Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Friday, 28 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Closed Schools May Reopen: ଖୁସି ଖବରଦେଲେ ଗଣଶିକ୍ଷା ମନ୍ତ୍ରୀ; ପୁଣି ଖୋଲିପାରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ୍

ଖୋଲିପାରେ ପୂର୍ବ ସରକାର ସମୟରେ ମିଶ୍ରଣ ପାଇଁ ବନ୍ଦ ପଡ଼ିଥିବା ସ୍କୁଲର ତାଲା । ଏନେଇ ସରକାରଙ୍କ ନୀତିଗତ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯେଉଁ ସବୁ ଅଞ୍ଚଳରୁ ନିବେଦନ ଆସିବ ସେଠାରେ ଜିଲ୍ଲା କମିଟି ଓ ରାଜ୍ୟ କମିଟି ଅନୁମୋଦନ କ୍ରମେ ଗଣଶିକ୍ଷା ବିଭାଗ ଚୂଡାନ୍ତ ଅନୁମତି ଦେବ । More

NHRC Questions KISS: ୨୦୧୭ରୁ କିସ୍‌ରେ କାହିଁକି ହୋଇନି CWC ସୁପାରିଶ ଅନୁପାଳନ?

କିସ୍‌ରେ ଛାତ୍ରଛାତ୍ରୀଙ୍କ ରହଣୀ ଅତି ନିମ୍ନମାନର, ଆଦିବାସୀ ପିଲା ରହୁଥିବା କୋଠରୀ ଗୁଡ଼ିକରେ ଅତ୍ୟଧିକ ଭିଡ଼ ଓ ଆବଶ୍ୟକ ପରିମାଣର ଟଏଲେଟର ଅଭାବ, ଅପରିଷ୍କାର ପରିବେଶ ସାଙ୍ଗକୁ ମୌଳିକ ସୁବିଧାର ଅଭାବ ନେଇ ଦୀର୍ଘ ୮ବର୍ଷ ତଳୁ ଅର୍ଥାତ୍ ୨୦୧୭ ଜୁଲାଇ ୬ରେ ଜିଲ୍ଲା ଶିଶୁ ବିକାଶ କଲ୍ୟାଣ କମିଟି ବା CWC ରିପୋର୍ଟ ଓ ସୁପାରିସ କରିଥିଲେ । More

Kiit Suicide: କିଟ୍ କାଣ୍ଡର ସାଂଘାତିକ ସତ, କର୍ତ୍ତୃପକ୍ଷଙ୍କ ଅବହେଳାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ

କିଟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ନେପାଳୀ ଛାତ୍ରୀ। ଜାତୀୟ ମାନବାଧିକାର କମିଶନଙ୍କ ସରଜମିନ୍ ତଦନ୍ତରୁ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଆହୁରି ବଢ଼ିଲା କିଟର ଅଡୁଆ। ଏନଏଚଆରସି ଛାତ୍ରୀ ଆତ୍ମହତ୍ୟା ଏବଂ ଏହା ପରବର୍ତ୍ତୀ କାଣ୍ଡ ପାଇଁ କିଟ୍ ମ୍ୟାନେଜମେଣ୍ଟକୁ ଖାଲି ଦାୟୀ କରିନାହାନ୍ତି ବରଂ ମୁଖ୍ୟସଚିବ, ନାକ୍ ଓ ୟୁଜିସିଠାରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି। More

Congress Protest: ଆନ୍ଦୋଳନରେ ହିଂସା ପଛରେ କିଏ ? ପିସିସି ସଭାପତିଙ୍କ ବୟାନକୁ ନେଇ ବାକଯୁଦ୍ଧ

ନାରୀଙ୍କୁ ନ୍ୟାୟ ପାଇଁ କଂଗ୍ରେସର ବିଧାନସଭା ଘେରାଉ ବେଳେ ହିଂସାକୁ ନେଇ ତୀବ୍ର ହୋଇଛି ରାଜନୈତିକ ବାକଯୁଦ୍ଧ। ଚେୟାର, ଅଣ୍ଡା, ଟମାଟୋ ଓ ଢେଲା ମାଡ଼ କରିଥିବା ଦୁର୍ବୃତ୍ତ କଂଗ୍ରେସ ଦଳର ନୁହଁନ୍ତି ବୋଲି ପିସିସି ସଭାପତି କହିବା ପରେ କଡ଼ା ସମାଲୋଚନା କରିଛି ବିଜେପି। ଆଇନମନ୍ତ୍ରୀ କହିଛନ୍ତି, ଏହା କଂଗ୍ରେସର ଜେନେଟିକ୍ ପ୍ରୋବ୍ଲେମ। More

