ସଂକ୍ଷେପରେ ଆଜିର ତାଜା ଖବର - Saturday, 06 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା, ଅଣ-ଓଡ଼ିଆ ବହୁରାଷ୍ଟ୍ରୀୟ କମ୍ପାନିକୁ ଅହେତୁକ ଅନୁକମ୍ପା

ଷ୍ଟାଟଅପ୍ ଓଡ଼ିଶା ଅଧ୍ୟକ୍ଷ ପଦରେ ଜଣେ ଅନଭିଜ୍ଞ ଅଣ ଓଡ଼ିଆଙ୍କୁ ବସାଇ କିଭଳି ଓଡିଶାର ଯୁବ ଉ୍ଦ୍ୟୋଗୀଙ୍କୁ ହତାଶ କରାଯାଇଛି, ତା’ର ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସୁଛି । More

ରଥଯାତ୍ର ପାଇଁ କଡ଼ା ନିର୍ଦ୍ଦେଶ, ବସ୍‌ ଯାତ୍ରୀଙ୍କୁ ଅଧିକ ଭଡ଼ା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ

ତେବେ ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଜନ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ବସ୍‌ ଯାତ୍ରୀମାନଙ୍କ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । More

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ବଢିବ ପିଏମ୍ କିଷାନ ହିତାଧିକାରୀଙ୍କ ସଂଖ୍ୟା

କୃଷି ବିଭାଗ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଳିଆରେ ୪୬ ଲକ୍ଷ ଚାଷୀ ସାମିଲ ଥିବା ବେଳେ ପିଏମ କିଷାନରେ ମାତ୍ର ୩୧ ଲକ୍ଷ ଅନ୍ତର୍ଭୁକ୍ତ ଅଛନ୍ତି । ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । More

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି, ଆସନ୍ତାକାଲି ରଥଯାତ୍ରାରେ ହେବେ ସାମିଲ

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ମହାମହିମ ରାଷ୍ଟ୍ରପତି ସିଧାସଳଖ ଜୟଦେବ ଭବନ ଅଭିମୁଖେ ଯାଇଛନ୍ତି । More

‘ରତ୍ନଭଣ୍ଡାର ଖୋଲିବା ନେଇ ଜଷ୍ଟିସ୍ ରଥଙ୍କ ବଡ଼ ବୟାନ, ଡୁପ୍ଲିକେଟ୍‌ ଚାବିରେ ନ ଖୋଲିଲେ ଭଙ୍ଗାଯିବ ତାଲା’

ସେ ଆହୁରି କହିଛନ୍ତି ଯେ, ବହୁ ଦଶନ୍ଧି ହେଲାଣି ରତ୍ନଭଣ୍ଡାର ତାଲା ଖୋଲା ଯାଇନାହିଁ । ଯଦି ଡୁପ୍ଲିକେଟ୍‌ ଚାବିରେ ନ ଖୋଲିଲେ ତେବେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ । More

ରଥଯାତ୍ରା ପାଇଁ ଓଡ଼ିଶା ଆସିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ

ଗତବର୍ଷ ରଥଯାତ୍ରାରେ ମଧ୍ୟ ଶ୍ରୀକ୍ଷେତ୍ର ଆସି ବଡ଼ଦାଣ୍ଡରେ ଦିଅଁଙ୍କ ଆଶିର୍ବାଦ ନେଇଥିଲେ। More

ରତ୍ନ ଭଣ୍ଡାର ଖୋଲାଯିବା ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ହୋଇନି କିଛି ଆଲୋଚନା !

