ସଂକ୍ଷେପରେ ଆଜିର ତାଜା ଖବର - Friday, 21 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରୋଗରୁ ମୁକ୍ତି ପାଇଁ ଯୋଗ: ଅନେକଙ୍କୁ ନୂଆ ଜୀବନ ଦେଇଛି ଦୈନିକ ଯୋଗାଭ୍ୟାସ

ଯୋଗ ଦେଇଛି ଦୁଃସାଧ୍ୟ ରୋଗରୁ ଉପଶମ । ବହୁ ଜଟିଳ ରୋଗର ସରଳ ସମାଧାନ ଯୋଗ। ବୃଦ୍ଧାବସ୍ଥାରେ ବି ଯୁବ ସୁଲଭ ଚେହେରା ଦେଖିବାକୁ ମିଳେ। More

ପିସିସି ସଭାପତିଙ୍କୁ କାହିଁକି ହେଲା କାଳି ମାଡ଼ ? 

ପାର୍ଟି ଅଫିସ୍ ଚାମ୍ବରକୁ ଧସେଇ ପଶି କାଳିମାଡ଼ କଲେ ଅଜଣା ବ୍ୟକ୍ତି । ନିଟ୍ ବିଭ୍ରାଟ ବିକ୍ଷୋଭ ଭଣ୍ଡୁର ପାଇଁ ବିଜେପିର ଅପଚେଷ୍ଟା- ଶରତ ପଟ୍ଟନାୟକ More

ଧରାପଡ଼ିଗଲା ଭଉଣୀର ମିଛ କିଡନାପ୍ ଡ୍ରାମା, ପ୍ରେମିକ ସହ ଘର ବସାଇବା ପ୍ଲାନ ଫ୍ଲପ୍

ଭାଇଠୁ କୋଟିଏ ଟଙ୍କା ଝଡ଼ାଇବାକୁ ଉଦ୍ୟମ କରୁଥିଲା ଭଉଣୀ । ରାଜସ୍ଥାନୀ ବୟଫ୍ରେଣ୍ଡ ସହ ଚମ୍ପଟ ମାରିବା ବେଳେ ନୟାଗଡ଼ରୁ ଗିରଫ । More

କାଲି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ; ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନବେଦୀ 

ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। More

ସରଗରମ କବିସୂର୍ଯ୍ୟନଗର ପଲିଟିକ୍ସ, ଚାଲିଛି ହାଇଡ୍ରାମା...

ନିୟମ ଅନୁସାରେ ଉପାଧ୍ୟକ୍ଷଙ୍କୁ କାହିଁକି ଏତେ ଦିନ ଯାଏ ଦାୟିତ୍ୱ ଦିଆଯାଇନଥିଲା ବୋଲି କହି ବିଡିଓଙ୍କୁ ଘେରିଥିଲେ ନିର୍ବାଚନ ଜନପ୍ରତିନିଧି । More

ECI ଗ୍ରହଣ କଲେ ଦୀପାଳିଙ୍କ ଆବେଦନ, ଝାରସୁଗୁଡ଼ାରେ ପୁଣି ଯାଞ୍ଚ ହେବ EVM

ଝାରସୁଗୁଡ଼ାରେ ନିର୍ବାଚନ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ଇଞ୍ଜିନିୟରିଂ ଟିମ୍‌ର ଉପସ୍ଥିତିରେ ୧୩ଟି ବୁଥ୍‌ରେ, ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ ଯାଞ୍ଚ କରାଯିବ । More

୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା

ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସର ପାଇଁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ୨୦୩୩ ପରିବର୍ତ୍ତେ ୨୦୩୬ ଯାଏ ପ୍ରାୟୋଜକ ରହିବା ନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ମହାସଚିବ ଭୋଲାନାଥ ସିଂ । More

Snana Purnima 2024: ପରମ୍ପରାରେ ନିଆରା ପଟିଦିଅଁ; ଜାଣନ୍ତୁ କିପରି ଓ କିଏ ତିଆରି କରନ୍ତି ଠାକୁରଙ୍କ ଅଣସର ପଟି

ଦେବସ୍ନାନ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଠାକୁରଙ୍କ ଅଣସର ନୀତି। ଏହି ବିଧି ମହା ଅଣସର ନାମରେ ଜଣାଶୁଣା। ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ। ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ଏହି ଅଣସର ପଟି। More

ଲୋକଙ୍କ ସମସ୍ୟାର ହେବ ସମାଧାନ; ଆଜିଠୁ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ନବୀନ ସରକାରରେ ଅଭିଯୋଗ ଶୁଣାଣି ବନ୍ଦ ଥିଲା। ମାତ୍ର ଏବେ ମୋହନ ସରକାରରେ ଅଭିଯୋଗ ଶୁଣାଣି ହେବ। More

