ସଂକ୍ଷେପରେ ଆଜିର ତାଜା ଖବର - Wednesday, 17 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ କାହିଁକି ଆସିପାରିଲେନି ଶଙ୍କରାଚାର୍ଯ୍ୟ ?

ଯେତେବେଳେ ଲୋକାର୍ପଣ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଗଲା, ନା ଜଗତଗୁରୁଙ୍କ ପରାମର୍ଶ ନିଆଯାଇଥିଲା ନା ତାଙ୍କୁ ପଚରା ଯାଇଥିଲା। ନିଶ୍ଚିତ ଭାବେ ଏଥିରେ ତ୍ରୁଟି ଘଟିଛି।  More

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରିଲା, କିନ୍ତୁ ପୁରୀରେ ପହଞ୍ଚିଲାନି ଭକ୍ତଙ୍କ ଗୁଆ-ଚାଉଳ

ଗାଁ ଗାଁରେ ବୁଲିଲା ଅର୍ପଣ ରଥ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଠାରୁ ସଂଗ୍ରହ ହେଲା ଗୁଆ-ଚାଉଳ। ଏଥିପାଇଁ ପାଣି ଭଳି କୋଟି କୋଟି ଟଙ୍କା ବି ଖର୍ଚ୍ଚ କଲେ ସରକାର। ହେଲେ ପରିକ୍ରମା ପ୍ରକଳ୍ପ ତ ଲୋକାର୍ପଣ ହେଲା, କିନ୍ତୁ ମହାପ୍ରଭୁଙ୍କ ପାଖରେ ପହଞ୍ଚିଲାନି ଭକ୍ତଙ୍କ ଗୁଆ-ଚାଉଳ। More

ମଞ୍ଚ ଉପରେ ମୁହାଁମୁହିଁ ହେଲେ ତାରା-ରବି, ଭାଷଣରେ ପରସ୍ପରକୁ କଲେ ଆକ୍ଷେପ

ଖାଲି ଏତିକି ନୁହେଁ ପରିସ୍ଥିତି ନିୟନ୍ତ୍ରଣକୁ ନଆସିବା ପରେ ପୋଲିସ୍ ଆସି ବୁଝାସୁଝା କରିଥିଲା। ଏହାପରେ ବିବାଦ ଥମି ନଥିଲା। ରବିଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ତାରା। More

ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ

ଆର୍ମି ଚିଫ୍ INS ଚିଲିକା ଗସ୍ତ କରିଥିଲେ। ସେଠାରେ ଅଗ୍ନିବୀରଙ୍କୁ ଦିଆଯାଇଥିବା ପ୍ରଶିକ୍ଷଣର ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଜେନେରାଲ ମନୋଜ ପାଣ୍ଡେ। More

ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ, ପରିକ୍ରମା ପ୍ରକଳ୍ପର ହେଲା ଲୋକାର୍ପଣ

ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ। ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଥିଲେ । More

ପୁଣି କଂଗ୍ରେସର ହାତ ଧରିଲେ ଗମାଙ୍ଗ ପରିବାର

ଦିଲ୍ଲୀରେ ପୁଣି କଂଗ୍ରେସ ହାତ ଧରିଛନ୍ତି ଗମାଙ୍ଗ ପରିବାର । ଅଜୟ ମାକେନ, ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହେଲେ । ପୂର୍ବତନ ସାଂସଦ ସଂଜୟ ଭୋଇ ବି କଂଗ୍ରେସକୁ ଫେରିଲେ । More

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନଡ଼ିଆ ଭାଙ୍ଗି ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି । ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । More

Panchang Today 17th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୭ ତାରିଖ ବୁଧବାର । ଚନ୍ଦ୍ର- ମୀନ ରାତ୍ରି ୦୩.୩୪ ଗତେ ମେଷ । ତିଥି- ୭ମୀ ରାତ୍ରି ୧୦.୦୭ ଗତେ ୮ମୀ । କେଉଁ ସମୟ ରହିଛି ଆପଣଙ୍କ ପାଇଁ ଶୁଭ... More

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ୧୭ ଓ ୨୨ ତାରିଖରେ ବନ୍ଦ ରହିବ ମଦ ବିକ୍ରି

ଆସନ୍ତାକାଲି ଓ ଆଗାମୀ ୨୨ ତାରିଖରେ ଜିଲ୍ଲାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ। More

BJDରେ ଉଗ୍ର ଗୋଷ୍ଠି କନ୍ଦଳ ! କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ, ବିଜେଡି ମନ୍ତ୍ରୀଙ୍କୁ ଖୋଲାଖୋଲି ବିରୋଧ

ଆଠମଲ୍ଲିକରେ ତୀବ୍ର ରୂପ ନେଇଛି ନଳିନୀ-ରମେଶ କନ୍ଦଳ ! ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେଡିରେ ତୀବ୍ର ଗୋଷ୍ଠୀ କନ୍ଦଳ !   More

ସରକାରଙ୍କ ଅର୍ପଣ ରଥ ବୁଲା ରଥଯାତ୍ରା ନୁହେଁ, ଏହା ପ୍ରଚାର ଯାତ୍ରା !

ବହୁ ଚର୍ଚ୍ଚିତ କାମିୟା ଜାନି ଓ ଗୋମାଂସ ଭକ୍ଷଣ ପ୍ରଚାର ବିବାଦ ପ୍ରସଙ୍ଗରେ ମତ ରଖି ଗଜପତି କହିଛନ୍ତି, ଯଦି ଅଭିଯୋଗ ହୋଇଥାଏ ତା ହେଲେ ଏପରି ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ କାହିଁକି ନିଆଯିବ। More

ଲେଡି କିଲର ସୁଙ୍କି... ରାଗିଗଲେ ମାରୁଛି ମଣିଷ !

ବାଲିଅନ୍ତା ହୋଟେଲ ବ୍ୟବସାୟୀଙ୍କୁ ଲେଡି କେୟାରଟେକର କଲା ହତ୍ୟା । ହତ୍ୟାକାଣ୍ଡର ଗୁମର ଖୋଲିଲା କମିଶନରେଟ୍ ପୋଲିସ । More

‘ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ, ଘୋଷଣା ହେଉ ସରକାରୀ ଛୁଟି’

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ। ଘୋଷଣା ହେଉ ସରକାରୀ ଛୁଟି। ଜୋର୍ ଧରିଲା ଦାବି। More