ସଂକ୍ଷେପରେ ଆଜିର ତାଜା ଖବର - Saturday, 20 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶାରେ ଏବେ ମାତିଛନ୍ତି ମାହଲମାଣ୍ଡା; ଧର୍ମେନ୍ଦ୍ର

ଓଡ଼ିଶାରେ ଗୋଟିଏ ରାକ୍ଷସ ମନୋବୃତ୍ତିର ସରକାର ଚାଲିଛି । ଏଠି ଅଧା ଡଜନ ମନ୍ତ୍ରୀ, ଡଜନ ଡଜନ ବିଧାୟକ ଅପରାଧ ଆରୋପିତ ବୋଲି ସିଧାସଳଖ କହିଛନ୍ତି ଧର୍ମେନ୍ଦ୍ର । More

ତାତିଲେ ପୁରୀ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ; କାଲିର ଧାରଣା ପରେ ଆଜି ବିରାଟ ଶୋଭାଯାତ୍ରା

ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ । ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ । ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । More

ଚିନ୍ତା ବଢାଉଛି ଆଣ୍ଟିବାୟୋଟିକ୍ସର ଅପବ୍ୟବହାର, କେନ୍ଦ୍ରର ନିର୍ଦ୍ଦେଶ ପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ତତ୍ପରତା

ସାବଧାନ! ମହଙ୍ଗା ପଡ଼ିବ ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି । ଧରାପଡ଼ିଲେ, ଆଇନ ଅନୁସାରେ ଦଣ୍ଡିତ ହେବେ। ମେଡିସିନ୍ ଷ୍ଟୋର ଲାଇସେନ୍ସ ବି ରଦ୍ଦ ହୋଇପାରେ। More

ନୀଳମଣିଙ୍କ ତୂଳୀରେ ରାମ ମନ୍ଦିର, ଆଙ୍କିଲେ ପ୍ରତିଷ୍ଠା ସମୟର ଦିବ୍ୟ ମୁହୂର୍ତ୍ତ

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ପୁରୀ ସତ୍ୟବାଦୀ ବ୍ଲକ ମଠ ସାହି ଅଞ୍ଚଳର ପଟ୍ଟଚିତ୍ର କାରିଗର ନୀଳମଣି ଜେନାଙ୍କ ତୁଳି ମୁନରେ ଶୋଭା ପାଇଛି ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ମୂହୁର୍ତ୍ତ । More

ଫାଙ୍କୁଥିଲେ ଟିକସ, ଏବେ ଘାଣ୍ଟୁଛି ଆଇଟି

ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗର ରେଡ୍ । ଘନଶ୍ୟାମ ଡାଲମିଆଙ୍କ ପୁଅଙ୍କୁ ନେଇ IT ବିଭାଗର ପଚରାଉଚରା । ଘନଶ୍ୟାମଙ୍କ ପୁଅ ଅଭିଷେକ ଡାଲମିଆଙ୍କୁ ନେଇ ପଚରାଉଚରା କରାଯାଉଛି । More

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ଜୟନାରାୟଣ ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ଗତ ୨୮ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । More

ଅଖିଳଚକ୍ର ପକ୍ଷରୁ ପୁରସ୍କୃତ ହେଲେ କବି କୃଷ୍ଣ କୁମାର ମହାନ୍ତି: ଗ୍ରହଣ କଲେ ରବୀନ୍ଦ୍ର ପାଢୀ କବିତା ସମ୍ମାନ

ଅଖିଳଚକ୍ର ଅନୁଷ୍ଠାନର ଏହି ସାରସ୍ବତ ଉତ୍ସବରେ ଅନ୍ୟ ଲେଖକ ଲେଖିକା ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। More

ରାମ ମନ୍ଦିରରେ ଝଲସୁଛି ଓଡ଼ିଆ ଶିଳ୍ପୀଙ୍କ ଭାସ୍କର୍ଯ୍ୟ କଳା

ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ମଙ୍ଗଳପୁର, ମାଣିପୁର, ଗୋହିରାପଦା, ମାଣତ୍ରୀ ଓ ଋଷ ଗାଁ । ରାମମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଥିବାବେଳେ, ଏହି ଗାଁ ମାନଙ୍କରେ କିନ୍ତୁ ଦୁଇଗୁଣା ଉତ୍ସାହର ମାହୋଲ । More

ଚିଲିକାରେ ଚାଲିଛି ଡଲଫିନ ଗଣନା, ୧୮ଟି ଟିମ୍ ସାମିଲ

ଆଜି ଚିଲିକାରେ ହେଉଛି ଡଲଫିନ ଗଣନା । ସକାଳ ୬ଟାରେ ଗଣତି ଆରମ୍ଭ ହୋଇଥିବା ବେଳେ, ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି । ପ୍ରତି ଟିମରେ ୮ରୁ ୧୦ ଜଣ ସଦସ୍ୟ ରହିଛନ୍ତି । More

ହାଇକୋର୍ଟଙ୍କ ବଡ଼ ରାୟ, ନିଯୁକ୍ତି ଉପରେ ସାମୟିକ ରୋକ୍

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ନିଯୁକ୍ତି ଉପରେ ଲାଗିଲା ଅଙ୍କୁଶ । ପୂର୍ବରୁ ଧାର୍ଯ୍ୟ ୨୦ ଓ ୨୧ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ କରାଯାଇ ପାରିବ । More

