ସଂକ୍ଷେପରେ ଆଜିର ତାଜା ଖବର - Wednesday, 22 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମନ୍ତ୍ରୀ ନବ ହତ୍ୟା ମାମଲା: FBI ସହାୟତା ଲୋଡ଼ିଲେ ଓଡ଼ିଶା ସରକାର

ମନ୍ତ୍ରୀ ନବ ହତ୍ୟା ମାମଲାରେ FBI ସହାୟତା ଲୋଡ଼ିଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ କହିଛନ୍ତି, ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆମେରିକାର ତଦନ୍ତକାରୀ ସଂସ୍ଥା FBI ର ସହାୟତା ଲୋଡ଼ା ଯାଇଛି। More

ଓଡ଼ିଶାରେ ପ୍ରସ୍ତୁତ ହେଲା ବ୍ରେନ୍‌ ମ୍ୟାଲେରିଆ ଔଷଧ, ଚିକିତ୍ସା କ୍ଷେତ୍ରରେ ବଡ଼ ଅସ୍ତ୍ର ସାଜିବା ନେଇ ଆଶା

ବ୍ରେନ୍‌ ମ୍ୟାଲେରିଆର ନିରାକରଣ ପାଇଁ ଓଡ଼ିଶାରେ ପ୍ରସ୍ତୁତ ହୋଇଛି ଔଷଧ। ଭୁବନେଶ୍ୱରର ଜୀବ ବିଜ୍ଞାନ ପ୍ରତିଷ୍ଠାନ ଏହି ଔଷଧ ବାହାର କରିଛି। More

‘ଆଉ ସହିପାରୁନି ଥାନା ବାବୁଙ୍କ ନିର୍ଯାତନା, ମୋ ଇସ୍ତଫା ଗ୍ରହଣ କରନ୍ତୁ’

ଥାନା ବାବୁଙ୍କ ମାନସିକ ନିର୍ଯାତନା ସହିନପାରି ଚାକିରିରୁ ଇସ୍ତଫା ଗ୍ରହଣ କରିବାକୁ ଜଣେ ପୋଲିସ ଏସ୍ଆଇଙ୍କ ଆବେଦନକୁ ନେଇ ଏବେ ଯାଜପୁର ଜିଲ୍ଲାରେ ଚର୍ଚ୍ଚା।  More

ସଫେଇ କର୍ମଚାରୀଙ୍କ ମହତପଣିଆ: ୩ ଲକ୍ଷ ଟଙ୍କାର ସୁନା ଚେନ୍‌ ପାଇ ଫେରାଇ ଦେଲେ

ସୁନା ଚେନ୍‌ ପାଇଥିବା ଜଣେ ସଫେଇ କର୍ମଚାରୀ ଏହାକୁ ଫେରାଇ ଦେଇଛନ୍ତି। ବିଏମ୍‌ସିରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂଙ୍କ ଏହି ମହତ ପଣିଆକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। More

ବିଲେଇ ପାଇଁ ହଟହଟା, ଥାନାରେ ଏତଲା...

ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ଥାନାରେ ଏତଲା ଦିଆଯାଇଛି।  More

ତିର୍ତ୍ତୋଲ ବିଧାୟକଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ସାଂଘାତିକ ଅଭିଯୋଗ- ‘ଫେସ୍‌ବୁକ୍‌ରୁ ଫଟୋ ଆଣି ମୋତେ ବଦ୍‌ନାମ କରାଯାଉଛି’

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଲିକା କହିଛନ୍ତି, ‘ଏତେ ସବୁ ଘଟଣା ଘଟିଲା ପରେ ବିଜୟ ଶଙ୍କର ଫେସ୍‌ବୁକ୍‌ରୁ ମୋ ଫଟୋ ନେଇ ସୋସିଆଲ୍‌ ମିଡିଆରେ ଶେୟାର କରି ମୋତେ ବଦ୍‌ନାମ କରୁଛନ୍ତି। ଫଟୋ ସବୁ ୨୦୧୯ ମସିହାର ବ୍ୟାଚ୍‌ ଫିଷ୍ଟ୍‌ ସମୟର।’ More

ମିଶନ ଶକ୍ତି କର୍ମୀଙ୍କୁ ରାଜ୍ୟ ସରକାରଙ୍କ ଲଲିପପ୍‌ !

ଓଡିଶା ଗସ୍ତ ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦଳୀୟ କାର୍ଯ୍ୟାଳୟରେ ଏସଏଚଜିକୁ କେନ୍ଦ୍ର ଦେଉଥିବା ଅନୁଦାନ ଓ ସେମାନଙ୍କୁ ସଶକ୍ତ କରିବାକୁ କେନ୍ଦ୍ର କରୁଥିବା ବ୍ୟବସ୍ଥା ମନ୍ତବ୍ୟ ରାଜ୍ୟ ବିଜେପିର ବଳ ବଢ଼ାଇଛି । ତେଣୁ ତାର କାଉଣ୍ଟର ଲାଗି ସ୍କୁଟି ଓ ଲାପଟପ୍ ଲଲିପପ୍ ଦେଇ ମିଶନ ଶକ୍ତି କର୍ମୀଙ୍କ ଅସନ୍ତୋଷ ଚାପିବାକୁ ଉଦ୍ୟମ କରାଯାଉନି ତ ? More

ଅଣନିଃଶ୍ୱାସୀ ଓଡ଼ିଆ ଭାଷା; ଇଂରାଜୀ ଉପରେ ସବୁଠି ଗୁରୁତ୍ୱ...

ବ୍ୟାବସାୟିକ ପ୍ରତିଷ୍ଠାନ, ଘରୋଇ ସ୍କୁଲ୍ ଏପରିକି ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଆ ବଦଳରେ ମାତ୍ରାଧିକ ଇଂରାଜ‌ ଭାଷାର ବ୍ୟବହାର ହୋଇଛି । ରାସ୍ତା କଡ଼ ଦୋକାନ ବଜାରର କଥା ନ କହିଲେ ଭଲ । ସରକାରଙ୍କ ନିୟମ କାନୁନ ପ୍ରତି କାହାର ନିଘା ନାହିଁ କି ଓଡ଼ିଆ ଭାଷା ପ୍ରତି ଆଗ୍ରହ । More

କେବେ ଖୋଲିବ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର ?

ମନ୍ତ୍ରୀଙ୍କ ମର୍ଡରକୁ ନେଇ ନୂଆ ନୂଆ ଚିତ୍ର ଭାଇରାଲ୍ ହେଉଛି । ଖାକି ବର୍ଦ୍ଦିରେ ଥାଇ କାହିଁକି ଗୋପାଳ ଦାସ ମାରିଲା ? ଆଜିକୁ ୨୩ ଦିନ ହେଲା ଲାଗିରହିଛି ସସପେନ୍ସ । କିନ୍ତୁ ସର୍ଭିସ ପିସ୍ତଲରେ କେମିତି ମାରିଲା ଗୋପାଳ ? ତାହାର ଭଳି କି ଭଳି ଚିତ୍ର ଭାଇରାଲ୍ ହେଉଛି । ଗତକାଲି ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ମାରିବା ସମୟର ଏକ ଫଟୋ ଭାଇରାଲ ହୋଇଥିଲା । More

ଗଞ୍ଜାମ ବିଜେଡି ଫାଳଫଳ ! ବିପଦ ଆଣିବ କି ଗୋଷ୍ଠୀ କନ୍ଦଳ ?

ନିକଟରେ ଛତ୍ରପୁରରେ ସ୍ଥାନୀୟ ବିଧାୟକ ସୁବାସ ବେହେରାଙ୍କୁ ବିରୋଧ କରି ତାଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି ତାଙ୍କ ବିପକ୍ଷ ଗୋଷ୍ଠୀ । ଛତ୍ରପୁରର ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ପାଢୀ ବିଧାୟକ ସୁବାସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବାରୁ ଦଳର ମୁଣ୍ଡବିନ୍ଧା ବଢ଼ିଛି । More

ବାହାଘରର ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା

ଆଉ ଗୋଟିଏ ଦିନ ପରେ ବାହାଘର ସରିଥାନ୍ତା। ଆଉ ବଧୂବେଶରେ ଝିଅ ଯାଇଥାନ୍ତା ଶାଶୁଘର। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର, ବଡ଼ ଦାରୁଣ। ବାହାଘରର ଠିକ୍ ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା। More