Advertisment

୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଆରମ୍ଭ ହେଲାଣି କି ବିଦ୍ରୋହ ?

ହଙ୍ଗା ପଡ଼ିଲା କି ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା ? ତା’ ସହ ବିଜେଡିର ଅନ୍ତର୍ଦ୍ବନ୍ଦ୍ବ ବି ମାତ୍ ଦେବାରେ ସାହାଯ୍ୟ କଲା କି ? ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।

ଅଦ୍ୟତନ ହୋଇଛି
undefined

Ahead of general election, BJD struggling with infighting

Advertisment

୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଆରମ୍ଭ ହେଲାଣି କି ବିଦ୍ରୋହ ? ଗୋଷ୍ଠୀ କନ୍ଦଳ ପାଇଁ ହାରୁଛି କି ଦଳ ? ପ୍ରଥମେ ଧାମନଗର ଆଉ ଏବେ ପୁରୀ ରେ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡ଼ିକୁ ଝଟକା ଲାଗିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ଏବେଠୁ ଗୋଷ୍ଠୀ କନ୍ଦଳର ଆଭାସ ବି ଦେଖିବାକୁ ମିଳିଲାଣି। ପାରାଦୀପ, ଜୟପୁର ସମେତ ରାଜ୍ୟର ୫୦ରୁ ଅଧିକ ନିର୍ବାଚନମଣ୍ଡଳୀରେ ଗୋଷ୍ଠୀ ବିବାଦ ବଢ଼ିବା ସହ ସମାନ୍ତରାଳ ସଂଗଠନ ଚଳାଇଛନ୍ତି ଆଶାୟୀ।

Advertisment

ଅଧିକ ପଢ଼ନ୍ତୁ: ପାଖେଇ ଆସୁଛି ସାଧାରଣ ନିର୍ବାଚନ; ଭୋଟର୍‌ଙ୍କ ନିକଟତର ହେବାକୁ ୩ ପ୍ରମୁଖ ଦଳଙ୍କ ଫୋକସ୍

ଜିଲ୍ଲା ପରିଷଦ ଭୋଟରେ ବିଜେଡିକୁ ଝଟକା। ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଗଡ଼ରେ ଫୁଟିଲା ପଦ୍ମ। ୧୮୩ ଖଣ୍ଡ ଭୋଟରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ପ୍ରମୋଦ ରାୟ। ମହଙ୍ଗା ପଡ଼ିଲା କି ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା ? ତା’ ସହ ବିଜେଡିର ଅନ୍ତର୍ଦ୍ବନ୍ଦ୍ବ ବି ମାତ୍ ଦେବାରେ ସାହାଯ୍ୟ କଲା କି ? ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କାରଣ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ ପ୍ରଭାବଶାଳୀ ମନ୍ତ୍ରୀ ସମୀର ଦାଶଙ୍କ ସଂପୃକ୍ତି ଅଭିଯୋଗ ଉଠିଥିଲା। ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ନିର୍ବାଚନମଣ୍ଡଳୀର ୧୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ଆସୁଥିବା ୭ଟି ପଞ୍ଚାୟତ ମଧ୍ୟରୁ ୫ଟିରେ ବିଜେଡିକୁ ପଛରେ ପକାଇ ଦେଇଛି ବିଜେପି।

Advertisment

ଅନ୍ୟ ୨ଟି ପଞ୍ଚାୟତରେ ବିଜେଡି କିନ୍ତୁ ଲିଡ୍ କରିଛି। ତେବେ ପୁରୀ ଜିଲ୍ଲାରେ ବିଜେଡିର ଏଭଳି ପରାଜୟ ବରିଷ୍ଠ ନେତାଙ୍କ ଭିତରେ ଲାଗିରହିଥିବା ଅନ୍ତର୍ନ୍ଦ୍ବନ୍ଦ୍ବର ପରିଣାମ ବୋଲି ଚର୍ଚ୍ଚା ହେଉଛି। କାରଣ ଦଳର ହେଭିୱେଟ ନେତା ମାନେ ସମନ୍ୱୟ ନରଖି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

ତେଣୁ ଏସବୁ ଭିତରେ ବଡ଼ ପ୍ରଶ୍ନ, ବିଜେଡିକୁ ଏବେ ଗୋଷ୍ଠୀ କନ୍ଦଳ ଭୟ ଘାରିଛି କି ? ଧାମନଗର ଉପ ନିର୍ବାଚନ ଭଳି ଅନ୍ୟ ସ୍ଥାନରେ ବି ରାଜେନ୍ଦ୍ର ଦାସଙ୍କ ଭଳି ସ୍ବାଧୀନ ପ୍ରାର୍ଥୀ ଛିଡ଼ା ହେବେ କି ? ୨୦୨୪ରେ ବିଜେଡିର ବିଦ୍ରୋହ ଦଳ ପାଇଁ କାଳ ହେବ କି ? କାରଣ ଏବେଠୁ ଏମିତି କିଛି ଆଭାସ ମିଳିଲାଣି। ଏଇ ଯେମିତି ଜଗତସିଂହପୁର ଜିଲ୍ଲାର ପାରାଦୀପ ନିର୍ବାଚନମଣ୍ଡଳୀ।

Advertisment

କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀରୁ ଯାଇ ପାରାଦୀପ ଉପରେ ଆଖି ପକାଇଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନେଇ ମୁଣ୍ଡ ଟେକିଛି ବିବାଦ। ଗତ ଶ୍ରମିକ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ନାଁ ନେଇନଥିଲେ ବି ତେରଛା ବାଣ ମାରିଥିଲେ ଦେବାଶିଷ। ଏହାକୁ ନେଇ ଖଡଗହସ୍ତ ସମ୍ବିତ।

କେବଳ ପୁରୀ କିମ୍ବା ଜଗତସିଂହପୁର ନୁହେଁ, କୋରାପୁଟ ଜିଲ୍ଲାରେ ବି ବିଜେଡିରେ ଆଭ୍ୟନ୍ତରୀଣ କଳି ମୁଣ୍ଡ ଟେକିଛି। କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଏବଂ ବରିଷ୍ଠ ବିଜେଡି ନେତା ରବି ନନ୍ଦଙ୍କ ମଧ୍ୟରେ ଲାଗିରହିଛି ଶୀତଳ ଯୁଦ୍ଧ। ଏଭଳି ଭାବେ ରାଜ୍ୟର ୫୦ରୁ ଅଧିକ ନିର୍ବାଚନ ମଣ୍ଡଳୀରେ ବିଧାୟକ ହେବା ପାଇଁ ଏକାଧିକ ଆଶାୟୀ ରହିବା ସହ ସମାନ୍ତରାଳ ଢଙ୍ଗରେ ସଂଗଠନ ଚଳାଇଛନ୍ତି।

୨୦୧୪ ଆଉ ୨୦୧୯ ନିର୍ବାଚନରେ ଦଳର ବିଦ୍ରୋହକୁ ପ୍ରଶମିତ କରିବା ପାଇଁ ବିଧାନ ପରିଷଦର ଲଲିପପ୍ ଦିଆଯାଇଥିଲା। କିନ୍ତୁ ତାହା ପୂରଣ ହେଲାନି।ଏଥର କାହାକୁ ଏବଂ କେଉଁ ଲଲିପପ୍ ଧରାଇ ବିଜେଡି ଅନ୍ତର୍ଦ୍ବନ୍ଦ୍ବକୁ ପ୍ରଶମିତ କରୁଛି, ତାକୁ ଅପେକ୍ଷା।

ରିପୋର୍ଟ: ସଞ୍ଜୟ ପତି

BJD Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