Panchang Today 20th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର। ଚନ୍ଦ୍ର- ମେଷ ଦିବା ୦୮.୫୩ ଗତେ ବୃଷ, ତିଥି- ୧୦ ମୀ ସନ୍ଧ୍ୟା ୦୭.୨୭ ଗତେ ୧୧ ଶୀ, ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୮.୫୩ ଗତେ ବିଛା ରାଶିର, ଘାତବାର- ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୦୯ ଗତେ ୧ ପାଦ କୃଷିହାନି-ଭୂମିଦାନ More

ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ

ସିଡିଏ-୬ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ଅନାଦିଙ୍କ ପରଲୋକ । More

ଆଜି ପବିତ୍ର ଶାମ୍ବ ଦଶମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ଦ୍ଵାପର ଯୁଗରେ କୃଷ୍ଣଣାଙ୍କ ପୁତ୍ର ଶାମ୍ବ ନିଜ ପିତାଙ୍କ ଶ୍ରାପ ଜନିତ ବ୍ୟାଧିରୂ ମୁକ୍ତି ପାଇଁ ତତ୍କାଳୀନ ମୈତ୍ରେୟ ମୁନୀଙ୍କ ଆଶ୍ରମ ମାୟୀତ୍ରାକ୍ଷ ବନରେ ସୂର୍ଯ୍ୟ ଉପାସନା କରି ଆଜିର ପବିତ୍ର ଦିନରେ ଚନ୍ଦର୍ଭାଗା ନଦୀରେ ସ୍ନାନ କଳା ବେଳେ ସୂର୍ଯ୍ୟ ଭାଗବାନଙ୍କ ମଣି ବିଗ୍ରାହ ମୂର୍ତ୍ତି ପ୍ରାପ୍ତ ହେବା ସହ ବ୍ୟାଧି ମୁକ୍ତ ହୋଇଥିଲେ। More

ଆସାମ ସିଏମ୍ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଓଟିଭିର ସ୍ୱତନ୍ତ୍ର ସାକ୍ଷାତକାର; କହିଲେ, ଗଣତନ୍ତ୍ର ପାଇଁ ଅଫିସରରାଜ୍‌ ବିପଦ..

ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଜାତୀୟ ସ୍ତରର ପ୍ରମୁଖ ଚେହେରା ହିମନ୍ତ ବିଶ୍ୱଶର୍ମାଙ୍କ ସହ ଓଟିଭିର ସ୍ୱତନ୍ତ୍ର ସାକ୍ଷାତକାର । More

ସପ୍ତଶଯ୍ୟା ସହ ରହିଛି ରାମଙ୍କ ନିବିଡ଼ ସମ୍ପର୍କ ! ଶାସ୍ତ୍ର ଅନୁସାରେ କଟକରେ ଏହି ୩ ଶିବଲିଙ୍ଗକୁ କରିଥିଲେ ପ୍ରତିଷ୍ଠା

ସପ୍ତଶଯ୍ୟା, ମନୋରମ ପ୍ରକୃତିର କୋଳରେ ହସୁଥିବା ଏହି ଦେବ ସ୍ଥାନର ବି ରହିଛି ତ୍ରେତୟା ଯୁଗ ସହ ସଂପର୍କ । ଜନଶ୍ରୁତି କହେ- ପ୍ରଭୁ ଶ୍ରୀ ରାମଙ୍କର ଏଠି ପଡ଼ିଥିଲା ଚରଣ ରେଣୁ । More

ବାହା ହେବା ପାଇଁ ମାଟ୍ରିମୋନି ସାଇଡ୍‌ ଉପରେ ଭରସା କରୁଛନ୍ତି କି ? ବିବାହ ଆଗରୁ ଆକାଉଣ୍ଟ ଖାଲି !

ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ? କୌଣସି ଯୁବତୀ କିମ୍ବା ଯୁବକଙ୍କ ସୁନ୍ଦର ଚେହେରା ଆଉ ଲମ୍ବା ଚଉଡ଼ା ପ୍ରୋଫାଇଲ୍ ଦେଖି ଭଳି ଯାଉନାହାଁନ୍ତି ତ ? More

ଶିକ୍ଷକ ନିଯୁକ୍ତିରେ ଅନିୟମିତତା; ମେରିଟ ଲିଷ୍ଟରେ ମାହାଲମାଣ୍ତା, ବାପା ନାଁ ମାହାଲମାଣ୍ତା ପ୍ରୋ..

ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ 'ମାହାଲମାଣ୍ଡା' ହଇଚଇ ! କମ୍ପ୍ୟୁଟର ବେସ୍ଡ ଟେଷ୍ଟର ମେରିଟ୍ ଲିଷ୍ଟ ପ୍ରକାଶ ପରଠୁ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ଅସନ୍ତୋଷ । More

ମିନିଟରେ ସଫା ହୋଇ ଯାଉଛି ATM, ଟେର୍ ପାଉନି ପୋଲିସ

ଆନ୍ତରାଜ୍ୟ ଲୁଟେରାଙ୍କ ଟାର୍ଗେଟରେ ବାଲେଶ୍ୱର । ଗୋଟିଏ ବର୍ଷ ଭିତରେ ୪ଟି ଏଟିଏମ ଲୁଟ କରି ପୋଲିସକୁ ଦେଇଛନ୍ତି ଖୋଲା ଚାଲେଞ୍ଜ । More