Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 02 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Odisha Assembly: ବିଳମ୍ବିତ ରାତି ଯାଏଁ ଚାଲିଛି ବିଧାନସଭା, ରାତିରେ ବି ସରଗରମ ଆଲୋଚନା

ବିରୋଧୀ ଦଳ ବିଧାୟକମାନେ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରୁଥିବା ବେଳେ ଶାସକ ଦଳ ଏହାକୁ ପାରିତ କରିବା ନେଇ ଯୁକ୍ତି ବାଢୁଛନ୍ତି । ଦୀର୍ଘ ଦିନ ପରେ ବିଳମ୍ବିତ ରାତି ଯାଏଁ ବିଧାନସଭାରେ ଘମାଘୋଟ ଆଲୋଚନା ଚାଲିଛି । More

Exam Tension: ଗୋଟିଏ ଦିନରେ ଦୁଇଟି ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ

ଏକା ଦିନରେ ଦୁଇ ଦୁଇଟି ପରୀକ୍ଷାକୁ ନେଇ ଆଶାୟୀଙ୍କ ଭିତରେ ଦ୍ବନ୍ଦ୍ବ। ଆସନ୍ତା ୨୨ ତାରିଖରେ ଗୋଟିଏ ପଟେ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ବା RRB ଦ୍ବାରା ଜୁନିୟର ଇଂଜିନିୟର ପରୀକ୍ଷା ଥିବା ବେଳେ ସେହିଦିନ OPSCର ଓଏଏସ୍ ମୁଖ୍ୟ ପରୀକ୍ଷା ବି ରହିଛି। ଅନେକ ଛାତ୍ରଛାତ୍ରୀ ଉଭୟ ପରୀକ୍ଷା ଦେଉଥିବାରୁ ସେହିଦିନ କେଉଁ ପରୀକ୍ଷା ଦେବେ, କେଉଁ ପରୀକ୍ଷା ଛାଡିବେ ତାକୁ ନେଇ ଏବେ ଦ୍ବନ୍ଦ୍ବରେ। More

KIIT student Death: ପୁଅର ମୃତ୍ୟୁ ପାଇଁ କିଟ ମ୍ୟାନେଜମେଣ୍ଟକୁ ଦାୟୀ କଲେ ଅର୍ଣ୍ଣବଙ୍କ ପିତାମାତା

ଆହୁରି ବଢ଼ିଲା କିଟର ଅଡୁଆ। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ଦେଢ଼ମାସ ନପୁରୁଣୁ ପୁଣି ଜଣେ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ମୃତ୍ୟୁକୁ ନେଇ ହଇଚଇ ଭିତରେ, ଆଜି ଅର୍ଣ୍ଣବଙ୍କ ବାପା ଆଣିଛନ୍ତି ସାଂଘାତିକ ଅଭିଯୋଗ। କହିଛନ୍ତି ପୁଅ ମୃତ୍ୟୁ ପାଇଁ କିଟ୍ ମ୍ୟାନେଜମେଣ୍ଟର ଅବହେଳା ଦାୟୀ। ଏମିତିକି ପୁଅ ଆତ୍ମହତ୍ୟା କରିନି ବରଂ ତା ସହ ଆଉ କିଛି ଅଘଟଣ ଘଟିଥାଇ ପାରେ ବୋଲି ଆଶଙ୍କା କରିଛନ୍ତି ଅର୍ଣ୍ଣବଙ୍କ ବାପା। More

Rising Cancer Cases: ଫସଲରେ ଅଧିକ ରାସାୟନିକ ସାରର ପ୍ରୟୋଗ; ହୁ ହୁ ବଢୁଛି କ୍ୟାନସର

ଫସଲରେ ହେଉଛି ଅତ୍ୟଧିକ କୀଟନାଶକ ବ୍ୟବହାର । ଅଧିକ ଉତ୍ପାଦନ ଆଶାରେ ରସାୟନିକ ସାର ପ୍ରୟୋଗ କରୁଛି ଚାଷୀ । ଆଉ ଏଥିଯୋଗୁଁ ରାଜ୍ୟରେ ହୁ ହୁ ବଢୁଛି କ୍ୟାନସର ଭଳି ମାରାତ୍ମକ ରୋଗ।  More

Accident: ଦୁର୍ଘଟଣାରେ ପୁଅର ମୃତ୍ୟୁ ଖବର ଶୁଣି ହସ୍‌ପିଟାଲ୍ ବେଡ୍‌ରେ ଆଖି ବୁଜିଲେ ବାପା

ଗୋଟିଏ ଦିନରେ ଆଗ ପଛ ହୋଇ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ଗ୍ରାମବାସୀଙ୍କ ଦ୍ବାରା ଅଭିମନ୍ୟୁଙ୍କ ଶବ ସତ୍କାର କରାଯାଇ ପିତା କାର୍ଯ୍ୟ ଚାଲିଥିବା ବେଳେ ଦୁର୍ଘଟଣାରେ ମୃତ ପୁଅର ଶବକୁ ଆଣିବାକୁ ବାହାରିଛନ୍ତି ଗ୍ରାମବାସୀ। ସ୍ୱାମୀ ଓ ପୁଅର ମୃତ୍ୟୁରେ ବୃଦ୍ଧା ସୁଜନଙ୍କ ଦୁନିଆ ଯେମିତି ଅନ୍ଧାର ହୋଇଯାଇଛି। ତାଙ୍କର କୋହଭରା ଚିତ୍କାର ଏବେ ଗାଁ ଦାଣ୍ଡ ଫଟାଇ ଦେଉଛି। More

