ସଂକ୍ଷେପରେ ଆଜିର ତାଜା ଖବର - Monday, 13 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଜେଡି ନେତ୍ରୀ ଯାଉଥିବା କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ

ବିଜେଡି ନେତ୍ରୀଙ୍କ ନାଁ ଅପୂର୍ବ ଅପରୂପା ଏବଂ ସେ ଜଣେ ବିଜେଡି ପ୍ୟାନେଲିଷ୍ଟ ବୋଲି ଜଣାପଡ଼ିଛି । More

ନିର୍ବାଚନୀ ହିଂସା ! ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ପ୍ରଦୀପ-ଶିବଶଙ୍କର ହାତାହାତି

ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ମାନେ ଇ ଭି ଏମ ସିଲ କୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। More

ଭୋଟ ସରିଲା, ନେତାଙ୍କ ଟେସନ୍‌ ବଢିଲା; ଜୁନ-୪ରେ ଭାଗ୍ୟ ପରୀକ୍ଷା

ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ନେତାଙ୍କ ଭାଗ୍ୟ ସ୍ଥିର କରିଛନ୍ତି ଭୋଟର। ଯାହାର ରେଜଲ୍ଟ ପ୍ରକାଶ ପାଇବ ଆସନ୍ତା ଜୁନ୍ ୪ ତାରିଖରେ। More

‘ନବୀନ ବାବୁ ଗୃହବନ୍ଦୀ, କଣ୍ଢେଇ ପରି ନଚାଉଛନ୍ତି ପାଣ୍ଡିଆନ’

ପ୍ରଧାନମନ୍ତ୍ରୀଙ୍କୁ ବିଜେଡିର ସମାଲୋଚନା ପରେ ଆଟାକିଂ ମୋଡରେ ବିଜେପି। ରାଜ୍ୟ ବିଜେପିର ଟପ୍ ଫାଇଭ୍ ଲିଡରଙ୍କ ଟାର୍ଗେଟରେ ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ଏକାସାଙ୍ଗରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍। More

ଭୋଟ୍ ଆରମ୍ଭରୁ ହଙ୍ଗାମା ! ଚିକିଟି-ବ୍ରହ୍ମପୁର-ନବରଙ୍ଗପୁର ଝରିଗାଁରେ ଉତ୍ତେଜନା...

ବିଭିନ୍ନ ବୁଥରେ ମୁହାଁମୁହିଁ ବିଜେଡି-ବିଜେପି କର୍ମୀ । ପରିସ୍ଥିତି ସମ୍ଭାଳିବାକୁ ପୋଲିସର ଲାଠି ଚାଳନା । More

EVMରେ ସିଲ୍ ହେଲା ୩୭ ସାଂସଦ-୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ

ଓଡ଼ିଶାରେ ସରିଲା ୨୪ ମହାସଂଗ୍ରାମର ପ୍ରଥମ ଦଫା ଲଢ଼େଇ, ସନ୍ଦ୍ୟା ୫ଟା ସୁଦ୍ଧା ୬୨.୯୬ % ଭୋଟ More

ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ

ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥ୍‌ରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। More

ଡ୍ୟୁଟିରେ ଗୁରୁତର ଅବହେଳା ନେଇ ଗିରଫ ହେବେ ୨ ପ୍ରିଜାଇଡିଂ ଅଫିସର

୨ ପ୍ରିଜାଇଡିଂ ଅଫିସରଙ୍କୁ ସସପେଣ୍ଡ ସହ ଗିରଫ କରିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା CEO ସୂଚନା ଦେଇଛନ୍ତି। More

ମୌଳିକ ସମସ୍ୟା ସମାଧାନ ଦାବିରେ ନାରାୟଣପାଟଣାରେ ଭୋଟ୍‌ ବର୍ଜନ

ମୌଳିକ ସମସ୍ୟା ସମାଧାନ ଦାବିରେ ନାରାୟଣପାଟଣାରେ ଭୋଟ୍‌ ବର୍ଜନ କରିଛନ୍ତି ଭୋଟର। ଲକ୍ଷ୍ମୀପୁର ନାରାୟଣପାଟଣା ବ୍ଲକ ୧୭୩ ନମ୍ବର ବୁଥରେ ଭୋଟ ବର୍ଜନ କରିଛନ୍ତି । More

