Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Friday, 11 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Ayushman Bharat Scheme: ଓଡ଼ିଶା ସ୍ବାସ୍ଥ୍ୟସେବା ଇତିହାସରେ ନୂଆ ଫର୍ଦ୍ଦ, କଟକରେ ବହୁ ପ୍ରତୀକ୍ଷିତ ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ

ଆଜିଠୁ ଓଡ଼ିଶା ହେଲା ଆୟୁଷ୍ମାନ। ଲାଗୁ ହେଲା ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପ୍ରଣୟନ ସାଙ୍ଗକୁ ନୂଆ ଏକକ କାର୍ଡ ବିତରଣ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ବି ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । More

BJD Conflict : କାମ ଦେଲାନି ନବୀନଙ୍କ ନାଲିଆଖି; କ'ଣ ହେବ ବିଜେଡିର ଭବିଷ୍ୟତ ?

ଯାହା ଆଗରୁ କେବେ ଦେଖାଦେଇ ନଥିଲା ତାହା ଏବେ ଦେଖିବାକୁ ମିଳୁଛି । ଆଉ ନବୀନଙ୍କୁ ଟାର୍ଗେଟ କରି ବୟାନ ରଖିବାକୁ ଭୟ କରୁନାହାନ୍ତି ବରିଷ୍ଠ ବିଜେଡି ନେତା । More

Piyush Tripathy Dispute: ବର୍ଷକ ପାଇଁ ଯାତ୍ରା ମଞ୍ଚକୁ ଅଲ୍‌ବିଦା କଲେ ପୀୟୂଷ

ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ଦୁଇ ପାର୍ଟି ମାଲିକଙ୍କଠୁ ନେଇଥିବା କୋଟିଏ ୧୫ ଲକ୍ଷ ଫେରାଇଲେ ପୀୟୂଷ । ଏହା ସହ ବର୍ଷକ ପାଇଁ ମଞ୍ଚକୁ ଅଲ୍‌ବିଦା କଲେ ଜଲିଉଡର ହାଇପେଡ୍ ଆର୍ଟିଷ୍ଟ ପୀୟୂଷ । More

State Government Staff DA Hike 2025: ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା

ଏହା ଜାନୁଆରୀ ପହିଲା ୨୦୨୫ରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନସନଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। More

Odisha Weather Forecast: ୫ ଦିନ ଯାଏଁ ଛେଚିବ ବର୍ଷା ! ଆଜି ୧୪ ଜିଲ୍ଲାକୁ ଆଲର୍ଟ

ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ । ଆଗାମୀ ୫ରୁ ୬ ଦିନ ଯାଏ ରାଜ୍ୟରେ ଛେଚିବ ବର୍ଷା । ଆଜି ୧୪ ଜିଲ୍ଲାରେ ଝଡ଼ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । More

Bomb hurled in Pipili: ପିପିଲିରେ ବୋମାମାଡ଼; ୩ ଜଣ ଆହତ, ଘଟଣାସ୍ଥଳରେ ପଡିଛି ଜୀବନ୍ତ ବୋମା

ବିଳମ୍ବିତ ରାତିରେ ପିପିଲି ଜମାଲପୁର ମେଲଣ ପଡିଆ ନିକଟରେ ବୋମମାଡ଼ । ୩ ଜଣ ଆହତ । ବୋମାମାଡ଼ କରିବା ସମୟରେ ହାତରେ ବୋମା ଫୁଟିବାରୁ ଜଣେ ଯୁବକ ଗୁରୁତର । More

Encounter in Bhubaneswar: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ବ୍ରାଉନସୁଗାର ବେପାରୀ ଗୁରୁତର

ବିଳମ୍ବିତ ରାତିରେ ଭୁବେନଶ୍ୱରରେ ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର୍ । ପୋଲିସ ଗୁଳିରେ ବ୍ରାଉନସୁଗାର ମାଫିଆ ଶେଖ୍ ଜାମସେଦ ଗୁରୁତର । ତା' ଗୋଡରେ ବାଜିଛି ଗୁଳି । More

Panchang Today 11th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର । ଚନ୍ଦ୍ର- କନ୍ୟା ଅହୋରାତ୍ର।  ତିଥି- ୧୪ଶୀ ରାତ୍ରି ୦୩.୨୧ ଗତେ ପୂର୍ଣ୍ଣିମା।ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର।ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୩.୧୦ ପର୍ଯ୍ୟନ୍ତ। More

Ayushman Bharat Yojana in Odisha: ଆଜିଠୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ, ଶୁଭାରମ୍ଭ କରିବେ ଜେପି ନଡ୍ଡା

ଆଜିଠୁ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଆରମ୍ଭ ହେବ । କଟକର ବାଲିଯାତ୍ରା ପଡିଆରେ ଏହି ଯୋଜନାର ଶୁଭାରମ୍ଭ କରିବେ ଜେପି ନଡ୍ଡା । More

