଲ୍ ରାଜନୀତି

ଅଧିକାଂଶ ସର୍ଭେରେ ବିଜେପିକୁ ୧୫ରୁ ଊର୍ଦ୍ଧ୍ବ ସିଟ୍ ମିଳିବା ସମ୍ଭାବନା । ବିଧାନସଭା ଫଳାଫଳରେ ବି ପଡ଼ିପାରେ ପ୍ରଭାବ । More

ଏକଜିଟ୍ ପୋଲ୍‌ରେ ବିଜେପିକୁ ବଡ଼ ସଫଳତା, କ’ଣ ଥିଲା ଷ୍ଟ୍ରାଟେଜୀ ?

ଓଡ଼ିଶାରେ ବିଜେପିର ବଡ ସଫଳତା ପଛରେ କାମ କଲା କେଉଁ ଷ୍ଟ୍ରାଟେଜି ? ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ନା ‘ବିଜେଡିରେ ପାଣ୍ଡିଆନ୍ ରାଜ୍’ ପ୍ରସଙ୍ଗ ? More

ରକ୍ତ ରଞ୍ଜିତ ହେଲା ୨୪ ନିର୍ବାଚନୀ ମହାସଂଗ୍ରାମ, ହତ୍ୟାରୁ ଆରମ୍ଭ ହତ୍ୟାରେ ହେଲା ଶେଷ

ରକ୍ତରଂଜିତ ହେଲା ୨୪ ନିର୍ବାଚନୀ ମହାସଂଗ୍ରାମ। ଭୋଟ୍ ହିଂସା ଭିତରେ କେଉଁଠି ମୁଣ୍ଡ ଗଡ଼ିଲା ତ ଆଉ କେଉଁଠି ମରଣାନ୍ତକ ଆକ୍ରମଣରେ ଲହୁଲୁହାଣ ହେଲେ ନେତା ଓ କର୍ମୀ। More

ପୁରୀ ବାଣ ଟ୍ରାଜେଡି ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍, ୪ ଦିନରେ ଗଲାଣି ୧୩ ଜୀବନ

ବାଣ ବିସ୍ଫୋରଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ପୁରୀବାସୀ ସ୍ଥାନୀୟ ପ୍ରଶାସନ ଓ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। SRC ଆସନ୍ତା ୫ ତାରିଖରେ ପୁରୀରେ ଏହାର ସ୍ୱତନ୍ତ୍ର ତଦନ୍ତ କରିବେ। More