ସଂକ୍ଷେପରେ ଆଜିର ତାଜା ଖବର - Sunday, 26 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଜେଡିକୁ ଘାରିଛି କି ଶେଷ ପର୍ଯ୍ୟାୟ ଭୋଟ୍ ଶଙ୍କା ? ନିମାପଡ଼ା ଓ ଚାନ୍ଦବାଲିରେ ଡେରା ପକାଇଛନ୍ତି ମାଳ ମାଳ ନେତା

କେବଳ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ୧୬ ଜଣ ସହ ପର୍ଯ୍ୟବେକ୍ଷକ । ଆଉ ଚାନ୍ଦବାଲିରେ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ । More

ଛେଣ୍ଡିପଦା ବିଧାୟକଙ୍କ ବଢ଼ିଲା ଅଡୁଆ, ଜିଲ୍ଲାପାଳଙ୍କୁ ତଦନ୍ତ ଓ ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ CEO

ଗତକାଲି କୋଶଳା ପଂଚାୟତ ଶିମିଳିସାହି ୮୪ ନମ୍ବର ବୁଥରେ ଭୋଟରଙ୍କୁ ବିଧାୟକ ସୁଶାନ୍ତ ବେହେରା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । More

ଭୋଟର୍ ଙ୍କ ମନ ଜିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ, ପୁଣି ଆସିବେ ମୋଦି-ରାହୁଲ୍

୨୯ ତାରିଖ ବୁଧବାର ଦିନ ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ ମୋଦିଙ୍କ ୩ଟି ସଭା ରହିଛି । ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ । More

ବାପା ଟ୍ୟାକ୍ସି ଡ୍ରାଇଭର୍‌, ପୁଅ ଦେଖୁଛି ଡାକ୍ତର ସ୍ୱପ୍ନ; ମାଟ୍ରିକ୍‌ରେ ରଖିଛି A1

ପରିବାରରେ ଅନେକ ବାଧାବିଘ୍ନ ପରେ ବି ତାଙ୍କର ଏହି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ଆଶୁତୋଷ ପିଲାଟିଦିନରୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଅନେକ ଆର୍ଥିକ ଅନଟନ ମଧ୍ୟରେ ବି ସେ ଏହି ସଫଳତା ପାଇଛନ୍ତି। More

ପ୍ରକାଶ ପାଇଲା CHSE ଦ୍ୱାଦଶ ରେଜଲ୍ଟ, ଏଥର ବି ବାଜି ମାରିଲେ ଛାତ୍ରୀ

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ । ଏକ ସଙ୍ଗେ ବାହାରିଲା କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ପାସ୍‌ ହାର ରହିଛି ୮୦.୯୫ ପ୍ରତିଶତ । ସେହିପରି  ବିଜ୍ଞାନରେ ପାସ୍‌ ହାର ୮୬.୯୩ ପ୍ରତିଶତ ରହିଛି । More

ପ୍ରଶାନ୍ତ ଜଗଦ୍ଦେବ EVM ଫିଙ୍ଗିବା ମାମଲାର ଯାଞ୍ଚ ହେବ ସିସିଟିଭି ଫୁଟେଜ୍‌

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଗତକାଲି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ୍। More

ଭୀଷଣ ହେଲା ବାତ୍ୟା 'ରେମାଲ', ସାଗର ଦ୍ୱୀପ-ଖେପୁପରା ମଧ୍ୟରେ ଛୁଇଁବ ସ୍ଥଳଭାଗ

ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଆଜି ମଧ୍ୟରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । More

ଗଞ୍ଜେଇ ଚାଲାଣ କାର୍‌ରେ ବିଜେଡି ଲୋଗୋ

କାର୍‌ର ଆଗ ଓ ପଛରେ ବିଜେଡି ଲୋଗୋ ଲାଗିଛି। ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି କାର୍‌କୁ ଧରିଥିଲା। ଏଥିରୁ ୮୪ କିଲୋ ଗଞ୍ଜେଇ ଜବତ ହେବା ପରେ ଯାଞ୍ଚ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। More

ଗାଁକୁ ଆସିପାରିଲାନି ଆମ୍ୱୁଲାନ୍ସ; ଖଟିଆରେ ଛୁଆକୁ ଜନ୍ମଦେଇ ଆଖିବୁଜିଲା ମା'

ରାସ୍ତାରେ ନବଜାତକକୁ ଜନ୍ମ ଦେଇଥିଲେ ସବିତା । ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଭୟ ମାଆ ଏବଂ ଛୁଆକୁ ଭର୍ତ୍ତି କରାଯାଇଥିବା ବେଳେ ସବିତାଙ୍କ ମୃତ୍ୟୁ ହୋଇଥିଲା। More

ବିଜେଡିର 'ନିମାପଡ଼ା' ଚିନ୍ତା: ଏଣିକି ଦିନରାତି ପହଁରା ଦେବେ ୮ ନେତା

ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡି କରିଛି ସ୍ୱତନ୍ତ୍ର ରଣନୀତି। ନିମାପଡ଼ା ଆସନ ଲାଗି ୮ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ। More

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ। ଏଥିପାଇଁ OR10 ସ୍ପେଶ୍ ROLL NUMBER ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ। More

ଟ୍ରକକୁ ଧକ୍କା ଦେଲା ପୋଲିଂ ପାର୍ଟି ବସ୍‌; ୫ଆହତ ଡାକ୍ତରଖାନାରେ ଭର୍ତ୍ତି

ଭୋଟ୍ ସାରି ଇଭିଏମ୍ ନେଇ ଫେରୁଥିବା ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ । ଘାଟି ରାସ୍ତାରେ ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ରମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । More

Panchang Today 26th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ରବିବାର । ଚନ୍ଦ୍ର-ଧନୁ ଅହୋରାତ୍ର । ତିଥି-୩ୟା ସନ୍ଧ୍ୟା ୦୬.୦୬ ଗତେ ୪ର୍ଥୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।  More

EVM ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। More

ସଂଘର୍ଷ, ହିଂସା, ବିଶୃଙ୍ଖଳା ଓ ରକ୍ତପାତରେ ଭିଜିଲା ମତଦାନ; CEO କହିଲେ ନିଆଯିବ ଆକ୍ସନ

ଖଣ୍ଡଯୁଦ୍ଧ ସହ ରକ୍ତାକ୍ତ ସଂଘର୍ଷ । ତୃତୀୟ ପାଳି ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି । More

ବିଜେଡିକୁ ଧୋଇଲେ ସ୍ମୃତି: 'ତାମିଲ କଣ୍ଟ୍ରୋଲରେ ଶାସନ ଚାଲିବନି, ଓଡ଼ିଆଙ୍କ ହାତରେ ରହିବ ସରକାର'

କେନ୍ଦ୍ରାପଡ଼ାର ଆଳି, ଜଗତସିଂହପୁରର କୁଜଙ୍ଗ, ବାଲେଶ୍ୱରର ରେମୁଣା..ଗୋଟିଏ ଦିନରେ ତିନି ତିନିଟି ମାରାଥନ୍ ଜନସଭା। ମୋଦିଙ୍କ ବିକାଶ ଗ୍ୟାରେଣ୍ଟି ଗଣେଇ ଭୋଟ୍ ମାଗିବା ସହ ନବୀନ ସରକାର ଓ ତାମିଲବାବୁଙ୍କ ଉପରେ ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ହମଲା ପରେ ହମଲା। More

ସରିଲା ୨୪ ମହାସଂଗ୍ରାମ ତୃତୀୟ ଦଫା, ପଡ଼ିଲା ଭୋଟ୍; ମନ ପସନ୍ଦ ପ୍ରତିନିଧି ବାଛିଲେ ମତଦାତା

ଭୋଟ୍ ଦେଲା ଓଡ଼ିଶା । ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ମନପସନ୍ଦର ପ୍ରତିନିଧି ବାଛିଛନ୍ତି ମତଦାତା । More

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ; ସଂଧ୍ୟା ୫ଟା ସୁଦ୍ଧା ୫୯.୬୦% ଭୋଟିଂ

୬ ସଂସଦୀୟ କ୍ଷେତ୍ରରେ ମୋଟ ୯୪ ଲକ୍ଷ ୪୮ ହଜାର ୫୫୩ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୮ ଲକ୍ଷ ୨୯ ହଜାର ୬୬୦ ପୁରୁଷ, ୪୬ ଲକ୍ଷ ୧୭ ହଜାର ୬୦୨ ମହିଳା ଏବଂ ୧ ହଜାର ୨୯୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। More

‘ଓଡ଼ିଶାକୁ ରିମୋଟ୍‌ କଣ୍ଟ୍ରୋଲରେ ତାମିଲବାବୁ ଲୁଟୁଛନ୍ତି ’

ଆଜି ସ୍ମୃତି ଈରାନୀଙ୍କ ମାରାଥନ୍ ପ୍ରଚାର । ପାରାଦୀପ କୁଜଙ୍ଗ ସଭାରେ ବିଜେଡ଼ି ଉପରେ ସିଧା ହମଲା କଲେ ସ୍ମୃତି ଈରାନୀ । ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଥିବା କହିଲେ ଈରାନୀ । More