ସଂକ୍ଷେପରେ ଆଜିର ତାଜା ଖବର - Monday, 26 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅଧା ରାସ୍ତାରେ ଛକିଥିଲା ଯମ...ନେଇଗଲା ଶାଳୀଙ୍କ ସହ ୧୦ ଜଣଙ୍କ ଜୀବନ

ବଡ ଭଉଣୀର ବାହାଘର ଥିଲା, ଭିଣୋଇଙ୍କଠାରୁ କେତେ କଣ ଡିମାଣ୍ଡ ନେଇଥିଲା ଶାଳୀ । ବାହାଘର ସରିବା ପରେ ଖାଇପିଇ ଘରକୁ ଫେରୁଥିଲେ । ବସ୍‌ରେ କଥା ହେଉଥିଲେ ସକାଳୁ କେତେ କଣ କିଣିବେ ବୋଲି...ହେଲେ ବାଟରେ ରାସ୍ତାରେ ଜଗିଥିଲା ଯମ...ମାତ୍ର କେଇ ଘଂଟା ପୂର୍ବରୁ ହାତ ଗଣ୍ଠି ଫିଟାଇ ଥିଲେ, ୨ ଘଂଟା ପରେ ପ୍ରାଣ ନେଇଗଲା ଯମ । ଏବେ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ More

ରାଜଧାନୀବାସୀଙ୍କୁ ଘାରିଛି ଭଣ୍ଡବାବା ଡର, ସାଧୁବେଶଧାରୀ ଲୋକଙ୍କୁ ଅଯଥାରେ ଘରକୁ ନ ଡାକିବାକୁ ପରାମର୍ଶ

ଗତକାଲି ରାଜଧାନୀ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ନାଗା ବେଶଧାରୀ କିଛି ଭଣ୍ଡବାବା ଭଜନ କୀର୍ତ୍ତନ ଆଳ ଦେଖାଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ। ଆଉ କାଲିର ଖବର ଗଣମାଧ୍ୟମରେ ଜଣାପଡ଼ିବା ପରେ ଆଜି ଏମାନଙ୍କୁ ସନ୍ଦେହ କରି ଲୋକେ ନିଜଆଡୁ ପୋଲିସକୁ ଖବର ଦେଇଦେଇଛନ୍ତି। More

ବାହାବେଦୀ ପାଖରେ ଆଜି ବନ୍ଧା କୋକେଇ

ଲୁହରେ ଭିଜିଲା ଖଣ୍ଡଦେଉଳି ଗାଁ, ଏକାଠି ଜଳିଲା ୩ ଜୁଇ । ଅକସ୍ମାତ୍ ଅଫେରା ରାଇଜର ପଥିକ ହୋଇଗଲେ ୧୧ ଆତ୍ମିୟ । More

ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା

ଆଡ଼ପମଣ୍ଡପରେ ଆସନ୍ତାକାଲି ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ। ତେବେ ବାହୁଡ଼ା ନୀତିକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଥର ସାଂଧ୍ୟ ଦର୍ଶନକୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। More

ଦିଗପହଣ୍ଡି ବସ୍ ଟ୍ରାଜେଡି: ୨୫ ବର୍ଷର ଦଦରା ବସ୍‌ର ନଥିଲା ପରମିଟ୍, କମିତି ମିଳିଥିଲା ଫିଟନେସ୍ ?

ଦୁର୍ଘଟଣାକୁ ନେଇ ସ୍ତବ୍ଧ ରାଜ୍ୟ, ଚାଲିଛି କାରଣ ଖୋଜା । ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ନଥିଲା ପରମିଟ୍ । More

5T ସଚିବଙ୍କ ପାଇଁ ବିରୋଧୀଙ୍କ ନିଶାନାରେ CM, ମାନସିକ ସ୍ତରରେ ଗୃହବନ୍ଦୀ କି ମୁଖ୍ୟମନ୍ତ୍ରୀ ?

ପାଣ୍ଡିଆନଙ୍କ ବରଗଡ଼ ଗସ୍ତ ବେଳେ ବର୍ଷିଲା ବିଜେପି । ବାସ୍ତବରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ, ଦଳରେ କଣ କେହି ବି ଯୋଗ୍ୟ ଜନପ୍ରତିନିଧି ନାହାଁନ୍ତି ବୋଲି ପଚାରିଛି କଂଗ୍ରେସ।  More

ଆବାସ ଘୋଟାଲା ଦୁର୍ନୀତିର ସିବିଆଇ ତଦନ୍ତ ଦାବି

ଆବାସ ବଣ୍ଟାଗଲେ କାଳେ ବିଜେପି ମାଇଲେଜ୍ ନେଇଯିବ ଓ ଯୋଜନାରୁ ବଂଚିତ ହେଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢିବ, ସେହି ଆଶଙ୍କାରେ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ତେଣୁ ଏବେ ପିଏମ୍ ଆବାସ ବନାମ୍ ମୋ ଘର ନେଇ ଚାଲିଛି ପ୍ରତିଯୋଗିତା। More

‘ମୁଁ ମରିଯାଇ ଥାଆନ୍ତି’.. ଡ୍ରାଇଭର୍‌ ବଖାଣିଲେ ଦୁର୍ଘଟଣାର ଲୋମଟାଙ୍କୁରା କାହାଣୀ

ଅଳ୍ପକେ ବର୍ତ୍ତିଛନ୍ତି ବସର ଡ୍ରାଇଭର୍ । କହିଲେ, ସିଏ ଖୁବ୍ ଜୋରରେ ଆଣି ଲେଫ୍ଟରୁ ପିଟିଲା । More

