ସଂକ୍ଷେପରେ ଆଜିର ତାଜା ଖବର - Tuesday, 11 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Priyanka Chopra In Odisha: ତାରକାଙ୍କ ଭିଡ଼ରେ ଝଟକୁଛି ତଳମାଳି, ସୁଟିଂ ସେଟକୁ ଆସିଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା

କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ହୋଟେଲରେ ରାତ୍ରରହଣୀ ପରେ, ଆଜି ତଳମାଳିର ସୁଟିଂ ସେଟକୁ ବାହାରିଥିଲେ ବଲିଉଡ୍ ବିୟୁଟି ପ୍ରିୟଙ୍କା। ଇଏ ସେଇ ସମୟର ଦୃଶ୍ୟ। ପିସିଙ୍କ ଗୋଟିଏ ଝଲକ ପାଇବା ପାଇଁ ହୋଟେଲ ନିକଟରେ ଜମିଥିଲା ଫ୍ୟାନଙ୍କ ଭିଡ଼। More

Olive Ridley: ଗହୀରମଥାର ମୋହ ଛାଡ଼ିପାରି ନାହାନ୍ତି ମା' କଇଁଛ, ୧୦ ଅଲିଭରିଡଲେଙ୍କ ଡେଣାରେ ୨୦୨୧ର ଟ୍ୟାଗ୍

ବାଟ ହୁଡ଼ାଇ ପାରେନି ଅଥଳ ସମୁଦ୍ର। ଦିଗ ହଜାଇ ପାରେନି ମହାସାଗର। ଆଶ୍ଚର୍ଯ୍ୟର କଥା, ଶହ ଶହ ନଟିକାଲ୍ ମାଇଲ୍ ଅତିକ୍ରମ କରି କେମିତି କେଜାଣି ନିଜ ପୁରୁଣା ଅନ୍ତୁଡ଼ିଶାଳକୁ ଖୋଜି ନିଅନ୍ତି ଅଲିଭ ରିଡଲେ କଇଁଛ। More

ଥମୁନି ଅଚ୍ୟୁତ ସାମନ୍ତଙ୍କ ପୁରୁଣା ଖୋଇ: କିସ୍ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଢାଲ କରି ଗଣମାଧ୍ୟମକୁ ଟାର୍ଗେଟ୍

ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଥିବାବେଳେ ତାର ଉତ୍ତର ଦେବାକୁ ସେ ସାମ୍ନାକୁ ତ ଆସୁନାହାନ୍ତି, ବରଂ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ କରି ଓଟିଭିକୁ ଟାର୍ଗେଟ୍ କରି ଚାଲିଛନ୍ତି। ଏହିକ୍ରମରେ ଆଜି କିସର ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀ ସଂଘକୁ ଢାଲ କରି ତାଙ୍କ ଦ୍ବାରା ସାମ୍ବାଦିକ ସମ୍ମିଳନୀ ଡାକି ଓଟିଭି, ଓଟିଭିର ଏମଡି ଓ ସାସଂଦ ବୈଜୟନ୍ତ ପଣ୍ଡାଙ୍କୁ ବି ଧମକାଇବାକୁ ପଛାଇ ନାହାନ୍ତି। More

No Cash in ATM: ଏଟିଏମରେ ଟଙ୍କା ନାହିଁ, ଗ୍ରାହକ ଦୌଡ଼ି ଦୌଡ଼ି ନୟାନ୍ତ

ବାଲେଶ୍ବର ଓ ବାରିପଦାର ଶହେ ପ୍ରତିଶତ ଏସବିଆଇ ଏଟିଏମ କାଉଣ୍ଟର ଟଙ୍କା ଶୂନ୍ୟ। କିଏ ମେଡିସିନ୍ ପାଇଁ ହେଉ କି କିଏ ଅତ୍ୟାବଶ୍ୟକ ସାମଗ୍ରୀ ନେବାକୁ କାର୍ଡ ଧରି ଟଙ୍କା ଉଠାଇବାକୁ ଏସବିଆଇ ଏଟିଏମ୍ କୁ ଆସିଲା ବେଳକୁ ନୋ କ୍ୟାସ ସିଗନାଲ ଦେଖି ବିରକ୍ତ ହୋଇ ଫେରୁଛନ୍ତି। ସହରର ଭିତର ଅପେକ୍ଷା, ଉପକଣ୍ଠରେ ସମସ୍ୟା ଅଧିକ ଜଟିଳ। More

Tara bahinipati to protest: ଗାନ୍ଧି ମୂର୍ତ୍ତି ତଳେ ବସି ରାତି ସାରା ପ୍ରତିବାଦ - ତାରା

ନିଲମ୍ବନ କରାଯିବା ପରେ ବିଧାନସଭା ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ସାରା ରାତି ବସି ପ୍ରତିବାଦ କରିବେ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି। ବିଧାନସଭାରେ ହାତାହାତି ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ବିଧାୟକଙ୍କୁ ୭ ଦିନ ସସପେଣ୍ଡ କରାଯାଇଛି। ବାଚସ୍ପତି ସୁରମା ପାଢୀ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି। ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ ଅଭିଯୋଗ ଶୁଣି ନ ଥିଲେ। More

Heat Wave In Odisha: କଲବଲ କରିବ, ନିଆଁବର୍ଷା ହେବ; ପ୍ରଚଣ୍ଡ ରୌଦ୍ରତାପ ନେଇ ସତର୍କ କରାଇଲା SRCଙ୍କ ଅଫିସ୍...