ଭାଇଠୁ କୋଟିଏ ଟଙ୍କା ଲୁଟିବା ପାଇଁ ଭଉଣୀ କଲା ଅପହରଣ ନାଟକ

ଅପହରଣ ନାଟକରେ ସଂପୃକ୍ତ ମହିଳା ଓ ତାଙ୍କ ବନ୍ଧୁ ସାମିଲ ଥିବାର ସୂଚନା ମିଳିଛି। ସଂପୃକ୍ତ ମହିଳାଙ୍କୁ ଉଦ୍ଧାର ସହ ସଂପୃକ୍ତ ଅନ୍ୟ ୨ ଜଣଙ୍କୁ ଧରିଲା ପୋଲିସ। More

Ratha Jatra 2024: କିଏ ଆରମ୍ଭ କରିଥିଲେ ଶ୍ରୀଜଗନ୍ନାଥଙ୍କ ସୁନାବେଶ: ଜାଣନ୍ତୁ କେଉଁ ଠାକୁରଙ୍କ ପାଇଁ କେଉଁ ଅଳଙ୍କାର

ପ୍ରତି ଓଡ଼ିଆଙ୍କ ହୃଦୟସ୍ପନ୍ଦନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ। ଏହା ଅତ୍ୟନ୍ତ ଉପଭୋଗ୍ୟ ଆଉ ଆକର୍ଷଣୀୟ ମଧ୍ୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟିଯାଏ ଜନସମୁଦ୍ର। More

କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ କାଳିମାଡ଼

କଂଗ୍ରେସ ଭବନରେ ପଶି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କଲେ ଅସନ୍ତୁଷ୍ଟ ଗୋଷ୍ଠୀ । More

ଯୋଗ କଲେ ମୁଖ୍ୟମନ୍ତ୍ରୀ; କହିଲେ ନୂଆ ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ଯୋଗ

ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ। କେବଳ ଆଜି ନୁହେଁ, ଦୈନନ୍ଦିନ ଯୋଗ କରିବା ଆବଶ୍ୟକ।ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କରାଯାଇଥିବା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। More

ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ

କଟକ ଲୋକସଭାରୁ ସାତ ସାତଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ଏଥର ବିଜେଡିର ସଂତୃପ୍ତ ମିଶ୍ରଙ୍କୁ ୫୭ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। More

ଦିନକ ପରେ ଦେବସ୍ନାନ ପୂର୍ଣ୍ଣମୀ; ରତ୍ନବେଦି ଛାଡି ସ୍ନାନବେଦିକୁ ଓହ୍ଲାଇବେ ଚତୁର୍ଦ୍ଧା ମୂରତି

ଶନିବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ୧୦୮ କୁମ୍ଭ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ମୂରତି। ଆଜି ପହୁଡ଼ ନୀତି ପରେ ଦଇତାପତିମାନେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି କରିବେ। More

ଓଡ଼ିଶା ବିଧାନସଭା ଦେଖିଲା ଦ୍ୱିତୀୟ ମହିଳା ବାଚସ୍ପତି

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ। ଆଜି ସର୍ବସମ୍ମତି କ୍ରମେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। More

କେବେ ଖୋଲିବ ରତ୍ନଭଣ୍ଡାର ? ରଥଯାତ୍ରା ଭିତରେ ନା ତାପରେ ବଢିଲା ଦ୍ୱନ୍ଦ୍ୱ...

ଛତିଶା ନିଯୋଗରେ ପ୍ରସଙ୍ଗ ଉଠିନଥିବା କହିଲେ ସେବାୟତ । ଆଇନମନ୍ତ୍ରୀଙ୍କ ସୂଚନା, ଖୋଲିବା ପ୍ରକ୍ରିୟାରେ ଅଛନ୍ତି ସରକାର । More

ମହଙ୍ଗା ହେଲା ଡାଲମା; ସେଞ୍ଚୁରୀ ପାର୍‌ ଟମାଟୋ..ବିନ୍‌, ବାଇଗଣ କଥା ନ କହିବା ଭଲ

ଆଉ ନା କିଣି ହେଉଛି ପରିବା, ନା ଭଲରେ ଚଳାଇ ହେଉ ତେଲ ଲୁଣର ସଂସାର। ଦରବୃଦ୍ଧିର ମାଡ଼ରେ ଥରହର ନିମ୍ନ ମଧ୍ୟବିତ୍ତ ପରିବାର। ନାଲି ଟହ ଟହ ଟମାଟୋ ଛୁଇଁଲେ ସତେ ଯେମିତି କରେଣ୍ଟ ମାରୁଛି। More