ସଂକ୍ଷେପରେ ଆଜିର ତାଜା ଖବର - Sunday, 28 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଯେତେ ସଜାଡ଼ିଲେ ବି ଅସଜଡ଼ା କଂଗ୍ରେସ ଘର !

ଦଳ ବିରୋଧୀ ମନ୍ତବ୍ୟ ପାଇଁ ଚିରଞ୍ଜୀବ ଓ ମୋକିମଙ୍କୁ ଏଆଇସିସି ସୋ କଜ୍ ନୋଟିସ୍ ଜାରି କରିଛି। More

ନବ ଦାସ ହତ୍ୟା ପଛରେ ଅଛି କି ବଡ଼ବଡ଼ିଆଙ୍କ ଲିଙ୍କ୍?

କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ବଢ଼ୁଛି ବିବାଦ । ଷଡ଼ଯନ୍ତ୍ର କଥା ନଥିବାରୁ ଗନ୍ଧ ବାରିଲେ ବିରୋଧୀ ।  ନବୀନଙ୍କୁ ମନମୋହନ ସାମଲଙ୍କ ସିଧା ନିଶାନା ।  More

ଚେକିଂ ବେଳେ ପ୍ଲାଷ୍ଟିକ୍‌ ପାଇପ୍‌ରେ ଯୁବକଙ୍କୁ ପିଟିଲା ପୋଲିସ୍‌ ! ଆଖିରେ ଲାଗିଲା ଶକ୍ତ ଆଘାତ...

ରାତିରେ ଚେକିଂ ବେଳେ ପୋଲିସ୍ ମାଡ଼ରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଚଳନ୍ତା ବାଇକ୍‌ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଏକ ପ୍ଲାଷ୍ଟିକ୍‌ ପାଇପ୍‌ରେ ପିଟି ଦେବାରୁ ବାଇକ ଆରୋହୀଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିବା ଅଭିଯୋଗ ହୋଇଛି। More

କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ କଂଗ୍ରେସ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। More

ରାତି ଅଧ ଯାଏ ନାଇଟ୍‌ କ୍ଲବ୍‌ ଓ ବାର୍‌ରେ ଚାଲିଥିଲା ଡ୍ୟାନ୍ସ, ହଠାତ୍‌ ପହଞ୍ଚିଗଲା ପୋଲିସ୍‌...

ଲାଉଡ୍‌ ମ୍ୟୁଜିକ୍‌ ସହ ନିଶାସକ୍ତ ଯୁବପିଢ଼ି ନାଚଗୀତରେ ମସ୍‌ଗୁଲ୍‌ ଥିବାବେଳେ ଅଚାନକ ଚଢ଼ାଉ କରିଥିଲା ପୋଲିସ୍‌। ରାଜଧାନୀ ଭୁବନେଶ୍ୱରରେ ନାଇଟ୍‌ କ୍ଲବ୍‌ ଓ ବାର୍ ଉପରେ କମିଶନରେଟ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଛି।  More

କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ନବଙ୍କୁ ମାରିଲା ଗୋପାଳ ? ୪ କାରଣକୁ ନେଇ ଚର୍ଚ୍ଚା

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟକୁ ନେଇ ଘନଉଛି ବିବାଦ। ଭିନ୍ନଭିନ୍ନ ତଥ୍ୟ ଦେଇ ଗୋଲଗୋଲ ବୁଲାଉଛି କି କ୍ରାଇମବ୍ରାଂଚ? ଭିତରି କଥା ଲୁଚାଇବାକୁ ଉଦ୍ୟମ ହେଉନାହିଁ ତ? More

ଆସ୍ଥା ଓ ବିଶ୍ୱାସର ଭିନ୍ନ ପରମ୍ପରା, ବିରିପାଣିଙ୍କୁ ଆରାଧନା କରି ବୃଷ୍ଟିପାତର ଆକଳନ

ବିଶ୍ୱାସ ବଳରେ ବାରିହୁଏ ପାଣିପାଗର ସ୍ଥିତି । ଚାଷ ଅନୁକୂଳ ପାଇଁ ଧାର୍ଯ୍ୟ ହେଉଛି ସମୟ । More

ଭୋଟ୍ ବେଳକୁ ଯୁବକ ଲୋଡ଼ା, ଚାକିରି ବେଳକୁ ବୟସ୍କ : ଅବସରପ୍ରାପ୍ତଙ୍କ ନିଯୁକ୍ତି ପାଇଁ ବିଜ୍ଞାପନକୁ ନେଇ ବିବାଦ

ସରକାରୀ ବିଭାଗ ଓ ସରକାରୀ ସଂସ୍ଥାଙ୍କ ସତେ ଯେମିତି ଏବେ ପ୍ରଥମ ପସନ୍ଦ ଅବସରପ୍ରାପ୍ତ ଚାକିରିଆ । ଖାସ୍ ସେଇଥିଲାଗି ଆଜି ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ ଖବରକାଗଜରେ ବାହାରିଛି ପୁଳାପୁଳା ବିଜ୍ଞାପନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଯୁବଗୋଷ୍ଠୀନାପସନ୍ଦ କରିଥିବା ବେଳେ ଏହାର ପୁନର୍ବିଚାର କରିବାକୁ ଦାବି କରିଛି ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ମହାସଂଘ । ଏପଟେ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଉତ୍ତର, କାହିଁକି ଏଭଳି ପଦକ୍ଷେପ ନିଆଯାଇଛି, ତାହାର ଅନୁଧ୍ୟାନ କରୁଛୁ ।… More

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନବୀନ

ବୈଠକରେ ଯୋଗଦେଇନଥିବା ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପଟ୍ଟନାୟକ ନାଁ ଯୋଡ଼ି ହେବା ପରେ ତାକୁ ନେଇ ବଢ଼ିଛି ଚର୍ଚ୍ଚା। More

ରୁପାରେ ଛାଉଣି ହେବ ଶ୍ରୀମନ୍ଦିର ସିଂହଦ୍ୱାର, ମରାମତି ହେବ ମହାପ୍ରଭୁଙ୍କ ରତ୍ନପଲଙ୍କ

୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପହରା ଓ ସିସିଟିଭି ନିରୀକ୍ଷଣରେ ହେବ ରୁପା ଛାଉଣି। More