ସଂକ୍ଷେପରେ ଆଜିର ତାଜା ଖବର - Saturday, 05 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ତ୍ରିମୁଖୀ ଲଢେଇକୁ ନେଇ ସରଗରମ ରାଜଧାନୀ ରାଜନୀତି

ଆଜି ପ୍ରେସ୍ ମିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁନୀତଙ୍କ ନାଁରେ ଦଳ ମୋହର ମାରିଥିବା ଘୋଷଣା କରିଛନ୍ତି । ତାସହ କହିଛନ୍ତି- ସୁନୀତି ରାଜନୀତିରେ ନୂଆ ହୋଇଥିଲେ ବି ଜଣେ ଉଚ୍ଚ ଶିକ୍ଷିତା । ଭୁବନେଶ୍ୱରବାସୀଙ୍କ ପାଇଁ ଏଭଳି ଜଣେ ପ୍ରାର୍ଥୀନୀଙ୍କ ଆବଶ୍ୟକତା ରହିଛି । More

ଅନିଶ୍ଚିତତାରେ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ

ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଜୀବନ ଅନିଶ୍ଚିତତାକୁ ଠେଲି ହୋଇଯାଇଛି। ଦେଶର ବିଭିନ୍ନ ମେଡିକାଲ୍‌ କଲେଜରେ କୋର୍ସ ଶେଷ ଲାଗି ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍-ଆଇଏମ୍ଏ। More

ସୁନୀତି ମୁଣ୍ଡ୍‌ଙ୍କୁ କାହିଁକି ଭୁବନେଶ୍ୱର ମେୟର ପ୍ରାର୍ଥୀ ବାଛିଲା ବିଜେପି?

ବିଭିନ୍ନ ‍କ୍ଷେତ୍ରରେ କାମ କରୁଥିବା ମହିଳାମାନେ ବିଜେପିର ମେୟର ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ। More

ଢିଙ୍କିଆରେ ଜନଶୁଣାଣି ବେଳେ ବିରୋଧ କରୁଥିବା ଲୋକଙ୍କୁ ଛାଡିଲାନି ପୋଲିସ୍ !

ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଭିତରକୁ ଛଡାଯାଇନଥିଲା। More

ଡ. ସୁନୀତି ମୁଣ୍ଡ୍ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ

ପୂର୍ବରୁ କଂଗ୍ରେସ, ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। More

“ସିଲଭର୍‌ ସିଟିର ବିକାଶ ଏବେ ମୋ ଦାୟିତ୍ୱ”

ମହାନଗର ନିର୍ବାଚନକୁ ନେଇ ବଢୁଛି ଟ୍ୱିନ୍‌ସିଟିରେ ରାଜନୀତିର ପାରା। ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ଯେତିକି ପାଖୋଉଛି ପ୍ରାର୍ଥୀ ଚୟନ ନେଇ ପଲିଟିକାଲ ପାର୍ଟିଙ୍କ ଅଙ୍କକଷା ସେତେ ବଢୁଛି। ସେପଟେ କଟକ ଦଖଲ ପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏବେଠୁ ଦେଖାଇଲେଣି ଦମ୍ଭୋକ୍ତି। More

୫୪,୦୦୦ ଛୁଇଁବ ସୁନା ଦର !

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିଛି। ମହଙ୍ଗାକୁ ନେଇ ଚିନ୍ତା ବଢ଼ିଛି। ସୁନା ଓ ରୂପା ଦର ମଧ୍ୟ ବୃଦ୍ଧି ଘଟିଛି। More

‘ସମସ୍ତଙ୍କ ସହଯୋଗ ରହିଲେ ମୁଁ ଭୁବନେଶ୍ୱର ପାଇଁ କାମ କରିପାରିବି’

ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି। More

୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା ଗଲା ବିଜେଡି

ଘୋଷଣା ହେଲା ବିଜେଡି ମେୟର ପ୍ରାର୍ଥୀ । ମେୟର ମଇଦାନରେ ସୁଲୋଚନା, ସୁବାସ ଓ ସଂଘମିତ୍ରା । ୩ ମହାନଗର ପାଇଁ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା କରିଛି । More

ଆବାସ କେଳେଙ୍କାରୀ : ବିଲ୍‌ କରାଇବାକୁ ୫ରୁ ୧୦ ହଜାର ହାତଗୁଞ୍ଜା ମାଗୁଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ

କାର୍ଯ୍ୟାଦେଶ ପାଇବା ପରେ ହିତାଧିକାରୀମାନେ ଘର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ସରକାରଙ୍କ ନିୟମ ଅନୁସାରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଅର୍ଥ ହିତାଧିକାରୀ ମାନେ ପାଇଗଲେ । More

ଭାଇ ସାଜିଲା ହତ୍ୟାକାରୀ, ସାନ ଭାଇର ତଣ୍ଟି ଚିପି ମାରି ଦେଲା ବଡ଼ ଭାଇ

ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ବଡ଼ ଭାଇ। ଗତକାଲି ଯୋଶେଫ ମଦ ପିଇ ଆସି ବଡ଼ ଭାଇ ରାଜୀନଙ୍କୁ ଗାଳିଗୁଲଜ କରିଥିଲେ।  ଏନେଇ ଦୁଇ ଭାଇ ମଧ୍ୟରେ ବଚସା ଓ ମାରପିଟ୍‌ ହୋଇଥିଲା। More

ରାଜଧାନୀରେ ଚାଞ୍ଚଲ୍ୟ: ଇଟା ତଳୁ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁକୁ ନେଇ ସସ୍‌ପେନ୍ସ

ଇଟା ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ବୀଭତ୍ସ ହତ୍ୟା ପରେ ଲୁଚା ଯାଇଥିଲା ମୃତଦେହ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ମୃତଦେହ ଇଟା ତଳୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।  More

ଓଟିଭି ଫୋରସାଇଟ୍ ୨୦୨୨: ଟେକ୍ନୋଲଜି ପ୍ରୟୋଗରେ ଚାଷୀଙ୍କ ଆୟ ଦ୍ୱିଗୁଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର

କୋଭିଡ୍ ବେଳେ ମଧ୍ୟ କୃଷି ଅର୍ଥନୀତି ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଏହି କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜି ପ୍ରୟୋଗ ଆରମ୍ଭ ହୋଇଛି । More

କିଏ ହେବେ ବିଜେପି-ବିଜେଡିର ଭୁବନେଶ୍ୱର ମେୟର ପ୍ରାର୍ଥୀ ?

ବିଜେପି ହେଉ କି ବିଜେଡି ଏ ଦୁଇ ଦଳରୁ କିଏ ହେବେ ଭୁବନେଶ୍ୱର ମେୟର ପ୍ରାର୍ଥୀ, ତାକୁ ନେଇ ସସପେନ୍ସ ଲାଗି ରହଛି। More

ଭାରତୀୟ ପିଲାଙ୍କ ପ୍ରଥମ ପସନ୍ଦ ୟୁକ୍ରେନ୍ କାହିଁକି?

ଓଡ଼ିଶାର କେତେ ପିଲା ମେଡିକାଲ ପଢୁଛନ୍ତି, ତାର ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ବି ଓଡ଼ିଶାର ଆନୁପାତିକ ହାର କିନ୍ତୁ ଯଥେଷ୍ଟ ଅଧିକ। More

ଅପହରଣ ସିନ୍‌ କହି ଯୁବତୀଙ୍କ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ !

ଯେଉଁ ଘରେ ଏହି କାଣ୍ଡ ଘଟିଛି ପହଞ୍ଚିଲା ଛାନ୍‌ଭିନ୍‌ ପୋଲିସ More

ମହଙ୍ଗା ପଡ଼ିଲା କି ନବୀନଙ୍କୁ ପ୍ରଶଂସା?

ବିଜେଡିର ସମ୍ବଳ ଯେଭଳି କର୍ମୀ ଓ ଲୋକଙ୍କ ନିକଟରେ ପହଞ୍ଚୁଛି, ସେମିତି ବିଜେପିର ସମ୍ବଳ ଲୋକଙ୍କ ନିକଟରେ ପହଞ୍ଚୁଛି ତ? More