ସଂକ୍ଷେପରେ ଆଜିର ତାଜା ଖବର - Saturday, 01 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗଣତନ୍ତ୍ରର ମହାପର୍ବ ପାଇଁ ସୀମାହୀନ ଉତ୍ସାହ; ମତାଧିକାର ସାବ୍ୟସ୍ତକୁ ଭୁଲିଲେନି ଶତାୟୁ

ଗଣତନ୍ତ୍ରର ଗଣପର୍ବ ପାଇଁ ସୀମାହୀନ ଉତ୍ସାହ। ବୟସର ଅପରାହ୍ଣରେ ଦୁର୍ବଳ ସ୍ୱାସ୍ଥ୍ୟକୁ ପଛ କରି ନିର୍ବାଚନର ମହାପର୍ବରେ ସାମିଲ ହୋଇଛନ୍ତି ଜଳେଶ୍ୱର ଡେମୁରିଆ ଗାଁର ୯୯ ବର୍ଷିୟା ଅଭୟାରାଣୀ ପ୍ରଧାନ। ଶାରୀରିକ ଅସୁସ୍ଥତା ସତ୍ତ୍ୱେ ହ୍ୱିଲ ଚେୟାରରେ ଆସି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଅସ୍ତରଙ୍ଗର ବର୍ଷିୟାନ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ। More

Exit Poll 2024: ସର୍ଭେ କହୁଛି ତୃତୀୟ ଥର ମୋଦି ସରକାର, ରାଜ୍ୟରେ ୧୫-୧୭ ସିଟ୍‌

୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିବା ବେଳେ ଆଜି ମେ’ ୧ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟିଂ ହୋଇଛି। ଭୋଟିଂ ଶେଷ ହୋଇଥିବା ବେଳେ ଆସନ୍ତା ୪ ତାରିଖରେ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ। More

ଚାରିଆଡ଼େ ମାଳ ମାଳ ବୁଥ୍ ହିଂସା, BJD କର୍ମୀଙ୍କ ରକ୍ତାକ୍ତ ଆକ୍ରମଣ ଦେଖିଲା ସାରା ରାଜ୍ୟ

ଶେଷ ପର୍ଯ୍ୟାୟରେ ବି ସାଂଘାତିକ ଭୋଟ୍ ହିଂସା । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତସିଂହପୁର ଆଦି ସ୍ଥାନରୁ ଆସିଛି ବିଜେଡି କର୍ମୀଙ୍କ ଦାଦାଗିରି, ବୁଥ୍ ରିଗିଂ ଓ ମରଣାନ୍ତକ ଆକ୍ରମଣର ମାଳ ମାଳ ଅଭିଯୋଗ । More

କେନ୍ଦ୍ରାପଡ଼ାରେ ନିର୍ବାଚନୀ ହିଂସା, ବିଜେପି ବୁଥ୍‌ ସଭାପତିଙ୍କୁ ଛୁରାମାଡ଼

କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ୩୫ନଂ ବିଜେପି ବୁଥ୍‌ ସଭାପତିଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । More

ସାଲେପୁରରେ ନିର୍ବାଚନୀ ହିଂସା, ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ

ବିଜେଡି କର୍ମୀମାନେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ପନିକିରେ ହାଣିବା ସହ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି । More

ଅନ୍ତିମ ପର୍ଯ୍ୟାୟ ଭୋଟ୍‌, ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୭.୬୯ % ଭୋଟିଂ

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ସକାଳ ୯ଟା ସୁଦ୍ଧା ଜଗତସିଂହପୁରରେ ସର୍ବାଧିକ ଭୋଟିଂ ହୋଇଛି । ସେଠାରେ ମତଦାନ ହାର ୮.୫୪ ପ୍ରତିଶତ ରହିଛି । More

ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଆଜି ସକାଳେ ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । More

୮୮ ବର୍ଷ ବୟସରେ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ

ମାଗୁଣି କୁଅଁରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।  More

କେନ୍ଦ୍ରାପଡ଼ା-ବାଲେଶ୍ୱରରେ EVM ଅଚଳ, ବୁଥ୍‌ରେ ଜମିଲା ଭିଡ଼

୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ବର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି। More

ଶେଷ ପର୍ଯ୍ୟାୟ ନିର୍ବାଚନ, ବୁଥ୍‌ ଆଗରେ ଲାଗିଲାଣି ଭିଡ଼

ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। More

ରାତି ପାହିଲେ ଅନ୍ତିମ ପର୍ଯ୍ୟାୟ ଲଢ଼େଇ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ୍

ରାତି ପାହିଲେ ୨୪ ମହାସଂଗ୍ରାମର ଅନ୍ତିମ ପର୍ଯ୍ୟାୟ ଭୋଟ୍ ଲଢ଼େଇ । ରାଜ୍ୟର ୬ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ କାଲି ସକାଳ ୭ରୁ ପଡ଼ିବ ଭୋଟ୍ । More

ଭୋଟ୍ ପାଇଁ ନୋଟ୍ ବଣ୍ଟା ଅଭିଯୋଗ, ରେମୁଣା ବ୍ଲକ ମିଶନ ଶକ୍ତି ଗୃହରୁ ପୁଳାପୁଳା ଟଙ୍କା ଜବତ

ଘଟଣାସ୍ଥଳରୁ ଏକ କଳା ପଲିଥିନରୁ ଜବତ ହୋଇଛି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ୍ । ଧଳା କାଗଜ ଉପରେ ବିଭିନ୍ନ ପଞ୍ଚାୟତର ନାଁ ବି ଲେଖା ଯାଇଛି। More

କାହିଁକି ଜୀବନ ଝାମ୍ପି ନେଉଛି ରୌଦ୍ର ନିଆଁ ? ଅଂଶୁଘାତ ସତର୍କତାକୁ ହେୟଜ୍ଞାନ କି କାରଣ ?

କାହିଁକି ହଠାତ୍ ରୌଦ୍ର ନିଆଁ ଝାମ୍ପି ନେଉଛି ଜୀବନ । ରାଜ୍ୟରେ ଦୁଇ ଦିନରେ ୨୦ରୁ ଅଧିକ ଜୀବନହାନୀ ପରେ, ଓଡ଼ିଶାବାସୀଙ୍କୁ ଛାନିଆ କରିଛି ଓ ୧୯୯୮ ସ୍ଥିତି ବି ମନେ ପକାଇ ଦେଇଛି । More

ଜଳୁଛି ଜୀବନ, ମୃତ୍ୟୁର ଖେଳ ଖେଳୁଛି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ; ଗଲାଣି ୨୦ ଜୀବନ

ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ । More

ତାତିରୁ ନାହିଁ ନିସ୍ତାର, ଆକାଶରୁ ବର୍ଷୁଛି ଅଗ୍ନି ! ହେ ପ୍ରଭୁ, ରକ୍ଷା କର ...

ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନି ବର୍ଷା ହେଉଛି । ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା ସମ୍ବଲପୁର । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । More