Advertisment

ବାଂଲାଦେଶରେ ବଡ଼ ହଲଚଲ, PMଙ୍କ ଘରେ ପଶି ବିରିଆନୀ ଖାଇଲେ.. ଖଟରେ ଶୋଇଲେ..

ରାଜନୈତିକ ଦଳ ଗୁଡ଼ିକ ସହ ଆଲୋଚନା କରି ମୁଁ ଆପଣଙ୍କ ଧନଜୀବନର ଦାୟିତ୍ୱ ନେଉଛି ଏବଂ ଆପଣଙ୍କ ଦାବି ସଂପର୍କରେ ଉଚିତ ପଦକ୍ଷେପ ନିଆଯିବ । ଆପଣମାନେ ଧୈର୍ଯ୍ୟ ଧରନ୍ତୁ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।

ଅଦ୍ୟତନ ହୋଇଛି
Protesters In Bangladesh PM House Live

Sheikh Hasina

Advertisment

ବାଂଲାଦେଶରେ ସରିଲା ହାସିନା ଯୁଗ ! ସତ୍ତା ପଲଟ୍ ପରେ ସେନା ହାତରେ କ୍ଷମତା । ଖାଲି ପିଏମ୍ ପଦ ନୁହେଁ, ଦେଶ ବି ଛାଡ଼ିଦେଲେ ଶେଖ୍ ହାସିନା । ଅତି ଗୁପ୍ତ ଭାବେ ଦେଶ ଛାଡ଼ିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା । ହଜାର ହଜାର ଆନ୍ଦୋଳନକାରୀ ପିଏମ୍ ପ୍ୟାଲେସ 'ବଙ୍ଗଭବନ' ଆଡ଼କୁ ମାଡ଼ି ଆସିବା ପରେ, ଢାକାରେ ନିଜକୁ ଅସୁରକ୍ଷିତ ମନେ କରି ସେ ଦେଶ ଛାଡ଼ିଛନ୍ତି। ଅପରାହ୍ନ ୨ଟା ୩୦ ବେଳେ କୁର୍ମିଟୋଲା ବାୟୁସେନା ଘାଟି ଦେଇ ସେ ନିଜ ଭଉଣୀ ରିହାନାଙ୍କ ସହ ସେନା ହେଲିକପ୍ଟରରେ ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି।

Advertisment

ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ଏବଂ ଦେଶବ୍ୟାପୀ ହିଂସାରେ ୩ଶହ ଜଣଙ୍କ ମୃତ୍ୟୁ ହେବା ପରେ, ଅଣାୟତ୍ତ ହୋଇପଡ଼ିଥିଲା ବାଂଲାଦେଶର ଅରାଜକ ସ୍ଥିତି। ଶେଷରେ ଆନ୍ଦୋଳନକାରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ପ୍ରଧାନମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ଏହି ୭୬ ବର୍ଷୀୟା ନେତ୍ରୀ। ଦେଶ ଛାଡ଼ିବା ପୂର୍ବରୁ ଶେଖ୍ ହସିନା ଦେଶବାସୀଙ୍କୁ ସମ୍ବୋଧିତ କରିବା ପାଇଁ ବାର୍ତ୍ତା ରେକର୍ଡ କରିବାର ଥିଲା । କିନ୍ତୁ ସେତକ ବି କରିବାକୁ ଦେଇନଥିଲେ ଆନ୍ଦୋଳନକାରୀ । ପଦ ସହ ଦେଶ ଛାଡ଼ିବା ପାଇଁ ସେନା ତାଙ୍କୁ ୪୫ ମିନିଟର ନୋଟିସ୍ ଦେଇଥିଲା ବୋଲି କୁହାଯାଉଛି।

ଅଧିକ ପଢନ୍ତୁ : ପୁଣି ଜଳିଲା ବାଂଲାଦେଶ; ବହୁ ପୋଲିସ କର୍ମଚାରୀଙ୍କ ସମେତ ଏକାଧିକ ମୃତ...

Advertisment

ସେପଟେ ଏହି ସତ୍ତାପଲଟ୍ ପରେ, ଦେଶର କ୍ଷମତାଭାର ନିଜ ହାତକୁ ନେଇଛି ବାଂଲାଦେଶ ସେନା । ସେନା ଦ୍ୱାରା ଗଠିତ ଅନ୍ତରୀଣ ସରକାର ଏଣିକି ଦେଶ ଚଳାଇବ ବୋଲି ଘୋଷଣା କରିଛନ୍ତି ବାଂଲାଦେଶ ସ୍ଥଳସେନା ମୁଖ୍ୟ ୱାକର୍-ଉଜ୍-ଜମାନ୍ । ଏଥିସହ ସେନା ଓ ପୋଲିସକୁ ଲୋକଙ୍କ ଉପରକୁ ଗୁଳି ନଚଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜନୈତିକ ଦଳ ଗୁଡ଼ିକ ସହ ଆଲୋଚନା କରି ମୁଁ ଆପଣଙ୍କ ଧନଜୀବନର ଦାୟିତ୍ୱ ନେଉଛି ଏବଂ ଆପଣଙ୍କ ଦାବି ସଂପର୍କରେ ଉଚିତ ପଦକ୍ଷେପ ନିଆଯିବ । ଆପଣମାନେ ଧୈର୍ଯ୍ୟ ଧରନ୍ତୁ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।