Jhamu Jatra: ଏହି ଓଡ଼ିଆ ପରମ୍ପରାରେ ନାରୀ ବେଶରେ ସଜ ହୁଅନ୍ତି ପୁରୁଷ, ପିନ୍ଧନ୍ତି…

ଆମ ଓଡ଼ିଶାରେ ପୀଠ ଗୋଟେକୁ ପରମ୍ପରା ଗୋଟିଏ। ଋତୁ ଅନୁଯାୟୀ ଓଡ଼ିଆ ସମାଜରେ ଅନେକ ପୂଜା ପାର୍ବଣ ପାଳନ ହୋଇଥାଏ। ଏମିତି ବି କିଛି ଆଧ୍ୟାତ୍ମିକ ପରମ୍ପରା ରହିଛି, ଯାହା ଦେବୀପୀଠ ଗୁଡ଼ିକ ସହ ଜଡ଼ିତ। More

Panchang Today 28th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୪.୪୭ ଗତେ ମୀନ । ତିଥି- ୧୪ଶୀ ରାତ୍ରି ୦୭.୫୫ ଗତେ ଅମାବାସ୍ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୦୪.୪୭ ଗତେ ଧନୁ ରାଶିର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୦.୦୮ ପର୍ଯ୍ୟନ୍ତ । More

Jagannath Devotees: ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଦଶା ଭୋଗୁଛନ୍ତି ଦିବ୍ୟାଙ୍ଗ ଭକ୍ତ

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ୨୦୧୯ରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ହେଲେ ସତ୍ୟପାଠ ଦାଖଲ କରି ଯିଏ ଯାହା ବାଟରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଖୁବ୍‌ଶୀଘ୍ର ଦିବ୍ୟାଙ୍ଗମାନେ ହ୍ବିଲଚେୟାରରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । More

All Villages To Get Revenue Status: ଖୁସି ଖବର ଦେଲେ ରାଜସ୍ବ ମନ୍ତ୍ରୀ; ଖୁବ୍‌ଶୀଘ୍ର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ମାନ୍ୟତା

ଖୁବ୍‌ଶୀଘ୍ର ରାଜ୍ୟର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ଗ୍ରାମର ମାନ୍ୟତା । ଆଜି ବିଧାନସଭାରେ ରାଜସ୍ବ ମନ୍ତ୍ରୀ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି, ନୂଆ ସରକାର ଆସିବା ପରେ ୨୬୩ ପଡ଼ା ଗାଁ ରେଭିନ୍ୟୁ ଭିଲେଜ୍‌କୁ ପରିବର୍ତ୍ତିତ ହୋଇଥିବା କହିଛନ୍ତି । More

Odisha Congress: ବିଜେଡି ବଦଳରେ ଶାସକ ବିଜେପିକୁ ଅକଳରେ ପକାଉଛି କଂଗ୍ରେସ

ରାଜ୍ୟରେ ପ୍ରଥମକରି ଏକାକି କ୍ଷମତାକୁ ଆସିବା ପରେ ବିଜେପି ସରକାରକୁ ମୁଖ୍ୟ ବିରୋଧୀ ଦଳ ବିଜେଡି ନୁହେଁ ବରଂ ଏବେ ଅକଳରେ ପକାଉଛି କଂଗ୍ରେସ । ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସର ମୁଖିଆ ପଦବି ସମ୍ଭାଳିବା ପରେ ବଦଳିଯାଇଛି ଦଳର ସୁପ୍ତ ରଣନୀତି । More

Congress Protest: ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ: ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ

ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ, ପୋଲିସ ଆଡ଼କୁ ଢେଲାପଥର-ଅଣ୍ଡା ଟମାଟୋ ବର୍ଷା କରିବା ସାଙ୍ଗକୁ ଗାଡ଼ିରେ ବି ନିଆଁ ଲଗେଇଲେ। ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ ବେଳେ ଆଜି ପୁଣି ଉଗ୍ର ଓ ହିଂସ୍ର ହୋଇଛି କଂଗ୍ରେସ ବିକ୍ଷୋଭ। ଫଳରେ 15 ପୋଲିସ କର୍ମଚାରୀ ଆହତ ହେବା ସହ ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ମଧ୍ୟ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିବା ଦଳ ଅଭିଯୋଗ କରିଛି। ଏମିତିକି କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ରିପୋର୍ଟର ପ୍ରଭାତ ବିଷୋୟୀ ମଧ୍ୟ ଆହତ ହୋଇଛନ୍ତି। More

Heat Wave Warning: ଆଗାମୀ ୩ ଦିନ ପାଇଁ ଜାରି ହେଲା ହିଟ୍‌ୱେଭ୍‌ ୱାର୍ଣ୍ଣି, ୪୦ ଡିଗ୍ରୀରୁ ଅଧିକ ରହିପାରେ ତାପମାତ୍ରା

ଆଗାମୀ ୩ ଦିନରେ ଦିନ ସମେତ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ଏହାପରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । ତେବେ ଆସନ୍ତାକାଲି କେତେକ ସ୍ଥାନରେ ୪୦ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିପାରେ । More