ସଂକ୍ଷେପରେ ଆଜିର ତାଜା ଖବର - Saturday, 31 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜ୍ୟୋତିଷ ବିଶାରଦଙ୍କ ମତ, ରାଜ୍ୟରେ ବଦଳିନପାରେ ଶାସନର ପଟ୍ଟ

ଏପ୍ରିଲରୁ କଂଗ୍ରେସ ଭାଗ୍ୟରେ ପରିବର୍ତ୍ତନ ଆଶା କରାଯାଉଛି। More

ସୀମିତ ଓଭର୍ ଅଧିନାୟକ ଦୌଡ଼ରେ ସର୍ବାଗ୍ରେ ହାର୍ଦ୍ଦିକ ପାଣ୍ଡ୍ୟା

ହ୍ୱାଇଟ୍ ବଲ୍ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ସ୍ଥାୟୀ ଉତ୍ତରାଧିକାରୀ କରାଯିବା ଲକ୍ଷ୍ୟ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏବେ ରୋହିତଙ୍କ ପାଇଁ ନିଜ ଅଧିନାୟକତ୍ୱ ବଞ୍ଚାଇବା ଏବଂ ହାର୍ଦ୍ଦିକଙ୍କ ପାଇଁ ସୁଯୋଗ ମିଳିବା ସ୍ଥଳେ ନିଜ ନେତୃତ୍ୱ-ଦକ୍ଷତାକୁ ବଳିଷ୍ଠ ଓ ପରିପକ୍ୱ କରିବାର ଆହ୍ୱାନ ରହିଛି। More

ନୂଆବର୍ଷ ସେଲିବ୍ରେସନ୍: ମାନନ୍ତୁ ଏହିସବୁ ନିୟମ, ନହେଲେ ଅସୁବିଧାରେ ପଡ଼ିପାରନ୍ତି...

ନୂଆବର୍ଷ ଦିନ ବିଭିନ୍ନ ସ୍ଥାନରେ ପୋଲିସ୍‌ର କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡ଼ି ଚଲାଇବା ଓ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବେଳେ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। More

ଗାଁ ପିଲାର ଚିକିତ୍ସା ପାଇଁ ଏକାଠି ହୋଇ ଭିକ୍ଷା ବୃତ୍ତି କରୁଛନ୍ତି ଗ୍ରାମବାସୀ

କଟକରେ ଚିକିତ୍ସା ଅବହେଳା ହେବାରୁ ସନ୍ତୋଷଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । More

ମଶା ଦାଉରୁ ମୁକ୍ତି କେବେ ? BMC ମାନୁଛି ମଶା ମରା ତେଲ ନକଲି

ମଶା ତେଲ ନକଲି ନେଇ ପରୋକ୍ଷରେ ମାନିଲେ ମେୟର । କୁଆଡ଼େ ଗଲା ମଶାମରା ଡ୍ରୋନ୍, ଖୋଜୁଛନ୍ତି ଲୋକେ । More

ଜୋରଦାର ହେବ ସେଲିବ୍ରେସନ ! ଜିରୋ ନାଇଟ୍ ପାଇଁ ସବୁଠି ସଜବାଜ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ନବବର୍ଷ ପାଳନ ପାଇଁ ସଭିଙ୍କ ମନରେ ଉତ୍ସାହ । More

ହକି ନାଁରେ ଇମେଜ୍ ବିଲ୍ଡିଂ କରୁଛନ୍ତି ନବୀନ, ଅଭିଯୋଗ ଆଣିଲେ ବିରୋଧୀ

ହକି ବିଶ୍ୱକପ୍ ଆଳରେ ବ୍ରାଣ୍ଡ ନବୀନର ପ୍ରଚାର ପାଇଁ କି କସରତ୍ ? More

ଋଷୀୟ ସାଂସଦଙ୍କ ମୃତ୍ୟୁ: ଫରେନ୍‌ସିକ ଟିମ୍ ସହ ତନ୍ନ ତନ୍ନ କରି ଯାଞ୍ଚ କରୁଛି କ୍ରାଇମ୍‌ବ୍ରାଞ୍ଚ

ଦାହ ସଂସ୍କାର ବିଧି ସମ୍ମତ ବୋଲି ସ୍ପଷ୍ଟ କଲେ ଋଷୀୟ ରାଷ୍ଟ୍ରଦୂତ । ସାମ୍ନାକୁ ଆସିଲା ଆଣ୍ଟୋଭଙ୍କ ଭୁବନେଶ୍ୱର ରହଣି ବେଳର ଫଟୋ । More

IPS ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୧୧ ଜିଲ୍ଲାର SP

ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP । More

ମନୋଜ ମିଶ୍ରଙ୍କୁ ଅହେତୁକ ଅନୁକଂପା ଚର୍ଚ୍ଚା, ଇସ୍ତଫା ପରେ ପୁଣି ନିଯୁକ୍ତି

ପୁଣି ମିଳିଛି ଆଇଟି ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି । ସେ ଇଣ୍ଡିଆନ୍ ରେଲୱେ ଟ୍ରାଫିକ୍ ସର୍ଭିସ୍ (IRTS) କ୍ୟାଡର୍ ଅଫିସର । More

ମୃତ୍ୟୁ ପୂର୍ବରୁ ଭୁବନେଶ୍ୱର ଆସିଥିଲେ ଋଷ୍‌ ପର୍ଯ୍ୟଟକ ପାଭେଲ୍‌

ରୁଷୀୟ ପର୍ଯ୍ୟଟକ ପାଭେଲ୍‌ ଆନ୍ତୋଭ ଓ ଭ୍ଲାଦିମିର ବିଦେନୋଭଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଥିବାବେଳେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। More