ସଂକ୍ଷେପରେ ଆଜିର ତାଜା ଖବର - Wednesday, 22 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଯେଉଁ ବସ୍‌ରେ ଅଧିକ ଭିଡ଼, ସେହି ବସ୍‌ରେ ଚଢ଼ି ଲୋକଙ୍କୁ ଲୁଟୁଥିଲେ

କଟକ ଭୁବନେଶ୍ୱରରେ ଚାଲୁଥିବା ମୋ ବସରେ ଚଢି ଏହି ଗ୍ୟାଙ୍ଗ ଲୁଟ୍ କରୁଥିଲେ । ଲୁଟ୍ ପରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳେଇ ଯାଉଥିଲେ ବୋଲି କହିଛି ପୋଲିସ। More

ବେଆଇନ୍‌ ଖଣି ଖନନ ମାମଲାରେ ସିଦ୍ଧାର୍ଥ ସ୍ପଞ୍ଜ କମ୍ପାନୀ ମାଲିକ ଗିରଫ

ଖଣି ଖନନ ପାଇଁ ମିଳିଥିବା ଅନୁମତି ଠାରୁ ଅଧିକ ଲୁହାପଥରକୁ ଖନନ କରାଯାଇଥିବା ଅଭିଯୋଗ ହେବା ପରେ, ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ହୋଇଥିଲା । More

ଓଡ଼ିଶାରେ ରିଲ୍ ରାମଙ୍କ ମାରାଥନ୍ ପ୍ରଚାର, କହିଲେ ବିଜେପିକୁ ଭୋଟ ଦିଅ...

ଚମ୍ପୁଆରେ ଜନସଭାରେ କେନ୍ଦୁଝର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ବିଧାୟକ ପ୍ରାର୍ଥୀ ମୂରଲୀ ମନୋହର ଶର୍ମାଙ୍କ ପାଇଁ ସେ ଭୋଟ୍  ମାଗିଛନ୍ତି। ଏହାପରେ ଚମ୍ପୁଆ ସ୍ଥିତ ରାମ ମନ୍ଦିରରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।  More

କାହିଁକି ବିଳମ୍ବ ହେଉଛି ମାଟ୍ରିକ ରେଜଲ୍ଟ ? ଫଳାଫଳକୁ ନେଇ ଦ୍ୱନ୍ଦ୍ୱରେ ଅଭିଭାବକ ଓ ପରୀକ୍ଷାର୍ଥୀ

ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ରେ ସରିଥିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୪ରୁ ମାର୍ଚ୍ଚ ୨୮ ଭିତରେ ଖାତା ଦେଖା ଯାଇଥିଲା। More

୨୫ରେ ପୁଣି ଆସୁଛନ୍ତି ଅମିତ୍ ଶାହ, ୪ଟି ସ୍ଥାନରେ କରିବେ ଜନସଭା

ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ଆୟୋଜିତ ଜନସଭାରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହ More

ଆସନ୍ତା ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ +2 ରେଜଲ୍ଟ

ଦ୍ୱାଦଶ ରେଜଲ୍ଟ ବାହାରିବା ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି। More

BJD କୁ ପୁଣି ଏକ ଝଟକା; ଦଳ ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବିଜେଡି ସଭାପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଜ୍ୟୋତି ପାଣିଗ୍ରାହୀ। ଏନେଇ ଭିଡିଓ ବାର୍ତ୍ତାରେ ସେ ସୂଚନା ଦେଇଛନ୍ତି। More

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ ସୁଦ୍ଧା ଅବପାତ; ଅଶାନ୍ତ ରହିବ ସମୁଦ୍ର