ଆଜି ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ। ଆସନ୍ତାକାଲି ପ୍ରାୟ ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି। More

Lakshpati Didi: ଆଜିଠାରୁ ଆରମ୍ଭ ହେବ ଲକ୍ଷପତି ଦିଦି କର୍ମଶାଳା

କର୍ମଶାଳାରେ ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ, ସମ୍ଭାବ୍ୟ ଲକ୍ଷପତି ଦିଦି ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହିବେ। More

Police Encounter: ଗୋ ଚାଲାଣକାରୀଙ୍କୁ ଏନ୍‌କାଉଣ୍ଟର; ଗୋଡ଼ରେ ବାଜିଛି ଗୁଳି

ଆଜି ଭୋର ସମୟରେ ଏକ ଟ୍ରକ୍‌ରେ ୩୦ଟି ଗୋରୁଙ୍କୁ ଏକ ଟ୍ରକ୍‌ରେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା। ଏହି ସମୟରେ ଗୋରୁ ଚାଲାଣକାରୀ ମାନେ କାର୍‌ ଯୋଗେ ଟ୍ରକ୍‌ଟିକୁ ଏସ୍କଟ ଦେଇ ଯାଉଥିଲେ। ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ସିଟି ଷ୍ଟେସନ ନିକଟରେ ଛକି ରହିଥିଲା। More

Panchang Today 11th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ। ଇଂରାଜୀରେ ୧୧ ତାରିଖ ମଙ୍ଗଳବାର। ଚନ୍ଦ୍ର- କର୍କଟ ରାତ୍ରି ୦୨.୧୫ ଗତେ ସିଂହ। ତିଥି- ୧୨ଶୀ ଦିବା ୦୮.୧୪ ଗତେ ୧୩ଶୀ। ଘାତଚନ୍ଦ୍ର- ରାତ୍ରି ୦୨.୧୫ ଗତେ କର୍କଟ ଓ ମକର ରାଶିର। More

Bangladeshi Nationals: ଓଡ଼ିଶାକୁ ନିରାପଦ ଆଶ୍ରୟସ୍ଥଳୀ ଭାବୁଛନ୍ତି କି ବାଂଲା ଅନୁପ୍ରବେଶକାରୀ ?

ଗତକାଲି ଭୁବନେଶ୍ବର ରେଲୱେ ଷ୍ଟେସନରୁ ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ କ୍ରାଇମବ୍ରାଂଚ ଏସଟିଫ ହାତରେ ଧରାପଡ଼ିବା ପରେ ବଢୁଛି ଏଭଳି ଆଶଙ୍କା।  More

Fake Medicines:କାୟା ମେଲାଇଛି ନକଲି ମେଡିସିନ ସାମ୍ରାଜ୍ୟ, ଚିହ୍ନଟ ହେଲାଣି ୧୦୩ଟି ନିମ୍ନମାନର ଔଷଧ

ଅଭିଯୋଗ ଆସିଥିବା ବେଳେ ଆଜି ବିଧାନସଭାରେ ଏହାକୁ ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଆଖି ତରାଟି ଦେଲା ଭଳି ତଥ୍ୟ ହେଲା, ୩ ବର୍ଷରେ ୧୦୩ଟି ନିମ୍ନମାନର ମେଡିସିନ୍ ଚିହ୍ନଟ ହୋଇଛି। More

Tobacco & Gutkha Taxes: କ୍ୟାନସର୍ ବିକି କୋଟି କୋଟିର ଟିକସ ! ସାମ୍ନାକୁ ଆସିଲା ଗତ ୧୧ ବର୍ଷର ଚାଞ୍ଚଲ୍ୟକର ତଥ୍ୟ...

ତମାଖୁ ବଢ଼ାଇଥିଲା କି ପୂର୍ବ ସରକାରଙ୍କ ରାଜସ୍ବ ନିଶା ? ସାମ୍ନାକୁ ଆସିଲା ଗତ ୧୧ ବର୍ଷର ଚାଞ୍ଚଲ୍ୟକର ତଥ୍ୟ । ହୁ ହୁ ବଢ଼ିଛି ତମାଖୁ ଓ ପାନମସଲାରୁ ଟିକସ ଆଦାୟ । More

Utkal vs Koshal: ଘନେଇଲା ଉତ୍କଳ-କୋଶଳ ବିବାଦ, ବିଧାନସଭା ଅଚଳ କଲା ବିଜେଡି

ଘନେଇଲା ଉତ୍କଳ ଓ କୋଶଳ ବିବାଦ। ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ବିଜେଡି କରିଛି ମୁଖ୍ୟ ପ୍ରସଙ୍ଗ। ବିଧାନସଭାରେ ହଟ୍ଟଗୋଳ କରି ଗୃହ ଚଳାଇ ଦେଇନାହିଁ। ଏପରିକି ବିଜେଡି ନିଜେ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବି କଲାନାହିଁ। More

Biju Babu: ବିଜୁଙ୍କ ଅସ୍ଥି ବିସର୍ଜନର ବିସ୍ମୟକର କାହାଣୀ କହିଲେ ବିଜୟ...

ବିଜୁ ବାବୁଙ୍କ ଅସ୍ଥି ପୂଜା କରାଯାଉଥିଲା । ଯେଉଁ ଦିନ ସନ୍ଧ୍ୟା ଦୀପ ଦିଆ ଯାଇନଥାଏ, ସେଦିନ ରାତିରେ ଅସ୍ଥି କବାଟ ଧଡଧଡ କରେ ବୋଲି କହିଛନ୍ତି ବିଜୟ । କଥା କହିଲା ଭଳି ସବୁ ପ୍ରକାଶ କରିବ ବାହାରେ । ଏପରିକି ଦିନେ ଉତ୍ପାତ କଲା । କିଛି ନଥିବ କବାଟ ବାଡେଇ ହେବ । ହଠାତ୍ ଦୁଆର ଭିତରେ ପବନ ବହିବ । More