Body Disappears : ଦଶାହ କ୍ରିୟା ପୂର୍ବରୁ ଶ୍ମଶାନରୁ ଗାଏବ ହୋଇଗଲା ଶବ

ଦଶ ଦିନ ତଳେ ମୃତ୍ୟୁପରେ ମାଆର ଶବ ପୋତିଥିଲା ପୁଅ । ହେଲେ ଦଶାହ କର୍ମ ଆବଶ୍ୟକୀୟ ଦଶାହ କର୍ମ ଦୀପ ନେଇ ଶ୍ମଶାନକୁ ଯାଇ ଶବ ଗାଏବ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି ପୁଅ । More

Villagers Deprived Of Basic Facilities : ଜଳଭଣ୍ଡାରରେ ଜଳବନ୍ଦୀ ହୋଇ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି ବିସ୍ଥାପିତ

ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ବିସ୍ଥାପିତ । କେଉଁଠି ବିଜୁଳି ନାହିଁ ତ କେଉଁଠି ଯାତାୟାତ ପାଇଁ ବାଟ ନାହିଁ । କେଉଁଠି ସ୍କୁଲ୍ ନାହିଁ ତ ଆଉ କେଉଁଠି ସ୍ବାସ୍ଥ୍ୟସେବା ଅପହଞ୍ଚ । ପଞ୍ଚାୟତ ଅଫିସକୁ ଯିବାକୁ ହେଲେ ଡଙ୍ଗା ହିଁ ପାଲଟି ଥାଏ ଏକମାତ୍ର ଭରସା । More

Illegal Coal Mining Investigation: ତେଲନଡିହି କୋଇଲା ମହାଲୁଟ୍ ପଛରେ କିଏ ? ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତଦନ୍ତ ଦାବି କଲେ ଉପବାଚସ୍ପତି

ତେଲେନଡିହି କୋଇଲା ମହାଲୁଟ୍ ପଛରେ କିଏ ? ଜଙ୍ଗଲ ଭିତରେ କାହା ଛତ୍ରଛାୟା ତଳେ ଚାଲିଥିଲା କଳାହୀରାର ଚୋରା ବେପାର ? ବେଆଇନ କୋଇଲା ଖନନ ଓ ଏହାର ଚୋରା ଚାଲାଣ ପଛର କିଏ ସେ ମାଫିଆ ? More

Pravat Tripathy Counters Naveen Patnaik: ବିଜେଡି ମୁଖିଆଙ୍କୁ ପ୍ରଭାତ ତ୍ରିପାଠୀଙ୍କ କଡ଼ା କାଉଣ୍ଟର; କହିଲେ, ୱକ୍‌ଫ ପ୍ରସଙ୍ଗ ଏଡ଼ାଇବାକୁ ମୋ ସସପେଣ୍ଡକୁ ଅସ୍ତ୍ର

ନବୀନଙ୍କ ଅଭିଯୋଗ, ଜବାବ ରଖିଲେ ପ୍ରଭାତ। କହିଲେ ନବୀନ ମହାମିଥ୍ୟା କହି ଖସିଯିବାକୁ ବସିଛନ୍ତି । ୱକଫ୍ ପ୍ରସଙ୍ଗକୁ ଏଡ଼ାଇବା ଲାଗି ମୋ ନିଲମ୍ବନ କଥା କହିଛନ୍ତି । More

Woman Murder Case: ମହିଳା ହତ୍ୟାକାଣ୍ଡରେ ଚନ୍ଦନ ଗିରଫ, ଖଣ୍ଡଗିରିରୁ ଆଣି ମାରିଥିଲା ଲିଙ୍ଗିପୁରରେ

ଯୁବତୀଙ୍କ ମୋବାଇଲ କଲରୁ ପୋଲିସକୁ ମିଳିଲା କିଛି ସୁରାକ୍ । ଚନ୍ଦନ ପରିଡା ସହ ବାରମ୍ୱାର କଥାବାର୍ତ୍ତା ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ୍ । ଘଟଣା ଦିନ ଉଭୟ ସେହି ସ୍ଥାନକୁ ଯାଇଥିଲେ । ଚନ୍ଦନ ହାତରୁ ସିନ୍ଦୂର ପିନ୍ଧିବା ପାଇଁ ମନା କରିଦେଇଥିଲେ ଯୁବତୀଜଣକ । ଏହା ପରେ ପ୍ରତିଶୋଧ ପରାୟଣ ହୋଇ ସେଇଠି ହତ୍ୟା କରିଥିଲା ଚନ୍ଦନ । ଏହା ପରେ ଏକ ବୁଦାମୂଳେ ମୃତଦେହ ପକାଇ ଚାଲିଯାଇଥିଲା ଅଭିଯୁକ୍ତ । More