ପ୍ରଥମ ପର୍ଯ୍ୟାୟ ଭୋଟିଂ; ବାଜିରେ ଲାଗିଛି ବହୁ ହେଭିୱେଟ୍‌ ନେତାଙ୍କ ଭାଗ୍ୟ

ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ଗଞ୍ଜାମର ପୁରୁଖା ନେତା ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିରୁ ବିଜେଡିକୁ ଆସିଥିବା ଭୃଗୁ ବକ୍ସିପାତ୍ର । More

ଭୋଟ୍ ଦେଉଛି ଓଡ଼ିଶା; ପ୍ରଥମ ପର୍ଯ୍ୟାୟରେ ୪ସଂସଦୀୟ କ୍ଷେତ୍ର ଓ ୨୮ବିଧାନସଭା ଆସନରେ ଭୋଟିଂ

ପ୍ରଥମ ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। More

ବିଜେପି ଫୋକସରେ ଚାଷୀ ଭୋଟ୍, ମୋଦିଙ୍କ MSP ଗ୍ୟାରେଣ୍ଟିକୁ ନେଇ ଉତ୍ସାହିତ ଚାଷୀ

ଡବଲ ହେବ ଧାନର ମୂଲ୍ୟ । ୩୧ ଶହ ଟଙ୍କାରେ ଚାଷୀ ବିକିବେ ଧାନ । ପଶ୍ଚିମଓଡ଼ିଶାର ବଲାଙ୍ଗୀର ଓ ବରଗଡ ସଭାରେ ଓଡ଼ିଶାର ଚାଷୀଙ୍କୁ ମୋଦିଙ୍କ ଏ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା । More

ପୁଣି ଓଡ଼ିଶା ଆସୁଛନ୍ତି ବିଜେପିର ୩ ଶୀର୍ଷ ନେତା; ୧୫ରେ ଶାହ, ୧୭ରେ ନଡ୍ଡା ଓ ୨୦ରେ ପିଏମ୍ ମୋଦି

ବିଜେପିର ଫୋକସରେ ଓଡ଼ିଶା । ଖାଲି ଅଧିକ ସଂଖ୍ୟକ ସାଂସଦ ନୁହନ୍ତି, ରାଜ୍ୟରେ ଶାସନ ଗାଦି ବି ଆବଶ୍ୟକ । ଆଉ ସେଥିପାଇଁ ଖୋଦ୍ ପିଏମ୍ ମୋଦି ବନିଛନ୍ତି ଚେହେରା । More

୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ୍

ସକାଳ ୭ରୁ ଭୋଟିଂ, ପ୍ରସ୍ତୁତ ବୁଥ୍ ଓ ପୋଲିଂ କର୍ମଚାରୀ । ମାଓ ପ୍ରଭାବିତ ଓ ସୀମା ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା । More

ରାତି ପାହିଲେ ପ୍ରଦୀପ-ଭକ୍ତ-ସିଦ୍ଧାନ୍ତ-ତାରାଙ୍କ ଭାଗ୍ୟ ପରୀକ୍ଷା

କୋରାପୁଟରେ ସପ୍ତଗିରି-କୌଶଲ୍ୟା-କାଳୀରାମ ମୁହାଁମୁହିଁ । ନୂଆପଡ଼ାରୁ ଲଢୁଛନ୍ତି ପିସିସି ମୁଖିଆ ଶରତ ପଟ୍ଟନାୟକ  । More

ବ୍ରହ୍ମପୁର ଛାତ୍ରୀ ଗଣଦୁଷ୍କର୍ମ ମାମଲା; 'BJD ନେତାଙ୍କ ସହ ୩ ଜଣଙ୍କୁ ଛାଡ଼ିଦେଲା ପୋଲିସ' 

ନିରପେକ୍ଷ ତଦନ୍ତକୁ ନେଇ ପ୍ରଶ୍ନ, ପୋଲିସ ଚୁପ୍ । ଗଣଦୁଷ୍କର୍ମକୁ ନେଇ ଠିକ୍ ନୁହେଁ ରାଜନୀତି କହିଲା ବିଜେଡି   । More