Weather Update: ୪ ତାରିଖ ଯାଏଁ ତାଣ୍ଡବ ରଚିବ କାଳବୈଶାଖୀ;୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ରାଜ୍ୟରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ୩୦ରୁ ୪୦, ଅନ୍ୟ କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବୋହିବ। ଆଜି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । More

Plus Two Evolution: ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା; ସାମିଲ ହେବେ୧୬ ହଜାର ଅଧ୍ୟାପକ

ଖାତା ଦେଖାରେ ମୋଟ ୧୬ ହଜାର ଅଧ୍ୟାପକ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଦିନ ୫୦ ମାର୍କର ୨୦ଟି ଏବଂ ୮୦ ମାର୍କର ୩୦ଟି ଖାତା ଦେଖାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ପ୍ରଥମଥର ଏକା ସହ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ସହ କରେସପଣ୍ଡିଂ ପରୀକ୍ଷାଫଳ ଆସନ୍ତା ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ। More

Banakalagi Ritual: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ...

ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବାର ପରମ୍ପରା ରହିଛି । More

Panchang Today 2nd April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ବୁଧବାର ।  ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୫ମୀ ରାତ୍ରି ୧୧.୫୦ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । More

KIIT Student Death: ନେପାଳୀ ଛାତ୍ରୀ ଆତ୍ମହତ୍ୟା ପରେ ପୁଣି ଜଣେ କିଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ଦେଢ଼ ମାସ ପୂରି ନଥିବାବେଳେ ସେହି ଅନୁଷ୍ଠାନର ପୁଣି ଜଣେ ଛାତ୍ରଙ୍କର ଘଟିଛି ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ ମିଳିଥିବା ମୃତ ଛାତ୍ର ଜଣକ ବି-ଟେକ୍ ପଢୁଥିଲେ ।  More

Special Story: ଓଡ଼ିଆରେ ପଚାରିଲେ ଚୁପ୍; ତେଲୁଗୁରେ ପଚାରିଲେ ଉତ୍ତର ଦେଉଛନ୍ତି ଓଡ଼ିଆ ସ୍କୁଲ୍ ପିଲା

ଆନ୍ଧ୍ର ସୀମାବର୍ତ୍ତୀ ଓଡ଼ିଶା ମାଟିରେ କେମିତି ବଞ୍ଚିଛି ଓଡ଼ିଆ ଭାଷା ? କେମିତି ଚାଲିଛି ସରକାରୀ ଓଡ଼ିଆ ସ୍କୁଲ୍ ? ଉତ୍ତର ଖୋଜିବାକୁ ଓଟିଭି ଟିମ୍ ପହଞ୍ଚିଥିଲା ମାଲକାନଗିରି ଜିଲ୍ଲାର ଧୂଳିପୁଟ ପଞ୍ଚାୟତରେ । More

Odisha Politics: ସୁଜାତା କାର୍ତ୍ତିକେୟନଙ୍କ VRS ପରେ, ସାଂଘାତିକ ଅଭିଯୋଗ ଆଣିଲେ ପିସିସି ସଭାପତି

ଆଇଏଏସ ସୁଜାତା ରାଉତ କାର୍ତ୍ତିକେୟନଙ୍କ VRSକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ । ପିସିସି ସଭାପତି ଦେଲେ ସାଂଘାତିକ ବୟାନ । ଆଜି ବିସ୍ଫୋରକ ବୟାନ ଦେଇ ବିଜେପି-ବିଜେଡି ସଂପର୍କରେ ପ୍ରଶ୍ନବାଚୀ ଲଗାଇଛନ୍ତି ଭକ୍ତ । More

Odisha Dibasa: ପ୍ରଥମଥର ଲାଗି ଓଡ଼ିଶା ଦିବସଠାରୁ ୧୪ ଦିନ ଧରି ପାଳନ ହେଉଛି ଓଡ଼ିଆ ପକ୍ଷ

ଅସ୍ମିତା, ଉଚ୍ଚାଶା ଏବଂ ଅବିଶ୍ରାନ୍ତ ଉଦ୍ୟମ । ଏହି ୩ଟି ଶକ୍ତିର ଉପଯୋଗରେ ହିଁ ବିକଶିତ ଓଡ଼ିଶା ନିର୍ମାଣ ସମ୍ଭବ । କଟକ ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟିରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । More

Banakalagi Ritual: ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ...

ବନକଲାଗି ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । More