ସଂକ୍ଷେପରେ ଆଜିର ତାଜା ଖବର - Friday, 14 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

IASଙ୍କ ଭଳି ନବୀନ ସରକାରରେ ଥିଲେ ବହୁ ଗାଦି ମଡ଼ା IPS

ବିଜେଡି ସରକାରର ଏଜେଣ୍ଟ ସାଜି କାମ କରୁଥିବାର ମିଳିଥିଲା ପ୍ରମାଣ । ନିର୍ବାଚନବେଳେ କେତେକଙ୍କ ବିରୋଧରେ ECI ବି ନେଇଥିଲେ ଆକ୍ସନ । More

ପୋଡ଼ପିଠା-ଖିଲିପାନର ମଜା ଭିତରେ ଜମିଲା ପହିଲି ରଜ

ବଢ଼ିଆ ପାଗ ସାଙ୍ଗକୁ ଦୋଳି ଖେଳ । ପରିବେଶକୁ ରଙ୍ଗୀନ କଲା ରଜ ମହୋତ୍ସବ ସହ ପାରମ୍ପରିକ ଖେଳ । More

ଆକ୍ସନ୍ ମୋଡ଼ରେ CM, ହେଲେ ପଛକୁ ଟାଣୁଛି ୨୪ ବର୍ଷର ଢିଲା-ଅପରାଗ CMO !

ଖୋଦ୍ ସିଏମଓରେ ଏକାଧିକ ଆଉଟସୋର୍ସ ନିଯୁକ୍ତିକୁ ଦେଖି ତାଜୁବ୍ ସିଏମ୍ ମୋହନ । More

ଆଶ୍ୱସ୍ତି ! ୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

ତେବେ ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। More

ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ; ଚାଲିଗଲା ହାବିଲଦାରଙ୍କ ଜୀବନ

ଘଟଣାସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ସାରିଛନ୍ତି। ବୋମାଗୁଡ଼ିକୁ ନିଆଁ ଲଗାଇ ନଷ୍ଟ କଲା ବେଳେ ଫୁଟିଥିବା ସୂଚନା ମିଳିଛି। ତେବେ ଏହା ବୋମା ନୁହେଁ, ବାଣ ଥିଲା କହିଲେ ଏଡିସିପି ଅନୀଲ ମିଶ୍ର। More

କୁଏତ ଟ୍ରାଜେଡି; ଭୟାବହ ଅଗ୍ନିକାଣ୍ଡରେ ଚାଲିଗଲା ୪୫ ଭାରତୀୟଙ୍କ ସହ ୨ ଓଡ଼ିଆଙ୍କ ଜୀବନ

କୁଏତ ଟ୍ରାଜେଡିରେ ଯାଇଛି ୪୫ ଭାରତୀୟଙ୍କ ଜୀବନ। ଆଜି ୨ ଓଡ଼ିଆଙ୍କ ସମେତ ଭାରତୀୟଙ୍କ ମୃତଦେହ ସ୍ବଦେଶରେ ପହଞ୍ଚିବ। ସେମାନେ ହେଲେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼। More

ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ !

ଏହି କ୍ରମରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ନଗର ଉନ୍ନୟନ ତଥା ସଂସଦୀୟ ବ୍ୟାପାର ସଚିବ ଜି.ମାଥିଭାତନନ୍ ପ୍ରମୁଖ ରାଜ୍ୟ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। More

NEET ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ, ପୁଣି ପରୀକ୍ଷା ଦେବେ ୧୫୬୩ ଛାତ୍ରଛାତ୍ରୀ

୨୩ରେ ପରୀକ୍ଷା , ୩୦ରେ ବାହାରିବ ରେଜଲ୍ଟ । ପେପର ଲିକ୍ ହୋଇନି କହିଲେ ଶିକ୍ଷାମନ୍ତ୍ରୀ । More

କ’ଣ ପାଇଁ ଗୋଟିଏ ଜାଗାରେ ଗାଦିମାଡ଼ି ବସିଛନ୍ତି ସରକାରୀ ବାବୁ ?

​​​​​​​ଗୋଟିଏ ଗୋଟିଏ ବିଭାଗରେ ୮-୧୦ ବର୍ଷ ଧରି ଅଛନ୍ତି ସରକାରୀ ଅଧିକାରୀ । ବିଜେପି ସରକାର ଆସିବା ପରେ ଟେନସନରେ ବିଜେଡି ମାର୍କା ବାବୁ । More

୬ ମନ୍ତ୍ରୀ ପଦ ପାଇଁ ଅନେକ ଆଶାୟୀ, କିନ୍ତୁ ଛିଡୁନି ଅଙ୍କ

ବିଜେପି ସରକାରର ଘୋଷଣା ହୋଇନଥିବା ୬ ମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର୍ । ଶପଥ ଗ୍ରହଣର 24 ଘଣ୍ଟା ପରେ ବି ଅପେକ୍ଷାରେ ବହୁ ଆଶାୟୀ । More

ଖୋଲିଲା ଚାରି ଦ୍ୱାର, ଶ୍ରୀଜୀଉଙ୍କୁ ଦର୍ଶନ ଯନ୍ତ୍ରଣାରୁ ମୁକ୍ତି ପାଇଲେ ସାଧାରଣ ଶ୍ରଦ୍ଧାଳୁ

ନୂଆ ସରକାର ଆସୁ ଆସୁ ଖୋଲିଦିଆଗଲା ଶ୍ରୀମନ୍ଦିରର ୪ ଦ୍ବାର । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଉପସ୍ଥିତିରେ ଖୋଲିଲା ୪ ଦ୍ବାର । More