Today Panchang 26th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି – ୮ମୀ ରାତ୍ରି ୦୨.୦୫ ଗତେ ୯ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୨ ପାଦ - କୃଷିହାନି- ତିଳକାଞନ ଦାନ ଦିବା ୧୨.୪୨ ପର୍ଯ୍ୟନ୍ତ More

ଚରମ ସୀମାରେ ଦୁର୍ନୀତି, ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର: ଧର୍ମେନ୍ଦ୍ର

ମହାଜନସଂପର୍କ ଅଭିଯାନ ଅଧୀନରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇ ଜଳସେଚନ, ଦାଦନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପିସି କାରବାର ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର । More

ସହାୟତା ରାଣି ଘୋଷଣା; ମୃତକଙ୍କ ପରିବାରକୁ ମିଳିବ ୩ ଲକ୍ଷ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଦିଆଯିବ ବୋଲି କୁହାଯାଇଛି । More

ଦିଗପହଣ୍ଡିରେ ଦୁଇ ବସ୍‌ ମୁହାଁମୁହିଁ ଧକ୍କା; ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି

ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଡାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି । More

ଦିଗପହଣ୍ଡିରେ ଭୟଙ୍କର ବସ୍‌ ଦୁର୍ଘଟଣା; ୧୦ ଜଣଙ୍କ ମୃତ୍ୟୁ !

ଗୁଡାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି । More

ନାଗାବାବା ବେଶରେ ଆସି ଲୁଟିନେଲେ ସୁନା ଗହଣା

କୌଣସି ଅଲୌକିକ କି ଦିବ୍ୟ ଚମତ୍କାର ନୁହେଁ, ଦେଖାଇଛନ୍ତି 'ଚୌର୍ଯ୍ୟ ବୃତ୍ତିରେ ଚମତ୍କାରିତା'। ନାଗା ସାଧୁ ବେଶରେ ଆସି ଲୁଟିନେଲେ ସୁନାଗହଣା। More

ନୀତି ବିଭ୍ରାଟରେ ନୋ ବ୍ରେକ୍: ଜନ୍ମବେଦିରେ ବି ରାତିଅନିଦ୍ରା ଚତୁର୍ଦ୍ଧାମୂରତି

ଖାଲି ହେରାପଞ୍ଚମୀ ନୁହେଁ ତା ପୂର୍ବଦିନ ବି ନୀତି ବିଳମ୍ବ କାରଣରୁ ଠାକୁରଙ୍କ ରାତି ପହୁଡ଼ ହୋଇପାରିନି। ଏମିତିକି ଆଜି ଭୋର ୪ଟାରେ ହେବାକୁ ଥିବା ଠାକୁରଙ୍କ ମଙ୍ଗଳ ଆଳତି ସକାଳ ୯ଟା ୨୦ରେ ହୋଇଥିଲା। ଦୀର୍ଘ ୫ଘଣ୍ଟା କାଳ ଭକ୍ତ ଏହାକୁ ଦେଖିବାକୁ ଅପେକ୍ଷା କରି ବିରକ୍ତ ହୋଇଯାଇଥିଲେ। More

ଶାସନ କଳକୁ ଚରିଗଲାଣି କି ଦୁର୍ନୀତିର ଚେର ?

ଭୁବନେଶ୍ୱର କାନନ ବିହାର ଘରୁ ଯେଉଁ ୫ ପେଟି ଟଙ୍କା ମିଳିଥିଲା, ତାକୁ କୁଆଡ଼େ ନବରଙ୍ଗପୁରରୁ ଇନୋଭା କାରରେ ସିଧା ଏଠାକୁ ଅଣାଯାଇଥିଲା। କିନ୍ତୁ, ତାହାରି ଭିତରେ କ’ଣ ଘଟିଗଲା କେଜାଣି, ହଠାତ୍ ମାଡ଼ିବସିଲା ଭିଜିଲାନ୍ସ। More

ପୁଣି ସରକାରଙ୍କୁ ଟାର୍ଗେଟ୍‌ କଲେ ସୌମ୍ୟରଂଜନ : ସିଧା ପଚାରିଲେ, 5T ସଚିବଙ୍କ କ୍ଷମତା ଉପଭୋଗ ନେଇ କାହିଁକି ମୁଖ୍ୟମନ୍ତ୍ରୀ ଚୁପ୍ ?

ପୁଣି ସୌମ୍ୟଙ୍କ ସଂପାଦକୀୟ ତୀର । ଜନ ପ୍ରତିନିଧିଙ୍କ ବଦଳରେ ସଚିବଙ୍କ ରାଜୁତି ବଢୁଥିବାରୁ କଲମ ମୁନରେ କଲେ ଟାର୍ଗେଟ୍ । 5T ସଚିବ ଉପଭୋଗ କରୁଥିବା କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ ନା ନାହିଁ ମାଗିଲେ ସ୍ପଷ୍ଟୀକରଣ, ସମର୍ଥନ କଲେ ବିରୋଧୀ More

'ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି'

5T ସଚିବଙ୍କ ପାଇଁ କାହିଁକି ଏତେ ସୁରକ୍ଷା ବ୍ୟବସ୍ଥା? 5T ସଚିବଙ୍କୁ ଘାରିଛି କାହା ଭୟ? More