Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Thursday, 24 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Woman Dies Due to Faulty Hospital Lift : କାଳ ହୋଇ ଖସିଲା ଲିଫ୍ଟ ଡୋର୍, ଚାଲିଗଲା ମହିଳା ରୋଗୀଙ୍କ ଜୀବନ

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ଲିଫ୍ଟରେ ଚାପି ହୋଇ ଚାଲିଗଲା ମହିଳା ରୋଗୀଙ୍କ ଜୀବନ । More

Odisha’s Prashant Satpathy: ପ୍ରଶାନ୍ତ ଶତପଥୀଙ୍କୁ ବିଦାୟ; ଶବାଧାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୂକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଓ ପୁଅର ପାଠପଢ଼ା ପାଇଁ ସରକାର ବ୍ୟବସ୍ଥା କରିବେ ବୋଲି କହିବା ସହ ଆତଙ୍କୀଙ୍କ ଏଭଳି ବର୍ବରକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ । More

Ayushman Bharat Scheme Challenges: ଆୟୁଷ୍ମାନ ଯୋଜନାରୁ ସୁଫଳ ମିଳୁନଥିବା ଅଭିଯୋଗ: ସ୍ବାସ୍ଥ୍ୟମନ୍ତ୍ରୀ କହିଲେ...

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପରଠୁ ଚିକିତ୍ସା ସେବା ପାଇବାକୁ ରୋଗୀ ହଇରାଣ ନେଇ ଆସୁଛି ମାଳମାଳ ଅଭିଯୋଗ । More

Terrorist Attack on Odia Tourist: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ଲକ୍ଷ ଟଙ୍କାର ସହାୟତା ଓ ତାଙ୍କ ସ୍ତ୍ରୀଙ୍କୁ ମିଳିବ ଚାକିରି

ଆଜି ଭୋରରେ ବାଲେଶ୍ୱର ଜିଲ୍ଲା ଇସାଣୀ ଗାଁରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ପାର୍ଥିବ ଶରୀର। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। More

Subhadra Scheme Benefits in Odisha: ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜି ଆସିବ ସୁଭଦ୍ରା ଟଙ୍କା।

ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ମହିଳା ଏହି ପର୍ଯ୍ୟାୟରେ ଟଙ୍କା ପାଇବେ। ଏବେ ଆବେଦନ ବନ୍ଦ ଥିବା ବେଳେ ତୃତୀୟ କିସ୍ତି ପରେ ପୁଣି ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ। More

Prashanta Satapathy Terror Attack Death: ଜନ୍ମମାଟିରେ ପହଞ୍ଚିଲା ପ୍ରଶାନ୍ତଙ୍କ ମରଶରୀର; ଆଜି ଶେଷକୃତ୍ୟ

ଗତକାଲି ରାତିରେ ମରଶରୀର ଜାମ୍ମୁ-କାଶ୍ମୀରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ଭୁବନେଶ୍ବର ବିମାନବନ୍ଦରରେ ରାତି ପ୍ରାୟ ୧୨ଟା ୩୦ମିନିଟରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର। More

Panchang Today 24th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ରାତ୍ରି ୦୩.୨୪ ଗତେ ମୀନ । ତିଥି- ୧୧ଶୀ ଦିବା ୦୨.୩୨ ଗତେ ୧୨ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ରାତ୍ରି ୦୩.୨୪ ଗତେ ଧନୁ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । More

Kotia Border Dispute Resolution: ସ୍ବତନ୍ତ୍ର କମିଟି କରିବେ ସରକାର, କୋଟିଆ ବିବାଦର ହେବ କି ସମାଧାନ ?

କୋଟିଆ ପାଇଁ କମିଟି କରିବେ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଢାଯିବ କମିଟି । ଖୁବ୍ ଶୀଘ୍ର ଗ୍ରାଉଣ୍ଡ ସ୍ଥିତି ପରଖି ସରକାରଙ୍କୁ ରିପୋର୍ଟ ଦେବ କମିଟି । More

Journalism Collaboration for Development: ସାମ୍ବାଦିକଙ୍କ ଉନ୍ନତି ପାଇଁ IIMC ଓ ଇମକା ମିଳିତ ଭାବେ କାମ କରିବା ଆବଶ୍ୟକ

ଆଇଆଇଏମସି ଏକ ଅନୁଷ୍ଠାନ ନୁହେଁ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭାବାତ୍ମକ ସଂଯୋଗ ଯୋଡ଼ିବା ସହ ସେମାନଙ୍କ ଜୀବନର ଏକ ମୁଖ୍ୟ ଦିଗଦର୍ଶକ । More

Kashmir Terror Attack Victims: ପ୍ରଶାନ୍ତଙ୍କ ଭଉଣୀ ବଖାଣିଲେ ହୃଦୟଥରା କାହାଣୀ, ଗୁଳି ମାଡ଼ର ଘଣ୍ଟାଏ ଯାଏଁ ବଞ୍ଚିଥିଲେ ପ୍ରଶାନ୍ତ

ଗତକାଲି ପରଠୁ ଏହି ଫୋନ୍ କଲ୍ ଦୋହଲାଇ ଦେଉଛି, ଛାତି ଫଟାଇ ଦେଉଛି ପରିବାରକୁ, ଆତ୍ମୀୟ ସ୍ବଜନଙ୍କୁ । କିଏ ଜାଣିଥିଲା ଏଭଳି ରିଲ୍ସ କରୁ କରୁ ଏବଂ ଖୁସି ମଉଜ ଭିତରେ ଆତଙ୍କୀଙ୍କ ଗୁଳିରେ ଟଳିପଡ଼ିବେ ବାଲେଶ୍ବର ଇସାଣୀ ଗାଁର ପ୍ରଶାନ୍ତ ଶତପଥୀ । More

Odisha Cabinet Approves Six Key Proposals: ୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ଏଣିକି ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ

ଅବକାରୀ ବିଭାଗ ନିୟମ ୨୦୧୭ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯିବ । More

Intermittent Fasting Benefits: ଓଜନ କମାଇବାକୁ ମନଇଚ୍ଛା ଉପବାସ କରୁଛନ୍ତି କି...ଆସିପାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ସେଡେଣ୍ଟାରୀ କାର୍ଯ୍ୟଶୀଳତା ବଢ଼ୁଛି ଅର୍ଥାତ୍ ଦିନ ମଧ୍ୟରେ ଶାରୀରିକ କ୍ରିୟାର ପରିମାଣ ଖୁବ୍ କମ୍ ହୋଇଯାଉଛି। ଆଗକାଳରେ ଲୋକମାନେ ବହୁତ ଶକ୍ତ ପରିଶ୍ରମ କରୁଥିଲେ ଏବଂ ସେହି ଅନୁସାରେ ଅତ୍ୟଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ୁଥିଲା। କିନ୍ତୁ ଆଜିକାଲି ସହର ସଭ୍ୟତାରେ ପ୍ରାୟ ସମସ୍ତେ ଅଫିସ୍‌ରେ ବସି ବସି କାମ କରିବା ନିୟମିତ ହୋଇଗଲାଣି। ଏହା ଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ ସହଜରେ ମେଦବହୁଳତା ଓ ଅନ୍ୟ ସମସ୍ୟା ବୃଦ୍ଧି ପାଉଛି। More