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । More

Panchang Today 22nd May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ବୁଧବାର। ଚନ୍ଦ୍ର- ତୁଳା ରାତ୍ରି ୦୨.୫୫ ଗତେ ବିଛା, ତିଥି- ୧୪ ଶୀ ସନ୍ଧ୍ୟା ୦୬.୪୮ ଗତେ ପୂର୍ଣ୍ଣିମା, ଘାତଚନ୍ଦ୍ର- ନାସ୍ତି, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ପ୍ରାତଃ ୦୭.୪୬ ଗତେ ୧ ପାଦ- କୁଟୁମ୍ବହାନି- ତିଳକାଞ୍ଚନ ଦାନ More

ରେମୁଣାରେ ଅଶ୍ୱିନୀଙ୍କ ପ୍ରଚାର, କହିଲେ ଦେଢ଼ ଲକ୍ଷ ଯୁବକଙ୍କୁ ମିଳିବ ଚାକିରି

ରେମୁଣା ବାଲିପାଳ ହାଟ ପଡ଼ିଆରେ ମହିଳା ସମାବେଶକୁ ସମ୍ବୋଧନ । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମିଳିବ ୫୦ ହଜାର ଟଙ୍କା କହିଲେ ଅଶ୍ବିନୀ ବୈଷ୍ଣବ । More

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପ୍ରଚାର, କହିଲେ ଓଡ଼ିଶାକୁ ଦରକାର ଡବଲ ଇଞ୍ଜିନ ସରକାର

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା । ବିଜେପି କର୍ମୀଙ୍କ ସମେତ ଜନତାଙ୍କ ମଧ୍ୟରେ ଉତ୍ସାହ । More

ଠକ ଦମ୍ପତ୍ତି ! ଲୋକଙ୍କ ଟଙ୍କାରେ ଦୁବାଇରେ କରୁଥିଲେ ମଉଜ, ଲକ୍ଷ୍ନୌରୁ ଗିରଫ କଲା EOW

Quick Click Ad Media ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁ ଗିରଫ । ପୂର୍ବରୁ ଗିରଫ ହୋଇଥିଲେ ବିମାଳାନନ୍ଦଙ୍କ ପତ୍ନୀ ରମି ଭୂୟାଁ । More

ସ୍ଲିପ୍ ଅଫ୍ ଟଙ୍ଗ୍ ପାଇଁ କ୍ଷମାପ୍ରାର୍ଥନା ଓ ପ୍ରାୟଶ୍ଚିତ ସତ୍ତ୍ୱେ ସମ୍ବିତଙ୍କୁ ଘେରି ଚାଲିଛି BJD

ଭୁଲ୍ ମାଗିଲେ, କ୍ଷମା ପ୍ରାର୍ଥନା କଲେ, ପଶ୍ଚାତାପ କରିବେ ବୋଲି କହିଲେ... ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମୁହଁରୁ ଖସି ଯାଇଥିବା ଏକ ମନ୍ତବ୍ୟକୁ ନେଇ ଉଠୁଛି ପଡ଼ୁଛି ରାଜନୀତି । More

୩୧୦ ସିଟ୍ ଜିତି ସାରିଛୁ; ବାକି ୭୫ ସିଟ୍ ଜିତିବୁ, ଏଠି ସରକାର କରିବୁ: ଅମିତ ଶାହ

ସମ୍ବଲପୁର ସଭାରେ ଶାହଙ୍କ ଦମ୍ଭୋକ୍ତି । ଲକ୍ଷ୍ୟ ଥିବା ୪୦୦ରୁ ୩୧୦ ସିଟ୍ ବିଜେପି ଖାତାକୁ ଗଲାଣି । ୫ଟି ପର୍ଯ୍ୟାୟରେ ଦଳକୁ ମିଳିଛି ଅହେତୁକ ସଫଳତା । ଆଉ ମିଶନ ୪୦୦ ପାଇଁ ବାକି ଥିବା ଦୁଇଟି ପର୍ଯ୍ୟାୟରେ ବିଜେପିକୁ ବିପୁଳ ସମର୍ଥନ କରିବାକୁ କରିଛନ୍ତି ଅନୁରୋଧ । More