ସଂକ୍ଷେପରେ ଆଜିର ତାଜା ଖବର - Monday, 10 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟରେ କିଏ ହେବେ ବିରୋଧୀ ଦଳ ନେତା ? ବିପକ୍ଷରେ ନବୀନ ବସିବେ ନା ଆଉ କିଏ ?

ରାଜ୍ୟ ରାଜନୀତି ବେଶ୍ ସରଗରମ୍। ବିଜେପି ସରକାର ଗଠନ କରିବା ପରେ ପ୍ରମୁଖ ବିରୋଧୀ ଆସନରେ ବସିବାକୁ ଯାଉଛି ବିଜେଡି। ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ତାକୁ ନେଇ ଚର୍ଚ୍ଚା ବଢିଛି । More

ଓଡ଼ିଶାରେ ପ୍ରଥମ ବିଜେପି ସରକାରର ଶପଥ; ଏବେ ବି ସିଏମ୍ ଫେସକୁ ନେଇ ସସପେନ୍ସ...

୧୨ ଅପରାହ୍ଣ ୫ଟାରେ ଓଡିଶାରେ ପ୍ରଥମ ବିଜେପି ସରକାରର ଶପଥ । ଶପଥ ସମାରୋହରେ ଯୋଗଦେବାକୁ ଆସିଲା ପିଏମ୍ ମୋଦିଙ୍କ ସିଡ୍ୟୁଲ୍। ସିଏମ୍ ଫେସକୁ ନେଇ ଏବେ ବି ଲାଗିରହିଛି ସସପେନ୍ସ । More

ମୋଦିଙ୍କ ମନ୍ତ୍ରୀ ମଣ୍ତଳରେ ତିନି ଓଡ଼ିଆ, କାହାକୁ ମିଳିଲା କେଉଁ ବିଭାଗ

ମୋଦି କ୍ୟାବିନେଟର ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ । ରେଳ ସହ ସୂଚନା ପ୍ରସାରଣ ମନ୍ତ୍ରାଳୟ ପାଇଲେ ଅଶ୍ବିନୀ ବୈଷ୍ଣବ । ଶିକ୍ଷା ବିଭାଗ ବଜାୟ ରଖିଲେ ଧର୍ମେନ୍ଦ୍ର ପ୍ରଧାନ । More

ଆହୁରି ଜାଳିବ ପ୍ରଚଣ୍ଡ ତାତି, ହିଟ୍‌ୱେଭ୍‌ ନେଇ ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC

ଗ୍ରୀଷ୍ମ ତାତିକୁ ନଜରରେ ରଖି ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SRC । More

ନେତା ହେବା ଆଶା ଧୂଳିସାତ୍ କରିଦେଲେ ଜନତା, ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ୍

ରାଜନେତା ହେବାର ଆଶାକୁ ଧୂଳିସାତ କଲେ ଜନତା। ମାତ୍ର ୬ ମାସ ୧୨ ଦିନରେ ଭି.କେ. ପାଣ୍ଡିଆନ ସନ୍ନ୍ୟାସ ନେଲେ ସକ୍ରିୟ ରାଜନୀତିରୁ। More

ନୂଆ ନେତା ଲେଖିବେ ଓଡ଼ିଶାର ଭାଗ୍ୟ ! ଏଥର ବିଧାନସଭାରେ ୮୨ ନୂଆ MLA

ଓଡ଼ିଶା ବିଧାନସଭାର ମୋଟ୍‌ ୧୪୭ ଆସନରୁ ୮୨ ଜଣ ନୂଆ ବିଧାୟକଙ୍କ ପାଦ ପ୍ରଥମ ଥର ପାଇଁ ଗୃହରେ ପଡ଼ିବାକୁ ଯାଉଛି । ଓଡ଼ିଶାର ଏଭଳି ଜନମତ ସାରା ଦେଶକୁ ଚମକାଇ ଦେଇଛି ।  More

Sports: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦବୀ ପାଇଁ ଗୌତମ ଗମ୍ଭୀର କେତେ ଫିଟ୍‌

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ ଉପଯୁକ୍ତ ବିକଳ୍ପ ହୋଇପାରିବେ କି ଦୌଡ଼ରେ ସର୍ବାଗ୍ରେ ଥିବା ଗୌତମ ଗମ୍ଭୀର? ଭାରତୀୟ ପ୍ରଶଂସକଙ୍କ ଉଚ୍ଚ ଆଶା, ଟିମ୍‌ରେ ତାରକା ସଂସ୍କୃତି ଓ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକର ଚାଲେଞ୍ଜ୍‌କୁ ଅତିକ୍ରମ କରି ଆଗକୁ ବଢ଼ିବାରେ କେତେ ସଫଳ ହେବେ ଏହି ପୂର୍ବତନ ବ୍ୟାଟର୍‌? More

ପାରିବାରିକ ରାଜନୀତିରେ ପଡ଼ଲା ପୂର୍ଣ୍ଣଛେଦ; ପାଗ ବଦଳିଲା, ଯୋଗ ବିଗିଡ଼ିଲା

ତାଲିକାରେ ପ୍ରଥମେ ରହିଛନ୍ତି ବିଜେଡିର ହେଭିୱେଟ୍‌ କୁହାଯାଉଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି। ବବିଙ୍କ ରାଜନୀତି କ୍ୟାରିୟର ଏବେ କେଉଁ ମୋଡ଼ ନେବ ତାହା ସମସ୍ତଙ୍କ ନଜରରେ ରହିଛି। More

ପୁଣି ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଜଧାନୀ ଦେଖିବ ମୋଦିଙ୍କ ବିଶାଳ ରୋଡ୍ ସୋ’। ୧୨ ତାରିଖରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରହିଛି। More