୪ ମାସ ହେବ ବାହାରେ ଥିବା ବେଳେ ଆସନ୍ତାକାଲି ରଥଯାତ୍ରା ଥିବାରୁ ପୁରୀକୁ ଫେରିଛନ୍ତି ଶଙ୍କରାଚାର୍ଯ୍ୟ। ତେବେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। More

ସଇଁତଳାରେ ମାଡ଼ିଚାଲିଛି ଡେଙ୍ଗୁ; ସ୍ଥିତି ଅନୁଧ୍ୟାନ କରିବ ରାଜ୍ୟସ୍ତରୀୟ ଟିମ୍

ସଇଁତଳାରେ ଏକକାଳୀନ ବହୁ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ରାଜ୍ୟସ୍ତରୀୟ ଟିମ୍। କାହିଁକି ସେଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ହଠାତ୍ ବଢ଼ିଲା ତାର ଅନୁଧ୍ୟାନ କରାଯିବ। More

ଜୁଲାଇ ୨୨ରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ; ୨୪ରେ ହେବ ଉପବାଚସ୍ପତି ନିର୍ବାଚନ

ଆସନ୍ତା ୨୨ ତାରିଖରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୫ ମସିହା ପାଇଁ ରାଜ୍ୟ ବଜେଟ୍। More

କଟକରେ 5-T କାମରେ ମହାଦୁର୍ନୀତି; ନିର୍ମାଣାଧୀନ ସ୍ପୋର୍ଟସ କଂପ୍ଲେକ୍ସରେ ବ୍ୟବହାର ହେଉଛି ପୁରୁଣା ସାମଗ୍ରୀ

କଟକ ମହାନଦୀ ପଠାରେ ବୋଷ ସ୍ପୋର୍ଟସ କପ୍ଲେକ୍ସ ଓ ଏସସିବି ସ୍ପୋର୍ଟସ କଂପ୍ଲେକ୍ସର ନିର୍ମାଣ ଶେଷ ପର୍ଯ୍ୟାୟରେ ଥିବାବେଳେ, ମହାଦୁର୍ନୀତିର ଅଭିଯୋଗ ଆଣିଛନ୍ତି କଟକ ବାସିନ୍ଦା ।  More

ଦିନକ ପରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା, ସଜେଇ ହେଲାଣି ବଡ଼ଦାଣ୍ଡ

ରଥ ଝଟକିଲାଣି... ପଥରେ ଝୋଟି ଫୁଟିଲାଣି... ଜୀବନ୍ତ ଦିଶିଲେଣି ଧଳା, କଳା ଓ ନାଲି ଘୋଡ଼ା । ଏବର୍ଷ ଖୁବ୍ ସ୍ବତନ୍ତ୍ର ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା। More

କାହା ସ୍ବାର୍ଥରେ ବିଳାସପୂର୍ଣ୍ଣ ବଙ୍ଗଳା ? ବିବାଦରେ ଧର୍ମଶାଳାର ଦ୍ବିତୀୟ କୁସୁମା ପ୍ରକଳ୍ପ...

ଯାଜପୁରର କୁସୁମା ପୋଖରୀ ପରେ ଏବେ ବିବାଦରେ ଧର୍ମଶାଳା କଣ୍ଟିଗଡ଼ିଆର ଦ୍ବିତୀୟ କୁସୁମା ପ୍ରକଳ୍ପ । କ୍ଷମତାର ଦୁରୂପଯୋଗ କରି ପ୍ରକଳ୍ପ ପାଇଁ ନୀରିହ ଜନତା ଓ ଚାଷୀଙ୍କ ସ୍ବାର୍ଥକୁ ବଳି ଦିଆଯାଇଥିବା ଅଭିଯୋଗ । More

ଆକ୍ସନ୍ ମୋଡରେ ମୋହନ ସରକାର, ଆରମ୍ଭ ହେଲା ଗାଦିମଡା ଅଫିସର ନିଷ୍କାସନ ପର୍ବ

ଓଟିଭିର ବଡ଼ ପ୍ରଭାବ । ଗାଦିମଡ଼ା ଅଫିସରଙ୍କ ସଂପର୍କରେ ଖବର ପ୍ରସାରଣ ପରେ । ଆକ୍ସନ୍ ମୋଡରେ ମୋହନ ସରକାର । ଦୁଇ ଦିନରେ ହଟିଲେ ୬ ଅଧିକାରୀ । More