ସଂକ୍ଷେପରେ ଆଜିର ତାଜା ଖବର - Saturday, 16 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ, ଜାଣନ୍ତୁ ଆପଣ କେଉଁ ଦିନ ଦେବେ ଭୋଟ୍‌

ପ୍ରତୀକ୍ଷାର ହେଲା ଅନ୍ତ। ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମେ’ ଏବଂ ଜୁନରେ ଭୋଟ୍ ଦେବ ଓଡ଼ିଶା। ୨୦୧୯ ଭଳି ଏଥର ବି ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବ ମତଦାନ। More

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ୧୪୭ ନାଁ କେନ୍ଦ୍ର କମିଟିକୁ ପଠାଇଲା ବିଜେପି

ରାଜ୍ୟ ବିଜେପି ଚୂଡ଼ାନ୍ତ କଲା ପ୍ରାର୍ଥୀ ତାଲିକା। ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ। ଗୋଟେ ପଟେ ନିର୍ବାଚନ ତାରିଖ ଘୋଷଣା କରୁଥିଲେ କମିଶନ। ଅନ୍ୟପଟେ ଓଡ଼ିଶା ଦଖଲ ପାଇଁ ରାଜ୍ୟ କାର୍ଯ୍ୟାଳୟରେ କସରତ ଚଳାଇଥିଲା ବିଜେପି। More

ବିଜେଡିରୁ ଟିକଟ ବାଣ୍ଟୁଛି କିଏ ? ଗୁମର ଖୋଲିଦେଲେ ସସ୍ମିତ

ପଦ୍ମ ଶିବିରରେ ଅରିନ୍ଦମ। ବିଜେଡିରେ ହଲ୍ ଚଲ୍। ପ୍ରଥମେ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ଆଉ ଏବେ ଭିଣୋଇ ଅରିନ୍ଦମ। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦୁଇ ସମ୍ପର୍କୀୟ ବିଜେଡିରୁ ମୁହଁ ଫେରାଇ ବିଜେପିରେ ଯୋଗ ଦେଇଛନ୍ତି। More

General Election 2024: ୨୪ ସମର ପାଇଁ ଦିନ ଧାର୍ଯ୍ୟ; ଓଡ଼ିଶାରେ ଏହି ଦିନ ଏଇଠି ହେବ ଭୋଟ..ଜାଣନ୍ତୁ..

ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ହେବ ଭୋଟ ଗ୍ରହଣ। ମେ’ ୧୩ରେ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। More

ସୋସିଆଲ୍ ମିଡିଆରେ ବବିଙ୍କ ପାଇଁ ସସ୍ମିତ ପାତ୍ରଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା

ଅରିନ୍ଦମ ରାୟଙ୍କ ଇସ୍ତଫା ପରେ ନେତାମାନେ ଏମିତି ମତ ଦେଇଥିବା ଚର୍ଚ୍ଚା । ଗତକାଲି ବବିଙ୍କ ଭିଣୋଇ ଅରିନ୍ଦମ ବିଜେଡି ଛାଡ଼ି ବିଜେପି ଯାଇଥିଲେ । କିଛି ଦିନ ତଳେ ବବିଙ୍କ ମାମୁ ଭବାନୀ ଜଗଦ୍ଦେବ ବି ପଦ୍ମ ଧରିଥିଲେ । ତେବେ ନେତାମାନଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିନି ।  More

OSSC Recruitment: ଦ୍ୱାଦଶ ପାଶ୍ ପ୍ରାର୍ଥୀଙ୍କ ପାଇଁ ସୁଯୋଗ; ହୋଇପାରିବେ ଟ୍ରାଫିକ୍ କନଷ୍ଟେବଲ୍

ଓଡିଶାରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇ ଆସିଛି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC)। ଏନେଇ OSSC ଏକ ବିଜ୍ଞାପନ ଜାରି କରିଛି। More

ଏଠି ସକାଳୁ ରାତି ଯାଏଁ ଭିଡ଼, ଆଡ଼ ଆଖିରେ ବି ଚାହୁଁନି ପ୍ରଶାସନ..!

ଏଠି ରାତି ପାହିଲେ ହଜାର ହଜାର ଯାତ୍ରୀ, ଦୋକାନୀ, ଗ୍ରାହକ ଏବଂ ଗାଡିର ଭିଡ ହୁଏ । ଆଉ ପ୍ରତି ଦୋକାନ ବଜାର ଆଗରେ ଲାଗେ ଲୋକଙ୍କ ଭିଡ । More

ଦୁଃଖ ! ପରିବାର ପେଟରେ ଦାନା ଦେବା ପାଇଁ ମୂଲିଆ ସାଜିଛି କୁନି ପୁଅ

୧୨ ବର୍ଷର କୁନିପୁଅ ଯାଇ ମୂଲ ଖଟିଲେ ୪ ଜଣଙ୍କ ପେଟକୁ ଦାନା ଯାଉଛି.. କେମିତି ସହିବ ! କାହାକୁ କହିବ ! ନିଜ କୁନି ପୁଅର କଅଁଳ ହାତର ରୋଜଗାର ଖାଇଲା ବେଳକୁ ଏ ମାଆର ଛାତି ଫାଟି ଯାଉଛି.. କିନ୍ତୁ କରିବ କଣ ! More

BSKYରେ ବି ସ୍କାମ ! ବ୍ୟବହାର ନକରି କାର୍ଡରୁ ୨ ଲକ୍ଷ ଗାଏବ...