Advertisment

ହସିନା ଦୁର୍ଗ ଭୁଶୁଡ଼ିବା ପରେ ଲୋକଙ୍କ ଗଡ଼ ଜିଣିବାର ଖୁସି ବି କିଛି କମ୍‌ ନଥିଲା । ରାସ୍ତାକୁ ଓହ୍ଲାଇ ଖୁସି ଜାହିର କରିଛନ୍ତି ହଜାର ହଜାର ଆନ୍ଦୋଳନକାରୀ। କିଏ ସେନାର ସାଞ୍ଜୁଆ ଗାଡ଼ି ଉପରେ ଚଢ଼ିଛି, କିଏ ନାରାବାଜି କରୁଛି। ଏପଟେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶି ତାକୁ ଦଖଲକୁ ନେଇଛନ୍ତି ଶହ ଶହ ଆନ୍ଦୋଳନକାରୀ। ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଅନେକ ଦୃଶ୍ୟ। କିଏ ସୋଫାରେ ବସିଛି, କିଏ ପଲଙ୍କ ଅକ୍ତିଆର କରିଛି। ଆଉ କିଏ ଡାଇନିଂରେ ପଶି ଖାଇଛନ୍ତି ବିରିଆନୀ । 

ଆନ୍ଦୋଳନକାରୀମାନେ ସେଠାରୁ ବହୁ ମୂଲ୍ୟବାନ ସାମଗ୍ରୀ ମଧ୍ୟ ନେଇ ପଳାଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଶ୍ରୀଲଙ୍କା ଓ କାବୁଲରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କ୍ଷମତା ପରିବର୍ତ୍ତନ ବେଳେ। ସେପଟେ କିଛି ଉତ୍ୟକ୍ତ ଆନ୍ଦୋଳନକାରୀମାନେ ହସିନାଙ୍କ ବାପା ତଥା ବାଂଲାଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଶେଖ୍ ମୁଜିବୁର୍ ରେହମାନଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରିଥିବା ବେଳେ, ହସିନାଙ୍କ ପାର୍ଟି ବାଂଲାଦେଶ ଆୱାମୀ ଲିଗ୍ ର ଢାକା ଅଫିସକୁ ମଧ୍ୟ ଜାଳି ଦେଇଛନ୍ତି। ଏସବୁ ଭିତରେ ସାରା ଦେଶରେ କର୍ଫ୍ୟୁ ବଳବତ୍ତର ରହିଛି।

ଅଧିକ ପଢନ୍ତୁ : ରକ୍ତର ହୋଲି ଖେଳୁଛି ଇସ୍ରାଏଲ୍; ଗାଜାର ଦୁଇଟି ସ୍କୁଲରେ ଏୟାରଷ୍ଟ୍ରାଇକ୍, ୩୦ମୃତ

ପ୍ରଥମେ ୧୯୯୬ରୁ ୨୦୦୧ ଏବଂ ପରେ ୨୦୦୯ରୁ ୨୦୨୪ । ଦୁଇ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ଥିଲେ ଶେଖ୍ ହାସିନା। ବାଂଲାଦେଶର ସର୍ବାଧିକ କାଳ କ୍ଷମତାସୀନ ଥିବା ପ୍ରଧାନମନ୍ତ୍ରୀ । ତେବେ ଗତ ଜୁନରେ ଦେଶବ୍ୟାପୀ ସୃଷ୍ଟି ହୋଇଥିଲା ଛାତ୍ର ଆନ୍ଦୋଳନ। ସରକାରୀ ନିଯୁକ୍ତିରେ ମୁକ୍ତିଯୋଦ୍ଧା ବା ବାଂଲାଦେଶ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଧରମାନଙ୍କୁ ୩୦ ପ୍ରତିଶତ ସଂରକ୍ଷଣ ନେଇ ନିଷ୍ପତ୍ତି ନେଇଥିଲେ ହାସିନା ସରକାର। ଏହାକୁ ବିରୋଧ କରି ଉଗ୍ର ଆନ୍ଦୋଳନକୁ ଓହ୍ଲାଇଥିଲେ ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରସଂଗଠନ। ଏହାକୁ ବିରୋଧୀ ଦଳମାନେ ମଧ୍ୟ ସମର୍ଥନ କରିଥିଲେ ।

ପ୍ରଥମ ପର୍ଯ୍ୟାୟ ଆନ୍ଦୋଳନରେ ୨ଶହ ଜଣଙ୍କ ମୃତ୍ୟୁ ଏବଂ ଗତକାଲି ପୁଣି ପ୍ରାୟ ଶହେ ଜଣଙ୍କ ମୃତ୍ୟୁ ହେବା ପରେ, ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଆଉ ୨ ମାସର ଆନ୍ଦୋଳନ ପରେ ଆଜିହାସିନା ଯୁଗର ଅବସାନ ଘଟିଛି।

Bangladesh Sheikh Hasina
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