ସଂକ୍ଷେପରେ ଆଜିର ତାଜା ଖବର - Wednesday, 26 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଣି ବର୍ଷାରେ ବିକଳ ଚିତ୍ର; ଅସରାଏ ବର୍ଷାରେ ବିଗିଡ଼ିଲା ରାଜଧାନୀର ସ୍ଥିତି

ହଠାତ୍ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଚିଲା ବର୍ଷା, ବୁଡ଼ିଲା ରାସ୍ତା। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା। ଯାତାୟତ ପ୍ରଭାବିତ.. ହନ୍ତସନ୍ତ ଲୋକେ। More

ଖୁବଶୀଘ୍ର ଓଡ଼ିଶାରେ ମଦ ବ୍ୟାନ୍‌ ? ହେଲେ..

ମଦମୁକ୍ତ ହୋଇପାରିବ ତ’ ଓଡ଼ିଶା ? ବନ୍ଦ ହେବ କି ମଦ ବିକ୍ରି, ନିଶା ବ୍ୟବହାର ? ଶାସନକୁ ଆସୁ ଆସୁ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସତରେ କ’ଣ ଅଣ୍ଟା ଭିଡ଼ିଛି ମୋହନ ସରକାର? More

ଗ୍ରୀନ ସିଗ୍ନାଲ ଦେଲେ ମନ୍ତ୍ରୀ ! ବଦଳିବ ଲକ୍ଷ୍ମୀ ବସ୍‌ ନାଁ, ଆବଶ୍ୟକତା ନଥିବା ଜାଗାରେ ବନ୍ଦ ହେବ ?

ନବରଙ୍ଗପୁର, ଜୟପୁର, ରାୟଗଡ଼ା ସବୁଠି ଖୋଲା ଆକାଶ ତଳେ, ମାସ ମାସ ଧରି ଖତ ଖାଉଛି ଅରଖ ନୂଆ ଲକ୍ଷ୍ମୀ ବସ୍। ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ଯୋଜନାରେ କିଣା ହୋଇ ଆସିବା ପରେ ସେବାରେ ନଲାଗି ପଡ଼ିରହିଛି ଦାମୀ କମ୍ପାନୀର ବ୍ରାଣ୍ଡ ନ୍ୟୁ ଏସି ବସ୍। More

‘ରକ୍ଷଣାବେକ୍ଷଣ ଅଭାବରୁ ଉଈ ଖାଇଗଲା ତିନି ରଥର ସଖୀ’ 

କେତେକ ସଖୀ ମୂର୍ତ୍ତିଙ୍କର ନାକ ଓ ହାତ ଉଈ ଖାଇଯାଇଛନ୍ତି ଓ ଆଉ କେତେକ ପାର୍ଶ୍ବମୂର୍ତ୍ତିଙ୍କର ନାକ ଚେପା ହୋଇଯାଇଛି। ଏନେଇ ଉଦବେଗ ପ୍ରକାଶ କଲେ ରୂପକାର ସେବକ।  More

ଥିଲେ ବିଧାୟକ, ପାଇଥିଲେ ମନ୍ତ୍ରୀଙ୍କ କ୍ଵାର୍ଟର ? ଏବେ ବାବୁଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ?

ବିଧାୟକ ହୋଇ ବି ପାଇଥିଲେ ମନ୍ତ୍ରୀ ଓ ଆଇଏଏସଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ସ। ସରକାରୀ ଜାଗାରେ ନିର୍ମାଣ କରିଥିଲେ କୋଟି କୋଟି ଟଙ୍କାର ବେଆଇନ୍ ନିର୍ମାଣ। ଆଉ ଏବେ, ସରକାରଙ୍କ ବିନା ଅନୁମତିରେ ସରକାରୀ ସଂପତ୍ତିର ମନଇଛା ଧ୍ୱଂସ। More

ମହାନଦୀ ଜଳ ବିବାଦ ମାମଲା; ‘ଖୁବ୍ ଶୀଘ୍ର ହେବ ସମାଧାନ’

ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ୟ । ଖୁବ୍ ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ କହିଲେ ମନ୍ତ୍ରୀ । More

କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କିଭଳି ହେବ ମରାମତି ସହ ଅଳଙ୍କାରର ଗଣତି ?

କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ନୂଆ ସରକାର ଆସିବା ପରଠୁ ଏଦିଗରେ ଆଶା ବଢ଼ିଥିଲେ ବି କେବେ ମରାମତି ହେବ, କେବେ ଅଳଙ୍କାରର ଗଣତି-ମଣତି ହେବ ତାକୁ ନେଇ ଚର୍ଚ୍ଚା ଥମୁନି। More

ପାୱାର କରିଡରରେ ଚର୍ଚ୍ଚା; ମନୋଜ ଆହୁଜା ହେବେ କି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ?

ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା। ଏହାପରେ ତାଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା ସରଗରମ। ମନୋଜ ହୋଇ ପାରନ୍ତି ମୁଖ୍ୟ ଶାସନ ସଚିବ। More

ପାଣି ପାଇପ୍‌ ଭିତରେ ପଶୁଛି ନର୍ଦ୍ଦମା ପାଣି; ମରାମତିର ନାଁ ଗନ୍ଧ ନାହିଁ

ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବାହାନାରେ ଲୋକଙ୍କ ପାଖକୁ ପହଞ୍ଚୁଛି ମଇଳା ନର୍ଦ୍ଦମା ପାଣି । ନୂଆପଡ଼ା ଜିଲ୍ଲାର କୋମନାରେ ପାନୀୟ ଜଳର ବ୍ୟବସ୍ଥା ଦେଖି ଭୟରେ ଲୋକେ ପାଣି ପିଇବାକୁ ଡରୁଛନ୍ତି । More

Nutrients: ଓଡ଼ିଆର ପ୍ରିୟ ଖାଦ୍ୟ ସନ୍ତୁଳା; ସୁଆଦିଆ ସାଙ୍ଗକୁ କରେ ଅନେକ ରୋଗର ନିରାକରଣ

ସନ୍ତୁଳାର ଆରମ୍ଭ ଆମ ଓଡ଼ିଶାରୁ। ଏମିତି ପରିବାକୁ ସିଝାଇ ଖାଇବାରୁ ହିଁ ଆରମ୍ଭ ସନ୍ତୁଳାର। ସବୁଠାରୁ ସହଜ, ସରଳ, ଅଳ୍ପ ସମୟରେ ହେଇପାରୁଥିବା, କମ୍ ପରିବାରେ ମଧ୍ୟ ପ୍ରସ୍ତୁତ ହୋଇପାରୁଥିବା ଏକ ସାତ୍ତ୍ୱିକ ଖାଦ୍ୟ ହେଉଛି ସନ୍ତୁଳା। More

ସ୍ପଷ୍ଟ ହେଲା ଚିତ୍ର, ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ମହାମହିମ

ପୁରୀ ଟାଉନ୍ ହଲ ପରିସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।  More

ହଠାତ୍ ବଦଳିଲା ପାଗ; ଘୋଟି ଆସିଲା କଳାହାଣ୍ଡିଆ ମେଘ..ଅସରାଏ ବର୍ଷିଲା

ରାଜଧାନୀରେ ପ୍ରବଳ ବର୍ଷା। ହଠାତ୍ ବଦଳିଲା ପାଗ। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଭୁବନେଶ୍ବରରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି। More

ମୁଖ୍ୟମନ୍ତ୍ରୀଙ୍କୁ ରତ୍ନଭଣ୍ଡାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲି ତୁରନ୍ତ ମରାମତି ପାଇଁ ASIକୁ ନିର୍ଦ୍ଦେଶ ଦେବାକୁ ଚିଠି । More

ରଥଯାତ୍ରାରେ ପୁରୀ ଆସିପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !

ଜୁଲାଇ ୬ରୁ ୯ ତାରିଖ ଯାଏ ଓଡ଼ିଶା ଗସ୍ତରେ ଆସିପାରନ୍ତି । ପୁରୀ ସହ ଭୁବନେଶ୍ୱରରେ ରହଣି ନେଇ ସୂଚନା । More

ମନ୍ତ୍ରୀ କହିଲେ; ଆଉ ଟ୍ୱିନ ସିଟି ନୁହେଁ, ଏଥର ହେବ ଟ୍ରିପଲ୍ ସିଟି

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନୂଆ ପରିକଳ୍ପନା । ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି । More

Panchang Today 26th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଦ୍ରବ୍ୟ କ୍ରୟ କରନ୍ତୁ...

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର। ତିଥି- ପଞ୍ଚମୀ ରାତ୍ରି ୦୮.୫୫ ଗତେ ଷଷ୍ଠୀ।। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ନାସ୍ତି। More

ନିର୍ବାଚନ ହାରିବା ପରେ ଇଣ୍ଡି ମେଣ୍ଟ ଆଡକୁ ଢଳିବ କି ବିଜେଡି ?

ନିର୍ବାଚନ ହାରିବା ପରେ ଆଭିମୁଖ୍ୟ ବଦଳାଉଛି ବିଜେଡି। ସମଦୂରତା ଭୁଲି ବିଜେପିର ପ୍ରମୁଖ ବିରୋଧୀ ସାଜିବାକୁ ରଣନୀତି। More

ଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍

ପୁରୀରେ ଏଥର ଦୁଇ ଦିନ ରଥଯାତ୍ରା। ଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ। More

ଖଣି ଲୁଟେରା ଯିବେ ଝାରପଡ଼ା ଜେଲ୍; ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲାଣି ଖୋଳତାଡ଼। ଖଣି ମାଫିଆଙ୍କ ଛାତି ଧଡ଼ ଧଡ଼। ଖୋଲିବ ଖଣି ଦୁର୍ନୀତି ପେଡି। ଜେଲ୍ ଯିବେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାରେ ଥିବା ଅଧିକାରୀ। ଶାହ କମିଶନ ନିର୍ଦ୍ଦେଶ ଅନୁସାରେ କେବଳ ଜରିମାନା ଦେଇ ଖସି ଯାଇଥିବା ଖଣି ମାଲିକ, ମାଫିଆ, ନେତା ଓ ଅଧିକାରୀଙ୍କୁ କାଠଗଡାକୁ ଟାଣିବାକୁ ମୋହନ ସରକାରର ପ୍ରସ୍ତୁତି। More

ଓଡ଼ିଶା ଫେରିବେ ମନୋଜ ଆହୁଜା, କ୍ୟାବିନେଟ୍ ଦେଲା ମଞ୍ଜୁରୀ

ଶ୍ରୀ ଆହୁଜା ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । More

ସରକାରୀ ବାସଭବନରେ ବିଜେଡି ନେତା ବବି ଦାସଙ୍କ ଆଲିସାନ୍ ବଙ୍ଗଳା

ବବିଙ୍କ ଆଲିସାନ୍ ବଙ୍ଗଳାକୁ ନେଇ ତେଜିଲା ରାଜନୀତି । ବେଆଇନ୍ ନିର୍ମାଣ ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ କହିଲା ଜିଏ ବିଭାଗ । More