ଅଭିଯୋଗ ଆଣିଲେ ବାଲେଶ୍ବରର ସୁମନ୍ତ ପ୍ରଧାନ । BSKY କାର୍ଡ ପାଇନଥିବା କହିଛନ୍ତି ସୁମନ୍ତ । More

ଥମୁନି ମେଣ୍ଟ ଚର୍ଚ୍ଚା; ବିଜେପି କହିଲା, ଦଳ ଡିଆଁ ଉପରେ ରୋକ୍ ପାଇଁ ବିଜେଡି କରୁଛି ଚକ୍ରାନ୍ତ

ମେଣ୍ଟ ସସପେନ୍ସ ପଛର ସତ କ’ଣ। କିଏ ଓ କାହିଁକି ଏହି ଚର୍ଚ୍ଚାକୁ ଆଗକୁ ବଢଉଛି। ଖାଲି ନେତା ନୁହେଁ ମେଣ୍ଟ ଗୋଲକ ଧନ୍ଦାକୁ ନେଇ ଜନତା ଜନାର୍ଦ୍ଦନ ବି ଦ୍ୱନ୍ଦ୍ୱରେ। More

ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ‘ଚାବି ହଜା’ ରିପୋର୍ଟ ମାଗିଲେ ହାଇକୋର୍ଟ

କୁଆଡ଼େ ଗଲା ରତ୍ନଭଣ୍ଡାର ‘ଚାବି ହଜା’ ରିପୋର୍ଟ ? ତଦନ୍ତ କମିଶନଙ୍କ ରିପୋର୍ଟର ସ୍ଥିତି ଜାଣିବାକୁ ଚାହିଁଲେ ହାଇକୋର୍ଟ ।  More

ସାବଧାନ ! ATM ଭିତରେ କାର୍ଡ ଲାଖି ଯାଉଛି କି ? ହୋଇପାରନ୍ତି ସାଇବର ଠକଙ୍କ ଶିକାର...

ଏଟିଏମକୁ ଟଙ୍କା ଉଠାଇବାକୁ ଗଲା ବେଳେ ମେସିନ୍ କାମ କରୁନି କି ? ଏଟିଏମ୍ ଭିତରେ କାର୍ଡ ଲାଖି ଯାଉଛି କି ? ଯଦି ଏମିତି ହେଉଛି, ତାହେଲେ ସାବଧାନ ହୋଇଯାଆନ୍ତୁ ।  More

ଓଡ଼ିଶାରେ କଂଗ୍ରେସର କର୍ଣ୍ଣାଟକ ଓ ତେଲେଙ୍ଗାନା ଫର୍ମୂଲା, ଇସ୍ତାହାରରେ ଦେଲା ୧୦ ଗ୍ୟାରେଣ୍ଟି

ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କୁ କଂଗ୍ରେସରର ୧୦ଟି ଗ୍ୟାରେଣ୍ଟି। ପ୍ରଥମରେ ରହିଛି ବୋନସ୍ ସହିତ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ପ୍ରଦାନ, କୃଷି ଋଣ ଛାଡ଼ ଓ ଚାଷୀଙ୍କୁ ମାସିକ ୨ ହଜାର ଟଙ୍କାର ପେନସନ୍। More

ବଡ଼ ଅଘଟଣରୁ ବର୍ତ୍ତିଗଲେ ପ୍ରସନ୍ନ; କାହା ଭୁଲ୍ ପାଇଁ ଘଟିଗଲା ଏତେବଡ଼ ଦୁର୍ଘଟଣା ? 

କାହା ଭୁଲ୍ ପାଇଁ ଘଟିଗଲା ଏତେବଡ଼ ଦୁର୍ଘଟଣା ? ଇନୋଭା ଡ୍ରାଇଭର ନା ଟ୍ୟାଙ୍କର ଡ୍ରାଇଭରଙ୍କ ଥିଲା ତ୍ରୁଟି ? ତାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ସମ୍ବଲପୁର-କଟକ ୫୫ ନମ୍ବର NHର ସଂପ୍ରସାରଣ କାର୍ଯ୍ୟକୁ ବି ଦାୟୀ କରିଛନ୍ତି ଲୋକେ । More